ଜିଆଇ ଟ୍ୟାଗ୍‌ ଦୌଡ଼ରେ କୁଚିଣ୍ଡା ଲଙ୍କା

ସମ୍ବଲପୁର, ୩୦।୯(ବ୍ୟୁରେ): ସମ୍ବଲପୁର ଜିଲା କୁଚିଣ୍ଡା ଲଙ୍କା ଜିଆଇ (ଜିଓଗ୍ରାଫିକାଲ ଇଣ୍ଡିକେଶନ) ଟ୍ୟାଗ୍‌ ଦୌଡ଼ରେ ରହିଛି। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ରେଢ଼ାଖୋଲ ଏନ୍‌ଏସିରେ ଏକ୍‌ଜିକ୍ୟୁଟିଭ୍‌ ଅଫିସର ଥିବା ଆଇଏଏସ୍‌ (ଶିକ୍ଷାନବିସ) ଆଶୁତୋଷ କୁଲକର୍ନି ନିଜସ୍ବ ଉଦ୍ୟମରେ ଜିଆଇ ଟ୍ୟାଗ୍‌ ପାଇଁ ଆବେଦନ କରିଛନ୍ତି। ପୂର୍ବରୁ କୁଚିଣ୍ଡା ଉପଖଣ୍ଡରେ ଉତ୍ପାଦିତ ଲଙ୍କାର ଆକାର, ଆକର୍ଷଣକୁ ନେଇ ରାଜ୍ୟ ତଥା ରାଜ୍ୟ ବାହାର ଟ୍ରେଡରମାନେ ଏଠାକୁ କିଣିବାକୁ ଆସୁଥିଲେ। ଏବେ ଜିଆଇ ଟ୍ୟାଗ୍‌ ମିଳିଲେ ବଜାରରେ ଲଙ୍କାର ମାନ ଆହୁରି ବୃଦ୍ଧି ପାଇବ। ଏହା ଦ୍ୱାରା ଚାଷୀଙ୍କୁ ଉଚିତ ମୂଲ୍ୟ ମିଳିପାରିବ ବୋଲି ଆଶା କରାଯାଉଛି।
ଏ ସମ୍ପର୍କରେ ଓର୍‌ମାସ ଜିଲା ସଂଯୋଜକ ଶ୍ରୀମନ୍ତ ହୋତା କହିଛନ୍ତି, କୁଚିଣ୍ଡା ଅଞ୍ଚଳର ଚାଷୀମାନେ ମୁଖ୍ୟତଃ ଲଙ୍କାଚାଷ କରନ୍ତି। ରବି ଓ ଖରିଫ ସମୟରେ ପ୍ରାୟ ୭୮୪୫ ହେକ୍ଟର ଜମିରେ ଲଙ୍କା ଚାଷ ହୋଇଥାଏ। ୧୨ ହଜାର ଚାଷୀ ଲଙ୍କାଚାଷ କରି ରୋଜଗାର କରନ୍ତି। କୁଇଣ୍ଟାଲ ପିଛା ୩ ହଜାରରୁ ୩୫ ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରନ୍ତି। ସ୍ବାବଲମ୍ବୀ ହୋଇ ଚାଷ ପରିମାଣ ବୃଦ୍ଧି କରିବା ପାଇଁ କିଛିବର୍ଷ ହେବ ଲଙ୍କା ଗୁଣ୍ଡ ତିଆରି କରିବା ପ୍ଲାଣ୍ଟ ନିର୍ମାଣ କରାଯାଇଛି। ଏସ୍‌ଏଚ୍‌ଜି ମହିଳାମାନେ ତାଲିମ ନେଇ ଲଙ୍କାଗୁଣ୍ଡ ତିଆରି କରୁଛନ୍ତି। ଏହାକୁ କୁଇଣ୍ଟାଲ ପିଛା ୧୫ ହଜାର ଟଙ୍କାରେ ବିକ୍ରି କରୁଛନ୍ତି। ପ୍ଲାଣ୍ଟ ହେବା ଫଳରେ ଚାଷୀମାନେ ଉଚିତ ଦର ପାଇପାରୁଛନ୍ତି। ଏବେ ଅଧିକ ବଜାର ସୁବିଧା ପାଇଁ ଜିଆଇ ଟ୍ୟାଗ୍‌ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିଲାଗି ଏକ ଏଜେନ୍ସିର ସହଯୋଗ ନିଆଯାଇଛି। ଏଜେନ୍ସି କର୍ମକର୍ତ୍ତା କୁଚିଣ୍ଡା ଲଙ୍କା ଚାଷ କିଭଳି ହେଉଛି, କେତେ ପରିବାର ନିୟୋଜିତ ଅଛନ୍ତି, କେବେଠାରୁ ଆରମ୍ଭ ହୋଇଛି, ଲଙ୍କାର ମାନ ଓ ବଜାରରେ ଚାହିଦା ପ୍ରଭୃତି ଦିଗରେ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି। ଯଦି ଜିଆଇ ଟ୍ୟାଗ୍‌ ମିଳିଯାଏ ତା’ହେଲେ ଦେଶ ବାହାରେ ମଧ୍ୟ ବ୍ୟବସାୟ କରିହେବ। ଲଙ୍କାର ମାନ ବୃଦ୍ଧି ପାଇବ। ଚାଷୀମାନେ ଅଧିକ ମୂଲ୍ୟରେ ଲଙ୍କା ବିକ୍ରି କରିପାରିବେ ବୋଲି କହିଥିଲେ।
ଐତିହାସିକ ତଥ୍ୟ ଅନୁଯାୟୀ କୁଚିଣ୍ଡା ଅଞ୍ଚଳ ଅଣଜଳସେଚିତ। ଧାନ ଓ ଅନ୍ୟ ଫସଲ ପାଇଁ ଅଧିକ ପାଣିର ଆବଶ୍ୟକ ପଡିଥାଏ। ତେଣୁ ବାରମ୍ବାର ମରୁଡ଼ି ଓ ଜଳ ନିଅଣ୍ଟ ହୋଇ ଫସଲ ନଷ୍ଟ ହେଉଥିଲା। ୧୯୦୧ରେ ତତ୍‌କାଳୀନ ବାମଣ୍ଡା ରାଜା ବାସୁଦେବ ସୁଧଳ ଦେଓ ଚାଷୀ ଓ ଚାଷକୁ ନେଇ ଚିନ୍ତାରେ ପଡିଥିଲେ। ସେ ବିକଳ୍ପ ଚାଷ ପାଇଁ ଚିନ୍ତା କରିଥିଲେ। ସେ ସମୟରେ ଉନ୍ନତମାନର ଲଙ୍କା ବିହନ ଚାଷୀଙ୍କୁ ଯୋଗାଇ ଚାଷ କରିବା ପାଇଁ ପ୍ରବର୍ତ୍ତାଇଥିଲେ। ପ୍ରଥମେ ଦ୍ୱନ୍ଦ୍ୱରେ ଥିବା ଚାଷୀ ପରେ ଲଙ୍କା ଚାଷକୁ ପ୍ରାଧାନ୍ୟ ଦେଇଥିଲେ। ଜଳବାୟୁ ସହଯୋଗ ଓ ଚାଷୀଙ୍କ ପରିଶ୍ରମରେ ଏହି ଅଞ୍ଚଳ ଲଙ୍କା ଚାଷରେ ଏକ ନମ୍ବର ହୋଇପାରିଛି। ପ୍ରାୟ ୧୨୦ ବର୍ଷ ପରେ ଏହି ଅଞ୍ଚଳ ଲଙ୍କା ଚାଷରେ ରାଜ୍ୟ ଓ ଦେଶରେ ସୁନାମ ଅର୍ଜନ କରିଛି। ଏବେ ଜିଆଇ ଟ୍ୟାଗ୍‌ ମିଳିଲେ କୁଚିଣ୍ଡାର ଲଙ୍କା ଚାଷୀମାନଙ୍କର ସାମାଜିକ, ଆର୍ଥତ୍କ ଉନ୍ନତି ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

ବୁଦ୍ଧଖୋଲ ଚଳଚଞ୍ଚଳ: ବଣଭୋଜି ପାଇଁ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ବୁଗୁଡ଼ା,୨୮ା୧୨(କାଳିଚରଣ ଦାଶ): ପ୍ରସିଦ୍ଧ ଐତିହାସିକ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳୀ ବୁଦ୍ଧଖୋଲ ପାଦଦେଶ ଏବେ ବଣଭୋଜି କରିବା ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟି ଥିବାରୁ ଏହା ଚଳଚଞ୍ଚଳ...

ଓଡ଼ିଶାରେ ପଶ୍ଚିମବଙ୍ଗ ପୋଲିସର ତନାଘନା

ସମ୍ୱଲପୁର,୨୮।୧୨: ସମ୍ୱଲପୁର ଜିଲା ଅଇଁଠାପାଲି ଥାନାରେ ରବିବାର ପଶ୍ଚିମବଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳରେ ଜଣେ ଶ୍ରମିକଙ୍କୁ ହତ୍ୟା କରାଯାଇଥିଲା।...

ଶ୍ୱଶୁର ଘରୁ ଫେରିବା ବେଳେ ବାଟରେ ବିଷ ଖାଇ ସ୍ୱାମୀ ମୃତ-ସ୍ତ୍ରୀ ଗୁରୁତର, ରାତିସାରା ଜଙ୍ଗଲରେ ଜଗି ରହିଲା ୫ ବର୍ଷର ପୁଅ

ଦେବଗଡ,୨୮|୧୨(ଶଶାଙ୍କ ଶେଖର ଝାଙ୍କର): ପାରିବାରିକ କଳହର କରୁଣ ପରିଣତି । ନିଛାଟିଆ ଜଙ୍ଗଲ ଭିତରେ ବିଷ ପିଇ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର...

ରାଜଧାନୀରେ ହେବ ପଟେଲ ଭବନ, କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥା ମହାଧିବେଶନ ଉଦଯାପିତ

ଭଞ୍ଜନଗର,୨୮/୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିରେ ଆଜକୁ ୪ ଦିନ ଧରି ଚାଲିଥିବା କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାଧିବେଶନ ରବିବାର ଉଦଯାପିତ...

କାମରେ ଆସୁନି ସୁଲଭ ଶୌଚାଳୟ, ୫ ଲକ୍ଷ ଟଙ୍କା ବିନିମୟରେ…

ମୋହନା,୨୮ା୧୨(ମନ୍ମଥ ମିଶ୍ର): ଗଜପତି ଜିଲାର ମୋହନା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ବେଶ ପରିଚିତ। ୩୯ଟି ପଞ୍ଚାୟତକୁ ନେଇ ମୋହନା ବ୍ଲକ ବାଣିଜ୍ୟ ବ୍ୟବସାୟର...

ଜାନୁଆରୀ ୧ ପାଇଁ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାକୁ ବିରୋଧ, ମହାପ୍ରଭୁଙ୍କ ରାତି ଅନିଦ୍ରା କରା ନଯାଉ ବୋଲି ଚିଠି

ପୁରୀ,୨୮ା୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ ଅଳ୍ପଦିନ ରହିଥିବା ବେଳେ ଏନେଇ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଯଦି ଦେଖିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri