ଆଜି ସ୍ବାୟତ୍ତ ଶାସନ ଦିବସ

ଭୁବନେଶ୍ବର, ୩୧।୮(ବ୍ୟୁରୋ)ଆଜି ହେଉଛି ସ୍ବାୟତ୍ତ ଶାସନ ଦିବସ। ଏହି ଦିନରେ ରାଜଧାନୀ ଭୁବନେଶ୍ୱରରେ ପ୍ରତିବର୍ଷ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ସହ ୩ଦିନ ଧରି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦ୍‌ଘାଟନ, ସଭା ଓ ବୈଠକ ଚାଲିଥାଏ। କିନ୍ତୁ ଏବର୍ଷ ସେପରି କିଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ ହେବନାହିଁ। କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କେବଳ ପତାକା ଉତ୍ତୋଳନ କରାଯିବା ସହ ବିଏମ୍‌ସି ଅଞ୍ଚଳରେ ଦୁଇଟି ପ୍ରକଳ୍ପର ଉଦ୍‌ଘାଟନ କରାଯିବ। ମାତ୍ର କିଛି ମିନିଟ୍‌ ଭିତରେ କାର୍ଯ୍ୟକ୍ରମ ସାରିବାକୁ ଯୋଜନା ରଖାଯାଇଛି ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ସ୍ବାୟତ୍ତଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଭର୍ଚୁଆଲ ମାଧ୍ୟମରେ ବିଭିନ୍ନ ପୌରାଞ୍ଚଳରେ ହୋଇଥିବା ପରିମଳ ପ୍ରକଳ୍ପ, କମ୍ପୋଷ୍ଟ ପ୍ଲାଣ୍ଟ ଆଦିକୁ ଉଦ୍‌ଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସମସ୍ତ ପ୍ରକଳ୍ପର ତାଲିକା ପଠାଯାଇଥିବାବେଳେ ନଗର ଉନ୍ନୟନ ବିଭାଗ ସମସ୍ତ ପ୍ରସ୍ତୁତି ସାରିଛି। ତେବେ ଉଦ୍‌ଘାଟିତ ହେବାକୁ ଥିବା ପ୍ରକଳ୍ପ ମଧ୍ୟରେ ଭୁବନେଶ୍ୱରର ଦୁଇଟି ରହିଛି। ଗୋଟିଏ ଏମ୍‌ସିସି ଓ ଅନ୍ୟଟି ଏମ୍‌ଆର୍‌ଏଫ୍‌ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବେ। ଏବେ ସାମାଜିକ କାର୍ଯ୍ୟକ୍ରମ ଉପରେ ରୋକ୍‌ ଲାଗିଥିବାରୁ ଓ ସାମାଜିକ ଦୂରତା ରଖିବା ନିତାନ୍ତ ଆବଶ୍ୟକ ଥିବାରୁ ସମସ୍ତ କାର୍ଯ୍ୟକ୍ରମ ଭର୍ଚୁଆଲ ଉପାୟରେ କିମ୍ବା କମ୍‌ ଲୋକଙ୍କୁ ନେଇ କରାଯିବ ବୋଲି ସେ କହିଛନ୍ତି।
ବିଏମ୍‌ସି ସିଟି ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ର କହିଛନ୍ତି, ରାଜଧାନୀରେ ମୋଟ ୪୩ କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ ହେବ। ଏବେ ସୁଦ୍ଧା ପାଖାପାଖି ୧୦ରୁ ୧୨ଟିର ନିର୍ମାଣ କାର୍ଯ୍ୟ ସରିଛି। ହେଲେ ଅନ୍ୟ ଆନୁଷଙ୍ଗିକ କାର୍ଯ୍ୟ ଏବେ ମଧ୍ୟ ବାକି ଅଛି। ତେଣୁ ବର୍ତ୍ତମାନ ଏଗୁଡିକର ଉଦ୍‌ଘାଟନ କରାଯିବ ନାହିଁ। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ସ୍ବଚ୍ଛ ଭାରତ ଅଭିନଯାନରେ ବିଏମ୍‌ସିକୁ ଆସନ୍ତାବର୍ଷ ଭଲ ର଼୍ୟାଙ୍କ୍‌ ମିଳିବ ବୋଲି ସେ କହିଛନ୍ତି।
ଅପରପକ୍ଷେ କରୋନା ଯୋଗୁ ରାଜ୍ୟ ସରକାର ବି ନୂଆ ପ୍ରକଳ୍ପ ଆରମ୍ଭ ଉପରେ ରୋକ ଲଗାଇଛନ୍ତି। ପୁଣି ପ୍ରଳକ୍ପ ପାଇଁ ଅନୁଦାନର ମଧ୍ୟ ଆବଶ୍ୟକତା ରହିଛି। କରୋନା ପାଇଁ ବିଏମ୍‌ସିର ରାଜସ୍ବ ଆଦାୟ ପ୍ରଭାବିତ ହୋଇଥିବାବେଳେ ଏପଟେ ନିଜ ସଞ୍ଚତ୍ତ ପୁଞ୍ଜିରୁ ବିଏମ୍‌ସି ଅଧିକ ଖର୍ଚ୍ଚ କରିବାକୁ ଉଚିତ ମଣୁନି। ତେଣୁ ଆଗକୁ ନୂଆ କିଛି ପ୍ରକଳ୍ପ ହେବାର ଆଶଙ୍କା ମଧ୍ୟ ନାହିଁ। ଚଳିତ ବଜେଟରେ ଯେଉଁ ପ୍ରକଳ୍ପ ପାଇଁ ଅର୍ଥ ବରାଦ ହୋଇଥିଲା ସେସମସ୍ତ ପ୍ରକଳ୍ପ ପାଇଁ ଆବଶ୍ୟକ ଅନୁଦାନ ମିଳିପାରୁନି। କେବଳ ଜରୁରିକାଳୀନ ପ୍ରକଳ୍ପ ଯଥା ରାସ୍ତା, ଡ୍ରେନ ମରାମତି, ବକେୟା ବିଲ୍‌ରେ ଅର୍ଥ ଖର୍ଚ୍ଚ କରିବାକୁ ଯୋଜନା ରଖାଯାଇଥିବା ବିଶେଷସୂତ୍ରରୁ ଜଣାପଡିଛି।

 


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ମଦ୍ୟପଙ୍କୁ ତାରାତାରିଣୀ ମନ୍ଦିର ମନା: ଏଣିକି ମୋବାଇଲ ସହ ଫଟୋ ଉଠାକୁ ବାରଣ; ପ୍ରଶାସନିକ ବୈଠକରେ… 

ପୁରୁଷୋତ୍ତମପୁର,୨୩।୧୨ (ସବିତା ମିଶ୍ର): ବର୍ତ୍ତମାନ ପର୍ଯ୍ୟଟନର ଋତୁ ଚାଲିଥିବାବେଳେ ଆଉ କିଛି ଦିନ ପରେ ଆସୁଛି ନୂଆବର୍ଷ। ଏହି ଅବସରରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri