ମୃତ୍ୟୁ ସଂଖ୍ୟା-ଦୈନିକ ସଂକ୍ରମଣରେ ବ୍ରେକ୍‌…

ନୂଆଦିଲ୍ଲୀ,୪।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣର ତୃତୀୟ ଲହର ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ଆଗକୁ ଆସୁଥିବା ପାର୍ବଣରେ ଭିଡ଼ ଯୋଗୁ ପୁଣି ସ୍ଥିତି ସଙ୍କଟ ଜନକ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା କମିଲେ ପୁଣି ବଢୁଛି। ଲଗାତାର ୩ ଦିନ ଧରି ଦୈନିକ ସଂକ୍ରମଣ ୨୫ ହଜାର ତଳେ ରହିଛି।

ଗତ ୨୪ ଘଣ୍ଟାରେ ଦେଶରେ କରୋନାରେ ୧୮୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ୭୯୯ ରେ ପହଞ୍ଚିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୨୬ ହଜାର ୭୧୮ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୭.୮୭ ପ୍ରତିଶତ ରହିଛି। ଅପରପକ୍ଷରେ ୨ ଲକ୍ଷ ୬୪ ହଜାର ୪୫୮ ଜଣ ଚିକିତ୍ସିତ ହେଉଛନ୍ତି। ସାପ୍ତାହିକ ପଜିଟିଭ୍‌ ହାର ୨.୫୭ ପ୍ରତିଶତ ରହିଛି। ସକ୍ରିୟ ମାମଲା ୦.୯୦ ପ୍ରତିଶତରେ ପହଞ୍ଚିଛି।

ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୪୮ ହଜାର ୯୯୭ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୩ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୯୦ କୋଟି ୭୯ ଲକ୍ଷ ୩୨ ହଜାର ୮୬୧ ଜଣଙ୍କୁ ଟିକାଦାନ ସରିଛି। ଗତ ୨୪ ଘଣ୍ଟାରେ ୬୯ ଲକ୍ଷ ୩୩ ହଜାର ୮୩୮ ଜଣଙ୍କୁ ଟିକା ଦିଆଯାଇଛି। ଅପରପକ୍ଷରେ ଇତିମଧ୍ୟରେ ୫୭ କୋଟି ୧୯ ଲକ୍ଷ ୯୪ ହଜାର ୯୯୦ ଜଣ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟାରେ ୧୪ ଲକ୍ଷ ୨୯ ହଜାର ୨୫୮ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି।

ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୩୧ ଲକ୍ଷ ୨୧ ହଜାର ୨୪୭ ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି। ସେହିପରି ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୩୮ ଲକ୍ଷ ୧୦ ହଜାର ୪୫୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କେରଳରେ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। କେରଳରେ ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ୨୯୭ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ୭୪ ଛୁଇଁଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଜିତ ପାଓ୍ବାରଙ୍କ ଘରେ ପହଞ୍ଚିଲେ ସୁପ୍ରିୟା ସୁଲେ

ବାରାମତି,୭।୫: ଲୋକ ସଭା ନିର୍ବାଚନ ୦୨୪ର ତୃତୀୟ ପର୍ଯ୍ୟାୟରେ ମଙ୍ଗଳବାର ବାରାମତି ଆସନରେ ମଧ୍ୟ ମତଦାନ ଚାଲିଛି। ଏହି ଆସନ ଜାତୀୟ ସ୍ତରରେ ଆଲୋଚନାର ବିଷୟ...

୧୦୦ରୁ ୧୧୦୦ କୋଟି କେମିତି ହେଲା? କେଜ୍‌ରିୱାଲଙ୍କ ଆବେଦନ ଉପରେ ଇଡିକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୭।୫: ଦିଲ୍ଲୀ ଏକ୍ସାଇଜ ପଲିସି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ଇଡିଙ୍କୁ...

ଉତ୍ତରରୁ ଦକ୍ଷିଣ, କ’ଣ ୪୦୦ ପାରର ଗଣିତ, ମୋଦି କହିଲେ ଭିତିରି କଥା

ନୂଆଦିଲ୍ଲୀ,୭।୫: ଏଥର ଭାଜପା ଲୋକ ସଭା ନିର୍ବାଚନ ପାଇଁ ୪୦୦ପ୍ଲସ ସିଟ ସ୍ଲୋଗାନ ଦେଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ୨୦୨୪ରେ ଭାଜପାକୁ...

ଏହା ମୋର ଶେଷ ନିର୍ବାଚନ, ଭୋଟିଂ ପରେ ଦିଗବିଜୟ ସିଂଙ୍କ ବଡ ଘୋଷଣା

ନୂଆଦିଲ୍ଲୀ,୭।୫: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ ମତଦାନ ୭ ମେ’ରେ ଜାରି ରହିଛି। ମଙ୍ଗଳବାର ମୋଟ ୯୩ ନିର୍ବାଚନମଣ୍ଡଳୀରେ ମତଦାନ ଚାଲିଛି। ପ୍ରଧାନମନ୍ତ୍ରୀ...

ସିବିଆଇ ମାମଲାରେ ସିସୋଡିଆଙ୍କୁ ଝଟକା

ନୂଆଦିଲ୍ଲୀ,୭।୫: ଦିଲ୍ଲୀର ମଦ ନୀତି ପ୍ରସଙ୍ଗରେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି (ଏଏପି) ନେତା ମନୀଷ ସିସୋଡିଆଙ୍କୁ ବଡ ଝଯକା ଲାଗିଛି।...

‘ବାସ୍ତୁ ଅନୁଯାୟୀ ସଠିକ ଭାବରେ ନିର୍ମାଣ ହୋଇନାହିଁ’, ରାମ ମନ୍ଦିରକୁ ନେଇ ବିବାଦୀୟ ବୟାନ ଦେଲେ ରାମଗୋପାଳ ଯାଦବ

ଲକ୍ଷ୍ନୌ,୭।୫: ବରିଷ୍ଠ ସମାଜବାଦୀ ପାର୍ଟି ନେତା ରାମ ଗୋପାଳ ଯାଦବ ରାମ ମନ୍ଦିର ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ରାମ ମନ୍ଦିର ଉପରେ ମନ୍ତବ୍ୟ...

ଗୋଟିଏ କି ଦୁଇଟି ନୁହେଁ ୧୪ ଆସନରେ କାହିଁକି ପ୍ରାର୍ଥୀ ବଦଳାଇଲେ ମାୟାବତି

ଲକ୍ଷ୍ନୌ,୭।୫: ୨୦୨୪ ଲୋକ ସଭା ନିର୍ବାଚନ ମଧ୍ୟରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଏକ ବଡ ପଦକ୍ଷେପ ନେଇଛନ୍ତି। ସେ ବହୁଜନ ସମାଜ ପାର୍ଟି (ବିଏସପି)...

‘ସମ୍ବିଧାନର ସୁରକ୍ଷା ପାଇଁ ନିର୍ବାଚନ’, ତୃତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ଏମିତି କହିଲେ ପ୍ରିୟଙ୍କା-ରାହୁଲ

ନୂଆଦିଲ୍ଲୀ,୭।୫: ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri