Posted inRasifala

ରାଶିଫଳ: ଶନିବାର, ନଭେମ୍ବର ୨୭ ତାରିଖ – Daily Horoscope

ମେଷ
ଆଜି କୃତିକା ନକ୍ଷତ୍ର ସକାଶେ ଜଣେ ବାଲ୍ୟବନ୍ଧୁ ମିଶିବାକୁ ଆସିବାର ସୂଚନା ରହିଛି। ଯଦ୍ୱାରାକି ଆପଣଙ୍କ କାମ ତାହାଙ୍କ ଦ୍ୱାରା ହାଲୁକା ହୋଇଯିବାର ବହୁତ ସମ୍ଭାବନା ରହିଛି। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଶାରୀରିକ ଅସୁସ୍ଥତା କେତେକ ପ୍ରତିବନ୍ଧକର କାରଣ ହୋଇପାରେ।
ବୃଷ
ବୃଷ
ରୋହିଣୀ ନକ୍ଷତ୍ର ସକାଶେ କର୍ମକ୍ଷେତ୍ରରେ ପରିସ୍ଥିତି ଜଟିଳ ହେବ ନାହିଁ। ପୂର୍ବଯୋଜନା ଅନୁସାରେ ପ୍ରିୟଜନ ମାନଙ୍କ ସହ ସୁଖଭ୍ରମଣ ଯୋଗ ରହିଛି। ବହୁପୂର୍ବରୁ ପରିକଳ୍ପିତ ନୂତନ ଯୋଜନାରେ କୃତକାଯର୍‌ୟ ହେବେ ଏବଂ ଆଶା ମଧ୍ୟ ପୂରଣ ହୋଇଯିବ। ପାରିପାଶ୍ୱିକ ପରିସ୍ଥିତି ରୋହିଣୀ ନକ୍ଷତ୍ର ସକାଶେ ଆଜି ବହୁତ ଭଲ ରହିବ।
ମିଥୁନ
ମିଥୁନ
ସମ୍ପର୍କୀୟଙ୍କ ସହାୟତାରେ ପାରିବାରିକ ସମସ୍ୟା ସମାଧାନ ହୋଇଯିବ। ସ୍ବାସ୍ଥ୍ୟ ପ୍ରତି ନଜର ଦେଇ କାମ କରନ୍ତୁ,ଅନ୍ୟଥା ପରେ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡିପାରେ ପାଖ,ପଡୋଶୀ କେହି ପ୍ରତିବାଦର ସ୍ବର ଉଠାଇଲେ ମଧ୍ୟ କିଛି ଅସୁବିଧା ହେବନି। ଆରଦ୍ରା ନକ୍ଷତ୍ର ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରି ପାରନ୍ତି।
କର୍କଟ
କର୍କଟ
ପୁନର୍ବସୁ ନକ୍ଷତ୍ର ପ୍ରତ୍ୟେକ କ୍ଷେତ୍ରରେ ବିଭିନ୍ନ ଦିଗରୁ ପ୍ରତିବନ୍ଧକକୁ ସାମନା କରିବାକୁ ପଡିବ। ପରିବାରର ଅନାବଶ୍ୟକ ଖର୍ଚ୍ଚ ସଙ୍ଗକୁ ବିଳମ୍ବିତ କର୍ମ ସକାଶେ ଚିନ୍ତିତ ରହିପାରନ୍ତି। କର୍ମକ୍ଷେତ୍ରରେ ଆଦେଶପ୍ରାପ୍ତ ହୋଇ ଆକସ୍ମିକ ଭାବରେ ଦୂରଯାତ୍ରା କରିବାକୁ ପଡିପାରେ। ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିପାରିଲେ କାମ ହାସଲରେ ସମର୍ଥ ହେବେ।
ସି˚ହ
ସି˚ହ
ପ୍ରିୟବନ୍ଧୁଟି ସାଧାରଣ କଥାରେ ଅଭିମାନ କରି ଅନ୍ୟ କାହା ମାଧ୍ୟମରେ ଆପଣଙ୍କୁ ମିଶିବାର ପ୍ରଯନତ୍ କରିବ। ପ୍ରିୟଜନଙ୍କ ସହ ସାଧାରଣ ଟିକିଏ କଥା ହେବା ପାଇଁ ମଧ୍ୟ ଅବସର ପାଇବେ ନାହିଁ। ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବ। ପୂର୍ବାଫାଲଗୁନୀ ସ୍ବାର୍ଥତ୍ୟାଗ ପୂର୍ବକ ନିରଳସ କାମ ଜରିଆରେ ପ୍ରଶଂସା ପାଇପାରନ୍ତି।
କନ୍ୟା
ଆପଣଙ୍କର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି, ବ୍ୟବସାୟ ଓ ଯାତ୍ରା ପ୍ରଭୃତି ପ୍ରତ୍ୟେକ କାମ ସୁବିଧାରେ ସମ୍ପନ୍ନ ହେବ। ଚିତ୍ରା ନକ୍ଷତ୍ର କେତେକ କ୍ଷେତ୍ରରେ ଭଲ କରିବାକୁ ଯାଇ ଅପଦସ୍ତ ହେବେ। ଚିନ୍ତା କରିଥିବା କାମଗୁଡିକ ଓଲଟା ହେବାର ଆଶଙ୍କା ରହିଛି। ଅନ୍ୟମନସ୍କତା ମଧ୍ୟରେ ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନୀ ଘଟିପାରେ।
ତୁଳା
ତୁଳା
ଶୁଭଭାବସ୍ଥ ବୃହସ୍ପତିଙ୍କ ପ୍ରଭାବରୁ ଅର୍ଥ, ସମ୍ମାନ ପ୍ରାପ୍ତି ସହ ପଦମର୍ଯ୍ୟଦା ବୃଦ୍ଧି ପାଇବ। ଆଜି ବିଶାଖା ନକ୍ଷତ୍ରର ପାରିବାରିକ କ୍ଷେତ୍ରରେ ଅର୍ଥ ସମସ୍ୟାକୁ କେନ୍ଦ୍ରକରି ଟେନ୍ସନ ବଢିଯିବ। ପରିବାର ଭିତରେ କିଛି କହି ପାରୁନଥିବେ କିମ୍ବା କରିବାର ମଧ୍ୟ ଉପାୟ ନଥିବ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁନାହିଁ।
ବିଛା
ବିଛା
ଅନୁରାଧା ନକ୍ଷତ୍ର ସକାଶେ ଅତୀତର କୃତ କର୍ମ ସକାଶେ ଅନୁତାପ କରିବାକୁ ପଡିବ। ପୁନଶ୍ଚ ଘରେ ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ। ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭକରିବାକୁ ମନ ବଳାଇବେ। ପୂର୍ବରାଗକୁ ଶୁଝାଇବାକୁ ଯାଇ ନିକଟ ସମ୍ପର୍କୀୟମାନେ ପାଖ ମାଡିବେ ନାହିଁ।
ଧନୁ
ଧନୁ
ମଳା ନକ୍ଷତ୍ର ପାଇଁ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢିପାରେ। ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବ ଏବଂ କୌଣସି କାମ କରିବାକୁ ଇଛା ମଧ୍ୟ ନହୋଇପାରେ। କୌଣସି ଯୋଜନାରମ୍ଭ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ଅଫିସ୍‌ରେ କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି।
ମକର
ମକର
ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି ହୋଇପାରେ। ଉଚ୍ଛରଷାଢା ନକ୍ଷତ୍ରର କର୍ମକ୍ଷେତ୍ରରେ ଚେଷ୍ଟା କରୁଥିବା କାମଟି ଅସମ୍ପୂର୍ଣ୍ଣ ରହଯିବ। ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ। ଜମିଜମା ବିବାଦର ସମାଧାନ ଆଜି ଅପରାହ୍ନରେ ହୋଇପାରିବ।
କୁମ୍ଭ
କୁମ୍ଭ
ପ୍ରତିବେଶୀଙ୍କ ସୌହାର୍ଦ୍ଧ୍ୟରୁ ଉପକୃତ ହେବେ ଏବଂ ଆନୁସଙ୍ଗତ୍କ ସୁବିଧା ସୁଯୋଗ ଅବଶ୍ୟ ପାଇବେ। ପୂର୍ବଭାଦ୍ରବ ନକ୍ଷତ୍ରର ଶିଳ୍ପ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ବିଭିନ୍ନ ସୂତ୍ରରୁ ରୋଜଗାର କରିବେ ଏବଂ ଆର୍ଥିକ ସ୍ଥିତି ସୁଦୃଢ ରହିବ। ଦିନଟିରେ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ।
ମୀନମୀନ
ସକାଳୁ ସକାଳୁ ଶୁଭ ଖବର ପାଇ ମନୋବଳ ବୃଦ୍ଧି ପାଇବ। କିନ୍ତୁ ଉତରଭାଦ୍ରବ ନକ୍ଷତ୍ରର ବାକ୍‌ ଅସଂଯମତା ଯୋଗୁଁ ସୁସମ୍ପର୍କ ବ୍ୟାହତ ହୋଇପାରେ। ପ୍ରତ୍ୟେକ ସ୍ତରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ। ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ କାମ କରିପାରନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଡିସେମ୍ବର ୩୧ ତାରିଖ – Daily Horoscope

ମେଷ ଆଜିର ଜନ୍ମ ଚନ୍ଦ୍ର ପ୍ରଭାବରେ ପ୍ରତ୍ୟୁଷ ଯାତ୍ରାରେ ସମସ୍ୟାର ସମ୍ମୁଖୀନ ହେବେ। ଉତ୍ତମ ବୁଝାମଣା ଏବଂ ଉତ୍ସାହଜନିତ ପାରିବାରିକ ଜୀବନ ସୁମଧୁର ହେବ। କାର୍ଯ୍ୟକୁଶଳତା...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୩୦ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ ପରିସ୍ଥିତିରେ ସ୍ଥିର ନିଷ୍ପତ୍ତି ନେବାରେ ବନ୍ଧୁଙ୍କ ପୃଷ୍ଠପୋଷକତା ସହାୟକ ହେବ। ପରିବାରରେ ପୂର୍ବ ସ୍ଥିରୀକୃତ ଯାନ୍ତ୍ରିକ ଜିନିଷ ତଥା ଗୃହୋପକରଣ କିଣିବାକୁ...

ରାଶିଫଳ: ସୋମବାର, ଡିସେମ୍ବର ୨୯ ତାରିଖ – Daily Horoscope

ମେଷ ଆଜି ପ୍ରିୟ ବ୍ୟକ୍ତିଟିର ଅନୁପସ୍ଥିତି ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ଅଯାଚିତ ଭାବେ ପାଇ ଖୁସି ହୋଇଯିବେ। ଉପରିସ୍ଥଙ୍କ...

ରାଶିଫଳ: ରବିବାର, ଡିସେମ୍ବର ୨୮ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଚତୁର୍ଥ କେନ୍ଦ୍ରରେ ବୃହସ୍ପତି କର୍ମକ୍ଷେତ୍ର ଓ ପାରିବାରିକ ଜୀବନର ବ୍ୟତିକ୍ରମକୁ ସୁଧାରି ନେବେ। ନିଜର ସମ୍ପର୍କୀୟମାନଙ୍କ କୌଣସି ଘରୋଇ ସମସ୍ୟା ବିଷୟରେ ଚିନ୍ତିତ...

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri