ଭୁବନେଶ୍ୱର ୯।୯(ବ୍ୟୁରୋ): କରୋନା ମହାମାରୀ ଯୋଗୁ ରାଜ୍ୟ ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତି କରୁଛି। ରାଜ୍ୟ ସରକାର ବିଭିନ୍ନ ବକେୟା, ଋଣ ଓ ଟିକସ ଆଦାୟ କରିବାକୁ ଗୁରୁତ୍ୱ ଦେଉଛନ୍ତି। ରାଜ୍ୟ ଅର୍ଥନିଗମରୁ ବହୁ ଶିଳ୍ପ ସଂସ୍ଥା ଋଣ ନେଇ ପରିଶୋଧ କରୁ ନାହାନ୍ତି। ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ୮୨୬୪ ଜଣ ଋଣ ଗ୍ରହୀତାଙ୍କ ଉପରେ ୨୫୫ କୋଟି ଟଙ୍କାର ମୂଳ ରାଶିକୁ ମିଶାଇ ମୋଟ ୩ ହଜାର କୋଟିରୁ ଊର୍ଦ୍ଧ୍ୱ ରାଶି ବକେୟା ରହିଛି। ଏହାକୁ ଆଦାୟ କରିବାକୁ ନିଗମ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଯେଉଁ ଋଣ ଗ୍ରହିତାମାନେ ନିର୍ଦ୍ଦିଷ୍ଟ ସମୟ ଭିତରେ ତାହା ପଇଠ କରିବାରେ ବିଫଳ ହେବେ ସେମାନଙ୍କ ବନ୍ଧକ ଥିବା ସମ୍ପତ୍ତିକୁ ଆଇନ ଅନୁଯାୟୀ ଜବତ କରି ଋଣ ଅର୍ଥ ପରିଶୋଧ କରାଯିବ ବୋଲି ନିଗମ ପକ୍ଷରୁ ଚେତାବନୀ ଦିଆଯାଇଛି।
ମଙ୍ଗଳବାର ନିଗମ ଅଧ୍ୟକ୍ଷ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ସଂସ୍ଥାକୁ ଦିଆଯାଇଥିବା ଋଣର ସମୀକ୍ଷା କରାଯାଇଛି। ବକେୟା ଅନାଦେୟ ଋଣ ଆଦାୟ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ନିଷ୍ପତ୍ତି ହୋଇଛି। ରାଜ୍ୟର ଶିଳ୍ପଭିତ୍ତିକ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ଏମ୍ଏସ୍ଏମ୍ଇ ବିଭାଗକୁ ଚଳଚଞ୍ଚଳ କରିବାକୁ ପଦକ୍ଷେପ ନିଆଯିବ। ସମସ୍ତ ଋଣ ଗ୍ରହିତାଙ୍କୁ ବକେୟା ଥିବା ଋଣ ରାଶି ଯଥାଶୀଘ୍ର ପଇଠ କରିବାକୁ ଖୁବଶୀଘ୍ର ନୋଟିସ ଯିବ। ଯୁଦ୍ଧକାଳୀନ ଭିତ୍ତିରେ ବିଭିନ୍ନ କୋର୍ଟଗୁଡିକରେ ଦୀର୍ଘଦିନ ଧରି ପଡ଼ି ରହିଥିବା ମକଦ୍ଦମାଗୁଡ଼ିକୁ ଫଇସଲା କରାଯାଇ ଋଣ ଆଦାୟ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଯେଉଁମାନେ ଋଣ ପରିଶୋଧ କରିବାରେ ବିଫଳ ହୋଇଛନ୍ତି ଏବଂ ପରିଶୋଧ ପାଇଁ ଇଚ୍ଛୁକ ଅଛନ୍ତି ସେମାନେ ତୁରନ୍ତ ଋଣ ରାଶି ପଇଠ କରିବାକୁ କୁହାଯାଇଛି। ନଚେତ ସେମାନଙ୍କ ଦ୍ୱାରା ଦିଆଯାଇଥିବା ବନ୍ଧକ ସମ୍ପତ୍ତିକୁ ନିଲାମ କରାଯିବ।
ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ
ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...
ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….
ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...
ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର
ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...
ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….
କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...
ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ
ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...
ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ
ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...
୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର
ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...
ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…
ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...
Archives


