Posted inଜାତୀୟ

ପଞ୍ଜାବରେ ବଦଳିଲା ରାଜନୈତିକ ସମିକରଣ: ଭାଜପା ହୋଇପାରେ ଗେମ ଚେଞ୍ଜର, ୭୭ ଆସନରେ ପଡିପାରେ ପ୍ରଭାବ

ଚଣ୍ଡିଗଡ,୨୦ ।୧୧: ଗୁରୁପର୍ବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିନେବା ଘୋଷଣା କରିବା ପରେ ପଞ୍ଜାବ ରାଜନୀତିର ସମିକରଣ ବଦଳି ଯିବା ପରି ଲକ୍ଷ୍ୟ କରାଯାଇଛି । ଆଗାମୀ ୨୦୨୨ରେ ହେବାକୁ ଥିବା ୧୧୭ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା) ଗେମ ଚେଞ୍ଜର ହୋଇପାରେ ବୋଲି କୁହାଯାଉଛି । ଏହାର ଆଉ ଏକ ବଡ କାରଣ ହେଉଛି ରାଜ୍ୟର କୃଷି କାର୍ଯ୍ୟ କରୁଥିବା ୭୫ ପ୍ରତିଶତ ଜନସଂଖ୍ୟାର ୭୭ ବିଧାନସଭା ଆସନରେ ଏହି ନୂଆ କୃଷି ଆଇନ ଅଧିକ ପ୍ରଭାବ ପକାଇଥାଆନ୍ତା । ହେଲେ ଏବେ ଏହା ବଦଳି ଯାଇଛି । ତେଣୁ ଆଗାମୀ ନିର୍ବାଚନରେ ଭାଜପା ଏହି ଆସନରେ ତା’ର ଲାଭ ଉଠାଇପାରେ ବୋଲି କୁହାଯାଉଛି ।
କୃଷି ଆଇନକୁ ନେଇ ପଞ୍ଜାବର ରାଜନୀତି ଭାଜପା ପାଇଁ କଠିନ ହୋଇଯାଇଥିଲା । ପାର୍ଟି ନେତାଙ୍କୁ ଲଗାତାର ଭାବେ କୃଷକମାନେ ବିରୋଧ କରି ଆସୁଥିଲେ । ନେତାଙ୍କ ଘର ବାହାରେ କୃଷକମାନେ ଡେରା ପକାଇଥିଲେ । ସଡ଼କ ଉପରକୁ ଆସୁଥିବା ନେତାଙ୍କୁ ବି କୃଷକଙ୍କ ବିରୋଧର ସାମ୍ନା କରିବାକୁ ପଡୁଥିଲା । ନିକଟରେ ସେଠାରେ ହୋଇଥିବା ନଗର ନିଗମର ନିର୍ବାଚନରେ କୃଷକଙ୍କ ବିରୋଧ ଯୋଗୁ ଦଳକୁ ପ୍ରାର୍ଥୀ ମିଳିବା ବି କଷ୍ଟକର ବ୍ୟାପାର ହୋଇ ଯାଇଥିଲା । ବାଧ୍ୟ ହୋଇ ଦଳ କେତେଜଣ ପଦାଧିକାରୀଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲା । ଏହି ସମୟରେ କୃଷି ଆଇନକୁ ପ୍ରତ୍ୟାହାର କରିନେବା ଜରୁରୀ ଥିଲା । କରତାରପୁର କରିଡର ଖୋଲିବା ଠାରୁ ପଞ୍ଜାବର ଅନ୍ୟ ସମସ୍ୟାକୁ ନେଇ କେନ୍ଦ୍ରୀୟ ନେତୃତ୍ୱ ଲଗାତାର ଭାବେ ପଞ୍ଜାବର ନେତାଙ୍କଠାରୁ ଫିଡବ୍ୟାକ ବି ନେଉଥିଲେ । ଏହାକୁ ନେଇ ଦିଲ୍ଲୀରେ କିଛି ବୈଠକ ବି ଆୟୋଜନ କରାଯାଇଥିଲା । ନିକଟରେ ପଞ୍ଜାବ ନେତାଙ୍କ ଏକ ପ୍ରତିନିଧିମଣ୍ଡଳ ପ୍ରଧାନମନ୍ତ୍ରୀ ନରନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସହ ସାକ୍ଷାତ୍ କରି ପଞ୍ଜାବରେ ପରିବର୍ତ୍ତିତ ରାଜନୈତିକ ସମିକରଣର ସୂଚନା ଦେଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିନେବା ଘୋଷଣା କରିବା ପରେ ଏବେ ପଞ୍ଜାବ ରାଜନୀତିର ସମିକରଣ ବଦଳି ଯାଇଥିବା କୁହାଯାଉଛି । ତେଣୁ ଏବେ ଭାଜପା ପଞ୍ଜାବ ରାଜନୀତିରେ ଗେମ ଚେଞ୍ଜର ହୋଇପାରେ ବୋଲି ଅନୁମାନ କରାଗଲାଣି ।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ପୁଟିନଙ୍କ ବାସଭବନକୁ ୟୁକ୍ରେନର ଡ୍ରୋନ୍ ମାଡ଼; ଏପରି ପ୍ରତିକ୍ରିୟା ଦେଲେ ଜେଲେନସ୍କି

ନୂଆଦିଲ୍ଲୀ,୨୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ୟୁକ୍ରେନ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଥିବା ରୁଷିଆ ଦାବି କରିଛି। ତେବେ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା...

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ ,୨୯।୧୨: ଶକ୍ତିଶାଳୀ ହେବ ଭାରତୀୟ ସେନା। ନାଲି ଆଖି ଦେଖାଇଲେ ମିସାଇଲ ମାଡ଼ କରିବ ଭାରତ। ଦେଶର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା...

ଜାନୁଆରୀ ୫ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଏହିଦିନ ହେବ ପଞ୍ଜୀକରଣ

ଭୁବନେଶ୍ୱର,୨୯।୧୨: ଆସନ୍ତା ସୋମବାର ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ ନଗର,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri