ସଲମାନଙ୍କ ସହ ଏହି ଅଭିନେତ୍ରୀଙ୍କ ଯୋଡ଼ି ଦେଖି ପାଗଳ ହୋଇଯାଇଥିଲେ ଦର୍ଶକ : ଗୋଟିଏ ପରେ ଗୋଟିଏ ଫିଲ୍ମ ଫ୍ଲପ ହେବା ପରେ…

ବଲିଉଡ୍‌ ଅଭିନେତ୍ରୀ ଭୂମିକା ଚାଓ୍ବଲା ୨୧ ଅଗଷ୍ଟ ୧୯୭୮ରେ ଦିଲ୍ଲୀର ଏକ ପଞ୍ଜାବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ସେନା ଅଧିକାରୀ ଏବଂ ମା’ ଜଣେ ଶିକ୍ଷକ। ଭୂମିକାଙ୍କ ପରିବାର ଫିଲ୍ମ ଜଗତର ନୁହେଁ କିନ୍ତୁ ତାଙ୍କର ଆଗ୍ରହ ସବୁବେଳେ ଅଭିନୟରେ ଥିଲା। ଏଭଳି ପରିସ୍ଥିତିରେ ସେ ପଢ଼ା ଶେଷ କରିବା ପରେ ମୁମ୍ବାଇ ଆସିଥିଲେ। ଯେତେବେଳେ ବଲିଉଡରେ ପ୍ରଥମ ଥର ପାଇଁ ଅଭିନୟ କରିଥିଲେ, ଦର୍ଶକ ତାଙ୍କ ସରଳତାକୁ ପସନ୍ଦ କରିଥିଲେ। ଆଜି ତାଙ୍କ ଜନ୍ମଦିନ ଅବସରରେ, ଜାଣନ୍ତୁ ତାଙ୍କ ସହିତ ଜଡିତ କିଛି ରୋଚକ କଥା।
ଅଭିନେତ୍ରୀ ହେବାର ସ୍ବପ୍ନ ନେଇ ମୁମ୍ବାଇ ଆସିଥିବା ଭୂମିକା ପ୍ରଥମେ ଅନେକ ବିଜ୍ଞାପନରେ ନଜର ଆସିଥିଲେ। ପରେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ। ତାଙ୍କର ପ୍ରଥମ ଫିଲ୍ମ ‘ୟୁଭାକୁଡୁ’। ପରେ ତାଙ୍କର ଦ୍ୱିତୀୟ ଫିଲ୍ମ ‘ଖୁସି’ ରିଲିଜ ହୋଇଥିଲା। ଏହା ବକ୍ସ ଅଫିସରେ ହିଟ ହୋଇଥିଲା । ଏହି ଫିଲ୍ମ ପାଇଁ ଭୂମିକାଙ୍କୁ ଫିଲ୍ମଫେୟାର ଆୱାର୍ଡ (ତେଲୁଗୁ) ପ୍ରଦାନ କରାଯାଇଥିଲା ।

ପରେ ସେ ବଲିଉଡ୍‌ର ‘ତେରେ ନାମ’ ଫିଲ୍ମରେ ନଜର ଆସିଥିଲେ। ସେ ଏହି ଫିଲ୍ମରେ ସଲମାନ ଖାନଙ୍କ ହିରୋଇନ ହୋଇଥିଲେ। ଫିଲ୍ମଟି ପରଦାରେ ହିଟ ହୋଇଥିଲା। ପରେ ପ୍ରଶଂସକମାନେ ଭୂମିକାଙ୍କ ପାଇଁ ପାଗଳ ହୋଇଯାଇଥିଲେ। ସମସ୍ତେ ତାଙ୍କ ବିଷୟରେ ନିଶ୍ଚିତ ଥିଲେ ଯେ ସେ ଆଗକୁ ଯିବେ।

ତେରେ ନାମ ପରେ ସେ ତାଙ୍କ ଅଭିନୀତ ଅନେକ ଫିଲ୍ମ ବକ୍ସ ଅଫିସରେ ଫ୍ଲପ ହୋଇଥିଲା। ବଲିଉଡର ପ୍ରଥମ ଚଳଚ୍ଚିତ୍ରରୁ ଅତୁଳନୀୟ ସଫଳତା ପାଇଥିବା ଏହି ଭୂମିକା ଧୀରେ ଧୀରେ ଚଳଚ୍ଚିତ୍ରରେ ଫ୍ଲପ ହେବା ପରେ ବଲିଉଡରୁ ଦୂରେଇ ଯାଇଥିଲେ।

୨୦୦୭ ମସିହାରେ ସେ ତାଙ୍କ ପ୍ରେମିକ ଭାରତ ଠାକୁରଙ୍କୁ ବିବାହ କରିଥିଲେ। ୨୦୧୪ ରେ ସେମାନଙ୍କର ଏକ ପୁଅ ହୋଇଥିଲା। ଭୂମିକା ବଲିଉଡରେ ବିଶେଷ କ୍ୟାରିୟର କରିନାହାଁନ୍ତି କିନ୍ତୁ ସେ ତାମିଲ ଏବଂ ତେଲୁଗୁ ସିନେମାରେ ସକ୍ରିୟ ଅଛନ୍ତି। ଆହୁରି ମଧ୍ୟ, ଭୂମିକା ପୂର୍ବ ଅପେକ୍ଷା ଅଧିକ ଷ୍ଟାଇଲିସ ହୋଇ ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

ଆଜିଠୁ ବଢ଼ିବ ଶୀତ, ଘନ କୁହୁଡ଼ି

ଭୁବନେଶ୍ୱର, ୨୫ା୧୨(ବନ୍ଦନା ସେଠୀ): ରାଜ୍ୟରେ ସର୍ୱନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି ଜନଜୀବନକୁ...

ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗରେ ଦଙ୍ଗା

ଗୁଆହାଟୀ,୨୫ା୧୨: ଆସାମର ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗ ଜିଲାରେ ମଙ୍ଗଳବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଉତ୍ତେଜନା ଜାରି ରହିଛି। ବିକ୍ଷୋଭକାରୀମାନେ ଦଙ୍ଗା ସୃଷ୍ଟି କରିବା ସହ ବହୁ...

‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’କୁ ଅନୁମୋଦନ

ଭୁବନେଶ୍ୱର,୨୫।୧୨(ରବିନାରାୟଣ ଜେନା): ରାଜ୍ୟର ବରପୁତ୍ରମାନଙ୍କୁ କିଭଳି ସବୁବେଳେ ସମ୍ମାନ ମିଳିବ ସେନେଇ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି। ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ...

ଜାନୁଆରୀ ୧୦ ସୁଦ୍ଧା ସବୁ ଜିଲାରେ ଧାନକିଣା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୧୧ (ରବିନାରାୟଣ ଜେନା): ଜାନୁଆରୀ ୧୦ ତାରିଖ ସୁଦ୍ଧା ସବୁ ଜିଲାରେ ଧାନ ସଂଗ୍ରହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଧାନ...

ବଳାତ୍କାରୀଙ୍କୁ ଜାମିନ, ପୀଡ଼ିତାଙ୍କ ସହ ଅନ୍ୟାୟ

ନୂଆଦିଲ୍ଲୀ,୨୫ା୧୨: ଭାରତ କେବଳ ଏକ ମୃତ ଅର୍ଥନୀତିରେ ପରିଣତ ହୋଇଯାଇଛି ତାହା ନୁହେଁ, ବରଂ ଏକ ମୃତ ସମାଜ ପାଲଟିଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର...

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri