ଓଡ଼ିଶାର ‘ମନ୍ଦା’ ମଇଁଷିକୁ ଜାତୀୟ ମାନ୍ୟତା

ଭୁବନେଶ୍ୱର, ୭।୯(ବ୍ୟୁରୋ): ପ୍ରାଣୀ ପ୍ରଜନନ ପଞ୍ଜୀକରଣ କ୍ଷେତ୍ରରେ ଓଡ଼ିଶା ଆଉଏକ ସଫଳତା ହାସଲ କରିଛି। ଓଡ଼ିଶାର ନୂଆ ପ୍ରଜାତି ‘ମନ୍ଦା’ ମଇଁଷିକୁ ଜାତୀୟ ମାନ୍ୟତା ମିଳିଛି। ଏନେଇ ଦି ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ଏଗ୍ରିକଲ୍‌ଚରାଲ ରିସର୍ଚ୍ଚ (ଆଇସିଏଆର)-ନ୍ୟାଶନାଲ ବ୍ୟୁରୋ ଅଫ୍‌ ଆନିମଲ ଜେନେଟିକ୍‌ ରିସୋର୍ସେସ୍‌ (ଏନ୍‌ବିଏଜିଆର୍‌) ପକ୍ଷରୁ ଘୋଷଣା କରାଯାଇଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଓ ଓଡ଼ିଶା ପ୍ରାଣୀ ସମ୍ପଦ ବିକାଶ ବିଭାଗର ମିଳିତ ଉଦ୍ୟମରେ ଏହି ମାନ୍ୟତା ମିଳିପାରିଛି। ତତ୍କାଳୀନ ବିଭାଗୀୟ ନିର୍ଦ୍ଦେଶକ ବିଷ୍ଣୁପଦ ସେଠୀ ଓ ଭେଟେରିନାରି କଲେଜର ପ୍ରଫେସର ତଥା ପ୍ରାଣୀ ବଂଶାବଳୀ ବିଶେଷଜ୍ଞ ଡ. ସୁଶାନ୍ତ କୁମାର ଦାଶଙ୍କ ସମେତ ୬ଜଣିଆ ଟିମ୍‌ ଏହା ଉପରେ ଗବେଷଣା କରିଥିଲା। ମନ୍ଦା ମଇଁଷି ଅନନ୍ୟ ଏବଂ ଏହା କେବଳ ଓଡ଼ିଶାରେ ହିଁ ଦେଖାଯାଉଥିବାରୁ ଏହାକୁ ଜାତୀୟ ସ୍ତରରେ ସ୍ବୀକୃତି ଲାଭ ନିମନ୍ତେ ଏନ୍‌ବିଏଜିଆର୍‌ ନିକଟରେ ଆବେଦନ କରାଯାଇଥିଲା। ନିକଟରେ ହୋଇଥିବା ଏକ ବୈଠକରେ ମନ୍ଦା ମଇଁଷିକୁ ସମଗ୍ର ଦେଶରେ ୧୯ତମ ପ୍ରଜାତି(ବ୍ରିଡ୍‌) ଭାବେ ଘୋଷଣା କରାଯାଇଛି।
ସୂଚନାଯୋଗ୍ୟ, ପୂର୍ବରୁ ଓଡ଼ିଶାରୁ ୭ଟି ପ୍ରଜାତିର ମଇଁଷିକୁ ମାନ୍ୟତା ମିଳିଛି। ‘ମନ୍ଦା’ ହେଉଛି ଅଷ୍ଟମ ପ୍ରଜାତି। ଏହି ୮ଟି ପ୍ରଜାତିର ମଇଁଷିକୁ ପ୍ରଫେସର ସୁଶାନ୍ତ କୁମାର ଦାଶ ହିଁ ଚିହ୍ନଟ କରିଛନ୍ତି। ଏ ସମ୍ପର୍କରେ ପ୍ରଫେସର ଦାଶ କହିଛନ୍ତି, ‘ମନ୍ଦା’ ମଇଁଷିକୁ ମାନ୍ୟତା ଦେବା ପାଇଁ ୨୦୦୯ରେ ଆବେଦନ କରାଯାଇଥିଲା। ୧୨ବର୍ଷ ପରେ ଏହାକୁ ମାନ୍ୟତା ମିଳିଛି। ବହୁତ ଖୁସି ଲାଗୁଛି। ଏହା ଆମ ଓଡ଼ିଶା ପାଇଁ ଗର୍ବ ବୋଲି ମୁଁ ଅନୁଭବ କରେ। କେବଳ ଓଡ଼ିଶାରେ ଦେଖାଯାଉଥିବା ଏହି ପ୍ରଜାତି ମଇଁଷିର ଦେହର ରଙ୍ଗ ସାଧାରଣତଃ ଧୂସର ପାଉଁଶିଆ ଓ ଧୂସର। ଆକାରରେ ଛୋଟ ହେଲେ ମଧ୍ୟ ବେଶ୍‌ ହୃଷ୍ଟପୁଷ୍ଟ। ଉଭୟ ଅଣ୍ଡିରା ଏବଂ ମାଈ ମଇଁଷିକୁ କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲାରେ ଚାଷ କାର୍ଯ୍ୟରେ ନିୟୋଜିତ କରାଯାଉଛି। ଏହି ପ୍ରାଣୀମାନଙ୍କୁ ପ୍ରାୟତଃ କୌଣସି ସଂକ୍ରମଣ ହୋଇ ନ ଥାଏ। ବର୍ତ୍ତମାନ ଏହି ପ୍ରଜାତିର ଅନୂ୍ୟନ ୧ଲକ୍ଷ ମଇଁଷି ପାର୍ବତ୍ୟ ମାଳଅଞ୍ଚଳରେ ରହିଛନ୍ତି। ସେଠାରେ ବସବାସ କରୁଥିବା ଅଧିବାସୀ ଏହି ମଇଁଷିଠାରୁ ହିଁ ଦୁଗ୍‌ଧ ଚାହିଦା ମେଣ୍ଟାଇବା ସହିତ ସମସ୍ତ ଚାଷ କାର୍ଯ୍ୟରେ ମଧ୍ୟ ସେମାନଙ୍କୁ ନିୟୋଜିତ କରାଯାଉଛି। ଏମାନଙ୍କ କ୍ଷୀର ଉତ୍ପାଦନ କ୍ଷମତା ପ୍ରତି ଥରରେ ହାରାହାରି ୨ରୁ ୨.୫ ଲିଟର ଥିବାବେଳେ କେତେକ କ୍ଷେତ୍ରରେ ୪ ଲିଟର ପର୍ଯ୍ୟନ୍ତ ହୋଇଥାଏ। ଏଥିରେ ୮ ପ୍ରତିଶତ ଚର୍ବି ଅଂଶ ରହିଥାଏ। ୩ ବର୍ଷରେ ପ୍ରାପ୍ତବୟସ୍କା ହୋଇଥାଏ ଏବଂ ୪ ବର୍ଷରେ ଜନ୍ମ କରିଥାଏ। ୨୦ ବର୍ଷ ପର୍ଯ୍ୟନ୍ତ ଏହି ପ୍ରଜାତିର ମଇଁଷି ପ୍ରତି ଦେଢ଼ରୁ ୨ ବର୍ଷରେ ଛୁଆଁ ଜନ୍ମ ଦିଏ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri