ଆଜି ବିଶ୍ବ ସର୍ପ ଦିବସ: ସାପ କାମୁଡ଼ାରେ ପ୍ଲାଷ୍ଟିକ ସର୍ଜରି

ଭୁବନେଶ୍ୱର( ଅସମାପିକା ସାହୁ): ସାପ କାମୁଡ଼ିବା ପରେ ଚିକିତ୍ସାକୁ ନେଇ ଅନେକ ସମୟରେ ଲୋକମାନେ ଦ୍ୱନ୍ଦ୍ୱରେ ଥାଆନ୍ତି। ବିଭିନ୍ନ ସମୟରେ ଡାକ୍ତରଖାନାକୁ ନ ନେଇ ଝଡ଼ାଫୁଙ୍କା ବା ଚେରମୂଳି ଚିକିତ୍ସା କରିଥାନ୍ତି। ଗୁରୁତର ହେଲେ ଡାକ୍ତରଖାନା ନେବାବେଳକୁ ବହୁ ବିଳମ୍ବ ହୋଇଯାଇଥାଏ। ସେହିପରି ହସ୍ପିଟାଲରେ ଚିକିତ୍ସା ପରେ ରୋଗୀ ଜଣକ ଘରକୁ ଆସିବା ପରେ ଦଂଶନ ସ୍ଥାନର ଆବଶ୍ୟକ ଯତ୍ନ ନିଆଯାଇ ନ ଥାଏ। ଫଳରେ କ୍ଷତ ସ୍ଥାନରେ ସଂକ୍ରମଣ ହୋଇ ପଚିଯାଇଥାଏ। ଏ କ୍ଷେତ୍ରରେ ପ୍ଲାଷ୍ଟିକ ସର୍ଜରି ଡାକ୍ତରଙ୍କ ସହ ପରାମର୍ଶର ଆବଶ୍ୟକତା ପଡିଥାଏ। କିନ୍ତୁ ଅନେକ ସମୟରେ ଦେଖାଯାଏ ଜୀବନ ବଞ୍ଚତ୍ୟିବା ପରେ ଲୋକମାନେ ଆଉ ସେହି ଦିଗ ପ୍ରତି ଧ୍ୟାନ ଦେଇ ନ ଥାନ୍ତି। ଫଳରେ ଅନେକ ଲୋକଙ୍କ ଅଙ୍ଗ ପ୍ରତ୍ୟଙ୍ଗ ବିକୃତ ମଧ୍ୟ ହୋଇଥାଏ। ଏପରିକି ଅତି ଗୁରୁତର ଘଟଣାରେ ହାତ ଗୋଡ଼ ମଧ୍ୟ କାଟିବାକୁ ପଡ଼ିଥାଏ। ତେବେ ଠିକ୍‌ ସମୟରେ ପ୍ଲାଷ୍ଟିକ ସର୍ଜରି କରାଗଲେ ରୋଗୀଙ୍କ ଅଙ୍ଗ ପ୍ରତ୍ୟଙ୍ଗ ନଷ୍ଟ ହେବାରୁ ରକ୍ଷା ମିଳିଥାଏ। ତେଣୁ ସାପ କାମୁଡ଼ା ଚିକିତ୍ସା କ୍ଷେତ୍ରରେ ପ୍ଲାଷ୍ଟିକ ସର୍ଜରିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ଅନ୍ତର୍ଗତ ରାଇଘର ଗ୍ରାମର ୯ ବର୍ଷୀୟା ବାଳିକା ମଞ୍ଜୁଳାଙ୍କ ଘଟଣା ହେଉଛି ଏହାର ସଦ୍ୟତମ ଉଦାହରଣ। ଗଛ କୋରଡରୁ ଚଢ଼େଇ ଧରିବାକୁ ଯାଇଥିବା ମଞ୍ଜୁଳାଙ୍କୁ ଏକ ନାଗ ସାପ କାମୁଡ଼ିବା ପରେ ଚିକିତ୍ସା ପାଇଁ ନବରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୁସ୍ଥ ହେବା ପରେ ଡାହାଣ ହାତର ଦଂଶନ ସ୍ଥାନଟି କଳା ପଡିଯିବା ସହ ଧୀରେ ଧୀରେ ସଂକ୍ରମିତ ହେବାରେ ଲାଗିବାରୁ ଉଚ୍ଚତର ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲ କଲେଜ ପ୍ଲାଷ୍ଟିକ୍‌ ସର୍ଜରି ବିଭାଗରେ ଦେଖାଇବାକୁ ପରାମର୍ଶ ଦିଆଗଲା। ହେଲେ ଘର ଲୋକେ ସେଠାକୁ ନ ନେଇ ନିଜ ଗାଁକୁ ନେଇଗଲେ। କ୍ଷତ ସ୍ଥାନରେ ଗ୍ୟାଙ୍ଗରିନ ହେବା ଫଳରେ ହାତଟି ଦ୍ରୁତ ଗତିରେ ନଷ୍ଟ ହେବାରେ ଲାଗିଲା। ପରିବାର ଲୋକେ ଚେରମୂଳି ଚିକିତ୍ସା ଆରମ୍ଭ କରିବା ସହ କାମୁଡ଼ିଥିବା ସାପକୁ ବନ୍ଦୀ କରି ରଖିଲେ। ଶେଷରେ ଗଣମାଧ୍ୟମରେ ମଞ୍ଜୁଳାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ତରଫରୁ ତାଙ୍କୁ କଟକ ଏସ୍‌ସିବିରେ ଭର୍ତ୍ତି କରାଯାଇଛି। ପ୍ଲାଷ୍ଟିକ ସର୍ଜରି ବିଶେଷଜ୍ଞମାନେ ତାଙ୍କ ହାତର ସ୍ଥିତିକୁ ନେଇ ପରୀକ୍ଷାନିରୀକ୍ଷା ଆରମ୍ଭ କରିଛନ୍ତି। ହାତ କଟା ଯିବ ନା ଦେହର ଅନ୍ୟ ସ୍ଥାନରୁ ଚମଡ଼ା ନେଇ ଗ୍ରାଫ୍‌ଟିଙ୍ଗ କରାଯିବ ସେନେଇ ପୁଙ୍ଖାନୁପୁଙ୍ଖ ତର୍ଜମା ପରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି।

କେମିତି ହୁଏ ପ୍ଲାଷ୍ଟିକ ସର୍ଜରି
ବିଶେଷଜ୍ଞଙ୍କ କହିବାନୁସାରେ, ଓଡ଼ିଶାରେ ଦେଖାଯାଉଥିବା ବିଷଧର ସାପଙ୍କ ମଧ୍ୟରୁ ୩ ପ୍ରଜାତିର ସାପ ନାଗ, ତମ୍ପ ଓ ଚନ୍ଦନବୋଡ଼ା କାମୁଡ଼ିଥିବା ଅଙ୍ଗରେ ସଂକ୍ରମଣ ଅଧିକ ହୋଇ ଗ୍ୟାଙ୍ଗରିନ ହେବା ଫଳରେ ସେହି ଅଙ୍ଗକୁ ବଞ୍ଚେଇବା(ଠିକ୍‌ ରଖିବା) ପାଇଁ ପ୍ଲାଷ୍ଟିକ ସର୍ଜରି ଆବଶ୍ୟକ ପଡ଼ିଥାଏ। ପ୍ରଥମେ ନଷ୍ଟ ହୋଇଥିବା ସଂକ୍ରମିତ ଟିସୁକୁ କାଟି ବାହାର କରାଯାଏ, ଯାହାକୁ ଡାକ୍ତରୀ ଭାଷାରେ ଡିବ୍ରାଇଡମେଣ୍ଟ(debridement) କୁହାଯାଏ। ଏହାପରେ ସୁସ୍ଥ ଟିସୁ ଉପରେ ଦେହର ଅନ୍ୟ ସ୍ଥାନରୁ ଚମଡ଼ା କାଟି ଆଣି ଗ୍ରାଫ୍‌ଟିଙ୍ଗ କରାଯାଇଥାଏ ବା ଲଗାଯାଇଥାଏ। ଯେଉଁ କ୍ଷେତ୍ରରେ କ୍ଷତ ସ୍ଥାନରେ ଅଧିକ ଟିସୁ ନଷ୍ଟ ହୋଇଯାଇଥାଏ ସେଭଳି ପରିସ୍ଥିତିରେ କ୍ଷତିଗ୍ରସ୍ତ ଅଙ୍ଗକୁ ଦେହର ଅନ୍ୟ ଏକ ଭଲ ସ୍ଥାନରେ କଲମୀ କରାଯାଇଥାଏ। ଦୀର୍ଘ ୨୧ ଦିନ ପର୍ଯ୍ୟନ୍ତ ସେହିଭଳି ଯୋଡ଼ା ହୋଇ ରହିବା ପରେ ମାଂସ ସହ ଚମଡ଼ା ଯୋଡ଼ି ହୋଇଥାଏ ଏବଂ ତା’ପରେ ଆଉଥରେ ସର୍ଜରି କରି ସେଇ ସ୍ଥାନକୁ ସ୍ବାଭାବିକ ରୂପ ଦିଆଯାଇଥାଏ।

ସଫଳ ପ୍ଲାଷ୍ଟିକ ସର୍ଜରି
୨୦୧୦ରେ ଭୁବନେଶ୍ବର ନୀଳାଦ୍ରିବିହାର ଅଞ୍ଚଳରେ ଜଣେ ରେଳ କର୍ମଚାରୀଙ୍କୁ ତାଙ୍କ ବାଥରୁମ୍‌ରେ ନାଗ ସାପ କାମୁଡ଼ିଥିଲା। ତାଙ୍କର ଡାହାଣ ପାଦ ଉପର ଅଂଶ ମଧ୍ୟ କଳା ପଡ଼ି ଏକ ବଡ଼ ଅଂଶ ନଷ୍ଟ ହେବାକୁ ଲାଗିଥିଲା। କିନ୍ତୁ ଠିକ୍‌ ସମୟରେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ପ୍ଲାଷ୍ଟିକ ସର୍ଜନ ତାଙ୍କ ଗୋଡ଼ର ମୃତ ଟିସୁକୁ ଡିବ୍ରାଇଡ୍‌ମେଣ୍ଟ କରି ସେହି ସ୍ଥାନରେ ଭଲ ଟିସୁ ଆସିବା ପରେ ରୋଗୀଙ୍କ ଜଂଘରୁ ଚମଡ଼ା ନେଇ ପାଦ ଉପରେ ଗ୍ରାଫ୍‌ଟିଙ୍ଗ କରିଥିଲେ। ଫଳରେ ସମ୍ପୃକ୍ତ ରୋଗୀଙ୍କର ପାଦ ସୁରକ୍ଷିତ ରହିପାରିଥିଲା। ଯଦି ଠିକ୍‌ ସମୟରେ ପ୍ଲାଷ୍ଟିକ ସର୍ଜରି କରାଯାଇ ନ ଥାନ୍ତା, ତେବେ ସେହି ରୋଗୀଙ୍କର ଗୋଡ଼ରେ ସଂକ୍ରମଣ ବଢ଼ିବା ସହିତ ମଞ୍ଜୁଳାଙ୍କ ହାତ ଭଳି ହୋଇଯାଇଥାନ୍ତା।

ନାଗ ଜାତୀୟ ବା ବୋଡା ସାପ କାମୁଡ଼ିଥିବା ସ୍ଥାନରେ ଅଳ୍ପରୁ ଭୟଙ୍କର ଫୁଲା ହୋଇଥାଏ। ସେଭଳି ଜାଗାରେ ଫାସିଓଟୋମି (ଫୁଲିଥିବା ମାଂସକୁ କଟାଯିବା) ଆବଶ୍ୟକ ପଡ଼ିଥାଏ। ଫାସିଓଟୋମି ଦ୍ୱାରା ମାଂସପେଶୀକୁ ଅଧିକ କ୍ଷତିଗ୍ରସ୍ତ ହେବାରୁ ବଞ୍ଚେଇହେବ। ବିଳମ୍ବ କଲେ ତାହା ଅଧିକ ନଷ୍ଟ କରିଦେଇଥାଏ। ଜୀବନ ପ୍ରତି ବି ବିପଦ ସୃଷ୍ଟି କରିଥାଏ। ତେବେ ରିକନ୍‌ଷ୍ଟ୍ରକ୍ଟିଭ ସର୍ଜରି ପାଇଁ ଯେତେଶୀଘ୍ର ପ୍ଲାଷ୍ଟିକ ସର୍ଜରି ଚିକିତ୍ସା ହେବ ସେତେଶୀଘ୍ର ସାପ କାମୁଡ଼ା ରୋଗୀର ମଙ୍ଗଳ ହେବ।
-ଡା. ଲକ୍ଷ୍ମୀକାନ୍ତ ମିଶ୍ର, ପ୍ଲାଷ୍ଟିକ ସର୍ଜନ

ସାପ କାମୁଡ଼ା ରୋଗୀଙ୍କର ପ୍ରାଥମିକ ଚିକିତ୍ସା ଗୁରୁତ୍ୱପୂର୍ଣ୍ଣ। ଏହି ଅବସ୍ଥାରେ ଠିକ୍‌ ଚିକିତ୍ସା ନ ମିଳିଲେ କ୍ଷତ ସ୍ଥାନରେ ସଂକ୍ରମଣ ବଢ଼ିଥାଏ। ୨୦୦୩ରେ ମୋର ଡାହାଣ ହାତ ବିଶି ଆଙ୍ଗୁଠିକୁ ବଞ୍ଚେଇବାକୁ ଯାଇ ପ୍ଲାଷ୍ଟିକ ସର୍ଜରି କରାଯାଇଥିଲା। ପ୍ରାୟ ୩ ମାସ ମୁଁ କଷ୍ଟ ପାଇଥିଲି ସତ, କିନ୍ତୁ ମୋ ଆଙ୍ଗୁଠି ବଞ୍ଚତ୍ଗଲା। ତେଣୁ ସାପ କାମୁଡ଼ା ରୋଗୀଙ୍କ ହାତ ବା ଗୋଡ଼ ଆଦି ସଂକ୍ରମିତ ହୋଇ ନଷ୍ଟ ହେଲେ ଶୀଘ୍ର ପ୍ଲାଷ୍ଟିକ ସର୍ଜରି କରାଇବା ଆବଶ୍ୟକ।
-ଶୁଭେନ୍ଦୁ ମଲ୍ଲିକ, ସାଧାରଣ ସମ୍ପାଦକ, ସ୍ନେକ ହେଲ୍ପଲାଇନ

 


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri