ଓଡ଼ିଶା କେତେ ପ୍ରସ୍ତୁତ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ମେ ପ୍ରଥମ ସପ୍ତାହରେ ଓଡ଼ିଶାରେ କରୋନା ସଂକ୍ରମଣ ଶୀର୍ଷରେ ପହଞ୍ଚତ୍ପାରେ ବୋଲି ଡାଇରେକ୍ଟର ଅଫ୍‌ ମେଡିକାଲ ଏଜୁକେଶନ ଆଣ୍ଡ ଟ୍ରେନିଂ (ଡିଏମ୍‌ଇଟି) ସିବିକେ ମହାନ୍ତି ଆଶଙ୍କା ପ୍ରକାଶ କରିଛନ୍ତି। ଗତ ୩/୪ଦିନର ଦୈନିକ ସଂକ୍ରମଣ ସ୍ଥିତି ଦେଖିଲେ ଡିଏମ୍‌ଇଟିଙ୍କ କଥା ସତ ହେବା ଭଳି ଲାଗୁଛି। ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତରପ୍ରଦେଶ, ଛତିଶଗଡ଼ ଆଦି କେତେକ ରାଜ୍ୟରେ କରୋନା ଯେପରିି ଘାତକ ରୂପ ନେଇଛି ସେହି ସ୍ଥିତି ଓଡ଼ିଶାରେ ନ ଥିଲେ ମଧ୍ୟ ଦୈନିକ ସଂକ୍ରମଣ ରେକର୍ଡ ଭାଙ୍ଗି ଚାଲିଛି। ଏହିସ୍ଥଳେ ଓଡ଼ିଶା ସରକାର ଅନ୍ୟ ରାଜ୍ୟକୁ ଯେଭଳି ଅକ୍ସିଜେନ ଯୋଗାଇବାରେ ଲାଗିଛନ୍ତି, ତାହାକୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କଲେଣି। କରୋନା ଦ୍ୱାରା ସାଧାରଣତଃ ସଂକ୍ରମିତଙ୍କ ଅକ୍ସିଜେନ ସ୍ତର କମିଯାଉଥିବାବେଳେ ଏବେ ଅମ୍ଲଜାନ ଅଭାବରୁ ଦେଶର ହସ୍ପିଟାଲଗୁଡ଼ିକରେ ପ୍ରତିମୁହୂର୍ତ୍ତରେ ରୋଗୀଙ୍କ ମୃତ୍ୟୁ ଘଟୁଛି। ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଗତ ୨୪ ଘଣ୍ଟା ମଧ୍ୟରେ ୨୫ କୋଭିଡ୍‌ ରୋଗୀଙ୍କ ମୃତ୍ୟୁ ଅକ୍ସିଜେନ ସଙ୍କଟର ସଦ୍ୟ ଦୃଷ୍ଟାନ୍ତ। ଏହି କଥାରୁ ଓଡ଼ିଶା ସରକାର ହେଜିବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତଦେଇଛନ୍ତି। ରାଜ୍ୟରେ ବିପଦ କେତେ ଘନେଇବ ତାହାକୁ ଆକଳନ

କରିବା ପାଇଁ କୌଣସି ମାପକାଠି ନାହିଁ ବୋଲି ସେମାନେ ଚେତେଇ ଦେଇଛନ୍ତି।
ବର୍ତ୍ତମାନ ରାଜ୍ୟରେ ଦୈନିକ ୨୩.୬୫ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ ଆବଶ୍ୟକ ହେଉଥିବା ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି। ମହାପାତ୍ର ଆହୁରି କହିଛନ୍ତି ଯେ, ୫ ଇସ୍ପାତ ଶିଳ୍ପ ଦୈନିକ ୩୭୫ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ ଉତ୍ପାଦନ କରୁଛନ୍ତି। ଓଡ଼ିଶାରେ ଅକ୍ସିଜେନ ଯଥେଷ୍ଟ ବଳକା ରହୁଥିବାରୁ ଅନ୍ୟ ରାଜ୍ୟକୁ ଦିଆଯାଉଥିବା ସେ କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଚାଲୁ ରହିଥିବା ଇସ୍ପାତ କାରଖାନାରେ ଅକ୍ସିଜେନର ଯଥେଷ୍ଟ ଚାହିଦା ରହିଥାଏ। ସରକାର ଦେଉଥିବା ତଥ୍ୟ ସେହି କାରଖାନାଗୁଡ଼ିକର ସମୁଦାୟ ଅକ୍ସିଜେନ ଉତ୍ପାଦନ। ତାହାର ଅର୍ଥ ନୁହେଁ ଯେ, ସମସ୍ତ ଉତ୍ପାଦିତ ଅକ୍ସିଜେନ ରାଜ୍ୟ ସରକାରଙ୍କ କତ୍ତୃତ୍ୱାଧୀନ। କାରଖାନାର ଚାହିଦା ମେଣ୍ଟିବା ପରେ କେତେ ବଳକା ଅକ୍ସିଜେନ ରହିବ ସେହି ପରିସଂଖ୍ୟାନ ଧରିତ୍ରୀକୁ ମିଳିପାରିନାହିଁ।
ଓଡ଼ିଶା ସରକାରଙ୍କ ଦ୍ୱାରା ବାହାରକୁ ଅକ୍ସିଜେନ ପଠାଇବାର ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠୁଛି। ବର୍ତ୍ତମାନ ରାଜ୍ୟରେ ଦୈନିକ ସଂକ୍ରମଣ ୬ ହଜାର ଟପିଥିବାବେଳେ ଯଦି ତାହା ହଠାତ୍‌ ଦୁଇରୁ ତିନିଗୁଣା ବଢ଼ିଯାଏ ତା’ହେଲେ ଅକ୍ସିଜେନ କେତେ ଆବଶ୍ୟକ ହେବ ତାହାର ଆକଳନ ଏବେଠୁ କରିବା ସରକାରଙ୍କ ପାଇଁ ସମ୍ଭବପର ନୁହେଁ। ଏହାଛଡ଼ା ରାଜ୍ୟରେ ଅକ୍ସିଜେନ ପରିବହନ ପାଇଁ ଆବଶ୍ୟକ ଟ୍ୟାଙ୍କର ନାହିଁ। ଏଥିପାଇଁ ଶୁକ୍ରବାର ଅନ୍ୟ ରାଜ୍ୟରୁ ବାୟୁସେନା ସ୍ବତନ୍ତ୍ର ବିମାନ ଯୋଗେ ଖାଲି ଟ୍ୟାଙ୍କର ଅଣାଯାଇଛି, ଯାହାକି ଏକ ଚିନ୍ତାଜନକ ବିଷୟ। ଯଦି ଅଳ୍ପ କିଛିଦିନ ମଧ୍ୟରେ ଓଡ଼ିଶାରେ ମହାରାଷ୍ଟ୍ର, ଦିଲ୍ଲୀ ଭଳି ସ୍ଥିତି ସୃଷ୍ଟି ହୁଏ ତା’ହେଲେ ମାଲକାନଗିରି, କୋରାପୁଟ୍‌, ନୂଆପଡ଼ା, ମୟୂରଭଞ୍ଜ ଭଳି ଜିଲାର କୋଣ ଅନୁକୋଣରେ କୋଭିଡ୍‌ ରୋଗୀ ଚିକିତ୍ସିତ ହେଉଥିବା ସରକାରୀ ଓ ଘରୋଇ ହସ୍ପିଟାଲକୁ ଅକ୍ସିଜେନ ଯୋଗାଣ ନିମନ୍ତେ ସରକାର କେତେ ପ୍ରସ୍ତୁତ ବୋଲି ବିଭିନ୍ନ ମହଲରେ ପ୍ରଶ୍ନ କରାଯାଉଛି।
ରାଜ୍ୟର କେତେଜଣ ସିଡିଏମ୍‌ଓଙ୍କ କହିବାନୁଯାୟୀ ସେମାନଙ୍କ ଜିଲାରେ ଅକ୍ସିଜେନ ଅଭାବ ନାହିଁ। ବର୍ତ୍ତମାନ ଉକ୍ତ ଜିଲାଗୁଡ଼ିକରେ ଅକ୍ସିଜେନ୍‌ ଟ୍ୟାଙ୍କ ଭରି ରହିଥିବାରୁ ସେମାନେ ଏଭଳି କହୁଛନ୍ତି। କିନ୍ତୁ ଅକ୍ସିଜେନ ଟ୍ୟାଙ୍କ କ୍ଷମତା ଏବଂ ପୁନଃ ଭରଣ ସମୟକୁ ଦୃଷ୍ଟିରେ ରଖି ଦିଲ୍ଲୀ, ମହାରାଷ୍ଟ୍ର ଭଳି ସମ୍ଭାବ୍ୟ ସଙ୍କଟକୁ ଚିନ୍ତା କଲେ ବୁଝାପଡ଼ୁଛି ଯେ, ସିଡିଏମ୍‌ଓମାନେ ଏକ ବିରାଟ ଜରୁରିକାଳୀନ ସ୍ଥିତିକୁ ଆକଳନ କରିପାରୁନାହାନ୍ତି। ସେହିପରି ଘରୋଇ ହସ୍ପିଟାଲରେ କେତେ ଅକ୍ସିଜେନ ମହଜୁଦ୍‌ ଅଛି ସେ ବିଷୟରେ ମଧ୍ୟ ସେମାନଙ୍କ ଧାରଣା ନାହିଁ ବୋଲି ଅବସରପ୍ରାପ୍ତ ଡାକ୍ତର ହରିବନ୍ଧୁ ଷଡ଼ଙ୍ଗୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri