ଏଇ ଭାରତରେ

ଗୋଟିଏ ଗାଁରେ ୨୦୦ରୁ ଊର୍ଦ୍ଧ୍ୱ ଆମ୍ବଗଛରେ ୨୦୦ ପ୍ରକାରର ଆମ୍ବ ଫଳିିବା କେବେ ଭାବିପାରୁଛ କି? କେରଳ ରାଜ୍ୟ କନ୍ନୁର ଜିଲାର କନ୍ନାପୁରମ୍‌ ଗାଁରେ ଏହା ଦେଖିପାରିବେ। ଆମ୍ବ ସଂସ୍କୃତି ଏହି ଗାଁ ଏବେ ଲୋକପ୍ରିୟ ହେବାରେ ଲାଗିଛି। କନ୍ନାପୁରମର ଆମ୍ବପ୍ରିୟ ଲୋକ ‘ନାଟ୍ଟୁମାନଜ୍ୟୋତି’(ଗୋଟିଏ ଆମ୍ବ ଗଛ ତଳେ) ଅଭିଯାନରେ ଏତେ ଗଛ ଲଗାଇ ତାହାର ଯନତ୍ ନେଉଛନ୍ତି। ଜଣେ ଜମିଦାର ଗାଁରେ ୨୦୦ ବର୍ଷର ଏକ ପୁରୁଣା ଆମ୍ବ ଗଛ କାଟି ଦେବା ପରେ ଅଧିକ ଗଛ ଲଗାଇବା ପାଇଁ ଗ୍ରାମବାସୀ ଏହି ଅଭିଯାନ ଆରମ୍ଭ କରିଥିଲେ। ଏହି ଗଛ ଥିଲା ଭେଲାଥାନ କିସମର ଆମ୍ବ ଗଛ। ଭାରି ସୁଆଦିଆ ଆମ୍ବ। ଏଣୁ ଗ୍ରାମବାସୀ ଏହି କିସମର ଆମ୍ବ ଫଳାଇବାକୁ ପୁଣି ଉଦ୍ୟମ କରିଥିଲେ। ଗଛ କଟାଯିବା ପରେ ଛୋଟଠୁ ବୁଢ଼ା ଗାଁର ସମସ୍ତ ଲୋକ ଏକାଠି ହୋଇ ସେହି ଆମ୍ବ ଗଛର ଡାଳ କାଟି ତାହାକୁ ଅନ୍ୟ ଗଛରେ କଲମି କରି ବିଭିନ୍ନ ପ୍ରକାର ସୁଆଦିଆ ଆମ୍ବଗଛ ଉତାରି ଭିନ୍ନ ଭିନ୍ନ ନାମ ଦେଇଛନ୍ତି। ସେମାନେ ଫେସ୍‌ବୁକରେ ବି ଏକ ନାଟ୍ଟୁମାନ୍ନଜ୍ୟୋତି ପେଜ୍‌ ଖୋଲିଛନ୍ତି। ଏହି ପେଜ୍‌ରେ ବିଭିନ୍ନ ଆମ୍ବଗଛର ନାମ ଓ ତା’ର ସ୍ବାଦ ସମ୍ପର୍କରେ ଜଣାଉଛନ୍ତି। ୨୦ଟି ପରିବାର ସେମାନଙ୍କ ଜମିରେ ଲଗାଇଥିବା ୩୭୨ଟି ଗଛରେ ୧୦୦ ପ୍ରକାର ଆମ୍ବ ଫଳେ। ପରେ ଗ୍ରାମବାସୀ ନିକଟସ୍ଥ ଗ୍ରାମଗୁଡିକରେ ଆଉ ୧୦୦ ପ୍ରକାର ଆମ୍ବ ଗଛର ସନ୍ଧାନ କରି ସେଥିରୁ କଲମି ମାଧ୍ୟମରେ ଗଛ ଉତାରି ଗାଁରେ ଲଗାଇଛନ୍ତି। ଏମିତିରେ ମୋଟରେ ଗାଁରେ ୨୦୮ ପ୍ରକାର ଆମ୍ବ ଗଛ ରହିଛି। ଏତିକିରେ ସେମାନଙ୍କ ଅଭିଯାନ ଶେଷ ହୋଇନି, ବରଂ ଆହୁରି ବେଶି ଗଛ ସେମାନେ ସଂଗ୍ରହ କରିବାରେ ଲାଗିଛନ୍ତି। ଜୁଲାଇ ୨୦,୨୦୨୦ରେ କେରଳ ଜୈବବିବିଧତା ବୋର୍ଡ ଏହି ଗାଁକୁ ‘ସ୍ବଦେଶୀ ଆମ୍ବ ସଂସ୍କୃତିର ଗାଁ’ ଆଖ୍ୟା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

ଜମି ମାଲିକାନା କୃଷକ ହାତକୁ ଯାଉ

କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, କୃଷି ଉପତ୍ାଦନ ଦୁଇଗୁଣ ବୃଦ୍ଧି ହୋଇଛି ଏବଂ ଓଡ଼ିଶା ଏ ଦିଗରେ ପ୍ରଥମ। ଜଳସେଚନ ସୁବିଧା ମଧ୍ୟ ଗତ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

ସରକାର ଚାହୁଁଛନ୍ତି

ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri