ଧାରା ୩୦୭ରେ ମାମଲା ଦାବିକଲା କଂଗ୍ରେସ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): କଳାହାଣ୍ଡି ଜିଲା ମହାଲିଙ୍ଗସ୍ଥିତ ସନ୍‌ସାଇନ ପବ୍ଲିକ୍‌ ସ୍କୁଲ୍‌ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡରେ ସଂପୃକ୍ତି ଦର୍ଶାଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ଗିରଫ ସହ ହାଇକୋର୍ଟ ଜଜ୍‌ଙ୍କ ତତ୍ତ୍ୱାବଧାନରେ ଏସ୍‌ଆଇଟି ତଦନ୍ତ ଦାବିରେ ଶୁକ୍ରବାର ଛାତ୍ର କଂଗ୍ରେସ ବିଧାନସଭା ଘେରାଉ କରିଥିଲା। ହେଲେ ଆନ୍ଦୋଳନକାରୀଙ୍କ ଉପରେ ପୋଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କଂଗ୍ରେସ ଭବନରେ ପଶି ଛାତ୍ର କଂଗ୍ରେସ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା। ତେବେ କଂଗ୍ରେସ ଏହି ଘଟଣାର ବିଚାର ବିଭାଗୀୟ ଓ ପ୍ରଶାସନିକ ତଦନ୍ତ ସହ ଦୋଷୀ ପୋଲିସ ଉପରେ ହତ୍ୟା ଉଦ୍ୟମ ଦଫାରେ ମାମଲା ରୁଜୁ କରି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଶୁକ୍ରବାର କଂଗ୍ରେସ ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପୋଲିସର କାର୍ଯ୍ୟାନୁଷ୍ଠାନକୁ କଡ଼ା ଭାଷାରେ ନିନ୍ଦା କରି କହିଛନ୍ତି, ମୁଖ୍ୟମନ୍ତ୍ରୀ ସବୁବେଳେ କୁହନ୍ତି, ଆଇନ ତା’ ବାଟରେ ଯିବ। ହେଲେ ଆଇନର ତଦନ୍ତକୁ ବାଟବଣା କରି ସରକାର ନିଜ ମନ୍ତ୍ରୀଙ୍କୁ ସୁରକ୍ଷା ଦେଉଛନ୍ତି। ପ୍ରତିବାଦରେ ଛାତ୍ର କଂଗ୍ରେସ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିଲାବେଳେ ପୋଲିସ କ୍ଷମତାର ଅପବ୍ୟବହାର କରି ମରଣାନ୍ତକ ଆକ୍ରମଣ କରୁଛି। ପୁଣି ଏକ ରାଜନୈତିକ ଦଳର କାର୍ଯ୍ୟାଳୟରେ ପଶି କର୍ମକର୍ତ୍ତାକୁ ମାଡ଼ ମାରିବା କେତେ ଦୂର ଆଇନ ସମ୍ମତ? ଏ ଆନ୍ଦୋଳନ ଏତିକିରେ ସରିନାହିଁ, ଆଗକୁ ଆହୁରି ତୀବ୍ର କରାଯିବ ବୋଲି ନିରଞ୍ଜନ କହିଛନ୍ତି।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ସରକାର ଶୁକ୍ରବାର ମାନବାଧିକାର ଦିବସ ପାଳନ କରୁଥିବାବେଳେ ଏପଟେ ଲାଠି ମାଡ଼ କରି ମାନବ ଅଧିକାର ଉଲ୍ଲଂଘନ କରିଛନ୍ତି। ଲାଠି ମାଡ଼ କରିଥିବା ପୋଲିସ ଅଫିସରଙ୍କ ବିରୋଧରେ ଧାରା ୩୦୭ ଅନୁଯାୟୀ ଆପରାଧିକ ମାମଲା ରୁଜୁ କରି ଦଣ୍ଡ ଦିଆଯାଉ। ନଚେତ୍‌ ଉପାନ୍ତ ଅଞ୍ଚଳରେ ପୋଲିସ ଉପରେ ଆସ୍ଥା ହରାଇ ମାଓବାଦୀ ହେବାପରି ଏଠାରେ ମଧ୍ୟ ପୋଲିସ ଉପରୁ ଆସ୍ଥା ତୁଟିଯିବ। ଆଉ ଯଦି ଅସନ୍ତୋଷ ଉଗ୍ରରୂପ ନିଏ, ତା’ହେଲେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦାୟୀ ରହିବେ। ଏଥିପାଇଁ କଂଗ୍ରେସ ମାନବାଧିକାର କମିଶନର ଦ୍ୱାରସ୍ଥ ହେବ ବୋଲି କହିଛନ୍ତି। ସେହିପରି ପୋଲିସ ଗାଡ଼ି ପୋଡ଼ି ଉଦ୍ୟମ ଆରୋପକୁ ନରସିଂହ ଏଡ଼ାଇଯାଇ କହିଛନ୍ତି, କମିଶନରେଟ ପୋଲିସର ଏହା ମନଗଢ଼ା କାହାଣୀ। ଯଦି ଭିଡ଼ ଅନିୟନ୍ତ୍ରିତ ହେଲା, ଆଇନର ବିଭିନ୍ନ ପ୍ରକ୍ରିୟା ଅନୁଯାୟୀ ପୋଲିସ ପ୍ରଥମେ ଭିଡ଼କୁ ବେଆଇନ ଘୋଷଣା କରିଥାନ୍ତା। ତା’ପରେ ପାଣି ମାଡ଼ରେ ଆନ୍ଦୋଳନକାରୀ ନ ହଟିଲେ ଲାଠି ଉଠେଇ ଡରେଇ ଥାନ୍ତା। ସେଥିରେ ଯଦି ଆୟତ୍ତ କରିପାରି ନ ଥାନ୍ତା, ତେବେ ଆନ୍ଦୋଳନକାରୀଙ୍କ ଅଣ୍ଟା ତଳକୁ ମୃଦୁ ଲାଠି ଚାଳନା କରାଯାଇଥାନ୍ତା। କିନ୍ତୁ ଶୁକ୍ରବାର ପୋଲିସ ବେଆଇନ ଭାବେ ଛାତ୍ର କଂଗ୍ରେସ କାର୍ଯ୍ୟକର୍ତ୍ତା ଓ ସାଧାରଣ ଜନତାଙ୍କ ମୁଣ୍ଡକୁ ଲାଠିରେ ପିଟି ରକ୍ତ ବୁହାଇବା ଦଣ୍ଡନୀୟ ଅପରାଧ। ଓଡ଼ିଶା ହାଇକୋର୍ଟ ଲେଙ୍ଗୁ ମିଶ୍ର ବନାମ ଓଡ଼ିଶା ସରକାର ମାମଲାର ରାୟ ପରିପ୍ରେକ୍ଷୀରେ ଅଣ୍ଡାମାଡ଼ ଅଭିଯୋଗରେ ପୋଲିସ କୌଣସି ଛାତ୍ର କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରିବ ନାହିଁ। ବିଜୁ ପଟ୍ଟନାୟକଙ୍କ ଉପରେ ସଚିବାଳୟରେ ଆକ୍ରମଣ ହେଲା। କିନ୍ତୁ ସେତେବେଳେ ବିଜୁ ପଟ୍ଟନାୟକ କହିଥିଲେ, ‘ଗୁଳି ମୋ ପକେଟରେ, ବନ୍ଧୁକ ପୋଲିସ ହାତରେ।’ କଳାହାଣ୍ଡିରେ ଯେତେବେଳେ ତାଙ୍କ ଉପରେ ପଥର ମାଡ଼ ହେଉଥିଲା, ସେତେବେଳେ ସୁରକ୍ଷାକର୍ମୀଙ୍କୁ ସାମ୍ନାରୁ ହଟିଯିବାକୁ କହିବା ସହ ପରବର୍ତ୍ତୀ ସମୟରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏସବୁ ହିଁ ଜଣେ ଉତ୍ତମ ରାଜନେତାଙ୍କ ଗୁଣବତ୍ତାର ପରିଚୟ। କିନ୍ତୁ ନବୀନବାବୁ ତାଙ୍କ ପୁଅ ହିସାବରେ ଅନ୍ତତଃ କିଛି ଶିକ୍ଷାଲାଭ କରନ୍ତୁ ବୋଲି ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri