ଟିକା ଦୌଡ଼

କରୋନା ଭୂତାଣୁ କବଳରୁ ସମ୍ପୂର୍ଣ୍ଣ ମୁକ୍ତି ପାଇଁ ମାନବଜାତି ଉତ୍ସୁକତାର ସହ ଚାହିଁବସିଛି। ସାରା ବିଶ୍ୱରେ ଏହି ରୋଗରେ ୧୪ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଇଛି ଓ ୬୦ ଲକ୍ଷରୁ ବେଶି ଆକ୍ରାନ୍ତ ହୋଇଛନ୍ତି। କରୋନା ପଞ୍ଝାରୁ ମୁକ୍ତି ପାଇବା ଲାଗି ଅନେକ ଦେଶ ଟିକା ଆବିଷ୍କାର କରିବା କାର୍ଯ୍ୟରେ ଲାଗିଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ଅନୁସାରେ ଏବେ ୧୭୦ଟି ଟିକା ବିକାଶର ବିଭିନ୍ନ ପର୍ଯ୍ୟାୟରେ ରହିଛି ଓ ଏମାନଙ୍କ ମଧ୍ୟରୁ ୭ଟି ଶୀର୍ଷ ସ୍ତରରେ ପହଞ୍ଚିଛି। ତେବେ କରୋନା ଭାଇରସ ପାଇଁ ଉପଶମର ଏକ ଠୋସ୍‌ ପନ୍ଥା ଏଯାଏ ମିଳିନି। ଯେ ପର୍ଯ୍ୟନ୍ତ ଏହା ନ ମିଳିଛି ଆମ ଶରୀରରେ ଏହି ଭୟଙ୍କର ଭୂତାଣୁର ପ୍ରବେଶକୁ ରୋକିପାରିବାର କ୍ଷମତା ଥିବା ଯେ କୌଣସି ଟିକା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। ଏହି ପରିପ୍ରେକ୍ଷୀରେ ପିଫାଇଜର, ବାୟୋଏନ୍‌ଟେକ୍‌, ମର୍ଡନା,ଆଷ୍ଟ୍ରାଜେନେକା ଏବଂ ସ୍ପୁଟନିକ ଆଦି ବିଭିନ୍ନ ଫାର୍ମା କମ୍ପାନୀ ସେମାନଙ୍କ ଟିକା ୯୦ରୁ ୯୫ ପ୍ରତିଶତ କାମ କରପାରିବ ବୋଲି ଦାବି କରିବା ଉତ୍ସାହପ୍ରଦ। ଆମେରିକା, ଇଂଲଣ୍ଡ, ରୁଷିଆ ଏବଂ ଚାଇନା ଭଳି ଦେଶଗୁଡ଼ିକ ଟିକା ବିକାଶ କରିବାରେ ଶୀଘ୍ର ପ୍ରଗତି କରିଛନ୍ତି। ଭୂତାଣୁରେ ପାଖାପାଖି ୧୦ ମିଲିୟନ ସଂକ୍ରମିତ ଏବଂ ୧.୪୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିବା ଦେଶ ଭାରତକୁ ଏହା କବଳରୁ ମୁକ୍ତି ପାଇବା ପାଇଁ ତା’ନିଜର ଟିକା ବିକାଶ କରିବାକୁ ଏହା ଚାପ ପକାଇଛି। ଚଳିତ ସପ୍ତାହ ପ୍ରାରମ୍ଭରେ ବିଶ୍ୱର ସବୁଠୁ ଅଗ୍ରଣୀ ଟିକା ଉତ୍ପାଦନକାରୀ ସଂସ୍ଥା ସେରମ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ)ର ସିଇଓ ଅଦାର ପୁନାଓ୍ବାଲା ଦୃଢତାର ସହ କହିଛନ୍ତି ଯେ, ତାଙ୍କ ଫାର୍ମ ୧୦୦ ମିଲିୟନ ଡୋଜ୍‌ କରୋନା ଟିକା କୋଭିସିଲ୍ଡ ପ୍ରସ୍ତୁତ କରିପାରିବ।ଏହା କରୋନା ଭୂତାଣୁ ବିରୋଧରେ ୯୦ ପ୍ରତିଶତ କାମ କରିପାରିବ ବୋଲି ସେ ପ୍ରକାଶ କରିଛନ୍ତି। ପୁନାଓ୍ବାଲାଙ୍କ ମନ୍ତବ୍ୟ ଦେଶବାସୀଙ୍କୁ ବେଶ ଖୁସି କରିପାରିଛି। ଏ ସବୁ କାର୍ଯ୍ୟ ଠିକ ଚାଲିଛି। ଅପରପକ୍ଷେ ଆମେରିକା,ଇଂଲଣ୍ଡ ଏବଂ ଆଉ କେତେକ ଦେଶରେ ଏହାର ସମକକ୍ଷ ଟିକା ପ୍ରଥମେ ସେମାନଙ୍କ ଦେଶର ଲୋକଙ୍କୁ ଲାଭ ଦେବ। ଭାରତରେ ପ୍ରସ୍ତୁତ କୋଭିସିଲ୍ଡ ଭାରତୀୟ ଜଳବାୟୁ ପାଇଁ ଉପଯୁକ୍ତ ହେବ। କୋଭିସିଲ୍ଡକୁ ସୁରକ୍ଷିତ ରଖିବା ପାଇଁ ମାଇନସ ୭୦ ରୁ ମାଇନସ ୮୦ ଡିଗ୍ରୀ ତାପମାତ୍ରା ଆବଶ୍ୟକ ହେବନାହିଁ।
ଏହି ଖବର ଷ୍ଟକ ମାର୍କେଟ ବା ପୁଞ୍ଜି ବଜାରକୁ ଉତ୍ସାହିତ କରିଛି । ଦିନକୁ ଦିନ ଭାରତୀୟ ଷ୍ଟକ୍‌ ମାର୍କେଟ ନୂଆ ରେକର୍ଡ ସ୍ତରରେ ପହଞ୍ଚତ୍ବାରେ ଲାଗିଛି। ବୁଧବାର ଏହାକୁ ଝଟକା ଲାଗିବା ପରେ ବିଶ୍ୱ ବଜାରରୁ ସକାରାମତ୍କ ସଙ୍କେତ ମିଳିବା ଦ୍ୱାରା ଗୁରୁବାର ପୁଣି ଶେୟାର ସୂଚକାଙ୍କ ବୃଦ୍ଧି ପାଇବା ଆରମ୍ଭ କରିଛି। ବଜାର ଖସିବା ପରେ ୩୦ ଶେୟାର ବିଶିଷ୍ଟ ବମ୍ବେ ଷ୍ଟକଏକ୍ସଚେଞ୍ଜ( ବିଏସ୍‌ଇ) ସେନ୍‌ସେକ୍ସ ୪୩୧.୬୪ ପଏଣ୍ଟ (୦.୯୮% ) ବଢି ୪୪,୨୫୯.୭୪ ରେ ରହିଛି। ସେହିପରି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ ନିଫ୍ଟି କାରବାର ୧୨୮.୬୦ ପଏଣ୍ଟ (୧%) ବଢି ୧୨,୯୮୭ରେ ରହିଛି। ଅପରପକ୍ଷେ ସୁନା ଯେଉଁଥିରେ ନିବେଶ କରିବା ସୁରକ୍ଷିତ ସେଥିରେ ଏବେ ଅନିଶ୍ଚିତତା ଦେଖାଦେଇଛି ଓ ଗତ କିଛି ଦିନ ହେବ ମାନ୍ଦା ରହିଆସିଛିି। ଦିଲ୍ଲୀ ଭଳି ମହାରାଷ୍ଟ୍ରରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇ ସେଠାରେ ପ୍ରତିଷେଧମୂଳକ ପଦକ୍ଷେପ ସ୍ବରୂପ ନିଷେଧାଦେଶ ଲାଗୁ କରାଯାଇଥିବାବେଳେ ଟିକା ଖବର ଆସିଛି। ମହାରାଷ୍ଟ୍ରକୁ ଆସୁଥିବା ସମସ୍ତ ଲୋକଙ୍କ ପାଇଁ ରାଜ୍ୟ ସରକାର ସୋମବାର ଆର୍‌ଟି-ପିସିଆର ରିପୋର୍ଟ ବାଧ୍ୟତାମୂଳକ କରିଛନ୍ତି। ଆହୁରି ଅନେକ ରାଜ୍ୟ ଏଭଳି ନିୟମ ପାଳନ କରାଯିବା ଆଶା କରାଯାଉଛି। ରୋଗଠାରୁ ଦୂରେଇ ରହିବା ଲାଗି ଏହା ଏକ ଫଳପ୍ରଦ ପଦକ୍ଷେପ ହେବାକୁ ଯାଉଛି। ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯିବା ଦ୍ୱାରା ଅନ୍ୟ ରାଜ୍ୟକୁ ଗଲେ ଟେଷ୍ଟ ରିପୋର୍ଟ ନେଇ ଯିବାକୁ ହେବ । ଏଥିପାଇଁ ଟେଷ୍ଟ କରିବା ବ୍ୟତୀତ ଲୋକଙ୍କ ପାଖରେ କୌଣସି ବିକଳ୍ପ ରହିବନି ଯାହାଦ୍ୱାରା ସେମାନେ ଏହା କରିବାକୁ ବାଧ୍ୟ ହେବେ ଓ ଟେଷ୍ଟ ସଂଖ୍ୟା ମଧ୍ୟ ଦେଶରେ ବୃଦ୍ଧି ପାଇବ। ଶୀଘ୍ର ଟେଷ୍ଟ କରିବା ଏକ ପ୍ରଭାବୀ ମାଧ୍ୟମ ଓ ଏହାଦ୍ୱାରା ସଂକ୍ରମଣକୁ ବି ଶୀଘ୍ର ପ୍ରତିରୋଧ କରାଯାଇପାରିବ। ଶତ ପ୍ରତିଶତ କାମ କରୁନଥିତ୍ବା ଟିକା ଆସିବାର ଆଶା ବା ସମ୍ଭାବନା ଥିଲେ ବି ଅର୍ଥବ୍ୟବସ୍ଥା ଟ୍ରାକକୁ ଆସିିବାକୁ ବହୁଦିନ ଲାଗିଯିବ। ଅନ୍ତତଃ ଆସନ୍ତା ଆର୍ଥିକ ବର୍ଷ ସୁଦ୍ଧା ଅଧାଡଜନ ଟିକା କାର୍ଯ୍ୟକାରୀ କରିପାରିବା ବୋଲି ଏବେ ଆମେ ଆଶା ରଖିବା। ଏୟାରଲାଇନ୍‌, ହୋଟେଲ ଏବଂ ଏରୋପ୍ଲେନ ନର୍ମାଣକାରୀ ଶିଳ୍ପଗୁଡ଼ିକ ମହାମାରୀରେ ଧୂଳିସାତ ହୋଇଯାଇଛି। ଏଗୁଡ଼ିକ ଆଗକୁ ପୁଣି ବଢିବା ଲାଗି ଅନୁକୂଳ ବାଟ ପାଇବାର ସମ୍ଭାବନା ରହିଛି। ସାଧାରଣ ପରିବହନ, ମନୋରଞ୍ଜନ ଏବଂ ରେସ୍ତୋରାଁ ବ୍ୟବସାୟ ମଧ୍ୟ ଫେରିପାରିବ। ଟିକାର ପ୍ରତ୍ୟେକଟି ବିକାଶ ଉପରେ ଏବେଠୁ ଶେୟାର ବଜାରର ବୃଦ୍ଧି ନିର୍ଭର କରିବ। ଏବେ ସୁଦ୍ଧା ଟିକା ନିର୍ମାତାମାନେ ଅନେକ ଚ୍ୟାଲେଞ୍ଜକୁ ପାର କରିବାର ଅଛି। ଟିକା ବିକାଶରେ ଥିବା ଜଟିଳତା ଏବଂ ଏଥିରେ ଥିବା ବିଶାଳ ତର୍କଗତ ଚ୍ୟାଲେଞ୍ଜକୁ ଦୃଷ୍ଟିରେ ରଖି ଆମକୁ ଅତି କମ୍‌ରେ ଆଉ ଗୋଟିଏ ବର୍ଷ ଅପେକ୍ଷା କରିବାକୁ ପଡ଼ିପାରେ। ସେ ପର୍ଯ୍ୟନ୍ତ ଅର୍ଥବ୍ୟବସ୍ଥାରେ କିଛି ବାସ୍ତବ ସୁଧାର ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri