Posted inଫୁରସତ

ସଫଳତା ପରେ ହିଁ ବାସ୍ତବ ସଂଘର୍ଷ

ମନର ଭାବକୁ ଶବ୍ଦର ରୂପ ଦେବା ମଣିଷଟିଏ ହେଉଛନ୍ତି ଗୀତିକାର ଅରୁଣ ମନ୍ତ୍ରୀ। ତାଙ୍କ ଲିଖିତ ପ୍ରଥମ ଭଜନ ‘ତୁଳସୀ କ୍ଷେତ୍ରରେ ବଳଦେବ ଖ୍ୟାତ’କୁ ଭଜନ ସମ୍ରାଟ ଭିକାରୀ ବଳ ଗାଇଥିଲେ। କେବଳ ଭଜନ ନୁହେଁ, ଆଲ୍‌ବମ୍‌, ଯାତ୍ରା, ଓଡ଼ିଆ ଚଳଚ୍ଚିତ୍ର ପାଇଁ ଗୀତ ଲେଖି ସେ ବେଶ୍‌ ଲୋକପ୍ରିୟ ହୋଇପାରିଛନ୍ତି। ‘ଅନାମିକା ନାୟିକା ସେ ହେଲା ମୋର ପ୍ରେମିକା’ ଗୀତ ପାଇଁ ସେ ରାତାରାତି ଚର୍ଚ୍ଚାକୁ ଆସିଥିଲେ। ଇତିମଧ୍ୟରେ ସେ ୨ଶହରୁ ଊର୍ଦ୍ଧ୍ୱ ଓଡ଼ିଆ ଚଳଚ୍ଚିତ୍ର ଗୀତ, ୨ ହଜାରରୁ ଊର୍ଦ୍ଧ୍ୱ ଭଜନ, ଆଲବମ୍‌, ଯାତ୍ରା ପାଇଁ ଗୀତ ରଚନା କରି ସାରିଛନ୍ତି। ଜଗତ୍‌ସିଂହପୁର ଜିଲା ମଣିଜଙ୍ଗା ଗ୍ରାମରେ ତାଙ୍କର ଜନ୍ମ। କଟକକୁ କର୍ମଭୂମି ଭାବେ ବାଛିନେଇଥିବା ଅରୁଣ ମନ୍ତ୍ରୀଙ୍କ ସହ ଧରିତ୍ରୀର ବନ୍ଦନା ସେଠୀଙ୍କ ଆଳାପ।

ପ୍ରଶ୍ନ- ସଙ୍ଗୀତ କ୍ଷେତ୍ରକୁ କେମିତି ଆସିଲେ?
ଉତ୍ତର- ସ୍କୁଲରେ ପଢ଼ିବା ବେଳୁ କବିତା ଲେଖାଲେଖି କରୁଥିଲି। କଲେଜ ପଢ଼ିବା ସମୟରେ ମୋର ଏକ ଗୀତ ଆକାଶବାଣୀର ଯୁବବାଣୀ କାର୍ଯ୍ୟକ୍ରମରେ ବାଜିଲା। ଏହାପରେ ମୋର ଗୀତ ଲେଖା ନେଇ ଆଗ୍ରହ ବଢ଼ିଲା। ଗଁ।ରୁ କଟକ ପାଠ ପଢ଼ିବା ପାଇଁ ଆସିଥିଲି। ପାଠପଢ଼ା ସହ ଗୀତ ଲେଖୁଥିଲି ଏବଂ ବହୁ ସଙ୍ଗୀତ ନିର୍ଦ୍ଦେଶକଙ୍କ ପାଖକୁ ଯାଉଥିଲି। ଅନେକ ଥର ନିରାଶ ହେବାକୁ ପଡିଥିଲା। ନୂଆ ପିଲା ବୋଲି କେତେଜଣ କାମ ଦେଇ ନ ଥିଲେ। ହେଲେ ସରୋଜ ନନ୍ଦଙ୍କ ନିର୍ଦ୍ଦେଶନାରେ ମୋର ଭଜନ ରିଲିଜ୍‌ ହେବା ପରେ ଧୀରେ ଧୀରେ କାମ ମିଳିଥିଲା।
ପ୍ରଶ୍ନ- ଆପଣ ଇଞ୍ଜିନିୟରିଂ କରି ସଙ୍ଗୀତକୁ ଜୀବିକା ଭାବେ ବାଛିନେଲେ। ଏନେଇ ପରିବାରର ସମର୍ଥନ ମିଳିଥିଲା କି?
ଉତ୍ତର- ପ୍ରଥମେ ପ୍ରଥମେ ସମର୍ଥନ ମିଳି ନ ଥିଲା। ମୁଁ ଗୀତକୁ ପ୍ରଫେସନ କରିବା ପର୍ଯ୍ୟନ୍ତ ଅନ୍ୟ କେହି ଏହାକୁ ପ୍ରଫେସନ ଭାବେ ଗ୍ରହଣ କରି ନ ଥିଲେ। ଯେଉଁମାନେ ସଙ୍ଗୀତ ସହ ଜଡ଼ିତ ଥିଲେ ସେମାନେ ପ୍ରାୟ ସଙ୍ଗୀତ ବ୍ୟତୀତ ଚାକିରି କିମ୍ବା ବ୍ୟବସାୟ କରୁଥିଲେ। ତେଣୁ ଗୀତ ଲେଖି ଯେ ପେଟ ପୋଷି ପାରିବି ସେ ଭରସା ଘର ଲୋକଙ୍କର ନ ଥିଲା। ଇଞ୍ଜିନୟରିଂ କ୍ୟାରିୟରକୁ ଛାଡି ଗୀତ ଲେଖୁଛି ବୋଲି କେତେ ମାନ ଅଭିମାନ ମଧ୍ୟ କରିଥିଲେ। ହେଲେ ବାପା ଜଗବନ୍ଧୁ ମନ୍ତ୍ରୀ ନିଜେ ୨ଟା ନାଟକ ଲେଖିବା ସହ ଅନେକ ନାଟକରେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ତେଣୁ କେଉଁଠି ନା କେଉଁଠି ମୁଁ ଗୀତ ଲେଖେ ବୋଲି ତାଙ୍କର ଆଶୀର୍ବାଦ ଥିଲା, ଯାହା ମତେ ସଫଳତା ଦେଇଛି।
ପ୍ରଶ୍ନ- ସଫଳତା ପାଇଲେଣି, ଭବିଷ୍ୟତକୁ କିଭଳି ଦେଖୁଛନ୍ତି?
ଉତ୍ତର- ୨୫ବର୍ଷର କ୍ୟାରିୟର ଭିତରେ ସଂଘର୍ଷ କରିଚାଲିଛି। ସଂଘର୍ଷ ନ ଥିଲେ ସଫଳତା ମିଳେନାହିଁ। କହିବାକୁ ଗଲେ, ସଫଳତା ପାଇବା ପରେ ହିଁ ବାସ୍ତବ ସଂଘର୍ଷ ଆରମ୍ଭ ହୁଏ। ଆଗରୁ କ’ଣ ଲେଖିବା ନ ଲେଖିବା ତାହାର ଭୟ ନ ଥାଏ। କିନ୍ତୁ ଥରେ ସଫଳତା ପାଇବା ପରେ ମନରେ ଭୟ ଆସେ ଓ ସତର୍କ ହେବାକୁ ପଡେ। କ’ଣ ଲେଖିବି, ଶ୍ରୋତାମାନେ ତାକୁ କିପରି ଗ୍ରହଣ କରିବେ, ସେହି ଭାବନା ହିଁ ସଂଘର୍ଷ। ଜୀବନର ପ୍ରତି କ୍ଷେତ୍ରରେ ସଂଘର୍ଷ ଥିଲା, ଅଛି, ରହିବ ଓ ଏହା ରହିବା ମଧ୍ୟ ଦରକାର।
ପ୍ରଶ୍ନ- ଶ୍ରେଷ୍ଠ ଗୀତିକାର ଭାବେ ଦୁଇଥର ରାଜ୍ୟ ପୁରସ୍କାର ପାଇଛନ୍ତି। ଆଗକୁ ଆଉ କ’ଣ ଆଶା ରହିଛି?
ଉତ୍ତର- ପୁରସ୍କାର ପାଇବା ନ ପାଇବା ଭାଗ୍ୟର କଥା। ପରିସ୍ଥିତି ଓ ସମୟ ଗୀତ ଲେଖିବାକୁ ବାଧ୍ୟ କରେ। ବେଳେବେଳେ ଗୀତ ହୃଦୟରୁ ଆସେ। ଯେ ପର୍ଯ୍ୟନ୍ତ ମତେ ଶ୍ରୋତାମାନେ ଖୋଜୁଥିବେ ସେ ପର୍ଯ୍ୟନ୍ତ ଗୀତ ଲେଖୁଥିବି। ମୋର ଆଶା ଶ୍ରୋତାମାନେ ମତେ ଖୋଜୁଥା’ନ୍ତୁ ଏବଂ ସେମାନଙ୍କ ମନଜାଣି ମୁଁ ଲେଖୁଥାଏ।
ପ୍ରଶ୍ନ-ସଙ୍ଗୀତ ନିର୍ଦ୍ଦେଶନା କିମ୍ବା ସଂଳାପ ଲେଖିବା ଇଚ୍ଛା ଅଛି କି?
ଉତ୍ତର- ନଁ।, ନିର୍ଦ୍ଦେଶନା ଦେବାର ତ ପ୍ରଶ୍ନ ଉଠୁନାହିଁ। ଆଉ ସଂଳାପ ଲେଖିବା ପାଇଁ ମତେ ପୂର୍ବରୁ ୨/୩ଟି ଅଫର ଆସିଛି, ମାତ୍ର ମୁଁ ମନା କରିଛି। ମୋ ମତରେ ଏବେ ମୁଁ ଚାଲିଚାଲି ବାଟମଙ୍ଗଳା ପାଖକୁ ଆସିଲିଣି। ସେଠାରୁ ସିଂହଦ୍ୱାର ମୋ ପାଇଁ ଆଉ ଅଳ୍ପ ବାଟ। ଏତେ ପାଖରୁ ବାଟଭାଙ୍ଗି ଆଉ କୁଆଡେ ଯିବି, ସେ ଭାବନା ଆସିନାହିଁ। ଯଦି ପରିସ୍ଥିତି ବାଧ୍ୟ କରିବ ତେବେ ସଂଳାପ ଲେଖିବା କଥା ଚିନ୍ତା କରିବି।
ପ୍ରଶ୍ନ- ଏବେକାର ଓଡ଼ିଆ ଗୀତରେ ହିନ୍ଦୀ ଓ ଇଂଲିଶ ଭାଷାର ପ୍ରୟୋଗ ହେଉଛି। ଏହାଦ୍ୱାରା ଓଡ଼ିଆ ଗୀତର ମୌଳିକତା ନଷ୍ଟ ହେଉଛି କି?
ଉତ୍ତର- ଆମ ସମାଜରେ ସବୁ ସମୟରେ ଅନୁପ୍ରବେଶ ଘଟିଛି। କେତେବେଳେ ସାହିତ୍ୟରେ ତ କେତେବେଳେ ସଙ୍ଗୀତରେ। ଏପରି କି ଆମ ଦେଶରେ ମଧ୍ୟ ଅନୁପ୍ରବେଶ ହେଉଛି। ଏହା ଯୁଗେଯୁଗେ ରହି ଆସିଛି। ମାତ୍ର ଅନୁପ୍ରବେଶ ଚିରସ୍ଥାୟୀ ନୁହେଁ। ବେଳେବେଳେ ପରିସ୍ଥିତି ବାଧ୍ୟ କରିଥାଏ ଗୀତରେ ହିନ୍ଦୀ ଏବଂ ଇଂଲିଶ ଭାଷା ପ୍ରୟୋଗ କରିବା ପାଇଁ। ତେବେ ଏହାଦ୍ୱାରା ନିଶ୍ଚିତପକ୍ଷେ ଓଡ଼ିଆ ଗୀତର ମୌଳିକତା ନଷ୍ଟ ହେଉଛି। ତେଣୁ ଯେତେଦୂର ସମ୍ଭବ ଆମକୁ ଅନ୍ୟ ଭାଷାର ପ୍ରୟୋଗ ନ କରିବା ଦରକାର।
ପ୍ରଶ୍ନ- ନୂଆପିଢ଼ି ପାଇଁ ଗୀତ ରଚନା ସମ୍ପର୍କରେ କ’ଣ କହିବେ?
ଉତ୍ତର- ଗୀତ ଲେଖିବାବେଳେ ମତେ ଲାଗେ ମୁଁ ନୂଆକରି ଲେଖୁଛି। ନୂଆ ଗୀତିକାର ହୋଇ ନ ଲେଖିଲେ ଜଣେ ଭଲ ଗୀତ ଲେଖିପାରିବ ନାହିଁ। ଗୀତ ଲେଖିବା ବେଳେ ସଙ୍ଗୀତ ସହିତ ସେଥିରେ ସାହିତ୍ୟ ରହିବା ଜରୁରୀ। ଏଥିସହ ଗୀତ ଲେଖିବାବେଳେ ତାହା ଯେଭଳି ସବୁ ବର୍ଗର ଲୋକଙ୍କୁ ଭଲ ଲାଗିବ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ। ସ୍ଥାନ, କାଳ, ପାତ୍ରର ଜ୍ଞାନ ରହିବା ଦରକାର।
ପ୍ରଶ୍ନ- ଯାତ୍ରା ଓ ଚଳଚ୍ଚିତ୍ର ପାଇଁ ଗୀତ ଲେଖାରେ କ’ଣ ପାର୍ଥକ୍ୟ ରହିଛି?
ଉତ୍ତର- ଯାତ୍ରା ପାଇଁ ଗୀତ ଲେଖିବା କଷ୍ଟ। କାରଣ ଦିନ, ରାତି, ଖରା, ବର୍ଷା ସବୁ ସେଇ ଗୋଟିଏ ଷ୍ଟେଜ୍‌ରେ ହୋଇଥାଏ। ତେଣୁ ସେଠାରେ ବେଶି କିଛି କରିବାର ସୁଯୋଗ ନ ଥାଏ। ମାତ୍ର ଚଳଚ୍ଚିତ୍ରରେ କିଛି ବି ଲେଖିହୋଇ ପାରିବ। ଚଳଚ୍ଚିତ୍ରରେ ଗୀତ ଅନୁଯାୟୀ ଶଟ୍‌ ନେବେ। ଦୁଇଟା ଯାକରେ କାହାଣୀର ଚାହିଦାକୁ ଦେଖି ଗୀତ ଲେଖିବାକୁ ପଡ଼ୁଥିଲେ ବି ଫିଲ୍ମରେ ସ୍ବାଧୀନତା ଥାଏ।
ପ୍ରଶ୍ନ- କେଉଁଭଳି ଗୀତ ଲେଖିବାକୁ ଭଲ ଲାଗେ?
ଉତ୍ତର- ମୋ ଗୀତରେ ଆପଣାପଣ ରହିଛି। ସମସ୍ତଙ୍କ ହୃଦୟର କଥା ମତେ ଲେଖିବାକୁ ଭଲଲାଗେ। ଜଣେ ପ୍ରେମ କଲେ ତା’ ମନରେ କ’ଣ ଭାବନା ଥିବ ଏବଂ ବିରହରେ ତା’ର ମନର ଦୁଃଖ କିଭଳି ଥିବ ତାହା ବୁଝିବାକୁ ଚେଷ୍ଟା କରେ। ସାଧାରଣ ଲୋକର ମନକଥାକୁ ଶବ୍ଦରେ ରୂପ ଦିଏ। ସବୁ ପ୍ରକାର ଗୀତ ଲେଖିଛି, ହେଲେ ବିରହ ଓ ରୋମାଣ୍ଟିକ୍‌ ଗୀତ ଲେଖିବାକୁ ବେଶି ଭଲ ଲାଗେ।
ପ୍ରଶ୍ନ- ତାହାହେଲେ ଆପଣ ବି ପ୍ରେମରେ ପଡ଼ିଥିବେ?
ଉତ୍ତର- ପ୍ରେମ ବିନା ତ ଜୀବନ ସମ୍ଭବ ନୁହେଁ। ତେବେ ସବୁ ପ୍ରେମ କ’ଣ ସିନ୍ଦୂରରେ ସରେ…। ଭଲପାଇବା ଏକ ଆକର୍ଷଣ, ଏକ ଅନୁଭବ। ମୁଁ ବି ଭଲପାଇଛି। କେତେବେଳେ ମାଟିକୁ ଭଲପାଇଛି ତ ଆଉ କେତେବେଳେ ଫୁଲ, ନିଜ ଗାଁ, ଦେଶ, ମୋ ବୋଉ, ସ୍ତ୍ରୀ, ଝିଅ ଓ ଶ୍ରୋତା ସଭିଁଙ୍କୁ ଭଲପାଇଛି। ଭଲପାଇବାରେ ମିଠା ମିଠା ଦୁଷ୍ଟାମି ଭରି ରହିଥାଏ।
ପ୍ରଶ୍ନ- ଦୁଷ୍ଟାମିର କିଛି ଅନୁଭୂତି?
ଉତ୍ତର- ମୁଁ ଛୋଟବେଳେ ପ୍ରବଳ ଦୁଷ୍ଟ ଥିଲି। ଏବେ ଟିକେ ବଦଳିଯାଇଛି। ଆମ ବାଡ଼ିରେ ଗୋଟେ କୂଅ ଥିଲା। ପିଲାବେଳେ ସବୁ ଜିନିଷ ନେଇ ମୁଁ ସେ କୂଅରେ ପକାଇ ଦେଉଥିଲି। ଘର ତିଆରି କରିବା ପାଇଁ ଆମ ବାଡ଼ିରେ ବାଲି ଗଦା ହୋଇ ଥାଏ। ଦିନେ ମୋ ଦୁଷ୍ଟାମିରେ ଅତିଷ୍ଠ ହୋଇ ବାପା ମତେ ନେଇକି ସେହି ବାଲିରେ ବେକ ପର୍ଯ୍ୟନ୍ତ ପୋତି ଦେଇଥିଲେ। ଏବେ ବି ମୁଁ ଦୁଷ୍ଟ ଅଛି। କାରଣ ଦୁଷ୍ଟାମି ନ ଥିଲେ କ’ଣ ଗୀତ ଲେଖିହବ।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ମୁଣ୍ଡରେ ପଡ଼ିଲା ଅମୃତଭଣ୍ଡା: ଚାଲିଗଲା ମହିଳାଙ୍କ ଜୀବନ

ବାଲିଗୁଡ଼ା,୧୮ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଗୋଛାପଡ଼ା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଅମୃତଭଣ୍ଡା ତୋଳିବା ବେଳେ ଅମୃତଭଣ୍ଡା ମୁଣ୍ଡରେ ପଡି...

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ମିଳିବ ୫୧,୦୦୦ ଟଙ୍କା, ଜାଣନ୍ତୁ ଯୋଗ୍ୟତା ଓ କିପରି କରିବେ ଆବେଦନ

ଭୁବନେଶ୍ୱର,୧୮ା୧୨: ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଭାବେ ଆରମ୍ଭ...

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆବର୍ଷରେ ମିଳିବ…

ଭୁବନେଶ୍ୱର,୧୮।୧୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନୂଆବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri