ଭୁବନେଶ୍ୱରରେ ମାରି ଗଞ୍ଜାମରେ ଫିଙ୍ଗିଥିଲେ

ଜଗନ୍ନାଥପ୍ରସାଦ,୧୨।୧(ଡି.ଏନ.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଭୂଷଣ୍ଡପାଳ ଛକ ନିକଟ ଧାନବିଲରୁ ଗତ ଡିସେମ୍ବର ୨ରେ ଯୁବତୀଙ୍କ ମୃତଦେହ ଜବତ ଘଟଣାର ପର୍ଦ୍ଦାଫାଶ ହୋଇଛି। ମୃତ ଯୁବତୀ ଜଣକ ହେଲେ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ମାହାନା ଗ୍ରାମର ପୂଜା ସେଠୀ। ୫ ବର୍ଷ ହେଲା ପୂଜା ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳରେ ରହୁଥିବା ମାନସ ରଞ୍ଜନ ପାଇକରାୟଙ୍କ ଘରେ ସହାୟିକା ଭାବେ କାମ କରୁଥିଲେ। ଆଉ କାମ କରିବେନି ବୋଲି ସେ ବାରମ୍ବାର କହୁଥିଲେ ମଧ୍ୟ ମାନସ ଓ ସ୍ତ୍ରୀ ସରୋଜିନୀ ତାଙ୍କୁ ଛାଡ଼ୁ ନ ଥିଲେ। ଏହାକୁ ନେଇ ଦମ୍ପତି ଓ ପୂଜାଙ୍କ ମଧ୍ୟରେ ସବୁବେଳେ ଯୁକ୍ତିତର୍କ ହେଉଥିଲା। ଗତ ଡିସେମ୍ବର ୧ ସନ୍ଧ୍ୟାରେ ଏହା ଉଗ୍ରରୂପ ନେଇଥିଲା। ପୂଜା ଘର ଛାଡ଼ି ପଳାଇବେ ବୋଲି ଜିଦ୍‌ ଧରିବାରୁ ଦମ୍ପତି ତାଙ୍କୁ ମାଡ଼ମାରି ତଣ୍ଟି ଚିପି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ପୂଜାଙ୍କ ମୃତ୍ୟୁ ଘଟିଥିଲା। ପରେ ଦମ୍ପତି ରାତି ପ୍ରାୟ ୧୦ଟାରେ ମୃତଦେହକୁ ଏକ ଓଲା କାର୍‌(ନଂ ଓଡ଼ି୩୩ ଏମ୩୦୧୪)ରେ ଅନ୍ୟତ୍ର ଫୋପାଡ଼ିବାକୁ ନେଇଥିଲେ। ଜାଗା ଖୋଜିଖୋଜି ସେମାନେ ଭୁବନେଶ୍ୱରରୁ ୧୫୦ କି.ମି. ଦୂର ଆସି ଭୂଷଣ୍ଡପାଳ ଛକ ନିକଟ ଧାନ ବିଲରେ ମୃତଦେହ ପକାଇ ଚାଲିଯାଇଥିଲେ। ଅଭିଯୁକ୍ତ ଦମ୍ପତି ମାନସ ଓ ସରୋଜିନୀଙ୍କୁ ସୋମବାର ଜଗନ୍ନାଥପ୍ରସାଦ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଖବରଦାତା ସମ୍ମିଳନୀରେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ସୂଚନା ଦେଇଛନ୍ତି।
ଏସ୍‌ପି ଆହୁରି କହିଛନ୍ତି, ପୂଜାଙ୍କ ମୃତଦେହରେ କୌଣସି କ୍ଷତ ଚିହ୍ନ ନ ଥିଲା। ପାଟି ଓ ନାକରୁ ରକ୍ତ ବାହାରିଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଇଥିଲା। ଜଗନ୍ନାଥପ୍ରସାଦ ଥାନାରେ ଏ ନେଇ ଆଇପିସି ଦଫା ୩୦୨/୨୦୧ ଅନୁଯାୟୀ ମାମଲା (ନଂ.୨୮୪/୨୨୦) ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିଲା। ମୃତଦେହ ଚିହ୍ନଟ ପାଇଁ ଭଞ୍ଜନଗର ମେଡିକାଲରେ ୭୨ଘଣ୍ଟା ପର୍ଯ୍ୟନ୍ତ ରଖାଯାଇଥିଲା। ତଥାପି ଚିହ୍ନଟ ହୋଇ ନ ପାରିବାରୁ ୫ଟି ପୋଲିସ ଟିମ୍‌ ଗଠନ କରାଯାଇ ବିଭିନ୍ନ ଥାନା ଅଞ୍ଚଳକୁ ପଠାଯାଇଥିଲା। ଜଗନ୍ନାଥପ୍ରସାଦ ଥାନା ଅଧିକାରୀ ଦିଲୀପ କୁମାର ସ୍ବାଇଁ ଏହାର ତଦାରଖ କରୁଥିଲେ। ପୋଲିସ ଟିମ୍‌ ବିଭିନ୍ନ ସମୟରେ ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼, ବାଲେଶ୍ୱର, ପୁରୀ, କନ୍ଧମାଳ, ରାୟଗଡା, କୋରାପୁଟ ଜିଲାର ପ୍ରାୟ ୧୦୦ ଥାନାକୁ ଯାଇ ମୃତ ଯୁବତୀଙ୍କ ଫଟୋ ଦେଖାଇ ଚିହ୍ନଟ କରିବାକୁ ଚେଷ୍ଟା କରିଥିଲେ। ଏପରିକି ପୋଲିସର ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ମଧ୍ୟ ଫଟୋ ସେୟାର କରାଯାଇଥିଲା। ବିଭିନ୍ନ ଅଞ୍ଚଳରୁ କେତେଜଣଙ୍କୁ ସନ୍ଦେହରେ ଉଠାଇ ପଚରାଉଚୁରା ହୋଇଥିଲା। ବାଲେଶ୍ୱର ଅଞ୍ଚଳର ଜଣେ ବ୍ୟକ୍ତି ମୃତା ଯୁବତୀଙ୍କୁ ଚିହ୍ନଟ କରିଥିଲେ। ପୂଜାଙ୍କ ବାପା ଫଟୋ ଦେଖି ଝିଅକୁ ଚିହ୍ନଟ କରିଥିଲେ। ଭୁବନେଶ୍ୱରରେ ଜଣେ ବାବୁଙ୍କ ଘରେ ଝିଅ ରହୁଥିବା ଓ ତାଙ୍କୁ ସେ ଚିହ୍ନି ନ ଥିବା ବାପା କହିଥିଲେ। ପରେ ପୋଲିସ ଟିମ ବାରମ୍ବାର ଭୁବନେଶ୍ୱରକୁ ଯାଇ ତଦନ୍ତ କରିବା ପରେ ଅଭିଯୁକ୍ତ ଦମ୍ପତିଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ଅଭିଯୁକ୍ତ ମାନସଙ୍କ ଘର ନୟାଗଡ଼ ଜିଲାର ଫତେଗଡ଼ ଥାନା ଅନ୍ତର୍ଗତ ପଥରପୁଞ୍ଜି ଗ୍ରାମ ଓ ସରୋଜିନୀଙ୍କ ଘର କଟକ ଜିଲାର ବୈଦେଶ୍ୱର ଥାନା ଅନ୍ତର୍ଗତ କଳାପଥର ଗ୍ରାମରେ ବୋଲି ଜେରା ବେଳେ ଜଣାପଡ଼ିଛି। ଜଗନ୍ନାଥପ୍ରସାଦ ପୋଲିସର ଏଭଳି ସଫଳତା ପାଇଁ ଏସ୍‌ପି ୧୦୦୦ଟଙ୍କା ପୁରସ୍କାର ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri