ବ୍ରିଟେନ୍‌ ଯାତ୍ରୀଙ୍କ ପାଇଁ ଏସ୍‌ଓପି ଜାରି

ନୂଆଦିଲ୍ଲୀ, ୨୩।୧୨: ଉତ୍ତରପଶ୍ଚିମ ୟୁରୋପରେ କରୋନା ଭୂତାଣୁର ଏକ ନୂଆ ରୂପ ବ୍ୟାପିବା ଫଳରେ ନିକଟରେ ବ୍ରିଟେନ ଯାତ୍ରା କରିଥିବା ଲୋକଙ୍କ ପାଇଁ କେନ୍ଦ୍ର ସରକାର ମଙ୍ଗଳବାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି) ଜାରି କରିଛନ୍ତି। କୋଭିଡ୍‌ର ଏହି ନୂଆ ରୂପ ଦ୍ରୁତ ସଂକ୍ରମିତ ହେବା ସହ ଯୁବବର୍ଗଙ୍କୁ ଅଧିକ ପ୍ରଭାବିତ କରୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏସ୍‌ଓପିରେ ସମସ୍ତ ଅନ୍ତର୍ଜାତୀୟ ବିମାନଯାତ୍ରୀଙ୍କୁ ଗତ ୧୪ ଦିନର ଟ୍ରାଭେଲ୍‌ ହିଷ୍ଟ୍ରି ଘୋଷଣା କରି ଆତ୍ମଘୋଷିତ ଫର୍ମ ପୂରଣ କରିବାକୁ କୁହାଯାଇଛି। ଯେଉଁମାନେ ନଭେମ୍ବର ୨୫ରୁ ଡିସେମ୍ବର ୮ ମଧ୍ୟରେ ବ୍ରିଟେନରୁ ଫେରିଛନ୍ତି ସେମାନଙ୍କୁ ଆର୍‌ଟି-ପିସିଆର୍‌ ପରୀକ୍ଷା କରାଇବାକୁ ହେବ। ଯଦି ରିପୋର୍ଟ ପଜିଟିଭ୍‌ ଆସେ ତେବେ ଭୂତାଣୁ ନୂଆ ରୂପର ଆର୍‌ଟି-ପିସିଆର୍‌ ପରୀକ୍ଷା କରାଯିବ। ପଜିଟିଭ୍‌ ଚିହ୍ନଟ ଯାତ୍ରୀଙ୍କୁ ସମ୍ପୃକ୍ତ ରାଜ୍ୟ କର୍ତ୍ତୃପକ୍ଷ ଆନୁଷ୍ଠାନିକ ଆଇସୋଲେଶନ କେନ୍ଦ୍ରକୁ ପଠାଇବେ। ନୂଆ ଷ୍ଟ୍ରେନ୍‌ ଚିହ୍ନଟ ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ପଠାଯିବ ଓ ସେ ଅଲଗା ଆଇସୋଲେଶନରେ ରହିବେ।
କୋଭିଡ୍‌ର ନୂଆ ରୂପ ବ୍ରିଟେନରେ ସେପ୍ଟେମ୍ବରରୁ ଚିହ୍ନଟ ହୋଇଥିଲାବେଳେ ଭାରତରେ ଏପର୍ଯ୍ୟନ୍ତ ତାହା ଦେଖାଯାଇ ନ ଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।
ଫାଇଜର-ବାୟୋଏନ୍‌ଟେକ୍‌ କମ୍ପାନୀ ପ୍ରସ୍ତୁତ ଟିକା ବ୍ରିଟେନରେ ଚିହ୍ନଟ ହୋଇଥିବା କୋଭିଡ୍‌ ଭୂତାଣୁର ନୂଆ ଷ୍ଟ୍ରେନ୍‌ ପାଇଁ କାମ କରିବ ବୋଲି ବାୟୋଏନ୍‌ଟେକ୍‌ର ସହପ୍ରତିଷ୍ଠାତା ଉଗୁର ସାହିନ କହିଛନ୍ତି। ଆବଶ୍ୟକ ପଡ଼ିଲେ ଆଗାମୀ ୬ ସପ୍ତାହ ମଧ୍ୟରେ ଏଥିପାଇଁ ସ୍ବତନ୍ତ୍ର ଟିକା ପ୍ରସ୍ତୁତ ହୋଇପାରିବ।

୧୨ ଫେରନ୍ତାଙ୍କୁ କରୋନା

ବ୍ରିଟେନରୁ ଫେରିଥିବା ୧୨ ବିମାନ ଯାତ୍ରୀଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ସୋମବାର ରାତିରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚତ୍ବା ୬ ଜଣ ଯାତ୍ରୀ କରୋନା ଆକ୍ରାନ୍ତ ଜଣାପଡ଼ିଛି। ସେହିପରି କୋଲକାତା ବିମାନବନ୍ଦରରେ ରବିବାର ରାତିରେ ୨ ଜଣଙ୍କଠାରେ ପଜିଟିଭ୍‌ ଚିହ୍ନଟ ହୋଇଥିଲା। ଅହମଦାବାଦ ବିମାନବନ୍ଦରରେ ୪ ଜଣ ବ୍ରିଟେନ ଫେରନ୍ତାଙ୍କଠାରେ କୋଭିଡ୍‌ ଭୂତାଣୁ ଥବା ପରୀକ୍ଷାରୁ ଜଣାପଡିଛି। ବ୍ରିଟେନରେ ଭୂତାଣୁର ଏକ ନୂଆ ରୂପ ଦ୍ରୁତ ସଂକ୍ରମଣ ହେଉଥିବାରୁ ଭାରତ ସମେତ ବିଭିନ୍ନ ଦେଶ ବିମାନ ଚଳାଚଳ ଉପରେ କଟକଣା ଲଗାଇବା ସହ ସେଠାରୁ ଫେରୁଥିବା ଯାତ୍ରୀଙ୍କ କୋଭିଡ୍‌ ପରୀକ୍ଷା କରାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri