ଦୃଷ୍ଟି ଆଢ଼ୁଆଳରେ ଚକ୍ରତୀର୍ଥ ପୀଠ, ସଂରକ୍ଷଣ ଲୋଡୁଛି

କେନ୍ଦୁଝର, ୨୪ା୧୦: କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡରେ ଥିବା ଚକ୍ରତୀର୍ଥ, ଗଡ଼ଚଣ୍ଡୀ ପର୍ଯ୍ୟଟନ କ୍ଷେତ୍ରରେ ପ୍ରାଚୀନ ବୌଦ୍ଧ ଓ ଜୈନ ପରମ୍ପରାର ଝଲକ ଦେଖିବାକୁ ମିଳେ। କିନ୍ତୁ ଏହି ସ୍ଥାନ ଗୁଡ଼ିକ ଅବହେଳିତ ହୋଇଥିବାରୁ ଜଙ୍ଗଲରେ ପଡ଼ିରହିଛି ଜୈନ ଓ ବୌଦ୍ଧ କୀର୍ତ୍ତିରାଜି। ତେବେ ଏସବୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଭଳି ସ୍ଥାନ ହୋଇଥବାରୁ ପ୍ରଶାସନ ଏହାକୁ ଦୃଷ୍ଟି ଦେଇ ଜୈନ ଏବଂ ବୌଦ୍ଧ କୀର୍ତ୍ତିରାଜି ସଂରକ୍ଷଣ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଶାନ୍ତ ପରିବେଶ ମଧ୍ୟରେ ରହିଛି ଚକ୍ରତୀର୍ଥ ଶୈବପୀଠ। ଆନନ୍ଦପୁର ଉପଖଣ୍ଡ କାଠକଟା ପଞ୍ଚାୟତ ଅଧୀନ ବଉଳା ପର୍ବତମାଳା ପାଦଦେଶରେ ରହିଛି ଏହି ପୀଠ। ଘଞ୍ଚ ପ୍ରାକୃତିକ ଜଙ୍ଗଲ ପରିବେଷ୍ଟିତ ଏହି ସ୍ଥାନରେ ବହୁ ପୁରାତନ ଶିବ ମନ୍ଦିର, ମଠ ଏବଂ ଜଳପ୍ରପାତ ରହିଛି। ମନ୍ଦିରର ରକ୍ଷଣାବେକ୍ଷଣ କରନ୍ତି ଜଣେ ବାବା। ଏଠାରେ ଥିବା ବାବାଙ୍କ ମଠରେ ସର୍ବଦା ଧୁନି ଜଳେ। ଘଞ୍ଚ ଅରଣ୍ୟ ସ୍ଥାନକୁ ହସ୍ତୀ ଅଭୟାରଣ୍ୟ ତଥା ଚକ୍ରତୀର୍ଥ ଜୈବ ମଣ୍ଡଳ ଭାବେ ସରକାର ସଂରକ୍ଷିତ କରିଥିବା ବେଳେ ଐତିହାସିକଙ୍କ ମତରେ ଏକଦା ଏହି ସ୍ଥାନଟି ଏକ ଜୈନକ୍ଷେତ୍ର ଭାବେ ପରିଚିତ ଥିଲା। ମନ୍ଦିର ନିକଟରେ ବୋହି ଯାଉଛି ଏକ ଝରଣା, ଯାହାକି ଏକ ଜଳପ୍ରପାତ ସଦୃଶ ପାଣି ଉପରୁ ଖସି ତଳେ ପଡ଼ି ପ୍ରବାହିତ ହେଉଛି। ଏହି ପାହାଡ଼ରେ ଭଗବାନ୍‌ ବିଷ୍ଣୁଙ୍କ ଦ୍ୱାରା ଚକ୍ରଭେଦ ହେବା ପରେ ଏକ ଝରଣା ସୃଷ୍ଟି ହୋଇଥିଲା ବୋଲି ଲୋକମୁଖରୁ ଶୁଣାଯାଏ। ଏଠାକାର ଶାନ୍ତ ପରିବେଶ ସମୟକ୍ରମେ ଜୈନ ଧର୍ମାବଲମ୍ବୀ ସାଧୁ ସନ୍ଥଙ୍କୁ ତପସ୍ୟା ଲାଗି ଆକୃଷ୍ଟ କରିଥିଲା। ପରବର୍ତ୍ତୀ ସମୟରେ ଏହି ସ୍ଥାନଟି ଚକ୍ରତୀର୍ଥ ନାମରେ ନାମିତ ହୋଇଥିଲା। ପାହାଡ଼ର ପାଦଦେଶରେ ତଥା ଝରଣା କୂଳରେ ରହିଛି ଚକ୍ରେଶ୍ୱର ମହାଦେବଙ୍କ ମନ୍ଦିର। ଝରଣା ଦେଇ ପାହାଡ଼ ଉପରକୁ ଏକ ପାଦ ଚଲା ରାସ୍ତା ଥିଲା। ଏହି ସ୍ଥାନରେ ଗରୁଡ଼ କୁଣ୍ଡ ଓ ଆକାଶ ଗଙ୍ଗା ନାମରେ ଏକ ଜଳାଶୟ ରହିଛି। ଏଠାରେ ଆଉ ଏକ କୁଣ୍ଡ ମଧ୍ୟ ଥିଲା, ଯାହାକୁ ଚକ୍ରକୁଣ୍ଡ ବୋଲି କୁହାଯାଏ। ଆଗରୁ ଶ୍ରଦ୍ଧାଳୁମାନେ ପାହାଡ଼ର ପ୍ରସ୍ତର ପାହାଚରେ ଚଢ଼ି ଚଢ଼ି ଯାଇ ସ୍ନାନ କରୁଥିଲେ ବୋଲି କୁହାଯାଏ। କିନ୍ତୁ ମହାବାତ୍ୟା ପରେ ପାହାଡ଼ରୁ ପଥର ଖସିବାରୁ ଏହି ରାସ୍ତାଟି ବନ୍ଦ ହୋଇଯାଇଥିବାବେଳେ ସେବେଠୁ ଉକ୍ତ ସ୍ଥାନକୁ ଯାତାୟାତ ବନ୍ଦ ହୋଇଯାଇଛି ।

ବଉଳା ପର୍ବତମାଳାର ଅନ୍ୟ ଏକ ପାର୍ଶ୍ୱରେ ରହିଛି ବୌଦ୍ଧତନ୍ତ୍ର ଯୁଗର ଗଡ଼ଚଣ୍ଡୀ ମନ୍ଦିର। ଏଠାକାର ପାହାଡ଼ ଗୁମ୍ଫାରେ ଦେବୀ ଚାମୁଣ୍ଡା ପୂଜା ପାଇ ଆସୁଥିବା ବେଳେ ପରବର୍ତ୍ତୀ ସମୟରେ ଏକ ମନ୍ଦିର ଗଢ଼ାଯାଇ ଦେବୀଙ୍କ ପୂଜାର୍ଚ୍ଚନା କରାଯାଇଆସୁଛି। ପରବର୍ତ୍ତୀ ସମୟରେ ଦେବୀଙ୍କ ଆଦେଶକ୍ରମେ ପାହାଡ଼ ତଳେ ପୂଜା ପାଇଆସୁଥିବା ସ୍ଥାନୀୟ ଲୋକ କଥା ରହିଛି। ୧୯୭୮ରେ ସ୍ଥାନୀୟ ଲୋକେ ଗଡ଼ଚଣ୍ଡୀ ଯୁବ ପରିଷଦ ଗଠନ କରି ଏହାର ରକ୍ଷଣାବେକ୍ଷଣ କରିଆସୁଛନ୍ତି। ୧୯୮୫ରେ ଏହି ମନ୍ଦିର ନିର୍ମାଣ କରାଯାଇଥିବା ବେଳେ ୧୯୯୮ରେ ଏହାକୁ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ମିଳଛି ା ପାହାଡ଼ ପାଦ ଦେଶରେ ଚିରସ୍ରୋତା ଝରଣା କୂଳରେ ଅବସ୍ଥିତ ଏହି ରମଣୀୟ ସ୍ଥାନକୁ ବର୍ଷତମାମ ପର୍ଯ୍ୟଟକ ଆସିଥାନ୍ତି। ଏହି ଅଞ୍ଚଳରୁ ବହୁ ବୌଦ୍ଧତନ୍ତ୍ର ସମୟର କଳାକୀର୍ତ୍ତି ଉଦ୍ଧାର କରାଯାଇ ବିଭିନ୍ନ ସ୍ଥାନରେ ରଖାଯାଇଛି। ସେହିପରି ଏହା ନିକଟରେ ରହିଛି ରାମଚଣ୍ଡି ମନ୍ଦିର, ପୋଡ଼ାସିଙ୍ଗିଡି; ଯେଉଁଠି ଜୈନ ଓ ବୌଦ୍ଧତନ୍ତ୍ର ଯୁଗର କଳାକୀର୍ତ୍ତିର ଅବଶେଷ ଏବେ ମଧ୍ୟ ଦେଖିବାକୁ ମିଳେ। ଏହି ଅଞ୍ଚଳ ବିଷୟରେ ଅଧିକ ଗବେଷଣା ହେବା ଆବଶ୍ୟକ। ଏହାକୁ ନେଇ ବହୁ ଲେଖା ପ୍ରକାଶିତ ହୋଇଥିଲାବେଳେ ସରକାରଙ୍କ ପକ୍ଷରୁ ପ୍ରତ୍ନତତ୍ତ୍ୱ ବିଭାଗ ଜରିଆରେ ଏହି ସ୍ଥାନର ଖନନ କରାଗଲେ ଲୁଚି ରହିଥିବା ବହୁ ତଥ୍ୟ ଲୋକଲୋଚନକୁ ଆସିପାରିବ ବୋଲି ଗବେଷକ ଡ. କୃଷ୍ଣଚନ୍ଦ୍ର ନାୟକ କୁହନ୍ତି ।

ନରେଶ ଚନ୍ଦ୍ର ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଟି-୨୦ ବିଶ୍ୱକପ ପାଇଁ ଏହି ଦିନ ଘୋଷଣା ହେବ ଟିମ ଇଣ୍ଡିଆ, ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୧୯।୧୨: ଆସନ୍ତା ବର୍ଷ ଫେବୃଆରୀରେ ଭାରତ ଏବଂ ଶ୍ରୀଲଙ୍କାରେ ICC ପୁରୁଷ ଟି-୨୦ ବିଶ୍ୱକପ ୨୦୨୬ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଟିମ ଇଣ୍ଡିଆ କେବେ ଏବଂ...

କେଦାରନାଥ ଧାମରେ ଏ କଣ, ଡିସେମ୍ବର ମାସରେ ଦେଖାଯାଉନି….

ନୂଆଦିଲ୍ଲୀ,୧୯ା୧୨: ଡିସେମ୍ବର ମାସର ଅଧା ବିତିଯାଇଥିଲେ ମଧ୍ୟ ବାବା କେଦାରନାଥ ଧାମରେ ଏବେ ବି ତୁଷାରମୁକ୍ତ ଅଛି। ଏହି ସମୟ ମଧ୍ୟରେ କେଦାରନାଥ ଧାମ ସାଧାରଣତଃ...

ତହସିଲଦାରଙ୍କୁ ମିଳିଲା ପୁରୁଣା ଜମି କାଗଜପତ୍ର ମ୍ୟୁଟେସନ୍ କ୍ଷମତା; SOP ଜାରି କଲା ରାଜସ୍ୱ ବିଭାଗ

ଭୁବନେଶ୍ୱର,୧୯ା୧୨: ଜମିଜମା ସମ୍ବନ୍ଧୀୟ ଦୀର୍ଘ ଦିନର ମାମଲାକୁ ହ୍ରାସ କରିବା ପାଇଁ ଓଡ଼ିଶା ରାଜସ୍ୱ ବିଭାଗ ଏକ ବଡ଼ ପ୍ରଶାସନିକ ସଂସ୍କାର ଆଣିଛି। ପୁରୁଣା ପଞ୍ଜୀକୃତ...

ମେଧାବୃଦ୍ଧି ଯୋଜନାରେ ଛାତ୍ରବୃଦ୍ଧି ହାସଲ କରିବା ୧୪୯ ଛାତ୍ରୀଛାତ୍ରଙ୍କୁ ପଡିଲା ମହଙ୍ଗା, ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇ…

ଖୋର୍ଦ୍ଧା,୧୯।୧୨ (ପ୍ରଭାତ ପାଣିଗ୍ରାହୀ): ମିଥ୍ୟା ଆୟ ପ୍ରମାଣ ପତ୍ର ଏବଂ ଜାଲ ଜାତି ପ୍ରମାଣ ପତ୍ର ଦେଇ ଛାତ୍ରୀ ଛାତ୍ର ବୃତ୍ତି ଅର୍ଥ ହଡପ କରିଛନ୍ତି।...

ମଧୁମେହରେ ପ୍ରତି ୯ ସେକେଣ୍ଡରେ ଜଣଙ୍କର ମୃତ୍ୟୁ, 2050 ମସିହା ସୁଦ୍ଧା…

ନୂଆଦିଲ୍ଲୀ,୧୯ା୧୨: ଭାରତ ସମେତ ଅନେକ ପ୍ରମୁଖ ଦେଶ ପାଇଁ ମଧୁମେହ ଏକ ପ୍ରମୁଖ ସମସ୍ୟା ହେବାରେ ଲାଗିଛି । ଭାରତରେ ଏହି ରୋଗ ଏତେ ଦ୍ରୁତ...

୪୧ ବର୍ଷରେ ପୁଣି ମା’ ହେଲେ ଭାରତୀ: ଶୁଟିଂ ଯିବା ପୂର୍ବରୁ…

କମେଡିଆନ ଭାରତୀ ସିଂହ ପୁଣି ଥରେ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଭାରତୀ ତାଙ୍କର ଲୋକପ୍ରିୟ ଟିଭି ଶୋ ‘ଲାଫଟର୍‌...

ସ୍କୁଲରେ ପାଳନ ହେବନି ଶିଶୁଦିବସ, ଗୁରୁଦିବସ! ସରକାରଙ୍କୁ ଏପରି ଦାବି କଲେ ଶିକ୍ଷକ

ଭୁବନେଶ୍ୱର,୧୯ା୧୨: ୨୦୨୬ ମସିହା ପାଇଁ ପ୍ରକାଶ ପାଇଥିବା ବିଦ୍ୟାଳୟର ବାର୍ଷିକ ଛୁଟି ତାଲିକାରେ ଗୁରୁ ଦିବସ ଏବଂ ଶିଶୁ ଦିବସକୁ ‘ପାଳନୀୟ ଦିବସ’ ଭାବେ ସ୍ଥାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri