Posted inଖେଳ

ଅଲିମ୍ପିକ୍ସ ହକି: ଭାରତୀୟ ମହିଳାଙ୍କ ହ୍ୟାଟ୍ରିକ ପରାଜୟ

ଟୋକିଓ,୨୯।୭(ପି.ଟି.): ଅଲିମ୍ପିକ୍ସ ହକିରେ ଭାରତୀୟ ମହିଳା ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି। ବୁଧବାର ସକାଳେ ଖେଳାଯାଇଥିବା ପୁଲ୍‌ -ଏ ମ୍ୟାଚ୍‌ରେ ଭାରତ ୧-୪ ଗୋଲରେ ଗ୍ରେଟ୍‌ ବ୍ରିଟେନଠାରୁ ପରାସ୍ତ ହୋଇଛି। ଏଥିସହ ଭାରତ କ୍ରମାଗତ ତୃତୀୟ ପରାଜୟ ବରଣ କରିଛି। ଫଳରେ ଭାରତର କ୍ୱାର୍ଟର ଫାଇନାଲ ଆଶା ମଉଳିଯାଇଛି।
ପ୍ରଥମ ଦୁଇଟି ମ୍ୟାଚ୍‌ରେ ଭାରତ ମିଳିଥିବା ସୁଯୋଗର ସଦ୍‌ବ୍ୟବହାର କରିପାରି ନ ଥିଲା। ବ୍ରିଟେନ ବିପକ୍ଷରେ ଭାରତ ଏହି ତ୍ରୁଟିକୁ ପୁଣି ଦୋହରାଇଥିଲା। ସ୍ଥାନୀୟ ଓଇ ହକି ଷ୍ଟାଡିୟମରେ ଖେଳାଯାଇଥିତ୍ବା ଏହି ମ୍ୟାଚ୍‌ରେ ବ୍ରିଟେନ ସମ୍ପୂର୍ଣ୍ଣ ରୂପେ ଆଧିପତ୍ୟ ବିସ୍ତାର କରି ଖେଳିଥିଲା। ବ୍ରିଟେନ ଏଥିସହ ପୁଲ୍‌ -ଏ’ରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ବ୍ରିଟେନ ତରଫରୁ ହାନା ମାର୍ଟିନ ଡବଲ୍‌ ଗୋଲ ସ୍କୋର କରିଥିଲେ। ସେ ଦ୍ୱିତୀୟ ଓ ୧୯ତମ ମିନିଟ୍‌ରେ ଗୋଲ ଦେଇଥିଲେ। ସେହିପରି ଲିଲି ଓସଲି ୪୧ ଓ ଗ୍ରେସ୍‌ ବାଲସ୍‌ଡନ ୫୭ତମ ମିନିଟ୍‌ରେ ଗୋଲ ଦେଇଥିଲେ। ଅପରପକ୍ଷରେ ଭାରତ ତରଫରୁ ଶର୍ମିଳା ଦେବୀ ୨୩ତମ ମିନିଟ୍‌ରେ ଏକମାତ୍ର ଗୋଲ ଦେଇଥିଲେ। ଏବେ ଭାରତକୁ ବାକି ଦୁଇଟି ମ୍ୟାଚ୍‌ରେ ବିଜୟୀ ହେବା ଅପରିହାର୍ଯ୍ୟ ହୋଇପଡିଛି। ଏହି ମ୍ୟାଚ୍‌ରେ ଅତିକମ୍‌ରେ ଭାରତ ଗୋଟିଏ ପଏଣ୍ଟ ହାସଲ କରିବାର ଥିଲା।
ଏହାପୂର୍ବରୁ ଭାରତ ବିଶ୍ୱର ୧ ନମ୍ବର ଦଳ ନେଦରଲାଣ୍ଡ୍ସଠାରୁ ୧-୫ ଗୋଲରେ ପରାସ୍ତ ହୋଇଥିଲା। ସେହିପରି ଦ୍ୱିତୀୟ ମ୍ୟାଚ୍‌ରେ ଜର୍ମାନୀଠାରୁ ୦-୨ ଗୋଲରେ ହାରିଥିଲା। ରାନୀ ରାମପାଲଙ୍କ ନେତୃତ୍ୱାଧୀନ ଭାରତ ଏବେ ଶୁକ୍ରବାର ଆୟର୍ଲାଣ୍ଡକୁ ଭେଟିବ। ବଡ଼ ବ୍ୟବଧାନରେ ମ୍ୟାଚ୍‌ର ଫଇସଲା ହୋଇଥିଲେ ମଧ୍ୟ ଭାରତ ଓ ବ୍ରିଟେନର ୫ ନମ୍ବର ଦଳ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। ବ୍ରିଟେନ ସୁଯୋଗର ସଦ୍‌ବ୍ୟବହାର କରିଥିଲା। କିନ୍ତୁ ଭାରତ ଏଥିରେ ପଛରେ ପଡିଥିଲା। ୮ଟି ପେନାଲ୍ଟି କର୍ନର ପାଇଥିଲେ ମଧ୍ୟ ଭାରତ ମାତ୍ର ଗୋଟିଏକୁ ଗୋଲରେ ପରିଣତ କରିଥିଲା। ସେହିପରି ୬ଟି ପେନାଲ୍ଟି କର୍ନରରୁ ବ୍ରିଟେନ ଗୋଟିଏକୁ ଗୋଲରେ ପରିଣତ କରିଥିଲା। ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ବ୍ରିଟେନ ଭାରତୀୟ ଡିଫେନ୍ସ ଉପରେ ଚାପ ପ୍ରୟୋଗ କରିବାରେ ସଫଳ ହୋଇଥିଲା।
୩ ପରାଜୟ ସହ କୌଣସି ପଏଣ୍ଟ ହାସଲ ନ କରି ଭାରତ ଏବେ ପୁଲ୍‌-ଏ ତାଲିକାର ପଞ୍ଚମ ସ୍ଥାନରେ ରହିଛି। ଅନ୍ୟପଟେ ନେଦରଲାଣ୍ଡ୍ସ ୩ଟି ମ୍ୟାଚ୍‌ ଖେଳି ୩ଟି ବିଜୟ ସହ ୯ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛି। ଜର୍ମାନୀ ୩ଟି ମ୍ୟାଚ୍‌ ଖେଳି ୯ ପଏଣ୍ଟ ହାସଲ କରିଥିଲେ ମଧ୍ୟ ଗୋଲ ବ୍ୟବଧାନ ଦୃଷ୍ଟିକୋଣରୁ ଦ୍ୱିତୀୟ, ବ୍ରିଟେନ ୩ଟି ମ୍ୟାଚ୍‌ ଖେଳି ୨ ବିଜୟ ଓ ୧ ପରାଜୟ ସହ ୬ ପଏଣ୍ଟ ହାସଲ କରି ତୃତୀୟ, ଆୟର୍ଲାଣ୍ଡ ଗୋଟିଏ ବିଜୟ ସହ ୩ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛି। ସେହିପରି ଦକ୍ଷିଣ ଆଫ୍ରିକା କୌଣସି ପଏଣ୍ଟ ନ ପାଇ ଅନ୍ତିମ ତଥା ଷଷ୍ଠ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ଓ୍ବାର୍ଲଡ କପ ପାଇଁ ଭାରତୀୟ ଟିମ ଚୟନ କଲେ ହରଭଜନ, ମୟଙ୍କ ଯାଦବଙ୍କୁ ସାମିଲ କରି ସମସ୍ତଙ୍କୁ ଚମକାଇ ଦେଲେ

ନୂଆଦିଲ୍ଲୀ,୨୮।୪: ଟି -୨୦ ବିଶ୍ୱକପ ୨୦୨୪ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଏହି ମେଗା ଇଭେଣ୍ଟ ଜୁନ ୧ ରୁ ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ଆରମ୍ଭ...

ଦିଲ୍ଲୀ ବିପକ୍ଷ ମ୍ୟାଚରେ ପରାଜୟ ପାଇଁ ତିଳକ ବର୍ମା ଦାୟୀ ବୋଲି କହିଲେ ହାର୍ଦ୍ଦିକ ପାଣ୍ଡ୍ୟା, ଉଠାଇଲେ ବଡ଼ ପ୍ରଶ୍ନ

ଭୁବନେଶ୍ୱର, ୨୭।୪: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ୧୭ ତମ ସିଜନ୍ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଦର୍ଶନ ଏତେ ଭଲ ନାହିଁ। ୨୮ ଏପ୍ରିଲରେ ଦିଲ୍ଲୀ...

ରାଜସ୍ଥାନର ଅଷ୍ଟମ ବିଜୟ, ସଞ୍ଜୁ ସାମସନ୍‌ଙ୍କ ଅଧିନାୟକ ପାଳି

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଶନିବାର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୭ ଉଇକେଟରେ ହରାଇ ଅଷ୍ଟମ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ଟସ୍‌ ହାରି...

ହାଇସ୍କୋରିଂ ମ୍ୟାଚ୍‌ରେ କ୍ୟାପିଟାଲ୍ସ ବିଜୟୀ

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଶନିବାର ଅନୁଷ୍ଠିତ ଡବଲ୍‌ ହେଡରର ହାଇସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୦ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ...

ଆଇପିଏଲ୍‌ ୨୦୨୪ର ନୂଆ ହିରୋ ଶଶାଙ୍କ କିଏ? ୧୦୦ ଟେଷ୍ଟ ଖେଳିଥିବା କ୍ରିକେଟର ବି କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ ୨୦୨୪କୁ ମିଳିଛି ନୂଆ ହିରୋ। ସେ କୌଣସି ବିଦେଶୀ ଖେଳାଳି ନୁହନ୍ତି ବରଂ ପଞ୍ଜାବ କିଙ୍ଗ୍ସର ଅନ୍‌କ୍ୟାପ୍ଡ ଖେଳାଳି ଶଶାଙ୍କ ସିଂ। ଶଶାଙ୍କଙ୍କୁ...

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri