ନୂଆଦିଲ୍ଲୀ/ନୁୟର୍କ, ୨୯ା୮: ଆଗାମୀ ଦିନରେ ଭାରତ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ସୁପର ପାଓ୍ବାର ହୋଇପାରିବ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ଶୁକ୍ରବାର କହିଛନ୍ତି। ଏଥିଲାଗି ଜୀବାଶ୍ମ ଇନ୍ଧନକୁ ଛାଡ଼ି ସ୍ବଚ୍ଛତା, ସୌରଶକ୍ତି ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛିି। ନ୍ୟୁୟର୍କରେ ଟେରୀ’ର ଏକ କାର୍ଯ୍ୟକ୍ରମରେ ଭର୍ଚୁଆଲ ଭାବେ ଯୋଗଦେଇ ଭାରତ ସମେତ ସମସ୍ତ ଜି-୨୦ ରାଷ୍ଟ୍ର ଏଥିଲାଗି ଯତ୍ନବାନ ହେବାକୁ ଗୁଟେରେସ୍ ପରାମର୍ଶ ଦେଇଛନ୍ତି। ଏବେ ଜଳବାୟୁ ପରିବର୍ତ୍ତନ ଓ ମହାମାରୀ କରୋନା ସମସ୍ୟା ହୋଇ ଛିଡ଼ାହୋଇଛି।


