ଶ୍ରମିକ ଧର୍ମଘଟ: ରାଜ୍ୟରେ ୧୦୦ କୋଟିର କାରବାର କ୍ଷତିଗ୍ରସ୍ତ

ଭୁବନେଶ୍ୱର: ଶ୍ରମିକ ଧର୍ମଘଟ ପ୍ରଭାବ ଯୋଗୁ ରାଜ୍ୟର ପ୍ରମୁଖ ସ୍ଥାନଗୁଡ଼ିକରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଅନ୍ୟ ସବୁ ସ୍ଥାନରେ ଆଂଶିକ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ବନ୍ଦ କାରଣରୁ ରାଜ୍ୟରେ ପ୍ରାୟ ୧୦୦ କୋଟି ଟଙ୍କାର କାରବାର କ୍ଷତିଗ୍ରସ୍ତ ହୋଇଥିବା ଶିଳ୍ପ ସୂତ୍ରରୁ ସୂଚନା ମିଳିଛି। ରାଜ୍ୟ ବ୍ୟବସାୟୀ ମହାସଂଘ ସଭାପତି ସୁଧାକର ପଣ୍ଡା କହିଛନ୍ତି, ରାଜ୍ୟର ଯେଉଁ ସ୍ଥାନଗୁଡିକରେ ଶ୍ରମିକ ସଙ୍ଗଠନଗୁଡିକ ସକ୍ରିୟ ଅଛନ୍ତି ସେହି ସ୍ଥାନଗୁଡିକରେ ବିଶେଷକରି ବନ୍ଦ ପ୍ରଭାବ ଅଧିକ ରହିଛି। ରାଜ୍ୟର ଅନ୍ୟ ସ୍ଥାନରେ ବନ୍ଦ ପ୍ରଭାବ ଏତେଟା ଦେଖାଯାଇନାହିଁ। ଫଳରେ ବ୍ୟବସାୟ ଉପରେ ସେଭଳି କିଛି ପ୍ରଭାବ ପଡିନାହିଁ। ରାଜପଥରେ ଶ୍ରମିକ ସଙ୍ଗଠନଗୁଡିକ ଧାରଣା ଦେଇ ଥିବାରୁ ପରିବହନ ହେବା ବ୍ୟାପକ ବାଧାପ୍ରାପ୍ତ ହୋଇଥିବା ବିଭିନ୍ନ ସଙ୍ଗଠନ ପକ୍ଷରୁ ସୂଚନା ମିଳିଛି।
ଗୁରୁବାର ଶ୍ରମିକ ସଙ୍ଗଠନଗୁଡିକର ଦେଶବ୍ୟାପୀ ଧର୍ମଘଟ ଯୋଗୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ କାରବାର ଆଂଶିକ ପ୍ରଭାବିତ ହୋଇଛି। କିଛି ବ୍ୟାଙ୍କ କର୍ମଚାରୀ ସଙ୍ଗଠନ ଏହି ଧର୍ମଘଟରେ ସାମିଲ ହୋଇଥିଲେ। ବ୍ୟାଙ୍କରେ ଜମା ସହ ନଗଦ କାରବାର ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ଏହାର ପ୍ରଭାବ ବିଦେଶୀ ମୁଦ୍ରା ଏବଂ ସରକାରୀ ନେଣଦେଣ ଉପରେ ମଧ୍ୟ ପଡିଛି। ଭାରତୀୟ ଷ୍ଟେଟ ବ୍ୟାଙ୍କ ଘରୋଇ କ୍ଷେତ୍ର ବ୍ୟାଙ୍କଗୁଡିକରେ କାର୍ଯ୍ୟ ବାଧାପ୍ରାପ୍ତ ହୋଇ ନ ଥିବା ଶିଳ୍ପ ସୂତ୍ରରୁ କୁହାଯାଇଛି। ସରକାରଙ୍କ ନୀତିକୁ ବିରୋଧକରି ଦେଶର ୧୦ ଶ୍ରମିକ ସଙ୍ଗଠନ ଧର୍ମଘଟକୁ ଓହ୍ଲାଇଛନ୍ତି। ଏଥିରେ ଭାରତୀୟ ମଜଦୁର ସଂଘ ଯୋଗଦେଇନାହିଁ।
ବନ୍ଦ ପ୍ରଭାବ ରାଜ୍ୟର ବ୍ୟାଙ୍କ ସେବା ଉପରେ ସେଭଳି ପ୍ରଭାବ ପକାଇନାହିଁ। ରାଜ୍ୟର ପ୍ରାୟ ସମସ୍ତ ରାଷ୍ଟ୍ରାୟତ୍ତ ଏବଂ ଘରୋଇ ବ୍ୟାଙ୍କ ଖୋଲା ରହିଥିବା ବେଳେ ଗ୍ରାହକ ମଧ୍ୟ ଆଶା ଅନୁଯାୟୀ କାରବାର କରିଛନ୍ତି। ପ୍ରାୟ ୭୫% ଗ୍ରାହକ ବ୍ୟାଙ୍କକୁ ଆସି ସେବା ଲାଭ କରିଥିବା ଏଆଇବିଓସି ରାଜ୍ୟ ସଭାପତି ଦାମୋଦର ନନ୍ଦ ସୂଚନା ଦେଇଛନ୍ତି। ବ୍ୟାଙ୍କିଙ୍ଗ୍‌ ସମ୍ପର୍କିତ ନେଣଦେଣ ଏବଂ ଅନ୍ୟ ସେବା ଯଥା ଇଣ୍ଟରନେଟ,ମୋବାଇଲ ବ୍ୟାଙ୍କିଙ୍ଗ୍‌ ଓ ଏଟିଏମ୍‌ ଭଳି ଡିଜିଟାଲ ମାଧ୍ୟମରେ ଟ୍ରାଞ୍ଜାକଶନ କରିବା ଲାଗି ବ୍ୟାଙ୍କଗୁଡିକ ଗ୍ରାହକଙ୍କୁ ପୂର୍ବରୁ ଗ୍ରାହକଙ୍କୁ କହିଥିଲେ। ବନ୍ଦ ଯୋଗୁ ଅର୍ଥ ବ୍ୟବସ୍ଥାକୁ ୨୫ ହଜାର କୋଟି ଟଙ୍କାର କ୍ଷତି ପହଞ୍ଚିଛି। ସେହିଭଳି ବ୍ୟାଙ୍କ କର୍ମଚାରୀ ଧର୍ମଘଟରେ ସାମିଲ ହେବା ଯୋଗୁ ପ୍ରାୟ ୧୮ ହଜାର କୋଟି ଟଙ୍କାର ଚେକ୍‌ କ୍ଲିୟରାନ୍ସରେ ବାଧା ଆସଥିବା ଶ୍ରମିକ ସଙ୍ଗଠନଗୁଡିକ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବିଟ୍‌ କାର୍ଡରେ ପରିବର୍ତ୍ତନ ଆଣିଲା ଏହି ବ୍ୟାଙ୍କ, ଚେକ୍‌ କରିନିଅନ୍ତୁ ଆପଣଙ୍କ ବ୍ୟାଙ୍କ ନାହିଁ ତ?

ନୂଆଦିଲ୍ଲୀ,୨୨।୧୨: ଆପଣ କ’ଣ ଏୟାରପୋର୍ଟ ଲାଉଞ୍ଜ ଆକ୍ସେସ ପାଇବା ପାଇଁ HDFC ବ୍ୟାଙ୍କ ଡେବିଟ୍‌ କାର୍ଡ କିଣିଛନ୍ତି? ଆପଣଙ୍କ ପାଇଁ ଏକ ବଡ଼ ଅପଡେଟ। ନୂତନ...

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

ନୂଆ ବର୍ଷ ଆରମ୍ଭରୁ ବଦଳିଯିବ ଏସବୁ ନିୟମ: ସାଧାରଣ ଲୋକଙ୍କ ପକେଟ୍‌ ଉପରେ ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୨।୧୨: ଡିସେମ୍ବର ମାସ ଆଉ କିଛି ଦିନ ପରେ ଚାଲିଯିବ, ଏବଂ ନୂତନ ବର୍ଷ ଆସିବ। ଏହା ସହିତ, ନିୟମାବଳୀରେ ଅନେକ ପରିବର୍ତ୍ତନ ଦେଖାଯିବ ଯାହା...

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

ଏଥର ଫେବୃଆରୀ ୧ରେ ଆସିବନି ବଜେଟ୍‌! ଭାରତ ସଂସଦୀୟ ଇତିହାସରେ ପ୍ରଥମ?

ନୂଆଦିଲ୍ଲୀ,୨୧।୧୨: ଆସନ୍ତା ବର୍ଷ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ କେଉଁ ତାରିଖରେ ବଜେଟ ଉପସ୍ଥାପନ କରିବେ ତାକୁ ନେଇ ସସପେନ୍ସ ଜାରି ରହିଛି। ୨୦୧୭ରୁ...

ଗ୍ରାହକଙ୍କୁ ଆଶ୍ୱସ୍ତି: ୧୨ ହଜାର କମିଲା ସୁନା ଦର

ନୂଆଦିଲ୍ଲୀ,୨୦।୧୨: ରେକର୍ଡ ବୃଦ୍ଧି ପରେ, ଭାରତରେ ୨୪-କ୍ୟାରେଟ, ୨୨-କ୍ୟାରେଟ ଏବଂ ୧୮-କ୍ୟାରେଟ ସୁନାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଗୋଟିଏ ସପ୍ତାହରେ ୧୦ ଗ୍ରାମ ୨୪-କ୍ୟାରେଟ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri