ଭୁବନେଶ୍ୱର,୩।୯(ବ୍ୟୁରୋ): ରାଜ୍ୟରେ କରୋନା ଯୋଗୁ ପୁଣି ୮ଜଣଙ୍କ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ଏବଂ କରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ମୃତ ୮ ବ୍ୟକ୍ତିଙ୍କ ମଧ୍ୟରେ କଟକରୁ ୩, ଗଞ୍ଜାମରୁ ୨, ବାଲଶ୍ୱର, କନ୍ଧମାଳ ଏବଂ ଖୋର୍ଦ୍ଧା ଜିଲାରୁ ଜଣେ ଲେଖାଁଏ ମୃତ୍ୟୁବରଣ କରିଛନ୍ତି। ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟ ୫୨୨ରେ ପହଞ୍ଚିଛି।


