ଶ୍ରାବଣ ମାସ ସୋମବାର ବ୍ରତ ସମ୍ପର୍କରେ…

ଦେବ ଦେବ ମହାଦେବଙ୍କର କରୁଣା କାହାକୁ ବା ଅଗୋଚର। ଭକ୍ତି ଭାବରେ ତାଙ୍କୁ ଯିଏ ଆବାହନ କରନ୍ତି ସେ ତାଙ୍କର ସମସ୍ତ ଦୁଃଖ ହରି ନେଇଥାନ୍ତି। ସେଥିପାଇଁ ଅନେକେ ଶ୍ରାବଣ ମାସରେ ସୋମବାର ବ୍ରତ ରଖିଥାନ୍ତି। କାରଣ ସବୁ ମାସ ମଧ୍ୟରେ ଶ୍ରାବଣ ମାସଟି ଭଗବାନ ଭୋଳାନାଥଙ୍କର ପ୍ରିୟ ହୋଇଥାଏ ବୋଲି ବିଶ୍ୱାସ ରହିଛି। ତା’ଛଡ଼ା ଏହି ଶ୍ରାବଣ ସୋମବାର ବ୍ରତ କଲେ ଜୀବନରେ ସୁଖ, ଶାନ୍ତି ମିଳିବା ସହ ସ୍ବାସ୍ଥ୍ୟ ଭଲ ରହିଥାଏ ବୋଲି ସାଧୁମାନେ ମତ ମଧ୍ୟ ଦେଇଥାନ୍ତି। ସେହିପରି ନିଷ୍ଠାର ସହ ଏହି ବ୍ରତ କରୁଥିବା ବ୍ୟକ୍ତି ଅକାଳ ମୃତ୍ୟୁ ତଥା ଦୁର୍ଘଟଣାରୁ ବି ବର୍ତ୍ତି ଯାଇଥାନ୍ତି। ଅନ୍ୟପକ୍ଷେ କୁହାଯାଏ, ଶ୍ରାବଣ ମାସର ସୋମବାର ଦିନ ଘରକୁ ଗଙ୍ଗାଜଳ ଆଣିଲେ ତାହା ଶୁଭଫଳ ପ୍ରଦାନ କରିଥାଏ। ଆଉ ଯଦି ସେହି ଗଙ୍ଗାଜଳକୁ ରୋଷେଇ ଘରେ ରଖି ଦିଆଯାଏ, ତା’ହେଲେ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। ଏପରିକି ଏହି ସୋମବାର ଦିନ ରୁପାର ତ୍ରିଶୂଳ ଘରକୁ କିଣିକି ଆଣିଲେ ଘରେ ଥିବା ସମସ୍ତ ନକାରାତ୍ମକ ଉର୍ଜା ନଷ୍ଟ ହୋଇଯାଇଥାଏ ବୋଲି ଲୋକମତ ରହିଛି। ସେହିପରି କୁହାଯାଏ, ଶ୍ରାବଣ ମାସର ପ୍ରତି ସୋମବାର ଦିନ ଯେଉଁ ବ୍ୟକ୍ତି ଭଗବାନ ଭୋଳାନାଥଙ୍କୁ ବେଲପତ୍ର, ଚନ୍ଦନ, ଅକ୍ଷତ, କ୍ଷୀର ଓ ଗଙ୍ଗାଜଳ ପ୍ରଦାନ କରି ଭକ୍ତିର ସହ ୧୦୮ଥର ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିଥାନ୍ତି ତାଙ୍କର ସମସ୍ତ ପାପ କ୍ଷୟ ହୋଇଯାଏ ବୋଲି ଲୋକ ବିଶ୍ୱାସ ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଡ୍ଡୁ ଗୋପାଳଙ୍କ ମୂର୍ତ୍ତି କେତେ ବଡ଼ ହେବା ଉଚିତ? ଜାଣନ୍ତୁ ଘରେ ରଖିବାର ୧୦ ନିୟମ…

ଲଡ୍ଡୁ ଗୋପାଳ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣଙ୍କ ବାଳ ସ୍ବରୂପ। ଘରେ ଲଡ୍ଡୁ ଗୋପାଳଙ୍କୁ ରଖିବା କେବଳ ପୂଜା ନୁହେଁ, ବରଂ ଏକ ବାଳକଙ୍କୁ ପରିବାରର ସଦସ୍ୟ...

୨୯ ଡିସେମ୍ୱରରେ ଏହି ୩ରାଶିର ଭଲ ଟାଇମ୍‌, ବର୍ଷଶେଷବେଳକୁ ହୁ ହୁ ହୋଇ ବଢିଯିବ ଧନ

ହିନ୍ଦୁ ଧର୍ମରେ, ଗ୍ରହ ଆଧାରରେ ରାଶି ଗଣନା କରାଯାଏ। ଯେତେବେଳେ କୌଣସି ଗ୍ରହ ତାର ରାଶି ପରିବର୍ତ୍ତନ କରେ, ଏହା ଶୁଭ ଏବଂ ଅଶୁଭ ଉଭୟ...

ରବିବାର ଭୂଲରେ ବି କାଟନ୍ତୁନି ଚୁଟି କି କରନ୍ତୁନି ଟ୍ରିପ୍‌ ପ୍ଲାନିଂ, ନଚେତ ଜୀବନ ହୋଇଯିବ ନର୍କ!

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବତାଙ୍କୁ ସମର୍ପିତ। ରବିବାର ଭଗବାନ ସୂର୍ଯ୍ୟଙ୍କୁ ସମର୍ପିତ। ଆଜି ରବିବାର। ଏହି ଦିନ ସୂର୍ଯ୍ୟଙ୍କୁ ପ୍ରାର୍ଥନା...

ମକର ସଂକ୍ରାନ୍ତି ପୂର୍ୱରୁ ବଡ଼ ଚାକିରି ପାଇବେ ୩ରାଶି, ଶୁକ୍ରଙ୍କ ଗୋଚରରେ ମକର ରାଶିରେ ବଢିଚାଲିବ ସମ୍ପତ୍ତି!

ଶୁକ୍ରକୁ ପ୍ରେମ, ସୌନ୍ଦର୍ଯ୍ୟ, ଆକର୍ଷଣ, ବିଳାସ, ଟଙ୍କା ଏବଂ ଆନନ୍ଦର ଗ୍ରହ ଭାବରେ ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ, ଶୁକ୍ରର ଗୋଚରକୁ ସାଧାରଣତଃ ଶୁଭ ଏବଂ...

ରାଶି ଚକ୍ରରେ ଶୁକ୍ର ଚଳନ: ଆସନ୍ତା ୨୪ ଦିନ ଏହି ୫ ରାଶିର ବଢ଼ିବ ଧନ ଓ ଐଶ୍ୱର୍ଯ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସୁଖ-ସୁବିଧା, ପ୍ରେମ ଏବଂ ଅପାର ଧନର କାରକ ଗ୍ରହ ‘ଶୁକ୍ର’ ଶନିବାର ଅର୍ଥାତ୍ ୨୦ ଡିସେମ୍ବର ସକାଳ ୭ଟା ୩୧ ମିନିଟରେ...

୨୦୨୬ ଏହି ୬ଟି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ସମୟ, ଫିଟିବ ବିବାହର ଯୋଗ!

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବିବାହ କେବଳ ବୟସ କିମ୍ବା ଇଚ୍ଛା ଉପରେ ନୁହେଁ, ବରଂ ଗ୍ରହମାନଙ୍କର ଗୋଚର, ଶୁକ୍ର-ଗୁରୁଙ୍କ ସ୍ଥିତି ଏବଂ ଶନିଙ୍କ ପ୍ରଭାବ ଉପରେ...

ଆଜି ୨୦୨୫ର ଶେଷ ୨୦ ତାରିଖ, ପଡୁଛି ଅଶୁଭ ଯୋଗ; ରାତି ଭିତରେ ଘଟିଯିବ…

ଏହି ବର୍ଷର ଶେଷ ୨୦ ତାରିଖ, ଅର୍ଥାତ ୨୦ ଡିସେମ୍ୱର, ୨୦୨୫ ରେ ଏକ ଅତ୍ୟନ୍ତ ଅଶୁଭ ଯୋଗ ସୃଷ୍ଟି ହେଉଛି, ଯାହା ଯୋଗୁଁ ଲୋକମାନଙ୍କୁ...

୩୦ବର୍ଷ ପରେ ବିରଳ ନବପଞ୍ଚମ ମହାଯୋଗ, ଶିନଙ୍କ କୃପାରେ ନୂଆବର୍ଷରେ ଧନୀ ହେବେ ମକର ସହ ଏହି ୨ରାଶି

ନୂଆବର୍ଷ ୨୦୨୬ର ଆରମ୍ଭ ଜ୍ୟୋତିର୍ବିଦମାନଙ୍କ ପାଇଁ ବହୁତ ଖାସ୍ ହବାକୁ ଯାଉଛି । ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ପଡୁଥିବା ବେଳେ ଏହାର ପରଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri