Odisha Elections 2024
Posted inଖେଳ

ରୁଟ୍‌ଙ୍କୁ ରୋକିବା ପାଇଁ ଟିମ୍‌ ଇଣ୍ଡିଆକୁ ପରାମର୍ଶ

ନୂଆଦିଲ୍ଲୀ,୧୮।୮ : ପେସରଙ୍କ କାରଣରୁ ଟିମ୍‌ ଇଣ୍ଡିଆ ଚଳିତ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ୧-୦ର ଅଗ୍ରଣୀ ହାସଲ କରିଛି। କିନ୍ତୁ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ଙ୍କ ଆଗରେ ଭାରତୀୟ ପେସରମାନେ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି। ଚଳିତ ସିରିଜ୍‌ରେ ଏବେ ସୁଦ୍ଧା ଦୁଇଟି ଟେଷ୍ଟରେ ୨ ଶତକ ସହ ସର୍ବାଧିକ ୩୮୬ ରନ କରିଥିବା ରୁଟ୍‌ ଏବେ ଫୁଲ ଫର୍ମରେ। ୨୦୦୭ ପରେ ଇଂଲଣ୍ଡରେ ଟେଷ୍ଟ ସିରିଜ୍‌ ଜିତିବାକୁ ଲକ୍ଷ୍ୟ ରଖିଥିବା ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆକୁ ରୁଟ୍‌ଙ୍କ ଉଇକେଟ ଶୀଘ୍ର ନେବାକୁ ପଡ଼ିବ। ବିଶ୍ୱର ଦ୍ୱିତୀୟ ର଼୍ୟାଙ୍କଧାରୀ ଟେଷ୍ଟ ବ୍ୟାଟ୍ସମ୍ୟାନଙ୍କୁ କେଉଁ ଭଳି ଆଉଟ୍‌ କରାଯାଇପାରିବ, ସେଥି ଲାଗି ଟିମ୍‌ ଇଣ୍ଡିଆକୁ ପରାମର୍ଶ ଦେଇଛନ୍ତି କିଛି ପ୍ରାକ୍ତନ ଖେଳାଳି।

ଇଂଲଣ୍ଡର ପୂର୍ବତନ ସ୍ପିନର ମଣ୍ଟି ପାନେସରଙ୍କ ଅନୁଯାୟୀ, ରୁଟ୍‌ କ୍ରିଜକୁ ଆସିବା କ୍ଷଣି ଯଶପ୍ରୀତ ବୁମରାଙ୍କୁ ବୋଲିଂ କରାଇବା ଉଚିତ। ରୁଟ୍‌ ଏବେ ଚମତ୍କାର ଫର୍ମରେ ଅଛନ୍ତି। ତାଙ୍କୁ ଆଉଟ୍‌ କରିବା ପାଇଁ ଅଫ୍‌ ଷ୍ଟମ୍ପ ବାହାରେ ୫ମ ଷ୍ଟମ୍ପ ଲାଇନରେ ବୋଲିଂ କରିବା ଦରକାର। ଯେମିତି ଲଡର୍‌ସ ଟେଷ୍ଟର ଦ୍ୱିତୀୟ ଇନିଂସରେ ରୁଟ୍‌ଙ୍କୁ ଆଉଟ୍‌ କରିବା ପାଇଁ କୋହଲି ଏକ ସ୍ବତନ୍ତ୍ର ଉପାୟ କରିଥିଲେ, ଠିକ୍‌ ସେହିଭଳି ଆଗାମୀ ଟେଷ୍ଟରେ କରିବାକୁ ପଡ଼ିବ। ସେ ଭଲ ପୁଲ ଶଟ୍‌ ଖେଳୁଛନ୍ତି। ଏଣୁ ତାଙ୍କୁ ଶର୍ଟ ପିଚ୍‌ ବଲ ପକାଅ ନାହିଁ।

ଇଂଲଣ୍ଡ ବିପକ୍ଷରେ ୭ ମ୍ୟାଚ୍‌ ଖେଳିଥିବା ବୁମରା ୫ (୩ ଥର କ୍ୟାଚ୍‌ ଆଉଟ୍‌ ଓ ୨ ଥର ଏଲ୍‌ବିଡବ୍ଲ୍ୟୁ) ଥର ରୁଟ୍‌ଙ୍କୁ ଆଉଟ୍‌ କରିଛନ୍ତି।

ପ୍ରଥମେ ଚାପ ପକାଇ ରୁଟ୍‌ଙ୍କୁ ବିରକ୍ତ କରିବାକୁ ପଡ଼ିବ। ଯଦ୍ଦ୍ବାରା ସେ ବ୍ୟାଟିଂ ପୋଜିଶନରେ ପରିବର୍ତ୍ତନ କରିବେ, ଯାହା ଭାରତୀୟ ଦଳକୁ ଦରକାର। ଏହି ଭଳି ରୁଟ୍‌ଙ୍କୁ ଶୀଘ୍ର ଆଉଟ୍‌ କରାଯାଇପାରିବ ବୋଲି ଇଂଲଣ୍ଡ ପାଇଁ ୫୦ ଟେଷ୍ଟ ଖେଳି ୧୬୭ ଉଇକେଟ ନେଇଥିବା ପାନେସର କହିଛନ୍ତି। ସେହିଭଳି ପୂର୍ବତନ ଭାରତୀୟ ଅଧିନାୟକ ମନିନ୍ଦର ସିଂଙ୍କ ମତରେ ରୁଟ୍‌ ଯେଉଁ ଭଳି ଫର୍ମରେ ଅଛନ୍ତି, ତାଙ୍କୁ ଆଉଟ୍‌ କରିବା ଲାଗି ଧୈର୍ଯ୍ୟର ସହ ଉଚିତ ଲାଇନ ଓ ଲେନ୍ଥରେ ବୋଲିଂ କରିବାକୁ ପଡ଼ିବ। ସେ ଅନ୍ୟ କୌଣସି ଉପାୟ ନ ପାଇ ଭୁଲ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ଲେ ଅଫ୍‌ରେ ଆରସିବି

ବେଙ୍ଗାଲୁରୁ,୧୮ା୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚକୁ ୨୭ ରନ୍‌ରେ ଜିତି ନାଟକୀୟ ଢଙ୍ଗରେ ପ୍ଲେ ଅଫ୍‌ରେ ପ୍ରବେଶ କରିଛି ରୟାଲ...

ପ୍ରଶଂସକଙ୍କୁ ଗୋଟିଏ ଖୁସି କେବେବି ଦେଇ ପାରିବେନି କୋହଲି, ଆଇପିଏଲରେ ଗୋଟିଏ କାମ କରିବାକୁ ଡରୁଛନ୍ତି…

ନୂଆଦିଲ୍ଲୀ,୧୮।୫: ବିରାଟ କୋହଲି ବର୍ତ୍ତମାନ ସମୟର ଜଣେ ମହାନ ବ୍ୟାଟ୍ସମ୍ୟାନ। ଏହି ସମୟରେ ସେ ମଧ୍ୟ ବହୁତ ଭଲ ଫର୍ମରେ ଅଛନ୍ତି। ତାଙ୍କ ବ୍ୟାଟ ଆଇପିଏଲ...

ମନ କଥା ଖୋଲିକି କହିଦେଲେ କୋହଲି: କରିବାକୁ ଚାହୁଁନ୍ତି ଏହି କାମ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ୨୦୨୪ର ୬୮ତମ ମ୍ୟାଚ ଆରସିବି ଏବଂ ସିଏସ୍‌କେ ମଧ୍ୟରେ ଆଜି ଖେଳାଯିବ। ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ଚେନ୍ନାଇ ସୁପର...

କ୍ୟାମେରାମ୍ୟାନ୍‌ଙ୍କୁ ହାତଯୋଡି ଏମିତି ଗୁହାରି କଲେ ରୋହିତ ଶର୍ମା

ମୁମ୍ବାଇ,୧୮।୫: ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ଖେଳ ଅପେକ୍ଷା ଦଳ ପରିଚାଳନା ପାଇଁ ଅଧିକ ଚର୍ଚ୍ଚାରେ ରହିଥିଲା। ବିଶେଷ ଭାବେ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ...

୩ ବଲ୍‌ରେ ୩ ଉଇକେଟ୍‌ ଗଲା, କିନ୍ତୁ ଘୋଷଣା ହେଲାନି ହ୍ୟାଟ୍ରିକ୍‌: ଜାଣନ୍ତୁ କାହିଁକି

ମୁମ୍ବାଇ,୧୮।୫: ମୁମ୍ବାଇର ୱାଙ୍ଖେଡେଠାରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଆଇପିଏଲର ୬୭ ତମ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚର କୌଣସି ବିଶେଷ...

ଏଥର ଟି-୨୦ ବିଶ୍ୱକପ୍‌ କିଏ ହେବ ଚାମ୍ପିୟନ୍‌: ଜୟ ଶାହା କଲେ ଖୁଲାସା

ନୂଆଦିଲ୍ଲୀ,୧୮।୫: ୱେଷ୍ଟଇଣ୍ଡିଜ ଏବଂ ଆମେରିକା ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତ। ଏହି ଟୁର୍ନାମେଣ୍ଟ ଜୁନ ୨ରୁ ଆରମ୍ଭ ହେଉଛି। ଏଥି ସହିତ ରୋହିତ ଶର୍ମାଙ୍କ ନେତୃତ୍ୱରେ...

ଉଇକେଟ୍‌ ନ ମିଳିବାକୁ ରାଗିଗଲେ ଅର୍ଜୁନ ତେନ୍ଦୁଲକର: କଲେ ଏମିତି କାମ…

ମୁମ୍ବାଇ,୧୮।୫: ମୁମ୍ବାଇ ଇଣ୍ଡିଆନ୍ସ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ବିପକ୍ଷ ମ୍ୟାଚରେ ଖେଳିବାର ସୁଯୋଗ ଦେଇଥିଲା। ଫଳରେ ଅର୍ଜୁନ ଆଇପିଏଲ ୨୦୨୪ରେ...

ପାଣ୍ଡ୍ୟାଙ୍କୁ ବଡ଼ ଝଟକା: ଲାଗିଲା ପ୍ରତିବନ୍ଧକ

ମୁମ୍ବାଇ,୧୮।୫: ମୁମ୍ବାଇ ଇଣ୍ଡିଆନ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏକ ବଡ଼ ଝଟକା ଲାଗିଛି। ଗୋଟିଏ ମ୍ୟାଚ ପାଇଁ ପାଣ୍ଡ୍ୟାଙ୍କୁ ବାସନ୍ଦ କରାଯାଇଛି। ସେ ଆଗାମୀ ସିଜନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri