ନିର୍ମାଣ ଚାଲିଛି ଆଠମଲ୍ଲିକ-ଧଳପୁର ବ୍ରିଜ: କାମ ସରିଲେ ସେତୁ ରଚିବ କୀର୍ତ୍ତିମାନ

ବଇଣ୍ଡା, ୨୩।୮: ଧାର୍ଯ୍ୟ ଅବଧି ୮ ମାସ ତଳୁ ଶେଷ ହେଲାଣି। ତଥାପି ମହାନଦୀ ଉପରେ ନିର୍ମାଣ ସରୁନି ଓଡ଼ିଶାର ସବୁଠୁ ଲମ୍ବା ସେତୁର ଗୌରବ ଅର୍ଜନ କରିବାକୁ ଯାଉଥିବା ଆଠମଲ୍ଲିକ-ଧଳପୁର ସେତୁ। ଅନୁଗୋଳ ଜିଲା ଆଠମଲ୍ଲିକରୁ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଧଳପୁରକୁ ସଂଯୋଗ କରୁଥିବା ଏହି ୩ କିଲୋମିଟର ୩୨୦ ମିଟର ଦୀର୍ଘ ସେତୁ କାମ ଶେଷ ହେଲେ ଏହା ନୂଆ କୀର୍ତ୍ତିମାନ ସୃଷ୍ଟି କରିବ। ଏପରିକି ବର୍ତ୍ତମାନ ରାଜ୍ୟର ସବୁଠୁ ଦୀର୍ଘତମ ପୋଲ (୨.୮୮ କିଲୋମିଟର)ର ରେକର୍ଡ ବହନ କରୁଥିବା କଟକ ତ୍ରିଶୂଳିଆସ୍ଥିତ କାଠଯୋଡ଼ି ଉପରେ ନିର୍ମିତ ‘ନେତାଜୀ ସୁଭାଷ ଚନ୍ଦ୍ର ବୋଷ’ ସେତୁକୁ ମଧ୍ୟ ଏହା ପଛରେ ପକାଇଦେବ।

କେନ୍ଦ୍ରୀୟ ଓଡ଼ିଶାରୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ସଂଯୋଗକୁ ଆହୁରି ସୁଗମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୧ ମେ ୨୦୧୫ରେ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଧଳପୁରଠାରେ ମହାନଦୀ ଉପରେ ଏହି ଦ୍ୱିତୀୟ ସେତୁର ଶିଳାନ୍ୟାସ କରିଥିଲେ। ପ୍ରଥମେ ବିଭାଗ ପକ୍ଷରୁ ୧୪୨ କୋଟି ଟଙ୍କାର ଟେଣ୍ଡର ଡକାହୋଇଥିଲା। ପରେ ଠିକାସଂସ୍ଥା ୧୬୮ କୋଟି ୯୧ ଲକ୍ଷ ଟଙ୍କାରେ ଟେଣ୍ଡର ନେଇ କାମ କରିବା ପାଇଁ ସ୍ଥିର କରିଥିଲା। ୨୦୧୬ରୁ ଏହି ପୋଲ ନିର୍ମାଣ କାମ ଆରମ୍ଭ ହୋଇଥିଲା। ଡିସେମ୍ବର ୪, ୨୦୧୯ରେ କାର୍ଯ୍ୟ ସମାପ୍ତ କରିବାକୁ ସରକାରଙ୍କ ପକ୍ଷରୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ସମସ୍ତ ୮୮ଟି ପିଲାର ନିର୍ମାଣ ସରିଛି। ମୋଟ ୮୭ ଟି ସ୍ପାମ ମଧ୍ୟରୁ ୨୮ଟିର କାମ ସରିଥିବାବେଳେ ୫୯ ଟି ନିର୍ମାଣାଧୀନ ଅଛି। ଅଦ୍ୟାବଧି ୧୩୦ କୋଟି ଟଙ୍କାର କାମ ଶେଷ ହୋଇଛି। ସେହିପରି ସେତୁ ଦୁଇ ପାର୍ଶ୍ୱରେ ଆପ୍ରୋଚ ରୋଡ କାମ ଜାରି ରହିଛି। ଧଳପୁର ନିକଟରେ ସେତୁ ସଂଲଗ୍ନ ୭୭୦ ମିଟର ଆପ୍ରୋଚ ରୋଡର ମାଟି କାମ ଶେଷ ହୋଇଛି। ଆଠମଲ୍ଲିକ ପାର୍ଶ୍ୱରେ ୧୪୬୦ ମିଟରର ଆପ୍ରୋଚ ରୋଡ ଅଦ୍ୟାବଧି ଆରମ୍ଭ ହୋଇନାହିଁ। ତେବେ ବେସରକାରୀ ବିବାଦୀୟ ଜମିକୁ ନେଇ ନିର୍ମାଣ ବିଳମ୍ବ ହୋଇଛି। ଅବଧି ପୂରଣ ହେବାର ୮ ମାସ ବିତିଯାଇଥିଲେ ମଧ୍ୟ ଏଯାଏ ମାତ୍ର ୫୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇପାରିଛି।

ମହାନଦୀ ବକ୍ଷରେ ଏହି ବ୍ରିଜ୍‌ ତିଆରି ସମ୍ପୂର୍ଣ୍ଣ ହେଲେ ଅନୁଗୋଳ ଜିଲାରୁ ବୌଦ୍ଧ, ଗଞ୍ଜାମ, କନ୍ଧମାଳ, ସୋନପୁର ଜିଲାର ଦୂରତା ହ୍ରାସପାଇବ। ସେହିପରି ବୌଦ୍ଧ ଓ ଅନୁଗୋଳ ଜିଲାର ଆର୍ଥତ୍କ, ସାମାଜିକ ଓ ସାଂସ୍କୃତିକ ବିକାଶ ହୋଇପାରିବ। ତୁରନ୍ତ ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଇ ବ୍ରିଜ ନିର୍ମାଣ ଉପରେ ଜୋର୍‌ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ସେତୁ ନିର୍ମାଣ ଦାୟିତ୍ୱରେ ଥିବା ଠିକାସଂସ୍ଥା ରଞ୍ଜିତ ବିଲ୍ଡକନ୍‌ ପ୍ରାଇଭେଟ ଲିମିଟେଡର ସୁପରଭାଇଜର ରମଣଲାଲ ପଟେଲ କହିଛନ୍ତି, କରୋନା ଯୋଗୁ କାମ ବିଳମ୍ବ ହୋଇଛି। ପିଲର ସହ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ନଦୀରେ ୭ ଫୁଟ ଚଉଡାରେ ବାଲି ବସ୍ତା, ମାଟି ପକାଇ ରାସ୍ତା ନିର୍ମାଣ କରାଯାଇଥିଲା। ନଦୀରେ ବର୍ଷା ଜଳ ଆସିଯିବା ଯୋଗୁ ସେହି ରାସ୍ତା ଧୋଇ ହୋଇଯାଇଛି। ଫଳରେ କୌଣସି ମେଶିନ ଯାଇପାରୁନାହିଁ। ଏହା ସତ୍ତ୍ୱେ ସେତୁ କାର୍ଯ୍ୟ ଚାଲିଛି। ବର୍ଷା ଛାଡି ଗଲେ ଶୀଘ୍ର ନିର୍ମାଣ କାମ ଶେଷ ହେବ। ଏ ସମ୍ପର୍କରେ ବୌଦ୍ଧ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଶାନ୍ତନୁ ନାୟକ କହିଛନ୍ତି, ବିଭିନ୍ନ କାରଣରୁ କାମ ବିଳମ୍ବ ହେଉଛି। ତଥାପି କିଭଳି ଏହା ଶୀଘ୍ର ଶେଷ କରାଯାଇପାରିବ ସେଥିପାଇଁ ପଦକ୍ଷେପ ନିଆଯିବା ସହ ଠିକାସଂସ୍ଥାକୁ ନିର୍ଦ୍ଦେଶ ଦିଆଯିବ। ବୌଦ୍ଧର ପୂର୍ତ୍ତ ବିଭାଗ ଏସ୍‌ଡିଓ ନିରଞ୍ଜନ ଧଳ କୁହନ୍ତି, ବର୍ଷା, କରୋନା ଓ ବିଭିନ୍ନ ସମସ୍ୟା ପାଇଁ କାମ ବିଳମ୍ବ ହୋଇଛି। ଡିସେମ୍ବର ୨୦୧୯ ମଧ୍ୟରେ କାମ ସାରିବା ପାଇଁ ଚୁକ୍ତି ହୋଇଥିଲା। ବିଳମ୍ବ ହେବା ଯୋଗୁ ଠିକା ସଂସ୍ଥା ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ସମୟ ନେଇଛି। ସେତୁ ନିର୍ମାଣ ପାଇଁ ଅର୍ଥର ଅଭାବ ନାହିଁ। କିଭଳି ଶୀଘ୍ର କାମ ସରିବ ସେ ନେଇ ବିଭାଗ ଓ ଠିକାସଂସ୍ଥା ପକ୍ଷରୁ ଉଦ୍ୟମ କରାଯିବ।

 

: ପରିକ୍ଷିତ ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ଟି୨୦ ବୋଲିଂରେ ନୂଆ ବିଶ୍ୱ ରେକର୍ଡ, ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୧୨: ଭୂଟାନ ସ୍ପିନର ସୋନମ ୟେଶେ ଏକ ଅନ୍ତର୍ଜାତୀୟ ପୁରୁଷ ଟି୨୦ କ୍ରିକେଟ ମ୍ୟାଚରେ ୮ ଉଇକେଟ ହାସଲ କରିବାରେ ପ୍ରଥମ ବୋଲର ହେବାର ଗୌରବ...

ପାଉଁଶ ଗାଡ଼ିକୁ ଫେରାଇଲେ ପୂର୍ବତନ ସମିତି ସଭ୍ୟ

ବ୍ରଜରଜନଗର ୨୯ା୧୨(ବିଜୟ ବରାଡ଼): ଝାରସୁଗୁଡ଼ା ଜିଲାରେ ଥିବା ବିଭିନ୍ନ କାରଖାନାରୁ ନିର୍ଗତ ପାଉଁଶକୁ ଗାଡ଼ିରେ ଲୋଡ଼ କରି ଠିକା କମ୍ପାନୀମାନେ ଚାରିଆଡେ ପକାଉଛନ୍ତି। ଏ ନେଇ...

ମା’ଙ୍କ ଆଶିଷ ପାଇଁ ୪୫ ବର୍ଷର ପ୍ରତୀକ୍ଷା ଅନ୍ତ: ଜମିଲା ଆଦିବାସୀଙ୍କ ‘ଟୋକିମରା’ ପର୍ବ, ଦେଖିବାକୁ ହଜାର ହଜାର ଭକ୍ତଙ୍କ ସମାଗମ

ଥୁଆମୂଳ ରାମପୁର, ୨୯।୧୨ (ଦୁର୍ଗା କୀର୍ତ୍ତି): ବଣ ପାହାଡ଼ ଘେରା କଳାହାଣ୍ଡିର ଶାନ୍ତ ପରିବେଶ ଏବେ ମାଦଳର ତାଳେ ତାଳେ ଉତ୍ସବମୁଖର। କଳାହାଣ୍ଡି ଜିଲା ଥୁଆମୂଳ...

ଭରସା କଲେ ନବୀନ ୩ ଜଣଙ୍କୁ ମିଳିଲା ଗୁରୁ ଦାୟିତ୍ୱ

ବ୍ରଜରଜନଗର ୨୯ା୧୨( ବିଜୟ ବରାଡ଼): ଝାରସୁଗୁଡା ଜିଲା ବିଜୁ ଜନତା ଦଳକୁ ସକ୍ରିୟ କରିବା ପାଇଁ ବିଜେଡିର ସଭାପତି ନବୀନ ପଟନାୟକ ବ୍ରଜରଜନଗର ପୌରାଞ୍ଚଳରୁ ୩...

ନୁଆବର୍ଷ ପାଇଁ ହେଉଥିଲା କଫ ସିରପ୍‌ ଚାଲାଣ: ମାଡ଼ି ବସିଲା ପୋଲିସ

ପାଟଣାଗଡ଼ ୨୯ା୧୨ (ସଚ୍ଚିଦାନନ୍ଦ ମହାକୁର)- ବେଆଇନ ଭାବେ କଫ ସିରପ୍‌ ଚାଲାଣ ଘଟଣାରେ ବଲାଙ୍ଗୀର ଜିଲା ପାଟଣାଗଡ଼ ପୋଲିସ ୩ ଜଣଙ୍କୁ ଗିରଫ କରି ସୋମବାର...

ମୁଖ୍ୟ ପ୍ରଶିକ୍ଷକ ପଦରୁ ବିଦା ହେବେ ଗମ୍ଭୀର! BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଦେଲେ ଚାଞ୍ଚଲ୍ୟକର ବୟାନ

ନୂଆଦିଲ୍ଲୀ,୨୯।୧୨: ନିକଟରେ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ପଦରୁ ଗୌତମ ଗମ୍ଭୀରଙ୍କୁ ହଟାଇବା ନେଇ ଗୁଜବ ଜୋର ଧରିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ...

ନ୍ୟାଶନାଲ କବାଡ଼ି ପ୍ରତିଯୋଗିତା, ଶିବପ୍ରସାଦଙ୍କ ରାଇପୁର ଗସ୍ତ

ଗଞ୍ଜାମ,୨୯ା୧୨(ବିଦ୍ୟାଧର ସାହୁ): ଜାନୁଆରୀ ୬ରେ ରାଇପୁର ଭିଲାଇର ରାଜକୁମାର କଲେଜରେ ନ୍ୟାଶନାଲ ଇଭେଣ୍ଟ କବାଡ଼ି ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଗଞ୍ଜାମର ପାଳିବନ୍ଧ ପଞ୍ଚାୟତ ଗୋଖର...

ସଫେଇ ନାରେ ସୁନାଚେନ୍ ଲୁଟ ଘଟଣା, ଗିରଫ ହେଲେ ଦୁଇ ଆନ୍ତଃ ରାଜ୍ୟ ଲୁଟେରା

ବଲାଙ୍ଗୀର, ୨୯|୧୨ – (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡା ଠାରେ ଗତ ୨୨ ତାରିଖ ଦିନ ସଫେଇ ନାଁରେ ସୁନା ଚେନ୍ ଲୁଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri