କଷ୍ଟ ବୁଝୁନାହାନ୍ତି କର୍ତ୍ତୃପକ୍ଷ

ଅନୁଗୋଳ ଅଫିସ, ୩।୧୧ – ଯନ୍ତ୍ରଣାରେ ଛଟପଟ ହେଉଥିବା ରୋଗୀଟିକୁ ତୁରନ୍ତ ଓ୍ବାର୍ଡରେ ଭର୍ତ୍ତି କରିବାକୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ମିଳିଥିଲା ଏକ ବ୍ୟାଟେରିଚାଳିତ ଗାଡ଼ି। କିନ୍ତୁ ଦୀର୍ଘଦିନ ହେବ ଉକ୍ତ ଗାଡ଼ି ଅଚଳ ଅବସ୍ଥାରେ ପଡ଼ିରହିଥିଲେ ହେଁ ତାହାର ମରାମତି କରାଯାଉ ନାହିଁ। ଫଳରେ କେତେବେଳେ ଭଙ୍ଗା ଷ୍ଟ୍ରେଚରରେ ରୋଗୀଙ୍କୁ ବୁହାଯାଉଛି ତ କେବେ ପୁଣି ଚାଲି ଚାଲି ଏ ବିଭାଗରୁ ସେ ବିଭାଗକୁ ଯିବାକୁ ପଡ଼ୁଛି ଗୁରୁତରଙ୍କୁ। ରୋଗୀଙ୍କ କଷ୍ଟ ହୃଦୟଙ୍ଗମ କରିପାରୁ ନ ଥିବା ମେଡିକାଲ କର୍ତ୍ତୃପକ୍ଷଙ୍କ ଏପରି କାର୍ଯ୍ୟକୁ ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି।
ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଦୈନିକ ହଜାରେ ପାଖାପାଖି ରୋଗୀ ଆସୁଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହୁଛି। ତେଣୁ ରୋଗୀଙ୍କ ସୁବିଧା ପାଇଁ ୨୦୧୮-୧୯ ମସିହାରେ ଏକ କମ୍ପାନୀ ପକ୍ଷରୁ ସିଏସ୍‌ଆର୍‌ ପାଣ୍ଠିରୁ ବ୍ୟାଟେରିଚାଳିତ ଗାଡ଼ି ଡାକ୍ତରଖାନାକୁ ପ୍ରଦାନ କରାଯାଇଥିଲା। ଏହି ଗାଡ଼ି ଆସିବା ପରେ ବିଭିନ୍ନ ବିଭାଗକୁ ରୋଗୀ ପରିବହନ ସହଜ ହୋଇଯାଇଥିଲା। ଷ୍ଟ୍ରେଚରରେ ବୁହାହେବାର କଷ୍ଟ ମଧ୍ୟ ରୋଗୀଙ୍କୁ ସହିବାକୁ ପଡ଼ୁ ନ ଥିଲା। ବିନା ମୂଲ୍ୟରେ ଓ ବିନା କଷ୍ଟରେ ତ୍ୱରିତ ସେବା ମିଳୁଥିବାରୁ ଏହାକୁ ସ୍ବାଗତ କରାଯାଇଥିଲା। କିନ୍ତୁ ପାଖାପାଖି ୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଏହି ଗାଡ଼ି ଚଳାଇବା ପାଇଁ ମେଡିକାଲ ପକ୍ଷରୁ ଜଣେ ନିୟମିତ ଚାଳକଙ୍କୁ ନିଯୁକ୍ତି କରାଗଲା ନାହିଁ। ଦରକାର ବେଳେ ଆମ୍ବୁଲାନ୍ସ ଚାଳକମାନଙ୍କୁ ଡାକି କାମ ଚଳାଇ ନିଆଗଲା। ଏପରି କି ଆମ୍ବୁଲାନ୍ସ ଚାଳକ ନ ଥିବାବେଳେ କୌଣସି ଅନଭିଜ୍ଞ ସଫେଇ କର୍ମଚାରୀଙ୍କ ଦ୍ୱାରା ଏହି ଗାଡ଼ି ଚଳାଗଲା। ଫଳରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ଦେଖାଦେବା ସହ ଧୀରେ ଧୀରେ ଏହା ଅଚଳ ହୋଇପଡ଼ିଲା। ଏ ନେଇ ପୂର୍ବତନ ସିଡିଏମ୍‌ଓଙ୍କ ନିକଟରେ ବାରମ୍ବାର ଅଭିଯୋଗ ହେବା ପରେ ମରାମତି ପାଇଁ ନିଷ୍ପତ୍ତି ହୋଇଥିଲା। ହେଲେ ପଦକ୍ଷେପ ନିଆ ନ ଯିବାରୁ ଗାଡ଼ି ଏଯାଏ ମରାମତି ହୋଇପାରି ନାହିଁ। କାଳେ ଏପରି ଅପାରଗତା ପଦାରେ ପଡ଼ିଯିବ ସେଥିପାଇଁ କର୍ତ୍ତୃପକ୍ଷ ଗାଡ଼ିଟିକୁ ସରକାରୀ ଆମ୍ବୁଲାନ୍ସ ରହୁଥିବା ସ୍ଥାନର ପଛ ପଟେ ରଖିଦେଇଥିବା ଅଭିଯୋଗ ହେଉଛି। ସେହିପରି ଡାକ୍ତରଖାନା ପରିସରରେ ବହୁ ଷ୍ଟ୍ରେଚର ଭଗ୍ନ ଅବସ୍ଥାରେ ପଡ଼ିଥିଲେ ମଧ୍ୟ ତାହାକୁ ସଜଡ଼ାଯାଉ ନ ଥିବାରୁ ଏକ ସମୟରେ ୫ରୁ ୬ ଜଣ ରୋଗୀ ପହଞ୍ଚତ୍ଲେ ଷ୍ଟ୍ରେଚର ମିଳୁନାହିଁ। ଘଟଣା ସମ୍ପର୍କରେ ଏଡିଏମ୍‌ଓ (ମେଡିକାଲ) ବିଶ୍ୱବିହାରୀ ମହାନ୍ତି କହିଛନ୍ତି, ଦାୟିତ୍ୱ ନେବା ପୂର୍ବରୁ ଉକ୍ତ ଗାଡ଼ି ଖରାପ ହୋଇ ପଡ଼ିରହିଛି। ବ୍ୟାଟେରି ନ ଥିବାରୁ ତାହା କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ଏ ନେଇ କ’ଣ ହୋଇପାରିବ ତାହା ଦେଖିବା ବୋଲି ଏଡିଏମ୍‌ଓ ପ୍ରକାଶ କରିଛନ୍ତି।

ଅପାରଗତାର ଉଦାହରଣ
ରୋଗୀସେବା ପାଇଁ ଆସିଥିବା ଗାଡ଼ିଟିକୁ ଏପରି ପକାଇ ରଖି ନଷ୍ଟ କରାଯିବା ପ୍ରଶାସନର ଅପାରଗତା ବ୍ୟତୀତ ଅନ୍ୟ କିଛି ନୁହେଁ। କେବଳ ଏହି ଗାଡ଼ି ନୁହେଁ, ମେଡିକାଲକୁ ଆସିଥିବା ଲକ୍ଷ ଲକ୍ଷ ଟଙ୍କାର ଉପକରଣ ପଡ଼ି ରହିଥିଲେ ବି ରୋଗୀ ଉପକୃତ ହୋଇପାରୁ ନ ଥିବା ଅନେକ ସମୟରେ ଦେଖାଯାଇଛି।
-ରୂପାଦୀପ୍ତା ମହାପାତ୍ର, ଅନୁଗୋଳବାସୀ
ଆନ୍ତରିକତା ବାରିହୋଇ ପଡ଼ୁଛି
ଜିଲା ମୁଖ୍ୟ ଚିକିତ୍ସାଳୟରେ ସୁବିଧାରେ ରୋଗୀ ପରିବହନ ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ତାହାର ସଦୁପଯୋଗ କରା ନ ଯିବା ଚିନ୍ତାର ବିଷୟ। ଏଥିରୁ ରୋଗୀସେବା ପ୍ରତି ମେଡିକାଲ କର୍ତ୍ତୃପକ୍ଷଙ୍କ କେତେ ଆନ୍ତରିକତା ଅଛି ତାହା ବାରିହେଉଛି। ଯଥାଶୀଘ୍ର ଏ ଦିଗରେ ପଦକ୍ଷେପ ନିଆଯିବା ଆବଶ୍ୟକ।
-ହିମାଂଶୁ ଭୂଷଣ ପ୍ରଧାନ, ଅନୁଗୋଳବାସୀ
ଅଭିଯୋଗ କରିପାରୁନାହାନ୍ତି ରୋଗୀ
ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ନାନା ଅବ୍ୟବସ୍ଥା ଲାଗିରହିଛି। ଡାକ୍ତର, କର୍ମଚାରୀଙ୍କ ପାଇଁ ଗ୍ଲୋବ୍ସ, ମାସ୍କର ଅଭାବ ପଡ଼ୁଥିବାବେଳେ ଅନେକ ସମୟରେ ଆସୁଥିବା ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯୋଗାଯୋଗ ପାଇଁ ଦିଆଯାଇଥିବା ନମ୍ବର ଲାଗୁ ନ ଥିବାରୁ ସେମାନେ ଅଭିଯୋଗ ମଧ୍ୟ କରିପାରୁ ନାହାନ୍ତି।
-ପ୍ରଦୀପ ଦେବତା, ଅନୁଗୋଳବାସୀ
ତୁରନ୍ତ ମରାମତି କରାଯିବ
ବ୍ୟାଟେରିଚାଳିତ ଗାଡ଼ିଟି ଅଚଳ ହୋଇ ପଡ଼ିରହିଥିବା କିଛିଦିନ ତଳେ ଦେଖିବାକୁ ପାଇଥିଲି। ତାହାକୁ ତୁରନ୍ତ ମରାମତି କରିବାକୁ ଅଧିକାରୀଙ୍କୁ କହିଛି। ନୂଆ ବ୍ୟାଟେରି ଲଗାଯାଇ ରୋଗୀ ପରିବହନ କରାଯିବ। ଆସନ୍ତା ସପ୍ତାହକ ମଧ୍ୟରେ ଏହା ମେଡିକାଲରେ ଗଡ଼ିବ।
-ଡାକ୍ତର ଅଭୟ କୁମାର ଦାସ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri