ମହାଜନଙ୍କ ପରିବାର ଲୋକେ ଆଖି ତାଡ଼ି ଦେଲେ

ନୟାଗଡ ଅଫିସ,୧୩।୨: ସୁଧ ବାବଦରେ ୫ ହଜାର ଟଙ୍କା କମ୍‌ ଦେବାକୁ କହିବାରୁ ମହାନଜଙ୍କ ପରିବାର ଲୋକେ ଜଣେ ବ୍ୟକ୍ତିଙ୍କ ଆଖି ତାଡି ଦେଇଛନ୍ତି। ନୟାଗଡ ସଦର ଥାନା ଷଠିଆପଲ୍ଲୀ ଗଁାରେ ଗୁରୁବାର ରାତିରେ ଏହି ଅମାନୁଷିକ ଘଟଣା ଘଟିଛି। ଆହତ ଇଟାମାଟି ଥାନା ସଜନାପଡା ଗଁାର ପରମାନନ୍ଦ ରାଉତରାୟ(୪୬) ବାମ ଆଖି ହରାଇ କଟକ ବଡମେଡିକାଲର ଚକ୍ଷୁ ବିଭାଗରେ ଚିକିତ୍ସିତ ହେଉଛନ୍ତି। ପରମାନନ୍ଦଙ୍କ ସ୍ତ୍ରୀ ମୀନାଙ୍କ ଅଭିଯୋଗ କ୍ରମେ ନୟାଗଡ ସଦର ଥାନା ପୋଲିିସ ଆକ୍ରମଣକାରୀ ଶଙ୍କର୍ଷଣ ସ୍ବାଇଁ, ତାଙ୍କ ସ୍ତ୍ରୀ ଓ ମାମା, ସୁମା, ବାନିଆ, କୁନ୍ତି ପ୍ରମୁଖ ୪ ଝିଅଙ୍କ ବିରୋଧରେ ଏକ ମାମଲା(ନଂ୨୩/୨୧) ରୁଜୁ କରି ତଦନ୍ତ ଚଳାଇଛି। ଏହି ଘଟଣାରେ ସୁମାଙ୍କୁ ପୋଲିସ ଅଟକ ରଖିଛି।
ଅଭିଯୋଗ ଅନୁଯାୟୀ, ଇଟାମାଟି ଥାନା ସଜନାପଡା ଗଁାର ପରମାନନ୍ଦ ଓ ସ୍ତ୍ରୀ ମୀନା ଷଠିଆପଲ୍ଲୀ ଗଁାର ଶଙ୍କର୍ଷଣ ସ୍ବାଇଁଙ୍କଠାରୁ ୨୦ ହଜାର ଟଙ୍କା ମାସିକ ୩ ପ୍ରତିଶତ ସୁଧରେ ଆଣିଥିଲେ। ସୁଧ ମୂଳ ମିଶି ୩୦ ହଜାର ଟଙ୍କା ପରିଶୋଧ କରିବାକୁ ଏହି ଦମ୍ପତି ଷଠିଆପଲ୍ଲୀ ଯାଇଥିଲେ। ତେବେ ୪ଟଙ୍କା ସୁଧରେ ମୂଳ ପରିଶୋଧ କରିବାକୁ ଶଙ୍କର୍ଷଣଙ୍କ ପରିବାର ଲୋକେ କହିବା ସହ ଅଧିକ ୫ ହଜାର ଟଙ୍କା ଦାବି କରିଥିଲେ। ଆଉ ୫ ହଜାର ଟଙ୍କା ଦେଇ ହେବ ନାହିଁ ବୋଲି ପରମାନନ୍ଦ କହିବା ପରେ ଉଭୟଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା। ଶେଷରେ ତାହା ଗଣ୍ଡଗୋଳର ରୂପ ନେଇଥିଲା। ଶଙ୍କର୍ଷଣ, ତାଙ୍କର ୪ଝିଅ, ସ୍ତ୍ରୀ ମିଳିତ ଭାବେ ପରମାନନ୍ଦ ଓ ତାଙ୍କ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ। ପରେ ପରମାନନ୍ଦଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ତାଙ୍କ ଆଖିକୁ ତାଡି ନେଇଥିଲେ। ଗୁରୁତର ଅବସ୍ଥାରେ ପରମାନନ୍ଦଙ୍କୁ ପ୍ରଥମେ ନୟାଗଡ ଜିଲା ମୁଖ୍ୟ ଚିକିସତ୍ାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥାରେ ଉନ୍ନତି ନ ଆସିବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

ନୂଆ ବର୍ଷରେ ନୂଆ ପଦକ୍ଷେପ

ଯାଜପୁର,୩୧ା୧୨: : କର୍କଟ ପୀଡିତଙ୍କ ପାଇଁ 14 ଇଞ୍ଚ କେଶଦାନ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟା ପୂଜାରାଣୀ ବେହେରା । ଇଂରାଜୀ ନୂଆବର୍ଷ ଆରମ୍ଭକୁ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ରାଶିଫଳ ୨୦୨୬: ମେଷରୁ ମୀନ ରାଶି ପାଇଁ କିପରି କଟିବ ନୂତନ ବର୍ଷ, ସବୁ…

ନୂତନ ବର୍ଷ ନୂତନ ଆଶା ଏବଂ ନୂତନ ସୁଯୋଗ ସହିତ ଆରମ୍ଭ ହୁଏ। ଏହି ସମୟରେ ସମସ୍ତେ ଭାବନ୍ତି ଯେ ନୂଆ ବର୍ଷ କ’ଣ ହେବ...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri