Odisha Elections 2024

ଦୈନିକ ୧୦ରୁ ୧୫ଟି ପାନ ଖାଇ ଓଠ ଲାଲ କରିଦେଉଥିଲେ ଆମିର: ଶୁଟିଂ ସେଟ୍‌ ପାଲଟିଥିଲା…

ବମ୍ବେ,୨୩।୧୨: ବଲିଉଡ୍‌ର ତିନି ଖାନ୍‌ଙ୍କ ମଧ୍ୟରୁ ଆମିର ଜଣେ। ତାଙ୍କ ଅଭିନୀତ ଫିଲ୍ମ ‘ପିକେ’ ଜବରଦସ୍ତ ହିଟ୍‌ ସାବ୍ୟସ୍ତ ହୋଇଥିଲା। ଦେଶ ତଥା ବିଦେଶର ଦର୍ଶକଙ୍କ ମନ ଜିଣିଥିଲା ଚଳଚ୍ଚିତ୍ରଟି । ଅନ୍ୟ ଗ୍ରହରୁ ପୃଥିବୀକୁ ଆସିଥିବା ଜଣେ ବ୍ୟକ୍ତିଙ୍କ ଚରିତ୍ରରେ ଅଭିନୟ କରିଥିଲେ ଆମିର, ଯିଏ ଏଠାରେ ଭଲପାଇବା, ରାଗ, ଘୃଣା ତଥା ଭିନ୍ନ ଧର୍ମକୁ ଦେଖୁଛି। ଫିଲ୍ମରେ ସେ ମୁଣ୍ଡରେ ହେଲମେଟ, ବେକରେ ମାଳି ପକାଇ ବୁଲୁଥିବା ସହ ସର୍ବଦା ପାନ ଖାଉଥିବା ନଜର ଆସୁଥିଲେ।

ଚରିତ୍ରଟି ପରଦା ଉପରେ ସହଜ ଲାଗୁଥିଲେ ହେଁ ବହୁତ ପରିଶ୍ରମ କରିଥିଲେ ଆମିର। ପାନ ଖାଇବା ଦୃଶ୍ୟଗୁଡ଼ିକ ପାଇଁ ସେ ଶୁଟିଂ ସମୟରେ ୧୦ରୁ ୧୫ଟି ପାନ ଖାଉଥିଲେ। ତାଙ୍କ ପାଇଁ ରାଜକୁମାର ହିରାନୀ ଜଣେ ପାନଦୋକାନୀଙ୍କୁ ସେଟ୍‌କୁ ଡାକିଥିଲେ। ଫିଲ୍ମ ଶେଷ ହେବା ବେଳକୁ ସେ ଏତେ ପାନ ଖାଇଥିଲେ ଯେ ଗଣିବା ଭୁଲିଯାଇଥିଲେ।

ଏବେ ଆମିର ନିଜ ଆଗାମୀ ଫିଲ୍ମ ‘ଲାଲ ସିଂ ଚଢ଼୍‌ଢ଼ା’ ଶୁଟିଂରେ ବ୍ୟସ୍ତ। ଆସନ୍ତା ବର୍ଷ ଏହା ପରଦାକୁ ଆସିବ। ତାଙ୍କ ସହ ଏଥିରେ କରିନା କପୁର ଖାନ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ବାହା ହେବେ ସାରା!

ମୁମ୍ବାଇ: ବଲିଉଡର ଯୁବ ତାରକାମାନଙ୍କ ମଧ୍ୟରେ ଅଛନ୍ତି ଶୈଫ ଅଲି ଖାନ ଏବଂ ତାଙ୍କ ପୂର୍ବତନ ପତ୍ନୀ ଅମୃତା ସିଂଙ୍କ ଝିଅ ସାରା ଅଲି ଖାନ...

କଣ ଏହି ‘ଗଜଗାମିନୀ’ ଚାଲି? ଅଦିତିଙ୍କ ବାସ ୧୦ ସେକେଣ୍ଡର ଝଲକ୍‌ରେ ଲୋକେ ହେଉଛନ୍ତି ଦିୱାନା

ଫ୍ୟାଶନ ଦୁନିଆରେ ‘କ୍ୟାଟୱାକ’ ବିଷୟରେ ଆପଣ ନିଶ୍ଚୟ ବହୁତ ଶୁଣିଥିବେ। କିନ୍ତୁ କେବେ ସ୍ବାନ ଓ୍ବାକ୍‌ କିମ୍ବା ଗଜ ଗାମିନୀ ବିଷୟରେ ଶୁଣିଛନ୍ତି କି? ପ୍ରାୟତ...

୨୬ ଦିନ ପରେ ଫେରିଲେ ନିଖୋଜ ତାରକ ମେହେତା ଅଭିନେତା, ଚିହ୍ନିବା ହେଉଛି ମୁସ୍କିଲ

ବମ୍ବେ: ନିଖୋଜ ହେବାର ୨୬ ଦିନ ପରେ ଘରକୁ ଫେରିଲେ ‘ତାରକ ମେହେଟ୍ଟା କା ଉଲଟା ଚଷମା’ ଷ୍ଟାର ଗୁରୁଚରଣ ସିଂ। ଏପ୍ରିଲ ୨୨ରେ ସେ...

ଗର୍ଲଫ୍ରେଣ୍ଡଙ୍କ ମୃତ୍ୟୁକୁ ସହିପାରିଲେନି ଏହି ଅଭିନେତା: ହାରିଲେ ଜୀବନ

କିଛି ଦିନ ପୂର୍ବରୁ ଅଭିନେତ୍ରୀ ପବିତ୍ରା ଜୟାରାମ ଏକ କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ବର୍ତ୍ତମାନ ତାଙ୍କ ପ୍ରେମିକ ତଥା ସହ-ଅଭିନେତା ଚନ୍ଦ୍ରକାନ୍ତ ଆତ୍ମହତ୍ୟା କରିଥିବା...

ସମ୍ପର୍କରେ ବାଜିଲା ମୋହର! ଶିବାଙ୍ଗୀଙ୍କ ପ୍ରେମରେ ପଡ଼ିଥିବା ସ୍ବୀକାର କଲେ…

ବମ୍ବେ: ପ୍ରେମରେ ପଡ଼ିଛନ୍ତି ଅଭିନେତା କୁଶାଲ ଟଣ୍ଡନ। ଅଭିନେତ୍ରୀ ଶିବାଙ୍ଗୀ ଜୋଶୀଙ୍କୁ ଡେଟ୍‌ କରୁଛନ୍ତି ସେ। କିଛି ଦିନ ଧରି ଉଭୟ ସମ୍ପର୍କରେ ଥିବା ନେଇ...

ଡ୍ରାମା କୁଇନ ରାଖୀ ସାଓ୍ବନ୍ତଙ୍କ ଅବସ୍ଥା ସଙ୍କଟାପନ୍ନ: ପୂର୍ବତନ ସ୍ବାମୀ ରିତେଶ

ମୁମ୍ବାଇ,୧୮।୫: ଡ୍ରାମା କୁଇନ ରାଖୀ ସାୱନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସବୁଥର ପରି, ଯେତେବେଳେ ତାଙ୍କ ହସ୍ପିଟାଲରେ ଭର୍ତ୍ତି ହେବାର ଖବର ଆସିଲା, କେହି ଏହାକୁ...

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଐଶ୍ୱର୍ଯ୍ୟାଙ୍କ ଜଲଓ୍ବା

ନୂଆଦିଲ୍ଲୀ: ଚଳିତ ବର୍ଷ ଅନୁଷ୍ଠିତ ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଜଲଓ୍ବା ଦେଖାଇଛନ୍ତି। ୨୦ ବର୍ଷ ହେଲା ଐଶ୍ୱର୍ଯ୍ୟା ଏହି...

ଚତୁର୍ଥ ସ୍ବାମୀଙ୍କୁ ଛାଡ଼ପତ୍ର ଦେବେ ଜେନିଫର ଲୋପେଜ୍‌, ଦୁଇ ବର୍ଷ ପୂର୍ବେ କରିଥିଲେ ବିବାହ

ବମ୍ବେ: ଚତୁର୍ଥ ସ୍ବାମୀଙ୍କୁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି ହଲିଉଡ୍‌ ଅଭିନେତ୍ରୀ ଜେନିଫର ଲୋପେଜ୍‌। ବେନ୍‌ ଆଫ୍‌ଲେକ୍‌ଙ୍କୁ ଦୁଇ ବର୍ଷ ପୂର୍ବେ ସେ ବିବାହ କରିଥିଲେ। ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri