ପୋଲ ଥାଇ ବି ବାଉଁଶ ଚାର ଭରସା

ବନ୍ତ,୨୫।୧୦(ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ବ୍ଲକ ବଡ଼ମହିଷଗୋଠ ପଞ୍ଚାୟତର ଟିକିରା-ଶ୍ରୀରାମପୁର ଗ୍ରାମକୁ ସଂଯୋଗୀକରଣ ନିମନ୍ତେ ସାଳନ୍ଦୀ ନଦୀ ଉପରେ ନିର୍ମିତ ବିଜୁ ସେତୁ ଲୋକଙ୍କ କାମରେ ଆସୁନି। ଅବଧି ସରିବା ପରେ ବହୁ ବିଳମ୍ବରେ ସେତୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। କିନ୍ତୁ ଉଭୟ ପାର୍ଶ୍ୱରେ କିଛି ଲୋକଙ୍କ ବ୍ୟକ୍ତିଗତ ଜମି ଥିବାରୁ ଆପ୍ରୋଚ ରୋଡ୍‌ ନିର୍ମାଣ ପାଇଁ ପ୍ରଶାସନ ଓ ଜମି ମାଲିକଙ୍କ ମଧ୍ୟରେ ଏକାଧିକ ବାର ଆଲୋଚନା ସତ୍ତ୍ୱେ ଏପର୍ଯ୍ୟନ୍ତ ସମାଧାନ ହୋଇପାରୁ ନାହିଁ। ଗତ ଜୁନ୍‌ରେ ଜାଗା ଚିହ୍ନଟ ହୋଇଥିଲେ ବି ଅଧିକ ପ୍ରାପ୍ୟ ପାଇବା ଆଶାରେ ଜମି ମାଲିକମାନେ ଜାଗା ଛାଡ଼ିବାକୁ ରାଜି ହେଉନାହାନ୍ତି। ଫଳରେ ନଦୀ ପାର ହେବା ପାଇଁ ଅସ୍ଥାୟୀ ବାଉଁଶ ଚାରକୁ ଲୋକେ ଭରସା କରିଛନ୍ତି।
ପ୍ରକାଶ ଯେ, ଏହି ଅଞ୍ଚଳର ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ଆଗରପଡ଼ା ବଜାରକୁ ଆସିବା ପାଇଁ ସାଳନ୍ଦୀ ନଦୀ ବାଧକ ହେଉଥିବାରୁ ସ୍ଥାନୀୟ ଜନସାଧାରଣଙ୍କ ଦାବି କ୍ରମେ ଏମ୍‌ପି ଓ ବିଧାୟକଙ୍କ ସହଯୋଗରେ ଏଠାରେ ବିଜୁ ସେତୁ ନିର୍ମାଣ ପାଇଁ ୪ କୋଟି ୨୧ ଲକ୍ଷ ୯୨ ହଜାର ୪୨୦ ଟଙ୍କାର ପ୍ରକଳ୍ପ ମଞ୍ଜୁର ହୋଇଥିଲା। ପୋଲ ନିର୍ମାଣ ଲାଗି ଟେଣ୍ଡର ପ୍ରକ୍ରିୟା ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ। ୨୦୧୬ ଫେବୃଆରୀ ୪ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୨୦୧୭ ଅକ୍ଟୋବର ୩ରେ ଶେଷ ହେବାର ଥିଲା। କିନ୍ତୁ ଅବଧି ଶେଷ ହେବା ପରେ ବିଳମ୍ବରେ ତଥା ୨୦୨୦ ଜୁନ୍‌ ବେଳକୁ କାମ ସରିଥିଲା। ଏହି ପୋଲ ନିର୍ମାଣ ହେଲେ ଶ୍ରୀରାମପୁର, ଗୋପୀନାଥପୁର, ଟିକିରା ଆଦି ଗ୍ରାମର ୮ ହଜାର ଲୋକେ ଉପକୃତ ହେବେ ବୋଲି ଫଳକରେ ଉଲ୍ଲେଖ କରାଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପୋଲ ନିର୍ମାଣ ସରିଥିଲେ ମଧ୍ୟ ଏଯାଏ ଆପ୍ରୋଚ୍‌ ରୋଡ୍‌ ନିର୍ମାଣ ହୋଇପାରି ନ ଥିବାରୁ ନଦୀରେ ଭରା ପାଣି ସମୟରେ ଛାତ୍ରୀଛାତ୍ର ବହୁ କଷ୍ଟରେ ସ୍କୁଲ, କଲେଜକୁ ଆସୁଥିବା ବେଳେ ବଜାରରେ ଦୋକାନ କରିଥିବା ବ୍ୟବସାୟୀ ଓ ସାଧାରଣ ଲୋକେ ବାଉଁଶ ଚାରରେ ନଦୀ ପାର ହୋଇ ଆଗରପଡ଼ା ବଜାରକୁ ଆସୁଛନ୍ତି। ଏ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ କୃଷ୍ଣପଦ ମହାନ୍ତିଙ୍କୁ ପଚାରିବାରୁ କହିଛନ୍ତି, ଟିକିରା ଗ୍ରାମକୁ ସଂଯୋଗ କରୁଥିବା ଆପ୍ରୋଚ ରୋଡ୍‌ ନିର୍ମାଣ ପାଇଁ ଜମି ମାଲିକମାନେ ଆବଶ୍ୟକ କାଗଜପତ୍ର ଜମା ଆରମ୍ଭ କରିଛନ୍ତି। ଆଉ ସପ୍ତାହେ ମଧ୍ୟରେ ଜମି ଅଧିଗ୍ରହଣ ହୋଇଯିବ। କିନ୍ତୁ ଶ୍ରୀରାମପୁର ଗ୍ରାମକୁ ସଂଯୋଗ କରୁଥିବା ଆପ୍ରୋଚ ରୋଡ୍‌ ଲାଗି ଜମି ମାଲିକମାନେ ଅଧିକ ମୂଲ୍ୟ ଦାବି କରୁଥିବାରୁ ଅଧିଗ୍ରହଣ ହୋଇପାରୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସସପେନ୍ସ ଶେଷ! ୨୦୨୭ ବିଶ୍ୱକପ ଖେଳିବେ କି ବିରାଟ କୋହଲି, କୋଚ କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲି ବିଜୟ ହଜାରେ ଟ୍ରଫିରେ ଏକ ଚମିତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ଆନ୍ଧ୍ର ବିପକ୍ଷରେ ୧୩୧ ରନର ଏକ...

ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ…ସମୁଦ୍ରରେ ଭାସି ଆସିଲା ମହାପ୍ରଭୁଙ୍କ ବିଗ୍ରହ, ଦୟନୀୟ ଅବସ୍ଥାରେ ଉଦ୍ଧାର

ପୁରୀ ୨୫/୧୨( ଅଜିତ୍ କୁମାର ସାହୁ): ପୁଣି ମହାପ୍ରଭୁଙ୍କୁ ଅପମାନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ସମୁଦ୍ରରେ ଭାସିଵାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ...

ଭାରତକୁ ନେଇ ଏମିତି କହିଦେଲା ଚାଇନା: ବିଶ୍ୱରେ ଖେଳିଗଲା ଚାଞ୍ଚଲ୍ୟ, ଆମେରିକା….

ନୂଆଦିଲ୍ଲୀ,୨୫।୧୨: ଭାରତ-ଚାଇନା ସମ୍ପର୍କକୁ ନେଇ ଆମେରିକାର ପ୍ରତିରକ୍ଷା ବିଭାଗ (ପେଣ୍ଟାଗନ)ର ଏକ ସାମ୍ପ୍ରତିକ ରିପୋର୍ଟକୁ ଦେଖି ଚାଇନା ରାଗିଯାଇଛି। ରିପୋର୍ଟରେ କୁହାଯାଇଛି, ଚାଇନା ଦ୍ୱିପାକ୍ଷିକ ସମ୍ପର୍କକୁ...

ସର୍ବଭାରତୀୟ ନାଟକ ସମାରୋହ ଉଦ୍‌ଘାଟିତ: ଆଜି ମଞ୍ଚସ୍ଥ ହେବ ‘ମାଗୁଣିର ଶଗଡ଼’

ବଲାଙ୍ଗୀର,୨୫ା୧୨(ସୁନିଲ କୁମାର ମହାନ୍ତି): ସର୍ବଭାରତୀୟ ବହୁଭାଷୀ ନାଟକ ସମାରୋହ ମଠଖାଇ ମହୋତ୍ସବ ଗୁରୁବାର ଉଦ୍‌ଘାଟିତ ହୋଇଛି। ସକାଳେ ବଲାଙ୍ଗୀର ସହର ଉପକଣ୍ଠ ମଠଖାଇ ମନ୍ଦିରରୁ ନାଟ୍ୟ...

ଚିନ୍ତାଜନକ ସ୍ଥିତି! ଦିଲ୍ଲୀକୁ ଟପିଲା ବାଲେଶ୍ବର, ଦେଶର ସବୁଠାରୁ ଅଧିକ ପ୍ରଦୂଷିତ ସହର…

ଭୁବନେଶ୍ବର,୨୫।୧୨: ଗତ କିଛିଦିନ ପୂର୍ବରୁ ଜାତୀୟ ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ଚିନ୍ତାଜନକ ଥିଲା । ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ସ୍କୁଲ ମଧ୍ୟ ବନ୍ଦ ରଖାଯାଇଥିଲା...

‘ନା ପୋଷ୍ଟ, ନା ଲାଇକ, ନା କମେଣ୍ଟ, ଏବେ ସେନାକୁ ଇନଷ୍ଟାଗ୍ରାମରେ କେବଳ ରିଲ ଦେଖିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ସୋସିଆଲ ମିଡିଆ ବ୍ୟବହାର ସମ୍ପର୍କରେ ଏହାର ନୀତି ସଂଶୋଧନ କରିଛି। ନୂତନ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଅନୁଯାୟୀ, ସେନା ସୈନିକ ଏବଂ ଅଧିକାରୀମାନେ...

ଏଣିକି ଘରର ଝିଅ-ବୋହୂଙ୍କୁ ସ୍ମାର୍ଟଫୋନ୍‌ ମନା, ବ୍ୟବହାର କରିବେ ପୁରୁଷ

ଜୟପୁର,୨୫ା୧୨: ଏଣିକି ଘରର ଝିଅ-ବୋହୂ ବ୍ୟବହାର କରିପାରିବେନି ସ୍ମାର୍ଟଫୋନ୍‌। ମାତ୍ର ଏହାକୁ ଘରର ପୁରୁଷମାନେ ବ୍ୟବହାର କରିପାରିବେ। ଘରର ମହିଳାମାନେ କେବଳ କି-ପ୍ୟାଡ୍‌ ଫୋନ୍‌ ବ୍ୟବହାର...

ପ୍ରଭୁ ଯିଶୁଙ୍କ ଧରାବତରଣ, ଉତ୍ସବମୁଖର ଜି.ଉଦୟଗିରିର ଚର୍ଚ୍ଚ

ଜି.ଉଦୟଗିରି,୨୫/୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଖ୍ରୀଷ୍ଟ ସମ୍ପ୍ରଦାୟର ସବୁଠାରୁ ବଡ଼ ଉତ୍ସବ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ଆଜି ଅର୍ଥାତ ଡିସେମ୍ବର ୨୫ ତାରିଖରେ ସ୍ଥାନୀୟ ଅଞ୍ଚଳର ସମସ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri