ରାସ୍ତାରେ ଘାଇ,୩ ଗାଁ ଜଳବନ୍ଦୀ

ବନ୍ତ, ୨୬।୮(ଡି.ଏନ୍‌.ଏ.)-ଲଘୁଚାପଜନିତ ବର୍ଷା ଓ ରେବ ନଦୀର ଜଳପତ୍ତନ ବୃଦ୍ଧି ଯୋଗୁ ରାସ୍ତାରେ ଘାଇ ସୃଷ୍ଟି ହୋଇ ଭଦ୍ରକ ଜିଲା ବନ୍ତ ବ୍ଲକ ଅଞ୍ଚଳର ୩ଟି ଗ୍ରାମର ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି। ଏହି ବ୍ଲକର ମୁଗଗଢିଆ, କସଗଢିଆ ଓ ଗୋହିରାପଦୀ ଗ୍ରାମର ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ପରିବାର ଜଳଘେରରେ ରହି ଦୁର୍ଦ୍ଦଶା ଭୋଗୁଛନ୍ତି।
କେନ୍ଦୁଆପଦା ପଞ୍ଚାୟତ ଗୋହିରାପଦୀରୁ ମୁଗଗଢିଆ ଦେଇ ବି.କେ.ବି.ଏମ୍‌ ରୋଡ୍‌କୁ ସଂଯୋଗ କରୁଥିବା ରାସ୍ତାର ମୁଗଗଢିଆଠାରେ ଏହି ଘାଇ ସୃଷ୍ଟି ହୋଇଛି। ଫଳରେ ଶତାଧିକ ଏକର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। ଏଥିସହ ବି.କେ.ବି.ଏମ୍‌ ରୋଡ୍‌ରେ ଗଣ୍ଡଗରାଠାରୁ ଗୋହିରାପଦୀ ପର୍ଯ୍ୟନ୍ତ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି। ଉପରୋକ୍ତ ଗ୍ରାମରେ ବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର ରହିଥିବା ବେଳେ ଲୋକେ ଡାକ୍ତରଖାନା, ବ୍ୟାଙ୍କ, ଅତ୍ୟାବଶ୍ୟକ ସାମଗ୍ରୀ ଓ ଦୈନନ୍ଦିନ କାର୍ଯ୍ୟ ପାଇଁ କେନ୍ଦୁଆପଦା, ଆମ୍ବଗଢିଆ, ଶେଣ୍ଢତୀରା ବଜାର ଉପରେ ନିର୍ଭର କରିଥାନ୍ତି ା ଏହି ରାସ୍ତା ଦେଇ ଲୋକେ ବ୍ଲକ ସଦର ମହକୁମା ଓ ଜିଲା ମୁଖ୍ୟାଳୟକୁ ଯାତାୟାତ କରିଥାନ୍ତି। ଏହି ରାସ୍ତାର ମରାମତି ନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଉ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ ଗୋହିରାପଦୀଠାରେ ରେଳବାଇ ପୋଲ ଦେଇ ପ୍ରାୟ ଅଢେଇ ଫୁଟ୍‌ ଉଚ୍ଚତାର ଜଳ ପ୍ରବାହିତ ହେଉଛି।
ମଙ୍ଗଳବାର କ୍ରାନ୍ତିକାରୀ କୃଷକ ମହାସଂଘର ଆବାହକ ଭବେନ୍ଦ୍ର ସାହୁଙ୍କ ନେତୃତ୍ୱରେ ଉକ୍ତ ୩ଗ୍ରାମର ଶତାଧିକ ଜନସାଧାରଣ ବିଡିଓ ରେବେକା ବିଲୁଙ୍ଗଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଜଣାଇଥିଲେ। ବିଡିଓ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଖୁବ୍‌ଶୀଘ୍ର ଏହାର ସମାଧାନ ହେବ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ଏନେଇ ସ୍ଥାନୀୟ ସରପଞ୍ଚ ମିତାଲୀ ଜେନାଙ୍କୁ ପଚାରିବାରୁ ସି.ଏଫ.ସି ଓ ଏସ୍‌.ଏଫ.ସି ଅର୍ଥରେ ବଡ଼ ରାସ୍ତା ତିଆରି କରିହେବ ନାହିଁ ବୋଲି କହିଥିଲେ। ତେବେ ୪୮ ଘଣ୍ଟା ମଧ୍ୟରେ ପ୍ରଶାସନ ଏ ଦିଗରେ ପଦକ୍ଷେପ ଗ୍ରହଣ ନ କଲେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି କୃଷକ ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ବେଆଇନ କୁକୁଡ଼ା ଲଢ଼େଇ ଖେଳକୁ ବନ୍ଦ କରିବାକୁ ଯାଇଥିଲା ପୋଲିସ, ଗାଡିକୁ ଘେରିଗଲେ ଲୋକେ, ଆଉ ତା’ପରେ…

ପାଟଣା,୩୧।୧୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଡାଳପକା ପଞ୍ଚାୟତ ଉପାନ୍ତ କେନ୍ଦୁଯୋଡା ଗ୍ରାମ ରେସାନ୍ତାଳ ସମ୍ପ୍ରଦାୟ ଦାମୋଦର...

ବୁଲୁଛି ଗୋଠଛଡା ଦନ୍ତା: ଭୟଭୀତ ଅବସ୍ଥାରେ ଲୋକେ

ଆନନ୍ଦପୁର ୩୧।୧୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଆନନ୍ଦପୁର,ଘସିପୁରା ଅଞ୍ଚଳରେ ବୁଧବାର ସକାଳୁ ସକାଳୁ ଏକ ଗୋଠଛଡା ଦନ୍ତାହାତୀ ବୁଲୁଥିବା ବେଳେ...

ହାତୀଙ୍କ ସୁରକ୍ଷା ଆମର ଦାୟିତ୍ୱ: ଜାଗ୍ରତ କଲା ବନ ବିଭାଗ

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନ ବିଭାଗ ରେଞ୍ଜ କାର୍ଯ୍ୟାଳୟ ପରିସରରେ ବନ ବିଭାଗ ପକ୍ଷରୁ ଗଜ ସାଥି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri