ଧର୍ମେନ୍ଦ୍ରଙ୍କ ରୋଡ ଶୋରେ ଭାଜପା ଓ ବିଜେଡି କର୍ମୀ ମୁହାଁମୁହିଁ

ବାରିପଦା ଅଫିସ,୨୫।୪- ମୟୂରଭଞ୍ଜ ଜିଲା ଅଧୀନ ଲୋକସଭା ଓ ୭ ଟି ବିଧାନସଭା ପାଇଁ ଆସନ୍ତା ୨୯ ତାରିଖରେ ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ଆସନ ଗୁଡିକରେ ନିଜ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଉଭୟ ଭାଜପା ଓ ବିଜେଡି ପକ୍ଷରୁ ଜିଲା ସାରା ପ୍ରତିଦିନ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଭିକ୍ଷା କରାଯାଉଛି। ବାରିପଦା ସହରରେ ଭାଜପା ଲୋକସଭା ପ୍ରାର୍ଥୀ ଇଂ ବିଶେଶ୍ୱର ଟୁଡୁ ଓ ବାରିପଦା ବିଧାନସଭା ପ୍ରାର୍ଥୀ ପ୍ରକାଶ ସୋରେନଙ୍କୁ ସାଙ୍ଗରେ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଅପରାହ୍ନରେ  ରୋଡ ଶୋରେ ସହର ପରିକ୍ରମା କରିଥିଲେ। ତେବେ ଏହି ରୋଡ ଶୋ ବିଜେଡି ଦଳୀୟ କାର୍ଯ୍ୟାଳୟ ତଥା ଏସପିଙ୍କ ବାସଭବନ ନିକଟରେ ପହଞ୍ଚିବା ବେଳକୁ ଉଭୟ ବିଜେଡି ଓ ଭାଜପା ଦଳର କର୍ମୀମାନେ ମୁହାଁ ମୁହିଁ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ପୋଲିସର ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ହୋଇଥିଲା।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଦିନିକିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସି ଯଶିପୁର ନିର୍ବାଚନ ମଣ୍ଡଳୀର ମହର୍ଦ୍ଧାପଳାସ, ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ଭିତରମୁଣ୍ଡା, ସାରସକଣା ନିର୍ବାଚନ ମଣ୍ଡଳୀର ବିଜାତଳା, ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର କୁଳିଅଣା ଓ ଉଦଳା ନିର୍ବାଚନ ମଣ୍ଡଳୀର ଉଦଳାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ସାଧାରଣ ସଭାରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇଥିଲେ। ଭାଜପା ନେତା ଓ କର୍ମୀମାନେ ରୋଡ ଶୋରେ ପ୍ରଚାର କରୁଥିବା ବେଳେ ବିଜେଡି କର୍ମୀଙ୍କ ଏଭଳି ଉଦ୍ଦେଶ୍ୟମୂଳକ ଆଚରଣ ନିହାତି ଭବେ ଅଶୋଭନୀୟ। ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବାରିପଦାରେ ରୋଡ ଶୋ କାର୍ଯ୍ୟକ୍ରମ ରହିଥିବାବେଳେ ଭାଜପା ନେତା ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରୋଡ ଶୋ ମଧ୍ୟ ରହିଥିଲା। ଏଣୁ କିଏ କେଉଁ ରାସ୍ତାରେ ଯିବେ ତାହା ଏବଂ ସମୟ ସାରଣୀ ପ୍ରସ୍ତୁତ କରି ଅନୁମତିପ୍ରଦାନ କରିବା କଥା। ହେଲେ ଏଥିରେ ବ୍ୟତିକ୍ରମ ହେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଖୋଦ ଜିଲା ପୋଲିସ ମୁଖିଆଙ୍କ ବାସଭବନ ନିକଟରେ ଏହି ଘଟଣା ହେବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ସହରର ବୁଦ୍ଧିଜୀବୀ ଯଯାତି ମହାନ୍ତ କହିଛନ୍ତି।  ତେବେ ଏହି ଘଟଣାରେ ପୋଲିସ ବିଭାଗ ପକ୍ଷରୁ କାହାରି ମତାମତ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

ନବଜାତ ଶିଶୁର ମୁଣ୍ଡ ଧରି ଶିବ ମନ୍ଦିର ସାମ୍ନାକୁ ଆସିଲା କୁକୁର: ବାହାନଗାରେ ଖେଳିଗଲା ଚାଞ୍ଚଲ୍ୟ

ବାହାନଗା,୧୬।୧୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଚିତ୍ତଳ ପଞ୍ଚାୟତର ବାଲିକିତ୍ତିରଣ ଗାଁ ରାସ୍ତାକଡ଼ରେ ନବଜାତ ଶିଶୁର ଖଣ୍ଡ ବିଖଣ୍ଡିତ ଶରୀର ପଡିଛି। ବାଲିକିତ୍ତିରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri