ଅଭିନୟ କରୁ କରୁ ଅନ୍‌ସ୍କ୍ରିନ୍‌ ମା’ବାପାଙ୍କ ପ୍ରେମରେ ପଡ଼ିଥିଲେ ଏସବୁ କଳାକାର; କିଏ ମା’ଙ୍କୁ କରିଛନ୍ତି ବିବାହ ତ କେହି ଶାଶୁଙ୍କୁ…

ବମ୍ବେ: ପରଦା ଉପର ଜୀବନ ଆଉ ବ୍ୟକ୍ତିଗତ ଜୀବନ ମଧ୍ୟରେ ବେଶ୍‌ ତଫାତ। ସେଥିପାଇଁ ତ ପରଦା ଉପରେ ମା’ପୁଅ ସମ୍ପର୍କ ଦେଖାଇ ଆସିଥିବା କିଛି କଳାକାର ବ୍ୟକ୍ତିଗତ ଜୀବନରେ ସେମାନଙ୍କୁ ଜୀବନସାଥୀ କରିନେଇଛନ୍ତି। ଆଉ କିଛି ଅନ୍‌ସ୍କ୍ରିନ୍‌ ପିତାମାତା, ଶାଶୁଙ୍କୁ ଡେଟ୍‌ କରିବାକୁ ପଛାଇନାହାନ୍ତି। କଥାଟି ଟିକିଏ ଅଟ୍‌ପଟା ଲାଗୁଥିଲେ ହେଁ ସତ। ଆସନ୍ତୁ ଜାଣିବା ସେଭଳି କିଛି କଳାକାରଙ୍କ ବିଷୟରେ..

ଏକତା କପୁରଙ୍କ ଶୋ’ ବଡେ ଅଚ୍ଛେ ଲଗତେ ହୈ’ରେ ବାପ ଝିଅ ଭୂମିକାରେ ନଜର ଆସିଥିଲେ ରାମ କପୁର ଏବଂ ଈଶା ଗ୍ରୋଭର। ହେଲେ ବ୍ୟକ୍ତିଗତ ଜୀବନରେ ଉଭୟ ଡେଟ୍‌ କରୁଥିବା ଚର୍ଚ୍ଚା ହୋଇଥିଲା। ପରେ ସେମାନେ ଏହାକୁ ଅସ୍ବିକାର କରିଥିଲେ।

ବିଗ୍‌ବସ୍‌-୧୩ରେ ନଜର ଆସିଥିବା ଅଭିନେତା ସିଦ୍ଧାର୍ଥ ଶୁକ୍ଳା ନିଜର ଅନ୍‌ସ୍କ୍ରିନ୍‌ ଶାଶୁ ସ୍ମିତା ବଂସଲଙ୍କୁ ଡେଟ୍‌ କରିଛନ୍ତି। ଉଭୟ ‘ବାଳିକା ବଧ’ୁ ଧାରାବାହିକରେ ଶାଶୁ-ଜ୍ୱାଇଁ ଚରିତ୍ରରେ ନଜର ଆସିଥିଲେ।

ସୁପରହିଟ୍‌ ଫିଲ୍ମ ମଦର ଇଣ୍ଡିଆରେ ସୁନିଲ ଦତ୍ତ ଏବଂ ନର୍ଗିସ ମା-ପୁଅ ଭୂମିକାରେ ନଜର ଆସିଥିଲେ। ହେଲେ ରିୟଲ୍‌ ଲାଇଫ୍‌ରେ ସେମାନେ ବିବାହ କରିଥିଲେ।

ଅଙ୍କିତ ଗେରା ନିଜର ଅନ୍‌ସ୍କ୍ରିନ୍‌ ମା’ ମୋନିକା ସିଂହଙ୍କୁ ଡେଟ୍‌ କରିଛନ୍ତି। ‘ମନ କି ଆବାଜ୍‌ ପ୍ରତିଜ୍ଞା’ରେ ଉଭୟ ମା’ପୁଅ ଭୂମିକାରେ ନଜର ଆସିଥିଲେ।

ଧାରାବାହିକ ମାୟାବୀ ମଲଙ୍ଗରେ ଅପର୍ଣ୍ଣା କୁମାର ଅଭିନେତା ହର୍ଷଦ ଅରୋରାଙ୍କ ମା’ ହୋଇଥିଲେ। ହେଲେ ବ୍ୟକ୍ତିଗତ ଜୀବନରେ ଉଭୟ ଡେଟ୍‌ କରୁଥିବା ନେଇ ଖବର ଚର୍ଚ୍ଚାରେ ରହିଥିଲା।

ଟେଲି ଧାରାବାହିକ ‘ବୁନିୟାଦ’ରେ ନୀନା ଗୁପ୍ତା ଅଲୋର ନାଥଙ୍କ ବୋହୁ ଭୂମିକାରେ ନଜର ଆସିଥିଲେ। ପରଦାରେ ଶ୍ୱଶୁରବୋହୁ ହୋଇଥିଲେ ହେଁ ଉଭୟଙ୍କ ସମ୍ପର୍କ ନେଇ ଖବର ପ୍ରଚାରିତ ହୋଇଥିଲା। ବୟସର ତଫାତ ସତ୍ତ୍ୱେ ଉଭୟ ଡେଟ୍‌ କରୁଥିବା କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାପା ହେଲେ ଏହି ବଲିଉଡ୍‌ ଅଭିନେତା

ବମ୍ବେ: ପୁଣିଥରେ ବାପା ହୋଇଛନ୍ତି ବଲିଉଡ୍‌ ଅଭିନେତା ହରମନ ବାବେଜା। ତାଙ୍କ ଘରକୁ ଏକ କୁନି ରାଜକୁମାରୀ ଆସିଛନ୍ତି। ମାର୍ଚ୍ଚରେ ଅଭିନେତା ବାପା ହୋଇଥିଲେ ହେଁ...

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ କରିଥିବା ଅଭିଯୁକ୍ତଙ୍କ ଆତ୍ମହତ୍ୟା

ମୁମ୍ବାଇ,୧ା୫: ବି’ ଟାଉନ୍‌ର ଭାଇଜାନ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ...

ଋଷିଙ୍କୁ ମନେପକାଇଲେ ନୀତୁ

ମୁମ୍ବାଇ: ଅଭିନେତା ଋଷି କପୁରଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ମଙ୍ଗଳବାର ପାଳିତ ହୋଇଯାଇଛି। ବଲିଉଡ୍‌ ଇଣ୍ଡଷ୍ଟ୍ରିର ଏହି ଭେଟେରାନ ଅଭିନେତାଙ୍କର ଦେହାନ୍ତ ହେବାରେ ଇତି ମଧ୍ୟରେ ୪...

ଏହି ଯୁବ କ୍ରିକେଟରଙ୍କୁ ନେଇ ମନର କଥା କହିଲେ ଶାହାରୁଖ

ମୁମ୍ବାଇ,୩୦।୪: କୋଲକାତା ନାଇଟ ରାଇଡର୍ସ ମାଲିକ ଶାହରୁଖ ଖାନ ଆସନ୍ତା ଟି -୨୦ ବିଶ୍ୱକପରେ ତାଙ୍କ ଦଳର ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କୁ ଭାରତୀୟ ଦଳରେ...

ପୁଅ ଅଭ୍ୟାନଙ୍କ ସହ ୱାର୍କଆଉଟ୍‌ କଲେ ଦିୟା

ମୁମ୍ବାଇ: ବଲିଉଡ୍‌ର ଷ୍ଟାର୍‌ ଅଭିନେତ୍ରୀମାନଙ୍କ ମଧ୍ୟରୁ ଦିୟା ମିର୍ଜା ଅନ୍ୟତମ। ସେ ନିଜର ନିଖୁଣ ଅଭିନୟ ଦ୍ୱାରା ବହୁବାର ଦର୍ଶକଙ୍କ ପ୍ରଶଂସା ସାଉଁଟିବାରେ ସଫଳ ହୋଇଛନ୍ତି। ମିସ୍‌...

ଫସିଗଲେ ଅଭିନେତା ସାହିଲ

ମୁମ୍ବାଇ,୨୮।୪: ମହାଦେବ ଅନଲାଇନ ବେଟିଂ ଆପ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁମ୍ବାଇ ପୋଲିସ ବର୍ତ୍ତମାନ ଠକେଇ ଏବଂ ଜୁଆର ବିଭିନ୍ନ ବିଭାଗରେ ଆପର ପ୍ରମୋଟରଙ୍କ...

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

ରାମାୟଣ ସେଟ୍‌ରୁ ରଣବୀର କପୁର-ସାଇ ପଲ୍ଲବୀଙ୍କ ଲୁକ୍‌ ଭାଇରାଲ୍‌, ରାମ-ସୀତା ଅବତାରରେ ଆସିଲେ ନଜର

ଭୁବନେଶ୍ୱର,୨୭।୪: ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ ଫିଲ୍ମ ‘ରାମାୟଣ’କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମରେ ରଣବୀର କପୁର ପ୍ରଭୁ ରାମଙ୍କ ଭୂମିକାରେ ନଜର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri