ଟ୍ୟୁସନଠାରୁ ଆରମ୍ଭ କରି ଯୋଗ ଶିକ୍ଷା ପର୍ଯ୍ୟନ୍ତ, ଅଭିନୟ ପୂର୍ବରୁ ଏହିସବୁ କାମ କରୁଥିଲେ ‘ବାହୁବଳୀ’ର ଦେବସେନା

ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ଚର୍ଚ୍ଚିତ ତଥା ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଅନୁଷ୍କା ଶେଟ୍ଟୀ । ଖୁବ୍‌ କମ୍‌ ସମୟ ମଧ୍ୟରେ ଅନୁଷ୍କା ନିଜର ସୌନ୍ଦର୍ଯ୍ୟ ଏବଂ ସୁନ୍ଦର ଅଭିନୟ ମାଧ୍ୟମରେ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ପ୍ରତ୍ୟେକ ବଡ଼ ବଡ଼ ନିମର୍ର୍ାତା, ନିର୍ଦ୍ଦେଶକ ତାଙ୍କ ସହ କାମ କରିବାକୁ ଚାହୁଁଛନ୍ତି। କିନ୍ତୁ ଆଜି ଅନୁଷ୍କା ଯେଉଁ ସ୍ଥାନରେ ପହଞ୍ଚି ପାରିଛନ୍ତି ତାହା ତାଙ୍କ ପାଇଁ ସହଜ ନ ଥିଲା। ଏହି ସଫଳତା ପାଇବା ପାଇଁ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡ଼ିଛି। ଗୋଟିଏ ସମୟରେ ଥିଲା ସେ ଅନେକ ଫ୍ଲପ୍‌ ଫିଲ୍ମରେ କାମ କରିଥିଲେ। ଏପରିକି ଫିଲ୍ମ ଇଣ୍ଡଷ୍ଟ୍ରି ଛାଡିବା ପାଇଁ ମଧ୍ୟ ମନ ବଳାଇଥିଲେ। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ସେ କେବେହେଲେ ଅଭିନୟ କରିବାକୁ ଚାହୁଁ ନ ଥିଲେ। କାରଣ ତାଙ୍କ ପରିବାରର ସମସ୍ତେ ଡାକ୍ତର ଏବଂ ଇଞ୍ଜିନିୟର। ତେଣୁ ସେ ମଧ୍ୟ ସେହି କ୍ଷେତ୍ରରେ ନିଜର କ୍ୟାରିୟର କରିବାକୁ ଚାହୁଁଥିଲେ। ଗ୍ରାଜୁଏଶନ ଶେଷ ହେବା ପରେ ଅନୁଷ୍କା ତୃତୀୟ ଶ୍ରେଣୀର ପିଲାମାନଙ୍କୁ ଟ୍ୟୁସନ କରୁଥିଲେ। ଏହା ପରେ ସେ ଲୋକଙ୍କୁ ଯୋଗ ଶିଖାଇବା ଆରମ୍ଭ କଲେ। ଯୋଗ ଶିକ୍ଷାଇବାକୁ ଅନୁଷ୍କା ଭାରି ଭଲ ପାଉଥିଲେ। ଏହି ସମୟ ତାଙ୍କ ଜୀବନର ସବୁଠାରୁ ଭଲ ସମୟ ବୋଲି ଅନୁଷ୍କା କୁହନ୍ତି। ଅନୁଷ୍କା ତାଙ୍କ ଗୁରୁ ଭରତ ଠାକୁରଙ୍କଠାରୁ ଯୋଗ ଶିଖିଥିଲେ। କିନ୍ତୁ ଯୋଗ ଶିଖାଉଥିବା ବେଳେ ଅନୁଷ୍କାଙ୍କ ଅଭିନୟ ପ୍ରତିଭା ପ୍ରଥମେ ମେହେର ରମେଶ ଦେଖିପାରିଥିଲେ। ତେଣୁ ସେ ପୁରୀ ଜଗନଙ୍କୁ ତାଙ୍କ ଫିଲ୍ମରେ ଅନୁଷ୍କାଙ୍କୁ ନେବାକୁ କହିଥିଲେ। ଏହିପରି ଭାବେ ଅନୁଷ୍କାଙ୍କୁ ପ୍ରଥମ ଫିଲ୍ମ ‘ସୁପର’ ମିଳିଥିଲା। କିନ୍ତୁ ଏହି ଫିଲ୍ମ ବକ୍ସ ଅଫିସରେ ସେତେଟା ସଫଳ ହୋଇ ନ ଥିଲା। ପରେ ସେ ଏସ୍‌ ଏସ୍‌ ରାଜମୌଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ବିକ୍ରମାକୁଦୁ’ରେ ସୁଯୋଗ ପାଇଲେ। ଏହା ପରେ ଅନୁଷ୍କା ଅନେକ ସଫଳ ସିନେମାରେ କାମ କଲେ। ଏହିପରି ଭାବେ ସେ ବାହୁବଳୀର ଦେବସେନା ମଧ୍ୟ ହୋଇଗଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ପରଲୋକ

ଲସ ଆଞ୍ଜେଲସ,୫।୫: ହଲିଉଡରୁ ଏକ ଦୁଃଖଦ ଖବର ଆସିଛି। ସୁପରହିଟ ଫିଲ୍ମ ‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ଦେହାନ୍ତ ହୋଇଛି। ବର୍ନାର୍ଡଙ୍କ ମୃତ୍ୟୁ ଖବର...

ଭୁଲ ଭାଲ କଥା କହି ଟ୍ରୋଲ ହେଲେ କଙ୍ଗନା

ମୁମ୍ବାଇ,୫।୫: ହିମାଚଳର ମଣ୍ଡି ଆସନରୁ ଭାଜପା ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ-ରାଜନେତା କଙ୍ଗନା ରାନାୱତ ତାଙ୍କ ବୟାନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ଏବେ...

୨ ବର୍ଷ ଡେଟିଂ ପରେ ଅନନ୍ୟାଙ୍କ ସହ ବ୍ରେକ୍‌ଅପ୍‌ କଲେ ଆଦିତ୍ୟ!

ବମ୍ବେ: ଅଲଗା ହୋଇଛନ୍ତି ବଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ଅନନ୍ୟା ପାଣ୍ଡେ- ଆଦିତ୍ୟ ରୟ କପୁର। ଦୀର୍ଘ ୨ ବର୍ଷ ଧରି ଡେଟ୍‌ କରିଆସୁଥିଲେ ଦୁହେଁ।...

ମୁଁ ବ୍ରେକଅପ କରି ନେଇଛି, ସୁହାନା ଖାଁଙ୍କ ପୋଷ୍ଟ ହେଲା ଭାଇରାଲ!

ମୁମ୍ବାଇ: ଶାହାରୁଖ ଖାଁ ଏବଂ ଗୌରୀ ଖାଁଙ୍କ ଝିଅ ସୁହାନା ଖାଁ ସବୁଠାରୁ ଲୋକପ୍ରିୟ ଷ୍ଟାର କିଡସଙ୍କ ମଧ୍ୟରୁ ଅନ୍ୟତମ । ସେ ଜୋୟା ଅଖତରଙ୍କ...

ବ୍ରେକ ନେଲେ ଶାହାରୁଖ

ମୁମ୍ବାଇ: ବଲିଉଡ ବାଦଶାହା ଶାହାରୁଖ ଖାନ ଗତ ବର୍ଷ ଅର୍ଥାତ୍‌ ୨୦୨୩ ରେ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ପାଞ୍ଚ ବର୍ଷ ପରେ ଶାହାରୁଖ ଫିଲ୍ମ...

‘ଲାହୋର ୧୯୪୭’ରେ ସନ୍ନି ଦେଓଲ

ମୁମ୍ବାଇ: ‘ଗଦର ୨’ର ସଫଳତା ପରେ ସନ୍ନି ଦେଓଲ ଆଉ ଏକ ଦମଦାର ଚଳଚ୍ଚିତ୍ର ‘ଲାହୋର ୧୯୪୭’ସହିତ ପୁଣି ଥରେ ପରଦାକୁ ଆସୁଛନ୍ତି। ଏହା ସଂପୂର୍ଣ୍ଣ...

କଙ୍ଗନାଙ୍କୁ ରାଖୀଙ୍କ ଖୋଲା ଚ୍ୟାଲେଞ୍ଜ

ବମ୍ବେ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ। ସର୍ବଦା କିଛି ନା କିଛି କାରଣକୁ ନେଇ ବିବାଦରେ ରହୁଥିବା...

ବାପା ହେଲେ ଏହି ବଲିଉଡ୍‌ ଅଭିନେତା

ବମ୍ବେ: ପୁଣିଥରେ ବାପା ହୋଇଛନ୍ତି ବଲିଉଡ୍‌ ଅଭିନେତା ହରମନ ବାବେଜା। ତାଙ୍କ ଘରକୁ ଏକ କୁନି ରାଜକୁମାରୀ ଆସିଛନ୍ତି। ମାର୍ଚ୍ଚରେ ଅଭିନେତା ବାପା ହୋଇଥିଲେ ହେଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri