Posted inଖେଳ

ନେଟ୍ସରେ ହାର୍ଦ୍ଦିକଙ୍କ ଜୋରଦାର ଅଭ୍ୟାସ

ଅହମଦାବାଦ,୧୦।୩(ପି.ଟି.): ୧୨ ତାରିଖରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ପୂର୍ବରୁ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନେଟ୍ସରେ ବେଶ୍‌ ଝାଳ ବୁହାଇଛନ୍ତି। ନେଟ୍ସରେ ସାମାନ୍ୟ ଆକ୍ସନରେ ସୁଧାର ଆଣି ବୋଲିଂ କରିଥିଲେ। ହାର୍ଦ୍ଦିକ ନେଟ୍‌ ସେସନର ପ୍ରାକ୍ଟିସ ଭିଡିଓ ନିଜ ଟୁଇଟର ପେଜରେ ଅପ୍‌ଲୋଡ କରିଛନ୍ତି। ଏଥିରେ ସେ ବଡ଼ ବଡ଼ ଶଟ୍‌ମାନ ଖେଳୁଥିବାର ଦେଖାଯାଇଛି। ପ୍ରସ୍ତୁତି ପୂରା ହୋଇଛି ଓ ଟି୨୦ ମ୍ୟାଚ୍‌ ଖେଳିବାକୁ ବେଶ୍‌ ବ୍ୟଗ୍ର ଅଛି ବୋଲି ସେ ଭିଡିଓର କ୍ୟାପସନରେ ଉଲ୍ଲେଖ କରିଛନ୍ତି। ହାର୍ଦ୍ଦିକଙ୍କ ବ୍ୟାଟିଂ ଅଭ୍ୟାସକୁ ଅଧିନାୟକ ବିରାଟ କୋହଲି, କୋଚ୍‌ ରବି ଶାସ୍ତ୍ରୀ, ବ୍ୟାଟିଂ କୋଚ୍‌ ବିକ୍ରମ ରାଠୋର ଦୂରରେ ଠିଆହୋଇ ଦେଖୁଥିଲେ। ଭିଡିଓ ଶେଷରେ ପାଣ୍ଡ୍ୟା ବୋଲିଂ କରିଥିବାର ଦେଖାଯାଇଛି।
ଗତବର୍ଷ ଡିସେମ୍ବରରେ ଅଷ୍ଟ୍ରେଲିଆ ଗସ୍ତ ଅବସରରେ ପାଣ୍ଡ୍ୟା ଶେଷଥର ପାଇଁ ଟି୨୦ ମ୍ୟାଚ୍‌ ଖେଳିଥିଲେ। ୨୦୧୯ରେ ପିଠିରେ ଇଞ୍ଜୁରି (ଷ୍ଟ୍ରେସ୍‌ ଫ୍ରାକ୍‌ଚର) କାରଣରୁ ବୋଲିଂ କରୁ ନ ଥିଲେ। ତେବେ ଗତ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ସେ କିଛି ଓଭର ବୋଲିଂ କରିବାକୁ ବାଧ୍ୟ ହୋଇଥିଲେ। ଏବେ ପାଣ୍ଡ୍ୟା ତାଙ୍କ ବୋଲିଂ ଆକ୍ସନରେ ପରିବର୍ତ୍ତନ କରିଛନ୍ତି ବୋଲି ପୂର୍ବତନ ଜାତୀୟ ଚୟନକର୍ତ୍ତା ଦେବାଙ୍ଗ ଗାନ୍ଧୀ କହିଛନ୍ତି। ଇଞ୍ଜୁରିକୁ ଦୃଷ୍ଟିରେ ରଖି ସେ ତାଙ୍କ ଜମ୍ପର ଲେନ୍ଥକୁ ଯଥେଷ୍ଟ କମାଇଛନ୍ତି। ଯାହାଫଳରେ ତାଙ୍କ ପିଠି ଉପରେ କମ୍‌ ଚାପ ପଡିବ। ଆଗାମୀ ଅକ୍ଟୋବରରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ଓ ଇଂଲଣ୍ଡରେ ଆୟୋଜନ ହେବାକୁ ଥିବା ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଓ ଟେଷ୍ଟ ସିରିଜ ପାଇଁ ପାଣ୍ଡ୍ୟା ଭାରତୀୟ ଦୃଷ୍ଟିକୋଣରୁ ଉପଯୋଗୀ ସାବ୍ୟସ୍ତ ହେବେ।
ଟି୨୦ ସିରିଜରେ ଧାଓ୍ବନ ନ ଖେଳିପାରନ୍ତି
ଟି୨୦ ସିରିଜରେ ଅଭିଜ୍ଞ ଓପନର ଶିଖର ଧାଓ୍ବନ୍‌ ନ ଖେଳିବା ସମ୍ଭାବନା ସୃଷ୍ଟି ହୋଇଛି। ତେବେ ଯଦି ଲୋକେଶ ରାହୁଲ ଓ ରୋହିତ ଶର୍ମା ଆହତ ହୁଅନ୍ତି ତାଙ୍କୁ ସୁଯୋଗ ମିଳିପାରେ। ସେ ପ୍ରଥମ ପସନ୍ଦର ବ୍ୟାକ୍‌- ଅପ୍‌ ଓପନର ଭାବେ ଦଳରେ ସ୍ଥାନ ବଜାୟ ରଖିପାରନ୍ତି। ତେବେ ଦିନିକିଆ ସିରିଜରେ ତାଙ୍କୁ ସୁଯୋଗ ମିଳିପାରେ ବୋଲି ଗାନ୍ଧୀ କହିଛନ୍ତି।
୪ ନଂ.ରେ ପନ୍ତ, ୫ରେ ସୂର୍ଯ୍ୟ ଖେଳିବା ସମ୍ଭାବନା
ଟି୨୦ ସିରିଜରେ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ୪ ନମ୍ବରରେ ବ୍ୟାଟିଂ କରିବା ଉଚିତ ହେବ ବୋଲି ଦେବାଙ୍ଗ ଗାନ୍ଧୀ କହିଛନ୍ତି। ସେ ଏହି ସ୍ଥାନରେ ତାଙ୍କର ସ୍ବାଭାବିକ ବିସ୍ଫୋରକ ବ୍ୟାଟିଂ କରିବେ। ସେହିପରି ୫ ନଂ.ରେ ସୂର୍ଯ୍ୟକୁମାର ଯାଦବ ବ୍ୟାଟିଂ କରିପାରନ୍ତି। ଗତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ସୂର୍ଯ୍ୟକୁମାର ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଖେଳି ଜବରଦସ୍ତ ସଫଳତା ପାଇଥିଲେ। ସେ ମଧ୍ୟ ଦିନିକିଆ ଦଳରେ ସ୍ଥାନ ପାଇବା ଉଚିତ ବୋଲି ଗାନ୍ଧୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

ଶୁବମନ ଗିଲ ଆଉଟ ହେବା ପରେ ବଡ଼ ସମସ୍ୟାର ହେଲା ସମାଧାନ!

ନୂଆଦିଲ୍ଲୀ,୨୦।୧୨: ଶନିବାର ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳି...

ଘୋଷଣା ହେଲା ଟି-୨୦ ବିଶ୍ୱକପ୍ ଦଳ: ଗୌତମ ଗମ୍ଭୀରଙ୍କୁ ଚେତାବନୀ ଦେଲେ ପୁର୍ବତନ କ୍ରିକେଟର

ମୁମ୍ବାଇ,୨୦।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ୍ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri