ଉଛୁଳୁଛି ନଦନଦୀ

ଭୁବନେଶ୍ୱର, ୨୯ା୮(ବ୍ୟୁରୋ): ଲଘୁଚାପ ବର୍ଷା ପରେ ରାଜ୍ୟରେ ବନ୍ୟା ବିପତ୍ତି ଦେଖାଦେଇଛି। ଉତ୍ତର ଓଡ଼ିଶା ବନ୍ୟାରେ ଉବୁଟୁବୁ ହେଉଛି। ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ ଜିଲାରେ ହଜାର ହଜାର ଏକର ଚାଷଜମି ଜଳମଗ୍ନ ହେବା ସହିତ ବହୁ ଲୋକ ଜଳବନ୍ଦୀ ହୋଇଛନ୍ତି। କାନ୍ଥପଡ଼ି ରାଜ୍ୟରେ ଆଉ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ବନ୍ୟା ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ୧୪ଟି ଘାଇ ହୋଇଥିବା ସ୍ବତନ୍ତ୍ର ରିଲିଫ କମିଶନର (ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି। ଗୋଟିଏ ପଟେ ବ୍ରାହ୍ମଣୀ, କୁଶଭଦ୍ରା, ବୈତରଣୀ, ବୁଢ଼ାବଳଙ୍ଗ ନଦୀ ବନ୍ୟା ଲୋକମାନଙ୍କୁ ହନ୍ତସନ୍ତ କରୁଥିବା ବେଳେ ମହାନଦୀ ଓ ଏହାର ଶାଖା ନଦୀ ବୁଡ଼ାଇବା ଆରମ୍ଭ କଲାଣି। ଶୁକ୍ରବାର ହୀରାକୁଦର ୪୦ଟି ଗେଟ୍‌ ଖୋଲା ହେବା ଯୋଗୁ ମହାନଦୀ ସମେତ ଏହାର ଶାଖାନଦୀଗୁଡ଼ିକରେ ବନ୍ୟା ଆଶଙ୍କା ବଢ଼ିଯାଇଛି। ଶନିବାର ସୁଦ୍ଧା ମୁଣ୍ଡଳୀଠାରେ ୧୦ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେବ। ଏଥିଯୋଗୁ ମହାନଦୀର ଶାଖା ବିରୂପା, ଭାର୍ଗବୀ, ଚିତ୍ରୋପତ୍ଳା, ଲୁଣା, କାଠଯୋଡି, ଦୟା ଏବଂ କୁଶଭଦ୍ରା ନଦୀରେ ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ସଙ୍ଗୀନ ହେବା ଆଶଙ୍କା ଦେଖାଦେଇଛି।
ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୬ ଲକ୍ଷ ୯୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ମହାନଦୀର ମୁଣ୍ଡଳୀଠାରେ ୭ ଲକ୍ଷ ୨୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ଛତିଶଗଡ଼ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦକୁ ୮ ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରିବା ସମ୍ଭାବନା ରହିଛି। ଏହାକୁ ଆଖି ଆଗରେ ରଖି ହୀରାକୁଦର ୪୦ ଗେଟ୍‌ ଖୋଲାଯାଇଛି। ସେହିପରି ତେଲ, ଅଙ୍ଗ, ଇରା, ରଜୁ, ସୁରୁବାଲି ଯୋର, ନୟନଯୋର ନଦୀକୁ ମିଶାଇ ମହାନଦୀକୁ ପ୍ରାୟ ୧୦ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପ୍ରବେଶ କରିବ। ଏଥିଯୋଗୁ ମଧ୍ୟମ ଧରଣର ବନ୍ୟା ହେବ ବୋଲି ଏସ୍‌ଆର୍‌ସି କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଏସ୍‌ଆର୍‌ସି କହିଛନ୍ତି, ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ମହାନଦୀ ଅବବାହିକାର ସମସ୍ତ ଜିଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସବୁ ଅଞ୍ଚଳକୁ ଅତିରିକ୍ତ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌ ଟିମ୍‌ ପଠାଯାଇଛି।
ଉଛୁଳୁଛି ନଦନଦୀ
ମହାନଦୀର ଶାଖାନଦୀଗୁଡ଼ିକ ଉପରେ ଜଳ ସମ୍ପଦ ବିଭାଗ କର୍ମଚାରୀ ସତର୍କ ଦୃଷ୍ଟି ରଖିଛନ୍ତି । ପୂର୍ବରୁ ମହାନଦୀରେ ୧୬ ଲକ୍ଷ କ୍ୟୁସେକ ଜଳ ପରିଚାଳନା କରାଯାଇଛି। ୧୦ ଲକ୍ଷ କ୍ୟୁସେକ ଜଳ ଯୋଗୁ ମଧ୍ୟମ ଧରଣର ବନ୍ୟା ହେବାର ସମ୍ଭାବନା ରହିଛି ବୋଲି ଏସ୍‌ଆର୍‌ସି କହିଛନ୍ତି।
ଝାଡ଼ଖଣ୍ଡର ଗାଲୁଡି ବ୍ୟାରେଜ ପାଣି ଛାଡ଼ିବାରୁ ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସିଛି। ରାଜଘାଟଠାରେ ୧୦.୬ ମିଟର ବିପଦ ସଙ୍କେତ ସ୍ତର ଥିବାବେଳେ ୧୧.୫ ମିଟର ପର୍ଯ୍ୟନ୍ତ ଜଳ ପ୍ରବାହିତ ହେବ ବୋଲି ଜଳ ସମ୍ପଦ ବିଭାଗ ଆକଳନ କରିଥିଲା। ତେବେ ଗତ ୪ ଘଣ୍ଟା ଧରି ଜଳସ୍ତର ୧୦.୯୬ ମିଟରରେ ପ୍ରବାହିତ ହେଉଛି। ଗାଲୁଡିରୁ ଜଳ ଛାଡିବା କମିଗଲାଣି। ଫଳରେ ସୁବର୍ଣ୍ଣରେଖାରେ ବନ୍ୟା ଆଶଙ୍କା କମିଛି। ମୟୂରଭଞ୍ଜ ଜିଲାରେ ସୁବର୍ଣ୍ଣରେଖା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିଲା। ସ୍ରୋତ କମିଯିବା ପରେ ଏଥିରେ ସୁଧାର ଆସିଛି। ବାଲେଶ୍ୱର ଜିଲାରେ ମଧ୍ୟ ବନ୍ୟା ପରିସ୍ଥିତି ଗୁରୁତର ହେବ ନାହିଁ ବୋଲି ଏସ୍‌ଆର୍‌ସି କହିଛନ୍ତି।
ସେହିପରି ବୁଢ଼ାବଳଙ୍ଗ ନଦୀ ଏନ୍‌ଏଚ୍‌-୫ରେ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ସେଠାରେ ଘଣ୍ଟାକୁ ୪ରୁ ୫ ସେଣ୍ଟିମିଟର ହିସାବରେ ଜଳ କମିବାରେ ଲାଗିଛି। ବୈତରଣୀ ନଦୀର ଭଣ୍ଡାରିପୋଖରୀର କେତେକ ଅଞ୍ଚଳ ଜଳମଗ୍ନ ରହିଛି। ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌ ଓ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ବୈତରଣୀର ଜଳସ୍ତର ଆହୁରି କମିବ ଓ ବନ୍ୟା ସ୍ଥିତି ଶ୍ରୀଘ୍ର ସୁଧୁରିବ। ବୈତରଣୀ ନଦୀର ବନ୍ୟା ଯୋଗୁ ଯାଜପୁର ଜିଲାର ଦତ୍ତପୁରଠାରେ ୮୦ ମିଟରର ଗୋଟିଏ ଘାଇ ହୋଇଛି। ଘାଇ ବନ୍ଦ କରିବାକୁ ପ୍ରାଶସନ ତରଫରୁ ଉଦ୍ୟମ ଜାରି ରହିଛି। ସେହିପରି କାଣୀନଦୀର ବାମପାର୍ଶ୍ୱରେ ଦଶରଥପୁର ବ୍ଲକର ନୂଆ ଶାସନ ଗଁ। ପାଖରେ ୬୦ ମିଟର ଘାଇ ହୋଇଛି। ଗତ ୩ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଫଳରେ ରେଙ୍ଗାଲି ଡ୍ୟାମ୍‌କୁ ୪ ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଥିଲା। ଜଳଭଣ୍ଡାରର ୪ଟି ଗେଟ୍‌ ଖୋଲା ହୋଇଛି। ଏହାଦ୍ୱାରା ବ୍ରାହ୍ମଣୀ ନଦୀର ପଙ୍କପାଳଠାରେ ୩ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ। ଯାଜପୁର ଜିଲାର ବରୀ ବ୍ଲକରେ ଛୋଟ ଛୋଟ ଘାଇ ହୋଇଛି। ଜିଲା ପ୍ରଶାସନ ଓ ଜଳ ସମ୍ପଦ ବିଭାଗର ଅଧିକାରୀମାନେ ଏହା ଉପରେ ନଜର ରଖିଛନ୍ତି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସ୍ଥିତିରେ ସୁଧାର ଆସିବ। ଯାଜପୁର ତହସିଲର ପଣସା ପଞ୍ଚାୟତର ବାଲିପୋଖରୀ ଗାଁର ବେହେରାସାହିରେ କାନ୍ଥ ଭୁଶୁଡ଼ି ଏକ ଛୋଟ ଝିଅର ଜୀବନ ଯାଇଛି। ସେହିପରି ନୂଆପଡ଼ା ଜିଲାର କୋମନା ବ୍ଲକର ଜିଶିବାହାଲ ଗ୍ରାମରେ ଜଣେ ବ୍ୟକ୍ତିଙ୍କ କାନ୍ଥ ପଡ଼ି ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ରାଜ୍ୟରେ ବର୍ଷା କମିଛି। ଗତ ୨୪ ଘଣ୍ଟା ମଧ୍ୟରେ ହାରାହାରି ୧୨.୬ ମିଲିମିଟର ବର୍ଷା ହୋଇଛି। ବରଗଡ଼ ଜିଲରେ ସର୍ବାଧିକ ୯୨.୮ ମିଲିମିଟର ବର୍ଷା ହୋଇଥିବା ବେଳେ ନୂଆପଡ଼ା ୫୩.୪, ସମ୍ବଲପୁର ୩୭.୭, ବଲାଙ୍ଗୀର ୩୬.୬ ଏବଂ ଝାରସୁଗୁଡ଼ାରେ ୨୫.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri