ଆଗକୁ ବିପଦ କୋଭିଡ୍‌ ଆବର୍ଜନା

ନୂଆଦିଲ୍ଲୀ/ଭୁବନେଶ୍ୱର(ବ୍ୟୁରୋ),୧୪ା୬: ମହାମାରୀ କରୋନାର ଦ୍ୱିତୀୟ ଲହର କ୍ରମଶଃ ଦୁର୍ବଳ ହେବାରେ ଲାଗିଥିବାବେଳେ କୋଭିଡ୍‌ ରୋଗୀଙ୍କ ଚିକିତ୍ସାରୁ ବାହାରୁଥିବା ବ୍ୟବହୃତ ଡାକ୍ତରୀ ଉପକରଣର ଗଦା ଗଦା ଆବର୍ଜନା ସାରା ଦେଶ ପାଇଁ ଆଉ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଗତ ଏପ୍ରିଲରୁ ମେ’ ମାସ ମଧ୍ୟରେ ଏଭଳି ବାୟୋମେଡିକାଲ୍‌ ଓ୍ବେଷ୍ଟ (ବିଏମ୍‌ଡବ୍ଲ୍ୟୁ/ବି-ଓ୍ବେଷ୍ଟ)ରେ ୫୦% ବୃଦ୍ଧି ଘଟିଛି। ସର୍ବାଧିକ ସଂକ୍ରମଣ ବୋଝ ସହିଥିବା ରାଜ୍ୟଗୁଡ଼ିକ ପାଇଁ ଏହା ବେଶି ବିପଦ ସାଜିଛି। ଚଳିତବର୍ଷ ସୃଷ୍ଟି ହୋଇଥିବା ବି-ଓ୍ବେଷ୍ଟ ମଧ୍ୟରୁ ଅଧା କେବଳ ୫ଟି ରାଜ୍ୟରେ ରହିଛି। ଏକ ରିପୋର୍ଟ ଅନୁସାରେ ଓଡ଼ିଶାରେ ଦିନକୁ ୬.୬୫ ଟନ୍‌ ବାୟୋମେଡିକାଲ ବର୍ଜ୍ୟବସ୍ତୁ ସୃଷ୍ଟି ହେଉଛି। ତେଣୁ ଆଗକୁ ସେଗୁଡ଼ିକୁ ବୈଜ୍ଞାନିକ ଉପାୟରେ ନଷ୍ଟ କରା ନ ଗଲେ ବିଷାକ୍ତ ଆବର୍ଜନା ଉଭୟ ସ୍ବାସ୍ଥ୍ୟ ଓ ପରିବେଶ ପାଇଁ ହାନିକାରକ ହେବ ବୋଲି ଡାକ୍ତର ଓ ବିଶେଷଜ୍ଞମାନେ ମତ ଦେଇଛନ୍ତି।
କୋଭିଡ୍‌ ଚିକିତ୍ସାରେ ବ୍ୟବହୃତ ସିରିଞ୍ଜ, ଗ୍ଲୋଭ୍‌ସ, ଫେସ୍‌ ଶିଲ୍ଡ, ପିପିଇ କିଟ୍‌, ଡିସ୍ପୋଜେବୁଲ ବେଡ୍‌ଶିଟ୍‌ ଆଦିର ଉପଯୁକ୍ତ ଟ୍ରିଟ୍‌ମେଣ୍ଟ କରାଯାଉ ନାହିଁ। ସଂକ୍ରମଣର ଦ୍ୱିତୀୟ ଲହରରେ ଏଭଳି ବର୍ଜ୍ୟବସ୍ତୁ ଏଣେତେଣେ ପଡ଼ିରହିଥିବା ଦେଖିବାକୁ ମିଳୁଛି। ଏହା ଆଗକୁ ସଂକ୍ରମଣ ବୃଦ୍ଧିର କାରଣ ସାଜିପାରେ। ଏହା କରୋନା ଭଳି ଜନସ୍ବାସ୍ଥ୍ୟ ସମସ୍ୟାକୁ ଜନ୍ମ ଦେଇପାରେ ବୋଲି ଡାକ୍ତର ଓ ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ବାୟୋମେଡିକାଲ ଓ୍ବେଷ୍ଟ ମ୍ୟାନେଜମେଣ୍ଟ ରୁଲ୍ସ, ୨୦୧୬ ଅନୁସାରେ ଦୂରନ୍ତ ସ୍ଥାନରେ ଗଭୀର ଗାତ ଖୋଳି ଏଭଳି ଆବର୍ଜନାକୁ ବୈଜ୍ଞାନିକ ଉପାୟରେ ପୋତି ନଷ୍ଟ କରାଯିବା ପାଇଁ ନିୟମ ରହିଛି। ତେବେ ଅନେକ ରାଜ୍ୟ ମ୍ୟୁନିସିପାଲିଟି ଗାଡ଼ିରେ ସେଗୁଡ଼ିକୁ ବୋହି ନଈନାଳ ଓ ଖୋଲାପଡ଼ିଆରେ ଫୋପାଡ଼ିଦେଉଛନ୍ତି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ସଂଗୃହୀତ ତଥ୍ୟାନୁସାରେ ୨୦୨୧ ମେ’ରେ କୋଭିଡ୍‌ଜନିତ ବାୟୋମେଡିକାଲ ଆବର୍ଜନା ଦୈନିକ ୨୦୩ ଟନ୍‌ (ଟିପିଡି) ସୃଷ୍ଟି ହୋଇଛି। ଅଣକୋଭିଡ୍‌ ସମୟ ତୁଳନାରେ ଏହା ୩୩% ଅଧିକ। ଏଥିରୁ କେବଳ କେରଳ, ଗୁଜରାଟ, ମହାରାଷ୍ଟ୍ର, ଦିଲ୍ଲୀ ଓ କର୍ନାଟକରେ ୫୦% ବି-ଆବର୍ଜନା ସୃଷ୍ଟି ହୋଇଛି। ମେ’ ୧୦ରେ ସର୍ବାଧିକ ୨୫୦ ବିଏମ୍‌ଡବ୍ଲ୍ୟୁ ସୃଷ୍ଟି ହୋଇଥିଲା। ୨୦୨୦ରେ ମହାମାରୀର ପ୍ରଥମ ଲହର ବେଳେ ଏହାର ପରିମାଣ ଥିଲା ୧୮୦-୨୦୦ ଟିପିଡି। ୨୦୨୧ ଫେବୃୟାରୀରେ ଦ୍ୱିତୀୟ ଲହର ଆରମ୍ଭ ହେବା ପରେ କୋଭିଡଜନିତ ବିଏମ୍‌ଡବ୍ଲ୍ୟୁ ୫୩ ଟିପିଡି ଥିବାବେଳେ ଗତ ମାସରେ ଏହା ୨୦୩ ଟିପିଡିରେ ପହଞ୍ଚତ୍ଥିଲା। ସେଥିରୁ ଦୈନିକ କେରଳରେ ୨୩.୭୧ ଟନ୍‌, ଗୁଜରାଟ ୨୧.୯୮ ଟନ୍‌, ମହାରାଷ୍ଟ୍ର ୧୯.୦୨ ଟନ୍‌ ଓ ଦିଲ୍ଲୀରେ ୧୮.୭୯ ଟନ୍‌ ଆବର୍ଜନା ବାହାରିଥିଲା। ସେହିପରି ଦୈନିକ ୫ ଟନରୁ ଊର୍ଦ୍ଧ୍ୱ କୋଭିଡ୍‌ ଆବର୍ଜନା ସୃଷ୍ଟିକାରୀ ରାଜ୍ୟଗୁଡ଼ିକ ମଧ୍ୟରେ ରହିଛି ଆନ୍ଧ୍ରପ୍ରଦେଶ (୯.୯୯), ହରିୟାଣା (୧୩.୧୧), କର୍ନାଟକ (୧୬.୯୧), ମଧ୍ୟପ୍ରଦେଶ (୭.୩୨), ଓଡ଼ିଶା (୬.୬୫), ତାମିଲନାଡୁ (୧୩.୫୭), ଉତ୍ତରପ୍ରଦେଶ (୧୫.୯୧) ଓ ପଶ୍ଚିମବଙ୍ଗ (୫.୭୨)। ଏହି ରାଜ୍ୟଗୁଡ଼ିକରେ ମୋଟ ୧୯୮ଟି କମନ୍‌ ବାୟୋମେଡିକାଲ ଓ୍ବେଷ୍ଟ ଟ୍ରିଟ୍‌ମେଣ୍ଟ ଫାସିଲିଟି ରହିଛି। ସେଥିରୁ ସର୍ବାଧିକ ୨୯ଟି ମହାରାଷ୍ଟ୍ରରେ ଥିବାବେଳେ କର୍ନାଟକରେ ୨୬ ଓ ଗୁଜରାଟରେ ୨୦ଟି ରହିଛି। ସର୍ବାଧିକ ଆବର୍ଜନା ସୃଷ୍ଟିକାରୀ ରାଜ୍ୟ କେରଳରେ ମାତ୍ର ଗୋଟିଏ କମନ୍‌ ଫାସିଲିଟି ରହିଛି। ଏର୍ନାକୁଲମ୍‌ ଜିଲାରେ ଦ୍ୱିତୀୟ ଫାସିଲିଟି ନିର୍ମାଣ ପାଇଁ ଉଦ୍ୟମ ଚାଲିଛି।
ସେଣ୍ଟର ଫର୍‌ ସାଇନ୍ସ ଆଣ୍ଡ ଏନ୍‌ଭାଇରନ୍‌ମେଣ୍ଟ (ସିଏସ୍‌ଇ) ପକ୍ଷରୁ ନିକଟରେ ଜାରି ୨୦୨୧ ଷ୍ଟେଟ୍‌ ଅଫ୍‌ ଇଣ୍ଡିଆଜ୍‌ ଏନ୍‌ଭାଇରନ୍‌ମେଣ୍ଟ ରିପୋର୍ଟ ଅନୁସାରେ ଦେଶରେ ବାୟୋମେଡିକାଲ ଟ୍ରିଟ୍‌ମେଣ୍ଟ ସୁବିଧାର ବହୁ ଅଭାବ ରହିଛି। ୨୦୧୭ରେ ୫୫୯ ଟିପିଡି ବାୟୋମେଡିକାଲ ଆବର୍ଜନା ସୃଷ୍ଟି ହୋଇଥିବାବେଳେ ୨୦୧୯ରେ ଏହା ୬୧୯ରେ ପହଞ୍ଚତ୍ଥିଲା। ଏହି ସମୟ ମଧ୍ୟରେ ବିଏମ୍‌ଡବ୍ଲ୍ୟୁ ଟିଟ୍‌ମେଣ୍ଟ ୯୨.୮%ରୁ ୮୮%କୁ ଖସିଆସିଥିଲା। ବିହାରରେ ୬୯% ଏବଂ କର୍ନାଟକରେ ୪୭% ବିଏମ୍‌ଡବ୍ଲ୍ୟୁକୁ ଟ୍ରିଟ୍‌ମେଣ୍ଟ କରାଯାଇ ନ ଥିଲା। ପ୍ରାଇଭେଟ ହସ୍ପିଟାଲ୍ସ ଆଣ୍ଡ ନର୍ସି ହୋମ୍ସ ଆସୋସିଏଶନ (ପିଏଚ୍‌ଏ) ଅଧ୍ୟକ୍ଷ ଏଚ୍‌.ଏମ୍‌. ପ୍ରସନ୍ନଙ୍କ ମତରେ ପ୍ରଥମ ଲହର ତୁଳନାରେ ଦ୍ୱିତୀୟ ଲହର ବେଳେ ଅଧିକ ପରିମାଣର ବାୟୋମେଡିକାଲ ଓ୍ବେଷ୍ଟ ସୃଷ୍ଟି ହୋଇଛି। ପ୍ରାକ୍‌ କୋଭିଡ୍‌ ସମୟ ତୁଳନାରେ ବର୍ତ୍ତମାନ ଏହାର ପରିମାଣ ୪ରୁ ୫ଗୁଣ ଅଧିକ। ପୂର୍ବରୁ ଏହାକୁ ଯଥାସ୍ଥାନରେ ଫୋପାଡ଼ି ନଷ୍ଟ କରିବା ପାଇଁ କିଲୋ ପିଛା ୧୦-୧୩ ଟଙ୍କା ଖର୍ଚ୍ଚ ହେଉଥିଲା। ବର୍ତ୍ତମାନ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)କୁ ବାଦ୍‌ ଦେଇ କିଲୋ ପ୍ରତି ୫୮ ଟଙ୍କା ଖର୍ଚ୍ଚ ହେଉଛି। ଏକ ଛୋଟ ହସ୍ପିଟାଲରୁ ଦୈନିକ ଏଭଳି ୧୦୦ କେ.ଜି ଆବର୍ଜନା ବାହାରୁଛି। ଗ୍ରାମାଞ୍ଚଳରେ ସଂକ୍ରମଣ ବଢ଼ୁଥିବାରୁ ରୋଗୀଙ୍କ ଚିକିତ୍ସାରେ ଏପରି ଉପକରଣର ବ୍ୟବହାର ମଧ୍ୟ ବଢ଼ିଛି। ତେଣୁ ଜିଲାଗୁଡ଼ିକରେ ମଧ୍ୟ ସ୍ଥିତି ଚିନ୍ତାଜନକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

ସାଲେପୁରରୁ ଟିକେଟ ମିଳିବା ପରେ ଏମିତି ପ୍ରତିକ୍ରିୟା ଦେଲେ ଅରିନ୍ଦମ, କହିଲେ…

ଭୁବନେଶ୍ୱର,୨୭।୪: ଭାଜପା ପକ୍ଷରୁ ଶନିବାର ଓଡ଼ିଶାର ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ତାଲିକାରେ ସାଲେପୁରରୁ ଅରିନ୍ଦମ ରାୟଙ୍କୁ ଟିକେଟ ମିଳିଛି।...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

ତେଲକୋଇରୁ ଫକୀରମୋହନ, ଚମ୍ପୁଆରୁ ଲଢ଼ିବେ ମୁରଲୀ

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ଘୋଷଣା ହୋଇ ପାରୁ ନ ଥିବା ଚମ୍ପୁଆ ଏବଂ ତେଲକୋଇ ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ଶନିବାର ତା’ର...

ଏହି ୨ ବିଧାୟକଙ୍କ ଟିକେଟ୍‌ କାଟିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଜେଡି ପକ୍ଷରୁ ଶନିବାର ୩ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ଆସନରୁ ୨ ବିଧାୟକଙ୍କ ଟିକେଟ କଟିଥିବା ଦେଖାଯାଇଛି। ଖୋର୍ଦ୍ଧା...

୩ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୭ା୪: ଶନିବାର ବିଜେଡି ତା’ର ଆଉ ୩ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଭୋଗରାଇରୁ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଏବଂ ବେଗୁନିଆରୁ ପ୍ରଦୀପ...

ଚାଲାଣ ସମୟରେ ଜବତ ହୋଇଥିବା ଗୋରୁମାନଙ୍କୁ ଅଭିଯୁକ୍ତ ମାଲିକଙ୍କୁ ହସ୍ତାନ୍ତର କରାଯାଇପାରିବ ନାହିଁ: ଓଡ଼ିଶା ହାଇକୋର୍ଟ

କଟକ,୨୭।୪: ନିର୍ଦୟ ଭାବେ ଚାଲାଣ ହେବା ସମୟରେ ଜବତ ହୋଇଥିବା ଗୋରୁ ମାନଙ୍କୁ ସେମାନଙ୍କର ମାଲିକଙ୍କୁ ହସ୍ତାନ୍ତର କରାଯିବ ନାହିଁ। ଗୋରୁ ମାନଙ୍କ ପ୍ରତି କରାଯାଉଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri