ଚାଷୀଙ୍କ ପାଇଁ ୩୦୦ କୋଟିର ପ୍ୟାକେଜ

ଭୁବନେଶ୍ୱର,୧୨। ୯(ବ୍ୟୁରୋ): ଚଳିତ ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କ ପାଇଁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦୦ କୋଟି ଟଙ୍କର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ଗତ ଅଗଷ୍ଟ ଶେଷ ସପ୍ତାହରେ ରାଜ୍ୟର ବିଭିନ୍ନ ଜିଲାରେ ବନ୍ୟା ଯୋଗୁ ବହୁ ଶସ୍ୟହାନି ହୋଇଛି।
ଘୋଷଣା ଅନୁଯାୟୀ ୩୩ ପ୍ରତିଶତ ଶସ୍ୟହାନି ହୋଇଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଅଣଜଳସେଚିତ ଜମି ପାଇଁ ପ୍ରତି ହେକ୍ଟରକୁ ୬ ହଜାର ୮୦୦ ଟଙ୍କା ଇନପୁଟ ସବ୍‌ସିଡ୍‌ ଯୋଗାଇ ଦିଆଯିବ। ସେହିପରି ଜଳସେଚିତ ଜମି ପାଇଁ ହେକ୍ଟର ପିଛିା ୧୩ ହଜାର ୫୦୦ ଟଙ୍କା ଏବଂ ଆମ୍ବ, କାଜୁ, ନଡିଆ ପାନ ଆଦି ସବୁଦିନିଆ ଫସଲପାଇଁ ହେକ୍ଟର ପିଛା ୧୮ ହଜାର ଟଙ୍କା ପ୍ରଦାନ କରାଯିବ। ଇନପୁଟ୍‌ ସବ୍‌ସିଡ୍‌ ସର୍ବନିମ୍ନ ସବୁଦିନିଆ ଫସଲ ପାଇଁ ୨ ହଜାର ଏବଂ ଅନ୍ୟାନ୍ୟ ଫସଲ ପାଇଁ ୧ ହଜାର ଟଙ୍କାରୁ କମ୍‌ ଦିଆଯିବ ନାହିଁ।
ବନ୍ୟା ପ୍ରଭାବିତ ଚାଷୀଙ୍କୁ ୨୦୨୦ ଖରିଫ ପାଇଁ ୨୦ ହଜାର ଡାଲିଜାତୀୟ କୀଟ ଯୋଗାଇ ଦିଆଯିବ। ସେହିପରି ରବିଫସଲ ପାଇଁ ୬୦ ହଜାର ଏକରରେ ବିିଭିନ୍ନ ପ୍ରକାର ଫସଲ ଲାଗି ପ୍ରଦର୍ଶନ କାର୍ଯ୍ୟକ୍ରମ କରାଯିବ। କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ୨ ହଜାର ପମ୍ପ ସେଟ ୫୦ ପ୍ରତିଶତ ରିହାତିରେ ଯୋଗାଇ ଦିଆଯିବ। ସର୍ବାଧିକ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ଯୋଗାଇ ଦିଆଯିବ।
ସେହିପରି ପ୍ରଭାବିତ ଚାଷୀମାନଙ୍କୁ ୫୦ ପ୍ରତିଶତ ରିହାତିରେ ସର୍ବାଧିକ ୩ ହଜାର ଟଙ୍କା ପର୍ଯ୍ୟନ୍ତ ୫ ହଜାର ସିଞ୍ଚନ ମେଶିନ ପ୍ରଦାନ କରାଯିବ। ହାତ ଓ ବ୍ୟାଟେରି ଚାଳିତ ସିଞ୍ଚନ ମେଶିନ ପାଇଁ ୬୦୦ ଟଙ୍କା ପ୍ରଦାନ କରାଯିବ। ରବି ଫସଲ ପାଇଁ ୧ ଲକ୍ଷ ଚାଷୀଙ୍କୁ ବିହନ ବିଶୋଧନ କାର୍ଯ୍ୟକ୍ରମରେ ସାମିଲ କରାଯିବ। ସେମାନଙ୍କୁ ୧ଲକ୍ଷ ଏକର ଜମି ପାଇଁ ମାଗଣାରେ ରାସାୟନିକ ବିହନ ବିଶୋଧନ କିମ୍ବା ଜୈବିକ ବିହନ ବିଶୋଧନ ସୁବିଧା ଯୋଗାଇ ଦିଆଯିବ। ରବି ଋତୁ ପାଇଁ ତୁରନ୍ତ ଉନ୍ନତ ମାନର ପ୍ରାମାଣିକ ବିହନ ପର୍ଯ୍ୟାପ୍ତ ପରିମାଣରେ ଯୋଗାଇ ଦିଆଯିବ। ସ୍ବତନ୍ତ୍ର ପ୍ୟାକେଜରେ ପ୍ରମାଣିକ ବିହନ ପାଇଁ ସ୍ବତନ୍ତ୍ର ଭାବେ ୭୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଯୋଗାଇ ଦିଆଯିବ। ବନ୍ୟା ପ୍ରଭାବିତ ଜିଲାଗୁଡିକରେ ୧୦ କୋଟି ଟଙ୍କାର ଫାର୍ମ ମେକାନାଇଜେଶନ ସବ୍‌ସିଡ୍‌ ଯୋଗାଇ ଦିଆଯିବ। ଏଥିସହିତ ଶସ୍ୟହାନିର ଶୀଘ୍ର ଆକଳନ କରାଯିବା ସହ ଶସ୍ୟର ମଧ୍ୟ ଭାଗରେ ଶସ୍ୟବୀମା ଯୋଗାଇ ଦେବାକୁ ବ୍ୟବସ୍ଥା କରାଯିବ। ୧ ଲକ୍ଷ ଚାଷୀଙ୍କୁ ପାଳଙ୍ଗ, ବିନ୍ସ, ଟମାଟୋ, ଲଙ୍କା, ମୂଳା ଇତ୍ୟାଦି ପାଇଁ ପନିପରିବା ମଞ୍ଜି କିଟ୍‌ ୧୩୦ ଟଙ୍କାରେ ଯୋଗାଇ ଦିଆଯିବ। ୭୫ ହଜାର ଚାଷୀଙ୍କୁ ୧୬୦ ଟଙ୍କା ମୂଲ୍ୟରେ ଅମୃତଭଣ୍ଡା, କଳଦୀ ଓ ସଜନା ଗଛ ଇତ୍ୟାଦି ୧୦ ପ୍ରକାର ଶୀଘ୍ର ବଢୁଥିବା ଫଳ ପାଇଁ କୀଟ ପିଛା ୧୬୦ ଟଙ୍କା ଦରରେ ଯୋଗାଇ ଦିଆଯିବ। ଜୀବନ ଜୀବିକା ପାଇଁ ୧୦ ହଜାର ଛତୁ ଚାଷ ୟୁନିଟ୍‌ ଲାଗି ୫୦୦ ୟୁନିଟ୍‌ ଶେଡ୍‌ ନେଟ ଯୋଗାଇ ଦିଆଯିବ।
୩୩ ପ୍ରତିଶତ ବନ୍ୟା ପ୍ରଭାବିତ ଅଞ୍ଚଳରେ ଖରିଫ ପାଇଁ ଦିଆଯାଇଥିବା କ୍ଷୁଦ୍ର ମିଆଦି ଋଣକୁ
ଚାଷୀଙ୍କ ପାଇଁ ୩୦୦ କୋଟିର …
ମଧ୍ୟମ ମିଆଦୀ ଋଣରେ ପରିବର୍ତ୍ତନ କରାଯିବ। ପ୍ରଭାବିତ ଅଞ୍ଚଳରେ କ୍ଷୁଦ୍ର ମିଆଦୀ ଖରିଫ ଋଣ ବର୍ଷକ ପାଇଁ ଅର୍ଥାତ୍‌ ୨୦୨୨ ପର୍ଯ୍ୟନ୍ତ ଏହାକୁ ମଧ୍ୟମ ଅବଧିକୁ ବୃଦ୍ଧି କରାଯିବ। ୨୦୨୦ ଅକ୍ଟୋବର ପହିଲାରୁ ଚାଷୀଙ୍କୁ ରବି ଫସଲ ପାଇଁ ଋଣ ଯୋଗାଇ ଦିଆଯିବ।
ସେହିପରି ବନ୍ୟାରେ ମୃତ୍ୟୁ ହୋଇଥିବା ଗୃହପାଳିତ ପ୍ରାଣୀଙ୍କ ପାଇଁ ୩୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ। ୩ ଦୁହାଁଳିଆ ଗାଈ ଏବଂ ମଇଁଷି ପାଇଁ ୨୫ ହଜାର ଟଙ୍କା ଏବଂ କ୍ଷୀର ଦେଉ ନ ଥିବା ଗାଈ ଓ ମଇଁଷି ପାଇଁ ୨୫ ହଜାର ଟଙ୍କା ସହାୟତା ରାଶି ଯୋଗାଇ ଦିଆଯିବ। ସେହିପରି ୬ ବାଛୁରି ପାଇଁ ପ୍ରତ୍ୟେକ ପିଛା ୧୬ ହଜାର ଟଙ୍କା, ଛେଳିଙ୍କ ପାଇଁ ୩ ହଜାର ସର୍ବାଧିକ ୩୦ଟି ଛେଳି ପାଇଁ ସହାୟତା ରାଶି ପ୍ରଦାନ କରାଯିବ। ୫ ହଜାର କୁକୁଡ଼ା ପାଇଁ ପ୍ରତି କୁକୁଡା ପିଛା ୫୦ ଟଙ୍କା ଲେଖାଏ ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି।
ସେହିପରି ମାଛ ପୋଖରୀ କ୍ଷୟକ୍ଷତି ପାଇଁ ଚାଷୀଙ୍କୁ ପ୍ରତି ହେକ୍ଟରକୁ ୧୨ ହଜାର ୨୦୦ ଟଙ୍କା ପ୍ରଦାନ କରାଯିବ। ମାଛ ପୋଖରୀକୁ ପୁନରୁଦ୍ଧାର କରିବା ପାଇଁ ପ୍ରତି ହେକ୍ଟରକୁ ୮ହଜାର ୨୦୦ ଟଙ୍କାର ଇନପୁଟ୍‌ ସବ୍‌ସିଡ୍‌ ପ୍ରଦାନ କରିବାକୁ ଘୋଷଣା କରାଯାଇଛି। ବୁଣାକାର ଓ ହସ୍ତଶିଳ୍ପୀ କାରିଗରଙ୍କ ପାଇଁ ଏହି ସ୍ବତନ୍ତ୍ର ପ୍ୟାକେଜରେ ସହାୟତା ଘୋଷଣା କରାଯାଇଛି। ପ୍ରତ୍ୟେକ ବୁଣାକାରଙ୍କୁ ଯନ୍ତ୍ରପାତି କ୍ରୟ କରିବାକୁ ୪ ହଜାର ୧୦୦ ଟଙ୍କା ଏବଂ ୪୧୦୦ ଟଙ୍କା କଞ୍ଚାମାଲ କ୍ଷତିପୂରଣ ବାବଦରେ ଆର୍ଥିକ ସହାୟତା ପ୍ରଦାନ କରାଯିବ। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଗ୍ରାମପଞ୍ଚାୟତ ରାସ୍ତା, ଖେଳପଡିଆ, କେନାଲ, ପୋଖରୀ, ଗୁହାଳ ଇତ୍ୟାଦି ମରାମତି କ୍ଷେତ୍ରକୁ ସାମିଲ କରାଯିବାକୁ ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ଶିମିଳିପାଳ ବାନଗ୍ନି

ବାରିପଦା,୧ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସବୁଜ ବନାନୀରେ ଭରପୁର ଶିମିଳିପାଳ ଅଭୟାରଣ୍ୟରେ ବାନଗ୍ନି ଅଣାୟତ୍ତ ହୋଇପଡିଛି । ପ୍ରତିଦିନ ନିଆଁ ଲାଗୁଥିବା ବେଳେ ବନ ବିଭାଗ ରୋକିବାକୁ...

ପାଣ୍ଡିଆନଙ୍କୁ କଡ଼ା ସମାଲୋଚନା କଲେ ପ୍ରଦୀପ, କହିଲେ…

ଭୁବନେଶ୍ୱର,୧।୫: ମୁଖ୍ୟମନ୍ତ୍ରୀ ଓ କାର୍ତ୍ତିକ ପାଣ୍ଡିଆନଙ୍କୁ ସମାଲୋଚନା କରିଛନ୍ତି ଭାଜପା ନେତା ତଥା ବ୍ରହ୍ମପୁରରୁ ଲୋକ ସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ । ଯଦି ତାଙ୍କ...

ବିଜେଡିରେ ଫାଟ: ପ୍ରଦୀପ-ରମେଶ ଗୋଷ୍ଠୀ ମୁହାଁମୁହିଁ

ନବରଙ୍ଗପୁର/ଝରିଗାଁ,୧।୫(ସଦାଶିବ ପ୍ରହରାଜ/କିଶୋର ଚନ୍ଦ୍ର ମଣ୍ଡଳ):ନିର୍ବାଚନ ଯେତିକି ପାଖେଇ ଆସୁଛି, ଝରିଗାଁ ନିର୍ବାଚନମଣ୍ଡଳୀରେ ବିଜେଡି ଟେନ୍‌ସନ ସେତିକି ବଢ଼ିବାରେ ଲାଗିଛି। ବିଜେଡିରେ ଫାଟ ଥିବା ଅଭିଯୋଗ ହେଉଛି।...

ବିଶ୍ୱର ୧୦ ଉତ୍ତପ୍ତ ସହର ମଧ୍ୟରେ ଓଡ଼ିଶାର ୩

ଭୁବନେଶ୍ୱର, ୧ା୫ (ଅସମାପିକା ସାହୁ):ପ୍ରବଳ ଖରାରେ ଜଳୁଛି ସାରା ଓଡ଼ିଶା। ଘରୁ ବାହାରିଲେ ତାତି ସହିତ ଝାଞ୍ଜି ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଗତ ୧୬ଦିନ...

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର,୩୦।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପୁରୀ,୩୦।୪: କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ କାକଟପୁରରୁ ବିଶ୍ବଭୂଷଣ ଦାସଙ୍କୁ ଟିକେଟ୍‌ ଦେଇଛି। ଭାଜପାରୁ ଟିକେଟ ନ ମିଳିବାରୁ ସେ କଂଗ୍ରେସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri