Posted inRasifala

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ
ଦୀର୍ଘଦିନରୁ ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି କେତେକାଂଶରେ ବ୍ୟାହତ ହେବ। କର୍ମକ୍ଷେତ୍ର, ବ୍ୟବସାୟ, ପରିବହନ, ରାଜନୀତି, ସଭାସମିତି ଓ କଳା, କ୍ରୀଡ଼ା ପାଇଁ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ। ନିକଟ ସମ୍ପର୍କୀୟମାନଙ୍କ ମିଥ୍ୟା ଅଭିଯୋଗ ସକାଶେ ନିଜ ଲୋକମାନଙ୍କୁ ଦାୟୀ କରିବେ।
ବୃଷ
ବୃଷ

କେତେକ ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ମାନସିକ ଅଶାନ୍ତି ଦେଖାଦେବାର ସମ୍ଭାବନା ରହିଛି। ଅର୍ଥ କିମ୍ବା ଆବଶ୍ୟକତା ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। ସାଧାରଣ ପରିସ୍ଥିତିରେ ପଡୋଶୀଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ। ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ।

ମିଥୁନ
ମିଥୁନ
ଆଜି ସ୍ବାସ୍ଥ୍ୟରେ ଉନ୍ନତି, ଜମିଜମା ବିବାଦର ସମାଧାନ, ବାଣିଜ୍ୟ ବ୍ୟବସାୟ, ପରିବହନରେ ଉନ୍ନତି କରିବେ। ସଭାସମିତି,ବନ୍ଧୁ ସମ୍ପର୍କ ଓ ପାରିବାରିକ ଦିଗରୁ ଅନୁକୂଳ ଫଳ ପାଇବେ। ପ୍ରେସ୍‌ ପବ୍ଲିକେଶନ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକର ସମ୍ମୁଖୀନ ହେବେ।
କର୍କଟ
କର୍କଟ
କର୍ମାରମ୍ଭର ପ୍ରାଥମିକ ସ୍ତରରେ ସାମାନ୍ୟ ପ୍ରତିବନ୍ଧକ ଦେଖାଦେବ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ,ବନ୍ଧୁଙ୍କ ନିମନ୍ତ୍ରଣ,ଦୂରଯାତ୍ରା ଓ ବନ୍ଧୁମିଳନ ଜନିତ ମନ ଏକପ୍ରକାର ଖୁସୀ ରହିବ। ପୁନର୍ବସୁ କାର୍ଯ୍ୟସିଦ୍ଧିରେ ବିଳମ୍ବ ଓ କେତେକ ମାନସିକ ଦ୍ୱନ୍ଦ୍ୱ ଭିତରେ ସମୟ କଟାଇବେ।
ସି˚ହ
ସି˚ହ
ପୂର୍ବାପେକ୍ଷା ପରିସ୍ଥିତି କେତେକାଂଶରେ ଭଲ ହେଲେ ମଧ୍ୟ ପ୍ରତ୍ୟେକ କାମରେ ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିବ। ସଦାବେଳେ ହାତ ଖାଲି ରହିବାରୁ ମନରେ ସରସତା ରହିବ ନାହିଁ। ଅବଶ୍ୟ, ଆଜି ସଂଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବେ। ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡିପାରେ।
କନ୍ୟା
ପରିବାରରେ ଅର୍ଥ ସମ୍ପର୍କକୁ ନେଇ ଭା୍ରତୃବିବାଦ ଦେଖାଦେଇ ପାରେ। ଚିତ୍ରା ନକ୍ଷତ୍ରର ଋଣ ସୂତ୍ରରେ ଅର୍ଥଲାଭ ପାଇଁ ପ୍ରଯନତ୍ କରିବେ। ଅପରାହ୍ନରେ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି। ସାମାଜିକ ସ୍ତରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ।
ତୁଳା
ତୁଳା
ନିଜର ଲୋକମାନେ ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବାରେ ସମର୍ଥ ହେବେ। ଆଜିର ପ୍ରତ୍ୟୁଷ ଯାତ୍ରା ଶୁଭପ୍ରଦ ହେବ ଓ ବନ୍ଧୁ ମିଳନ ଘଟିବ। ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡିପାରନ୍ତି। ବକେୟା ଟଙ୍କା ପାଇଁ ସମସ୍ୟା ଉପୁଜିବା ସହ ପରିବହନରେ ଝଗଡା ଲାଗିପାରେ।
ବିଛା
ବିଛା
ନିଜର ପ୍ରାଧାନ୍ୟ ରକ୍ଷା କରିବାକୁ ଯାଇ ବନ୍ଧୁମାନଙ୍କ ସହ ମତାନ୍ତରର ସମ୍ଭାବନା ରହିଛି। ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ହେବେ ଓ ପ୍ରତିଯୋଗିତାରେ ସଫଳତା ଯୋଗୁଁ ମନ ଖୁସି ରହିବ। ପ୍ରିୟଜନମାନଙ୍କ ସାହାଯ୍ୟରୁ ଅପରାହ୍ନେ ମୂଲ୍ୟବାନ ଦ୍ରବ୍ୟ ପାଇପାରନ୍ତି। ବ୍ୟବସାୟକୁ ବଢାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି।
ଧନୁ
ଧନୁ
ଦିନ ମଧ୍ୟରେ ଅର୍ଥଲାଭ, ସମ୍ମାନ ପ୍ରାପ୍ତି, କାର୍ଯ୍ୟସିଦ୍ଧି ହେତୁ ମନ ମଧ୍ୟ ପ୍ରଫୁଲ୍ଲ ରହିବ। ଯେ କୌଣସି କାମ ଆରମ୍ଭ ପୂର୍ବରୁ ସରଳ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି। ଶାରୀରିକ ସୁସ୍ଥତା ଫେରିପାଇବେ କିନ୍ତୁ ବହୁତ ହଇରାଣ, ହରକତ ହେବାକୁ ପଡିପାରେ। ପ୍ରକାଶନ, ପ୍ରଶାସନ, ଯୋଗାଯୋଗ କ୍ଷେତ୍ରରେ ଶୁଭଫଳ ପାଇବେ।
ମକର
ମକର

ପୂର୍ବାହ୍ନରେ କୌଣସି ପ୍ରିୟଜନଙ୍କ ସମ୍ପର୍କରେ ଚିନ୍ତା କରିବାକୁ ପଡିପାରେ। ନିଜସ୍ବ ଅବହେଳା ଯୋଗୁଁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ଭୁଲ୍‌ ବୁଝାମଣା କାରଣରୁ ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଦେବାର ସୂଚନା ରହିଛି। ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ।

କୁମ୍ଭ
କୁମ୍ଭ
ନୂତନ ଗୃହ, ଯାନ ବାହନ, ଯାନ୍ତ୍ରିକ ଜିନିଷ, ଧାତୁ ଅଳଙ୍କାର ପ୍ରଭୃତି ମୂଲ୍ୟବାନ ଜିନିଷ ପାଇଁ ମନ ବଳାଇବେ। ସ୍ତ୍ରୀ କିମ୍ବା ଭାଇଙ୍କ ସ୍ବାସ୍ଥ୍ୟ ସକାଶେ ଚିନ୍ତା କରିପାରନ୍ତି। ଆର୍ଥିକ ସମସ୍ୟା, ମାମଲା, ଜମିଜମା ପିଲାମାନଙ୍କ ବିବାହ ସମ୍ପର୍କୀୟ ଚିନ୍ତାରେ ମନ ଉଦ୍‌ବିଗ୍ନ ରହିବ। ଦୂରଯାତ୍ରା ଆରମ୍ଭ ପୂର୍ବରୁ ହଠାତ୍‌ ସ୍ଥଗିତ ହୋଇଯାଇପାରେ।
ମୀନମୀନ

ଆଜି ଯେଉଁ କାମରେ ହାତଦେବେ, ସେଥିରେ ନିଶ୍ଚିତ ସଫଳତା ହାସଲ କରିବେ। ସାଧାରଣ କଥାକୁ କେନ୍ଦ୍ରକରି ପରିବାର ମଧ୍ୟରେ ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେବେ। ଆର୍ଥିକ ସ୍ବଚ୍ଛଳତା ଓ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

ରାଶିଫଳ: ଶନିବାର, ଡିସେମ୍ବର ୧୩ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ନୂତନ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହ ଦିନଟି ଉପଭୋଗ୍ୟ ରହିବ। ଶତ୍ରୁକ୍ଷେତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୨ ତାରିଖ – Daily Horoscope

ମେଷ ହାତକୁ ନେଇଥିବା କାମଟି ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ରହିବ ନାହିଁ। ଶୁକ୍ରଙ୍କ ପ୍ରଭାବରୁ ଅର୍ଥ ଓ ବିଳାସପୂର୍ଣ୍ଣ ଦ୍ରବ୍ୟ ପ୍ରତି ଆଗ୍ରହୀ ହେବେ।...

ରାଶିଫଳ: ଗୁରୁବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ନେଇ ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। ଅର୍ଥର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ତ୍ୱରାନ୍ବିତ କରିବ। ଆଲୋଚନା...

ରାଶିଫଳ: ବୁଧବାର, ଡିସେମ୍ବର ୧୦ ତାରିଖ – Daily Horoscope

ମେଷ ଆଜି ପାପଯୁକ୍ତ ଚନ୍ଦ୍ର କୋଣସ୍ଥାନରେ ରହିଥିବାରୁ ସନ୍ତାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହେବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବାରୁ ଆଶ୍ୱସ୍ତି ଲାଭ କରିବେ। ଜଳ, ତୈଳ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri