Posted inଖେଳ

ହକି ଓଡ଼ିଶା ଓ୍ବେବ୍‌ସାଇଟ ଉନ୍ମୋଚିତ: ୬ ଜିଲା ବରଗଡ଼, ଝାରସୁଗୁଡ଼ା, ସୁବର୍ଣ୍ଣପୁର, ନୟାଗଡ଼, କେନ୍ଦୁଝର ଓ ରାୟଗଡ଼ା ନୂତନ ଭାବେ ଅନୁବନ୍ଧିତ

ଭୁବନେଶ୍ୱର, ୧୦।୩(କ୍ରୀଡ଼ା ପ୍ରତିନିଧି)- ସମଗ୍ର ବିଶ୍ୱରେ ଏବେ ଓଡ଼ିଶା ହକିକୁ ନେଇ ଚର୍ଚ୍ଚା। ୨୦୧୮ରେ ହକି ବିଶ୍ୱକପ୍‌କୁ ସଫଳତାର ସହ ଆୟୋଜନ ପରେ ୨୦୨୩ ବିଶ୍ୱକପ୍‌ ଆୟୋଜନ ଅଧିକାର ମିଳିଛି। ବିଶ୍ୱଶ୍ରେଣୀୟ ଭିତ୍ତିଭୂମି ଉପଲବ୍ଧ ଯୋଗୁ ଏଠାରେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତା ମଧ୍ୟ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଭାରତୀୟ ହକି ଦଳର ପ୍ରାୟୋଜକ ହୋଇ ଉଦାହରଣ ସୃଷ୍ଟି କରିଛି। ଦିଲୀପ ତିର୍କୀଙ୍କଠାରୁ ଆରମ୍ଭ କରି ଅନେକ ଖେଳାଳି ଭାରତୀୟ ଦଳର ଅଧିନାୟକ ମଧ୍ୟ ହୋଇଛନ୍ତି। ଭାରତୀୟ ହକିକୁ ରୁଦ୍ଧିମନ୍ତ କରିବାରେ ଓଡ଼ିଶାର ଅତୁଳନୀୟ ଅବଦାନ ରହିଛି। ମାତ୍ର ବିଡ଼ମ୍ବନାର ବିଷୟ ଏହି ଯେ ଏପରି ମହନୀୟ ଇତିହାସ ରଖୁଥିବା ଓଡ଼ିଶା (ହକି ଓଡ଼ିଶା) ଏବେ ହକି ଇଣ୍ଡିଆର ସହଯୋଗୀ ସଦସ୍ୟଭାବେ ପରିଗଣିତ ହେଉଛି। ହକି ଇଣ୍ଡିଆର ସ୍ଥାୟୀ ସଦସ୍ୟ ଥିବା ୨୨ ଆସୋସିଏଶନ ମଧ୍ୟରେ ହକି ଓଡ଼ିଶା ନାହିଁ। ହକି ଇଣ୍ଡିଆର ସ୍ଥାୟୀ ସଦସ୍ୟ ପାଇଁ ଉପଯୁକ୍ତ ମାନଦଣ୍ଡ ପୂରଣରେ ବିଳମ୍ବକୁ ଏହାର କାରଣ ଦର୍ଶାଯାଉଛି। ଏହାକୁ ନେଇ ଅନେକ ଚର୍ଚ୍ଚା ହୋଇ ସାରିଥିବାବେଳେ ଏବେ ହକି ଓଡ଼ିଶା ପାଗ ଭିଡ଼ିଛି।
ମଙ୍ଗଳବାର କଟକ ବାରବାଟୀ ଷ୍ଟାଡିୟମ ପରିସରରେ ଥିବା ଗେଷ୍ଟ ହାଉସରେ ହକି ଓଡ଼ିଶାର ସ୍ବତନ୍ତ୍ର ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ଜଷ୍ଟିସ ଏ. ଏସ୍‌. ନାଇଡ଼ୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ପ୍ରତାପ ଶତପଥୀ ଅଡିଟି ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏହା ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିବାବେଳେ ୬ଟି ଜିଲା ବରଗଡ଼, ଝାରସୁଗୁଡ଼ା, ସୁବର୍ଣ୍ଣପୁର, ନୟାଗଡ଼, କେନ୍ଦୁଝର ଓ ରାୟଗଡ଼ାକୁ ନୂତନଭାବେ ଅନୁବନ୍ଧିତ କରାଯାଇଥିବା ସମ୍ପର୍କରେ ସମ୍ପାଦକ ଅବଗତ କରାଇଥିଲେ। ଏହି ଅବସରରେ ହକି ଓଡ଼ିଶାର ଓ୍ବେବସାଇଟ୍‌ www.hockeyodisha.inକୁ ଜଷ୍ଟିସ୍‌ ନାଇଡ଼ୁ ଉନ୍ମୋଚନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଉମାକାନ୍ତ ନନ୍ଦ, ଶ୍ରୀମନ୍ତ ସାହୁ, ଆନନ୍ଦିନୀ ଦର୍ଜୀ, ତ୍ରିଷ୍ଣା ଗୋସ୍ବାମୀ, ଯୁଗ୍ମସମ୍ପାଦକ ପ୍ରଣବ କିଶୋର ପଟ୍ଟନାୟକ, ମମତା ସ୍ବାଇଁ, ସାଇପଦ୍ମଜିତା ମହାପାତ୍ର, ପବୀର କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ଲେ ଅଫ୍‌ ଯାଇପାରିବ କି ଚେନ୍ନାଇ ସୁପର କିଙ୍ଗ୍ସ: କ’ଣ କହୁଛି ସମୀକରଣ ଜାଣନ୍ତୁ

ଧର୍ମଶାଳା,୫।୫:ଆଇପିଏଲ୍‌ ୨୦୨୪ରେ ପ୍ଲେ ଅଫ ର ସମୀକରଣ ସ୍ପଷ୍ଟ ହେବାରେ ଲାଗିଛି। ରବିବାର ଚେନ୍ନାଇ ସୁପର କିଙ୍ଗ୍ସ ପଞ୍ଜାବ କିଙ୍ଗସକୁ ୨୮ ରନରେ ପରାସ୍ତ କରିଛି,...

୪୨ ବର୍ଷ ବୟସରେ ଏମିତି କାରନାମା କଲେ ଧୋନୀ

ଧର୍ମଶାଳା,୫।୫: ଯଦିଓ ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଖେଳାଳି ମହେନ୍ଦ୍ର ସିଂ ଧୋନୀ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଶୂନ୍ୟରେ ଆଉଟ୍‌ ହୋଇଥିଲେ ମଧ୍ୟ ଏହି ୪୨...

ପାଖାପାଖି ୧୧୦୦ ଦିନ ପରେ ପଞ୍ଜାବକୁ ଧୂଳି ଚଟେଇଲା ଚେନ୍ନାଇ

ଚେନ୍ନାଇ,୫।୫: ଚେନ୍ନାଇ ସୁପର କିଙ୍ଗ୍ସ ପଞ୍ଜାବ କିଙ୍ଗସକୁ ୨୮ ରନରେ ପରାସ୍ତ କରିଛି। ଚେନ୍ନାଇର ବିଜୟରେ ରବିନ୍ଦ୍ର ଜାଡେଜାଙ୍କ ତୀକ୍ଷ୍ଣ ବୋଲିଂରେ ଅନେକ ଅବଦାନ ରହିଛି।...

ବିରାଟ କୋହଲିଙ୍କୁ ଅରେଞ୍ଜ କ୍ୟାପ ପିନ୍ଧାଇଲେ ଦିନେଶ କାର୍ତ୍ତିକ, ଭିଡିଓ ସୃଷ୍ଟି କରୁଛି ହଇଚଇ

ନୂଆଦିଲ୍ଲୀ,୫।୫: ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିରାଟ କୋହଲି ଏବଂ ଦୀନେଶ କାର୍ତ୍ତିକ ପ୍ରଶଂସକଙ୍କୁ ଖୁସିର ମୁହୂର୍ତ୍ତ ଦେଇଛନ୍ତି। କୋହଲି...

ସାଥ୍‌ ଦେଉନି ଋତୁରାଜଙ୍କ ଭାଗ୍ୟ: ଏଥର୍‌ ବି ଫେଲ୍‌

ନୂଆଦିଲ୍ଲୀ,୫।୫: ନୂଆ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଋତୁରାଜ ଗାଇକୱାଡଙ୍କ ଭାଗ୍ୟ ଆଇପିଏଲ ୨୦୨୪ ରେ ବହୁତ ଖରାପ ହୋଇଛି। ସେ ବର୍ତ୍ତମାନ ପଞ୍ଜାବ କିଙ୍ଗ୍ସ...

ଯିଏ ଆଉଟ୍‌ କରିଥିଲେ, ତାଙ୍କୁ ବଡ଼ ଗିଫ୍ଟ ଦେଲେ କୋହଲି

ନୂଆଦିଲ୍ଲୀ,୫।୫: ଜଣେ ମହାନ ବ୍ୟାଟ୍ସମ୍ୟାନ ହେବା ବ୍ୟତୀତ ବିରାଟ କୋହଲି ମଧ୍ୟ ଜଣେ ବଡ଼ ହୃଦୟର ବ୍ୟକ୍ତି ଅଟନ୍ତି। କୋହଲି ତାଙ୍କ ଜର୍ସି ନୁର ଅହମ୍ମଦଙ୍କୁ...

ଟି -୨୦ ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଜାରି: ଏହି ଦିନ ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ୍‌

ନୂଆଦିଲ୍ଲୀ,୫।୫: ଆଇସିସି ମହିଳା ଟି -୨୦ ବିଶ୍ୱକପ ୨୦୨୪ର କାର୍ଯ୍ୟସୂଚୀ ପ୍ରକାଶ କରିଛି। ଏହି ଟୁର୍ନାମେଣ୍ଟ ବାଂଲାଦେଶରେ ଆୟୋଜିତ ହେବ। ଭାରତୀୟ ମହିଳା ଦଳକୁ ଗ୍ରୁପ...

ରେସଲର୍‌ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍‌କା; ନିଲମ୍ବନ କଲା NADA

ନୂଆଦିଲ୍ଲୀ,୫।୫: ଭାରତୀୟ ରେସଲର୍‌ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍‌କା ଲାଗିଛି। ନ୍ୟାଶନାଲ ଆଣ୍ଟିଂ ଡୋପିଂ ଏଜେନ୍ସି(ଏନ୍‌ଏଡିଏ) ଅସ୍ଥାୟୀ ଭାବେ ତାଙ୍କୁ ନିଲମ୍ବିତ କରିଛି। ସେ ମାର୍ଚ୍ଚରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri