ଫ୍ରାନ୍ସ ସହ ତୁର୍କୀ ମୁହଁ।ମୁହିଁ

ପ୍ୟାରିସ୍‌/ଆଙ୍କାରା,୨୯ା୧୦: ସିରିଆ, ଲିବ୍ୟା ଓ ନାଗୋର୍ନୋ-କାରାବାଖରେ ତୁର୍କୀର କାର୍ଯ୍ୟାନୁଷ୍ଠାନକୁ ନେଇ ଫ୍ରାନ୍ସ ସହ ଉତ୍ତେଜନା ଲାଗି ରହିଥିବାବେଳେ ଏହି ମୁସ୍‌ଲିମ ରାଷ୍ଟ୍ର ଓ ପାଶ୍ଚାତ୍ୟ ଦେଶ ଏବେ ପୁଣି ମୁହଁ।ମୁହିଁ ହୋଇଛନ୍ତି। ଏଥର ବିବାଦ ସୃଷ୍ଟି ହୋଇଛି ଏକ କାର୍ଟୁନକୁ ନେଇ, ଯାହାକୁ ଫ୍ରାନ୍ସର ପ୍ରସିଦ୍ଧ ବ୍ୟଙ୍ଗ ପତ୍ରିକା ଶାର୍ଲି ଏବ୍‌ଦୋ ପ୍ରକାଶ କରିଥିଲା। ମାଗାଜିନ ଏହାର ପ୍ରଚ୍ଛଦ ପୃଷ୍ଠାରେ ତୁର୍କୀ ରାଷ୍ଟ୍ରପତି ରେସେପ ତୈୟପ ଏର୍ଡୋଗାନଙ୍କ ବ୍ୟଙ୍ଗ ଚିତ୍ର ସ୍ଥାନିତ କରିଛି। ଏହାକୁ ନେଇ ଇସ୍‌ଲାମିକ୍‌ ରାଷ୍ଟ୍ରଗୁଡ଼ିକରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି।
ସଦ୍ୟ ବିବାଦ ପ୍ରୋଫେଟ୍‌ ମହମ୍ମଦଙ୍କ କାର୍ଟୁନକୁ ନେଇ ସୃଷ୍ଟି ହୋଇଥିଲା। ଅକ୍ଟୋବର ୧୬ରେ ସାମୁଏଲ ପେଟି ନାମକ ଜଣେ ଶିକ୍ଷକ ଉକ୍ତ କାର୍ଟୁନ ଦେଖାଇବା ପରେ ୧୮ ବର୍ଷୀୟ ଅବ୍‌ଦୁଲ୍ଲା ଅଂରୋଜ ତାଙ୍କ ମୁଣ୍ଡ କାଟି ଦେଇଥିଲେ। ଏନେଇ ଫ୍ରାନ୍ସ ଓ ତୁର୍କୀ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚତ୍ଥିବାବେଳେ ଏବେ ବ୍ୟଙ୍ଗ ପତ୍ରିକା ଶାର୍ଲି ଏବ୍‌ଦୋର କଭର ପେଜ୍‌ରେ ତୁର୍କୀ ରାଷ୍ଟ୍ରପତି ଏର୍ଡୋଗାନଙ୍କୁ କଟାକ୍ଷ କରାଯାଇଛି। ଏଥିରେ ସେ ଟି-ଶାର୍ଟ ଓ ଅଣ୍ଡରଓ୍ବେର ପିନ୍ଧି ଚେୟାରରେ ବସିଥିବା ନଜର ଆସୁଛନ୍ତି। ତାଙ୍କ ବାମ ହାତରେ ଏକ ବିୟର କ୍ୟାନ୍‌ ଥିବାବେଳେ ଡାହାଣ ହାତରେ ହିଜାବ୍‌ ପିନ୍ଧିଥିବା ଜଣେ ମହିଳାଙ୍କ ସ୍କର୍ଟକୁ ପଛପଟୁ ଟେକି ଧରିଛନ୍ତି। ଭୂମଧ୍ୟସାଗରରେ ତୁର୍କୀର ପ୍ରତିଦ୍ୱନ୍ଦ୍ୱୀ ଗ୍ରୀସ୍‌କୁ ଫ୍ରାନ୍ସରୁ ମିଳୁଥିବା ସମର୍ଥନକୁ ନେଇ ଦୁଇଦେଶ ପୂର୍ବରୁ ପରସ୍ପର ସହ ଲଢ଼ୁଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁ ଇସ୍‌ଲାମିକ୍‌ ବିଚ୍ଛିନ୍ନତାବାଦ ଉପରେ କଡ଼ା ଆଭିମୁଖ୍ୟ ପ୍ରକାଶ କରିବା ପାଇଁ ନୂଆ ପଦକ୍ଷେପ ନେବାକୁ ଘୋଷଣା କରିବା ପରେ ଏର୍ଡୋଗାନ କହିଥିଲେ, ମାକ୍‌ରଁ ନିଜ ମାନସିକ ସ୍ବାସ୍ଥ୍ୟ ଯାଞ୍ଚ କରାଇବା ଉଚିତ।
ଏର୍ଡୋଗାନଙ୍କ କାର୍ଟୁନକୁ ନେଇ ତୁର୍କୀ ପକ୍ଷରୁ ବୁଧବାର ଜାରି ଏକ ବିବୃତିରେ ଫ୍ରାନ୍ସକୁ ଟାର୍ଗେଟ କରାଯାଇଛି। ଶାର୍ଲି ଏବ୍‌ଦୋ ଘୃଣା ଓ ଶତ୍ରୁତାର ବୀଜ ବୁଣୁଛି ବୋଲି ତୁର୍କୀ ଅଭିଯୋଗ ଆଣିଛି। ଏହା ସହ ତୁର୍କୀ କହିଛି ଯେ, ଏହି କାର୍ଟୁନ ତୁର୍କୀ ଓ ଫ୍ରାନ୍ସ ମଧ୍ୟରେ ଉତ୍ତେଜନା ବୃଦ୍ଧିର କାରଣ ହୋଇଛି। ଉକ୍ତ ମାଗାଜିନ ବିରୋଧରେ ଆଇନଗତ ଓ କୂଟନୈତିକ ପଦକ୍ଷେପ ନିଆଯିବ। ଏର୍ଡୋଗାନଙ୍କ ମୁଖପାତ୍ର ଇବ୍ରାହିମ କଲିନ ଟୁଇଟ୍‌ କରିଛନ୍ତି, ଆମେ ଫ୍ରାନ୍ସର ପତ୍ରିକାରେ ଆମ ରାଷ୍ଟ୍ରପତିଙ୍କ ସମ୍ପର୍କରେ ପ୍ରକାଶନର କଡ଼ା ନିନ୍ଦା କରୁଛୁ। ଏଥିରେ ବିଶ୍ୱାସ, ଆସ୍ଥା ଓ ମୂଲ୍ୟବୋଧକୁ ସମ୍ମାନ ଦିଆଯାଇ ନାହିଁ। ନୈତିକତା ଓ ଶାଳୀନତା ରହିତ ଏହି ପ୍ରକାଶନର ଉଦ୍ଦେଶ୍ୟ ହେଉଛି ଘୃଣା ଓ ଶତ୍ରୁତାର ବୀଜ ବୁଣିବା। ଅଭିବ୍ୟକ୍ତି ସ୍ବାଧୀନତାକୁ ଧର୍ମ ଓ ଆସ୍ଥା ବିରୋଧରେ ଶତ୍ରୁତାରେ ପରିବର୍ତ୍ତିତ କରିବା ଏକ ରୁଗ୍‌ଣ ମାନସିକତା। ଇତିମଧ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ଏକ ପତ୍ର ଲେଖିଛନ୍ତି, ଯେଉଁଥିରେ ସେ ମୁସ୍‌ଲିମ ଦେଶଗୁଡ଼ିକୁ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ବିରୋଧରେ ଏକଜୁଟ ହେବା ପାଇଁ ଅନୁରୋଧ କରିଛନ୍ତି।
ପ୍ୟାରିସ୍‌ରୁ ବାହାରୁଥିବା ବ୍ୟଙ୍ଗ ପତ୍ରିକା ରେ ୫ ବର୍ଷ ତଳେ ମହମ୍ମଦ ପ୍ରୋଫେଟଙ୍କ କାର୍ଟୁନ ପ୍ରକାଶିତ ହୋଇଥିଲା। ଏହାକୁ ନେଇ ୨୦୧୫ ଜାନୁୟାରୀ ୭ରେ ଆତଙ୍କବାଦୀମାନେ ଏହି ମାଗାଜିନ ଅଫିସରେ ଆକ୍ରମଣ କରିଥିଲେ। ଏଥିରେ ସମ୍ପାଦନା ମଣ୍ଡଳୀର ୧୨ ଜଣ ପ୍ରାଣ ହରାଇଥିବାବେଳେ ୧୧ ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri