Posted inଫୁରସତ

ଗର୍ଭବତୀଙ୍କ ପାଦ ଖସିଯିବାରୁ ଚାଲିଗଲା ପେଟରେ ଥିବା ଶିଶୁର ଜୀବନ; ମହିଳାଙ୍କୁ ମିଳିଲା ଏମତି ଦଣ୍ଡ

୨୯ ବର୍ଷୀୟା ଜଣେ ଗର୍ଭବତୀ ମହିଳାଙ୍କ ପାଦ ଖସିଯିବାରୁ ପେଟରେ ଥିବା ପିଲାଟାର ଜୀବନ ଚାଲିଗଲା। ଏନେଇ ମହିଳାଙ୍କୁ ୯ ବର୍ଷ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିଲା। ବର୍ତ୍ତମାନ ସେ ଜେଲ୍‌ରୁ ମୁକୁଳିଛନ୍ତି। ବାହାରକୁ ଆସି ସେ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ, ଗର୍ଭପାତ ସହ ଜଡ଼ିତ ଆଇନ କାନୁନକୁ ବଦଳାଇ ଦିଅନ୍ତୁ। ନଚେତ୍‌ ତାଙ୍କ ପରି ଅନେକ ମହିଳା ଅସୁବିଧାରେ ପଡ଼ିବେ।

୨୦୧୨ ମସିହାରେ ସାରା ରୋଗେଲ ଗାର୍ସିଆ ୮ ମାସର ଗର୍ଭବତୀ ଥିଲେ। ସେ କପଡ଼ା ଧୋଉଥିବା ସମୟରେ ତାଙ୍କ ଗୋଡ଼ ଖସିଗଲା। ପରେ ସେ ବେହୋସ ହୋଇଗଲେ। ଯେତେବେଳେ ତାଙ୍କର ହୋସ୍‌ ଆସିଲା ଦେଖିଲେ ସେ ହସ୍ପିଟାଲ ବେଡ୍‌ରେ ଶୋଇଛନ୍ତି। ଏହାର ୪ ଦିନ ପରେ ତାଙ୍କୁ ଜେଲ୍‌ରେ ସଜା କାଟିବାକୁ ଶୁଣାଇ ଦିଆଯାଇଥିଲା। କାରଣ ତାଙ୍କ ଯୋଗୁ ପିଲାଟିର ମୃତ୍ୟୁ ହେଲା। ଏଥିପାଇଁ ସେ ୯ ବର୍ଷ ଜେଲ୍‌ଦଣ୍ଡ ଭୋଗିବେ। କିଛିଦିନ ତଳେ ସାରା ଜେଲ୍‌ରୁ ମୁକୁଳିଛନ୍ତି। ସେ କହିଛନ୍ତି, ମୋ ସହ ଏକ ଦୁର୍ଘଟଣା ଘଟିଲା। ଏଥିରେ ମୋର କିଛି ଦୋଷ ନ ଥିଲା।

ସୂଚନାଯୋଗ୍ୟ, ସାଲ୍‌ଓ୍ବାଡୋରରେ ଗର୍ଭପାତକୁ ନେଇ ବହୁତ କଡ଼ା ଆଇନ ରହିଛି। ଯଦି କୌଣସି ମହିଳାଙ୍କର ମନକୁ ଗର୍ଭପାତ ହୁଏ କିମ୍ବା ଜରୁରିକାଳୀନ ପରିସ୍ଥିତିରେ ଗର୍ଭପାତ କରାଇବାକୁ ହୁଏ ତେବେ ଏହାର ପ୍ରଭାବ ସମ୍ପୃକ୍ତ ଗର୍ଭବତୀଙ୍କ ଉପରେ ପଡ଼ିଥାଏ। ଏପରିକି ଗର୍ଭପାତ ଅଭିଯୋଗରେ ଗର୍ଭବତୀଙ୍କୁ ଜେଲ୍‌ଦଣ୍ଡ ଭୋଗିବାକୁ ହୋଇଥାଏ। ଯାହା ସାରାଙ୍କ କ୍ଷେତ୍ରରେ ଘଟିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri