ଭୋଡା-ଆଇଡିଆକୁ ମିଳିପାରେ ଲାଇଫ୍‌ଲାଇନ

ନୂଆଦିଲ୍ଲୀ,୪।୯: ଋଣ ଚାପରେ ଫସି ରହିଥିବା ଟେଲିକମ୍‌ କମ୍ପାନୀ ଭୋଡାଫୋନ-ଆଇଡିଆକୁ ନୂଆ ଲାଇଫ୍‌ଲାଇନ ମିଳିପାରେ। ଏହି କମ୍ପାନୀରେ ପ୍ରାୟ ୨୯ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହେବାର ସମ୍ଭାବନା ରହିଛି। ଏହା ହେଲେ ଚାପରେ ରହିଥିବା କମ୍ପାନୀ କାରବାରକୁ ପୁଣି ଥରେ ସମ୍ଭାଳିବାରେ ସକ୍ଷମ ହେବ ବୋଲି କୁହାଯାଉଛି। ଆଡଜଷ୍ଟେଟେଡ ଗ୍ରସ୍‌ ରେଭେନ୍ୟୁ(ଏଜିଆର୍‌) ମାମଲାରେ ଟେଲିକମ କମ୍ପାନୀଗୁଡିକୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ୧୦ ବର୍ଷର ଆଶ୍ୱସ୍ତି ମିଳିଛି। ଏହି ମାମଲା ଭୋଡାଫୋନ ଆଇଡିଆ କମ୍ପାନୀର ଭବିଷ୍ୟତ ନିର୍ଦ୍ଧାରଣ କରିବ ବୋଲି କୁହାଯାଇଥିଲା। ମାମଲାରେ କମ୍ପାନୀକୁ ବଡ ଆଶ୍ୱସ୍ତି ମିଳିଥିବା ଜଣାପଡିଛି। ବକେୟା ଶୁଝିବା ଲାଗି କମ୍ପାନୀ ଏହାର ଅଂଶଧନ ବିକିବ ବୋଲି ଶୁଣାଯାଉଥିଲା। ଏହା ଉପରେ ସୁପ୍ରିମକୋର୍ଟ ରୋକ ମଧ୍ୟ ଲଗାଇଥିଲେ। ପ୍ରମୁଖ ଇ-କମର୍ସ କମ୍ପାନୀ ଆମାଜନ ଡଟ୍‌ ଇନ ଏବଂ ଭେରିଜନ କମ୍ୟୁନିକେଶନ ଭୋଡାଫୋନ-ଆଇଡିଆରେ ଅଂଶଧନ କିଣିପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ଏ ନେଇ ଗଣମାଧ୍ୟମରେ ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି। ୪ ସେପ୍ଟେମ୍ବରରେ ଏହି କମ୍ପାନୀର ବୋର୍ଡ ବୈଠକ ଅନୁଷ୍ଠିତ ହେବ। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏଠାରେ ଆଲୋଚନା ହୋଇପାରେ। ଅଂଶଧନ କ୍ରୟ ନେଇ ଆମାଜନ ଏବଂ ଭେରିଜନର ନାମ ସାମ୍ନାକୁ ଆସୁଛି। ଏହି ଦୁଇ କମ୍ପାନୀ ପୂର୍ବରୁ ଭାରତରେ ସେମାନଙ୍କ କାରବାର ସ୍ଥିତି ଜାହିର କରିଛନ୍ତି। ଆମାଜନ ଇ-କମର୍ସ ଏବଂ ଭେରିଜନ ପୂର୍ବରୁ ଏୟାରଟେଲ ସହ ଚୁକ୍ତିରେ ସାମିଲ ହୋଇସାରିଛି। ଚୂଡାନ୍ତ ନିଷ୍ପତ୍ତି କଣ ହେଉଛି ସେ ଉପରେ ବଜାରର ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦ ପରେ ପଶିଲା ଚେତା, ମସଲାର ଗୁଣାତ୍ମକ ଯାଞ୍ଚ କରିବାକୁ ସମସ୍ତ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨।୫: ନିକଟରେ ଭାରତରୁ ରପ୍ତାନି ହୋଇଥିବା ମସଲାକୁ ନେଇ ବିବାଦ ପରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କୁ ମସଲା ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।...

ଏପ୍ରିଲରେ ରେକର୍ଡ ସଂଗ୍ରହ ଜିଏସ୍‌ଟି: ୨.୧୦ ଲକ୍ଷ କୋଟିରେ ପହଞ୍ଚିଲା

ନୂଆଦିଲ୍ଲୀ,୧।୫: ଏପ୍ରିଲ ମାସରେ ଦେଶରେ ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି) ସଂଗ୍ରହ ରେକର୍ଡ ସୃଷ୍ଟି କରିଛି। ସମସ୍ତ ରେକର୍ଡ ଭାଙ୍ଗି ଏପ୍ରିଲ ୨୦୨୪ରେ ଜିଏସ୍‌ଟି ସଂଗ୍ରହ...

ବିଓଏମ୍‌ର ୪ର୍ଥ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୧।୫: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ...

କାମ୍ପାକୋଲାର ନୂତନ ଅଭିଯାନ

ଭୁବନେଶ୍ୱର,୧।୫: ରିଲାଏନ୍ସ ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ତଥା ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ୍‌ (ଆର୍‌ସିପିଏଲ୍‌)ର ପ୍ରମୁଖ ବ୍ରାଣ୍ଡ୍‌ କାମ୍ପାକୋଲାର ନୂତନ ଅଭିଯାନ ‘ନଏ ଇଣ୍ଡିଆ କା...

ଖୁବ୍‌ଶୀଘ୍ର ସମ୍ବଲପୁରରେ ଅରୁନ୍ଧତୀ ଜୁଏଲର୍ସ

ଭୁବନେଶ୍ୱର,୧।୫: ଅରୁନ୍ଧତୀ ଜୁଏଲର୍ସର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିିର୍ମିତ ନୂତନ ଶୋ’ରୁମ୍‌ର ଶୁଭାରମ୍ଭ ଖୁବ୍‌ଶୀଘ୍ର ସମ୍ବଲପୁରଠାରେ ଖୋଲିବାକୁ ଯାଉଛି। ଏପରିକି ୨୦୨୪ ମେ...

ଜୟଆଲୁକ୍କାସ୍‌ରେ ଉତ୍ସବକାଳୀନ ଅଫର

ଭୁବନେଶ୍ୱର,୧।୫(ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ପ୍ରମୁଖ ଗହଣା ବ୍ରାଣ୍ଡ୍‌ ଜୟଆଲୁକ୍କାସ୍‌ ପକ୍ଷରୁ ଉତ୍ସବକାଳୀନ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ...

ବେଦାନ୍ତ କାର୍ଯ୍ୟ ପରିସର ଅଞ୍ଚଳରେ ପ୍ରକଳ୍ପ ପଞ୍ଛିର ବିସ୍ତାର

ଭୁବନେଶ୍ୱର,୧।୫: ବେଦାନ୍ତ ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ତଥା ବେଦାନ୍ତ ଆଲୁମିନିୟମର ଅଭିନବ କାର୍ଯ୍ୟକ୍ରମ ‘ପ୍ରକଳ୍ପ ପଞ୍ଛି’ର ବିସ୍ତାର ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀର ଓଡ଼ିଶା ୟୁନିଟ୍‌...

ପତଞ୍ଜଳିର ୧୪ ପ୍ରଡକ୍ଟର ଲାଇସେନ୍ସ ହେଲା ସସପେଣ୍ଡ, ନିତିଦିନ କରୁଛନ୍ତି ବ୍ୟବହାର, ଦେଖନ୍ତୁ ଲିଷ୍ଟ

ଡେରାଡୁନ,୩୦।୪: ବିଭ୍ରାନ୍ତିକର ବିଜ୍ଞାପନ ପ୍ରସଙ୍ଗରେ ପତଞ୍ଜଳିର ସମସ୍ୟା ହ୍ରାସ ହେବାର ଦେଖାଯାଉ ନାହିଁ। ଏକ ବଡ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ଉତ୍ତରାଖଣ୍ଡ ଡ୍ରଗ ବିଭାଗର ଲାଇସେନ୍ସ ପ୍ରାଧିକରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri