Posted inଫୁରସତ

ଯୁଗେ ଯୁଗେ ଗୁରୁ ପୂଜ୍ୟ: ଜୀବନରେ ଗୁରୁଙ୍କ ଭୂମିକାକୁ ନେଇ କ’ଣ କୁହନ୍ତି ଏମାନେ…

ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ୱର…। କୁହାଯାଏ ଭଗବାନ ଓ ଗୁରୁ ସମ୍ମୁଖରେ ଥିଲେ ପ୍ରଥମେ ଗୁରୁଙ୍କୁ ପ୍ରଣାମ କରାଯାଏ। କାରଣ ଗୁରୁ ହିଁ ଆମକୁ ଈଶ୍ୱରଙ୍କ ସହ ପରିଚିତ କରାଇଥାନ୍ତି। ତେଣୁ ଯୁଗେ ଯୁଗେ ଗୁରୁଙ୍କ ସ୍ଥାନ ସ୍ବତନ୍ତ୍ର। ଅଜ୍ଞାନ ଅନ୍ଧାରରୁ ବାଟ କଢାଇ ସେ ଆଲୋକକୁ ନେଇ ଆସନ୍ତି। ସେଥିପାଇଁ ତ ତାଙ୍କୁ ଦ୍ୱିତୀୟ ଈଶ୍ୱର ବୋଲି କୁହାଯାଏ। ପ୍ରତ୍ୟେକଙ୍କ ଜୀବନରେ କେହି ନା କେହି ଗୁରୁ ଥାଆନ୍ତି। ପାଠ ହେଉ ଅବା ଖେଳକୁଦ କିମ୍ବା ନୃତ୍ୟ ସଙ୍ଗୀତ ସବୁ କ୍ଷେତ୍ରରେ ଆମକୁ ଗୁରୁଙ୍କର ଆବଶ୍ୟକତା ଥାଏ। ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରି ସମାଜରେ ନିଜକୁ ପ୍ରତିଷ୍ଠିତ କରି ପାରିଥିବା କେତେଜଣ ପ୍ରତିଭା ଓ ବ୍ୟକ୍ତିତ୍ୱଙ୍କ ଜୀବନରେ ଗୁରୁଙ୍କ ଭୂମିକାକୁ ନେଇ ଧରିତ୍ରୀର ସ୍ବତନ୍ତ୍ର ଉପସ୍ଥାପନା।

ଗୁରୁଙ୍କୁ ଚିହ୍ନିପାରି ନ ଥିଲି
ଗୁରୁ କେଳୁଚରଣ ମହାପାତ୍ରଙ୍କ ସହ ମୋର ପ୍ରଥମ ଦେଖା ପୁରୀ ବଡ଼ଦାଣ୍ଡରେ ହୋଇଥିଲା। ସେତେବେଳକୁ ମୁଁ ଚତୁର୍ଥ/ ପଞ୍ଚମ ଶ୍ରେଣୀରେ ପଢୁଥାଏ। ଗୋଟିଏ ନୃତ୍ୟ କାର୍ଯ୍ୟକ୍ରମରେ ମୁଁ ବଡ଼ଦାଣ୍ଡରେ ନାଚୁଥାଏ। ଗୁରୁଜୀ ସେଠାକୁ ଅତିଥି ଭାବେ ଆସିଥାନ୍ତି। ନାଚ ସରିବା ପରେ ସେ ମୋତେ ଡାକି ଗେଲ କଲେ ଓ ଭଲ ନାଚୁଛୁ ବୋଲି କହିଲେ। ତାଙ୍କ କଥା ଶୁଣିବି କ’ଣ ମୋର ନଜର ତାଙ୍କ ବେକରେ ଝୁଲୁଥିବା ଲକେଟ୍‌ ଉପରେ ପଡିଥିଲା। ଟିକେ ଦୂରକୁ ଆସି ଆଉ ଜଣଙ୍କୁ ମୁଁ ପଚାରିଲି, ସେ ବୁଢାଟା ବେକରେ ଭଲ ଲକେଟ୍‌ ପକେଇଛି। ନାଚକଲାବେଳେ ପକେଇଲେ ଭଲ ଲାଗନ୍ତା। କିଏ ସେ ବୁଢା। ଏତିକି କହିଛି ଗୁରୁଜୀ ମୋ ପାଖକୁ ଆସିକି କହିଲେ, ମୁଁ କେଳୁଚରଣ ମହାପାତ୍ର। ତାଙ୍କ ମୁହଁରୁ କଥା ଶୁଣିବା ପରେ କ’ଣ କରିବି କେମିତି ଆଗ ପ୍ରଣାମ କରିବି କିଛି ବୁଝିପାରିଲି ନାହିଁ। ପରେ ତାଙ୍କ ପାଖରୁ ନୃତ୍ୟଶିକ୍ଷା କରିଥିଲି।
– ଇଂ. ଶ୍ରୀନିବାସ ଘଟୁଆରୀ, ଓଡ଼ିଶୀ ନୃତ୍ୟଶିଳ୍ପୀ

ମୋ ପ୍ରଥମ ଗୁରୁ ମା’, ବାପା
ମୋର ପ୍ରଥମ ଗୁରୁ ହେଉଛନ୍ତି ମା’, ବାପା। ତାଙ୍କଠାରୁ ବହୁତ କିଛି ଶିଖିବାକୁ ପାଇଛି। ଜୀବନରେ ଆମେ ଯେତେ ବି ଆଗକୁ ଗଲେ, ସଫଳତା କିମ୍ବା ବିଫଳତା ପାଇଲେ ସବୁଥିରେ ସେମାନେ ଆମ ସହିତ ରହିଥାନ୍ତି। ଜୀବନର ବାସ୍ତବତା ବିଷୟରେ ମା’, ବାପା ଆମକୁ ଶିକ୍ଷା ଦେଇଥାନ୍ତି। ତାଙ୍କ ଶିକ୍ଷାକୁ ମନରେ ରଖି ଆମେ ବାଟ ଚାଲିଲେ ନିଶ୍ଚିତ ଆଗକୁ ବଢ଼ିପାରିବା। ସ୍କୁଲ ଓ କଲେଜର ଜୀବନରେ ମୋ ଶିକ୍ଷୟିତ୍ରୀ, ଶିକ୍ଷକଙ୍କର ମୁଁ ସବୁବେଳେ ପ୍ରିୟ ଛାତ୍ରୀ ହୋଇ ରହିଥିଲି। ଏବେବି ସେମାନଙ୍କ ସହ ମୋର ଯୋଗାଯୋଗ ରହିଛି। ସେମାନେ ମୋ ପାଇଁ ବହୁତ ଗର୍ବିତ। ଏହା ହିଁ ମୋ ପାଇଁ ସବୁଠାରୁ ସ୍ବତନ୍ତ୍ର।
– ଏଲିନା ସାମନ୍ତରାୟ, ଅଭିନେତ୍ରୀ

ତାଙ୍କ ଆଶୀର୍ବାଦରୁ ଏମ୍‌ଫିଲ୍‌ରେ ଟପ୍ପର ହେଲି
ହାଇଦ୍ରାବାଦ ସେଣ୍ଟ୍ରାଲ ୟୁନିଭର୍ସିଟିରେ ମୁଁ ଏମ୍‌ଏ ପଢୁଥିବାବେଳେ ପ୍ରଫେସର ଜି. ହରଗୋପାଳଙ୍କ ଦ୍ୱାରା ମୁଁ ବହୁ ମାତ୍ରାରେ ପ୍ରଭାବିତ ହୋଇଛି। ଏତେ ବଡ ପ୍ରଫେସର ହୋଇ ମଧ୍ୟ ସେ ମୋତେ ସବୁ କ୍ଷେତ୍ରରେ ବହୁ ସହଯୋଗ କରିଛନ୍ତି। ଏମ୍‌ଏ ପରେ ହାଇଦ୍ରାବାଦରେ ଏମ୍‌ଫିଲ୍‌ ପାଇଁ ଏଣ୍ଟ୍ରାନ୍ସ ଦେବାବେଳେ ଓ୍ବେଟିଙ୍ଗ୍‌ ଲିଷ୍ଟରେ ମୋ ନାଁ ରହିଲା। ଏହାପରେ ମୁଁ ଟିକେ ଭାଙ୍ଗିପଡିଥିଲି। ରାଜନୀତିର ଶିକାର ହୋଇ ମୋ ସହ ଏପରି ହୋଇଥିବାରୁ ସେ ମୋତେ ସାନ୍ତ୍ୱନା ଦେଇଥିଲେ। ଏମିତିକି ତାଙ୍କ ଘରେ ମୁଁ ରହିଥିଲି। ଗୁରୁଙ୍କ ତତ୍ତ୍ୱାବଧାନରେ ଜେଏନ୍‌ୟୁରେ ଏମ୍‌ଫିଲ ପାଇଁ ଏଣ୍ଟ୍ରାନ୍ସ ଦେଲି ଓ ପାଇଲି ମଧ୍ୟ। ତାଙ୍କ ଆଶୀର୍ବାଦରୁ ଏମ୍‌ଫିଲ୍‌ରେ ଟପ୍ପର ହେଲି। ଏହା ମୋ ପାଇଁ ଚିର ସ୍ମରଣୀୟ।
– ଚନ୍ଦ୍ରଶେଖର ହୋତା, ସାହିତି୍ୟକ ତଥା ଡିଏସ୍‌ପି, ନବରଙ୍ଗପୁର

ଗୁରୁଙ୍କଠାରୁ ଫୁଲତୋଡ଼ା ପାଇବା ବଡ଼ ସୌଭାଗ୍ୟ
ସଙ୍ଗୀତର ସାରେଗାମାପା ଦେବେନ୍ଦ୍ର ନାରାୟଣ ଶତପଥୀଙ୍କଠାରୁ ଶିଖିଛି। ମୋ ଜୀବନର ପ୍ରଥମ ଅଡିଆନ୍ସ ପ୍ରୋଗ୍ରାମ ଭୁବନେଶ୍ୱର ୯ନମ୍ବରସ୍ଥିତ ଏକ ମନ୍ଦିରରେ ହୋଇଥିଲା। ସେଠାକୁ ଗୁରୁ ଦେବେନ୍ଦ୍ର ମୋତେ ନେଇଥିଲେ। ପ୍ରଥମ କରି ମୀରା ଭଜନ ଗାଇଥିଲି ଓ ଲୋକମାନେ ଖୁବ୍‌ ପସନ୍ଦ କରିଥିଲେ। ସେଠାରେ ଗୁରୁଙ୍କ ଆଖିରେ ଯେଉଁ ଖୁସି ଦେଖିଥିଲି ତାହା କଥାରେ ବର୍ଣ୍ଣନା କରିବା ଅସମ୍ଭବ। ସେହିପରି ଆଉଏକ ଘଟଣା ହେଉଛି ଭୁବନେଶ୍ୱର ମ୍ୟୁଜିକ୍‌ ସର୍କଲରେ ଏକ ପ୍ରୋଗ୍ରାମ ଥିଲା। ଗୁରୁଜୀ ମୋ ଗୀତ ଶୁଣିବାକୁ ଆସିଥିଲେ। ଗୁରୁଜୀ ଷ୍ଟେଜ୍‌କୁ ଆସି ମୋତେ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହା ସମସ୍ତଙ୍କ ଭାଗ୍ୟରେ ନ ଥାଏ।
– ଅଭିଜିତ୍‌ ମିଶ୍ର, କଣ୍ଠଶିଳ୍ପୀ

ମୋ ପ୍ରତିଭାକୁ ଗୁରୁ ଚିହ୍ନିଥିଲେ
ଆମେ ଗୁରୁଙ୍କୁ ସେନ୍‌ସାଇ ବୋଲି କହୁ। ସେନ୍‌ସାଇ ସୁଧୀର ଚନ୍ଦ୍ର ଛତ୍ରିଆ ମୋ ପ୍ରତିଭାକୁ ଚିହ୍ନିପାରି ମୋତେ ଶିକ୍ଷା ଦେଇଥିଲେ। ୧ମିନିଟ୍‌ରେ ଗୋଟିଏ ହାତରେ ୩୭୭ ଥର ପଞ୍ଚ୍‌ କରିବା ରେକର୍ଡ ପାକିସ୍ତାନ ନାମରେ ଥିଲା। ଏହାକୁ ଭାଙ୍ଗିବା ପାଇଁ ମୁଁ ବହୁତ ଚେଷ୍ଟା କରିଥିଲି। ମାତ୍ର ସବୁବେଳେ ମୁଁ ୨୫୦, ୩ଶହ ପାଖାପାଖିରେ ରହି ଯାଉଥିଲି। ସେ ସମୟରେ ସେନ୍‌ସାଇ ମତେ ଉତ୍ସାହିତ କରିବା ସହ ମୋ ପାଇଁ ବହୁତ ପରିଶ୍ରମ କରିଛନ୍ତି। ପଞ୍ଚ୍‌ର ସମସ୍ତ ଟେକ୍‌ନିକ୍‌ ଶିଖାଇବା ସହ କିପରି ରେକର୍ଡ ଭାଙ୍ଗି ପାରିବି ସେଥିପାଇଁ ଉଦ୍ୟମ କରିଥିଲେ। ଏପରିକି ତୃତୀୟ ରେକର୍ଡ ପାଇଁ ଆଟେମ୍ପ୍ଟ କରିବା ସମୟରେ ହାତ କାମ କରିବା ବନ୍ଦ କରି ଦେଇଥିଲା। ସେ ସମୟରେ ସେନ୍‌ସାଇ ମୋ ହାତ ଷ୍ଟ୍ରେଚ୍‌ କରିବା ସହ ଏକ୍ସରସାଇଜ୍‌ କରାଇଥିଲେ। ତାଙ୍କ ପ୍ରେରଣା ଓ ଉଦ୍ୟମ ପାଇଁ ମୁଁ ଆଜି ଆଗକୁ ବଢି ପାରିଛି।
– ସତ୍ୟପୀର ପ୍ରଧାନ, ପଞ୍ଚମ୍ୟାନ୍‌


Enter your email to get our daily news in your inbox.

All Right Reserved By Dharitri.Com

ମାଙ୍କଡ଼କୁ ଝାମ୍ପିନେଲା କୁମ୍ଭୀର, ପଛେ ପଛେ ନଦୀରେ ପହଁରି ପହଁରି ଗଲେ ମାଙ୍କଡ଼ ପଲ, ଆଉ ତା’ ପରେ…

ମହାକାଳପଡ଼ା,୨୫ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ମହାନଦୀ ଶାଖା ଖରିନାସୀ ନାଳରେ କୁମ୍ଭୀର ଏକ ମାଙ୍କଡ଼କୁ ଝାମ୍ପି ନଦୀ ଆରପାରିକୁ ନେଉଥିବା ବେଳେ ସାଥୀ ମାଙ୍କଡ଼...

ଜନ୍ମଦିନ ପାର୍ଟି ପରେ ଛାତିଥରା ଘଟଣା, ଚଳନ୍ତା କାରରେ କମ୍ପାନୀ ମ୍ୟାନେଜରଙ୍କୁ ଗଣଦୁଷ୍କର୍ମ ପରେ….

ଉଦୟପୁର,୨୫।୧୨: ରାଜସ୍ଥାନର ଉଦୟପୁରରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଜନ୍ମଦିନ ପାର୍ଟି ପରେ ଚଳନ୍ତା କାରରେ ଜଣେ ଆଇଟି ଫାର୍ମ ମ୍ୟାନେଜରଙ୍କୁ ଗଣବଳାତ୍କାର...

୧୭ ବର୍ଷ ପରେ ଫେରିଲେ ‘ଡାର୍କ ପ୍ରିନ୍ସ’, ଢାକା ରାଜନୀତିରେ ଭୂକମ୍ପ, ଭାରତ ପାଇଁ ଆଶା ନା ସତର୍କ ଘଣ୍ଟି? ଜାଣନ୍ତୁ…

ଢାକା,୨୫।୧୨: ବାଂଲାଦେଶ ରାଜନୀତିରେ ଏକ ବଡ଼ ଘଟଣାକ୍ରମରେ, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ମୁଖ୍ୟ ବେଗମ ଖାଲେଦା ଜିଆଙ୍କ ପୁଅ ତାରିକ ରହମାନ ପ୍ରାୟ ୧୭...

Christmas: ଖ୍ରୀଷ୍ଟମାସ ଅବସରରେ ଚର୍ଚ୍ଚ ଗଲେ ମୋଦି, ପ୍ରାର୍ଥନା ସଭାରେ ଯୋଗଦେଇ….

ନୂଆଦିଲ୍ଲୀ,୨୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଖ୍ରୀଷ୍ଟମାସ ଅବସରରେ ଦିଲ୍ଲୀର କ୍ୟାଥେଡ୍ରାଲ୍ ଚର୍ଚ୍ଚ ପରିଦର୍ଶନ କରିଥିଲେ। ସେ ସେଠାରେ ପ୍ରାର୍ଥନା ସେବାରେ ମଧ୍ୟ ଅଂଶଗ୍ରହଣ କରିଥିଲେ।...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

କେମିତି ପାଇବେ ପ୍ରଦୂଷଣ ସାର୍ଟିଫିକେଟ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ଗାଡ଼ିରେ ଯଦି ଆପଣ ସବୁଜ ଷ୍ଟିକର ଲଗାଇ ନ ଥିବେ, ତେବେ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ବାଂଲାଦେଶ ପହଞ୍ଚିଲେ ତାରିକ ରହମାନ, ୟୁନୁସଙ୍କୁ ଲାଗିଲା ବଡ଼ ଝଟକା

ଢାକା,୨୫।୧୨: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଚାଲିଥିବା ଅଶାନ୍ତି ମଧ୍ୟରେ, ଅନ୍ତରୀଣ ସରକାରକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri