କାହିଁକି ସାନ ଭଉଣୀଙ୍କୁ ଶକ୍ତିଶାଳୀ କରିବାକୁ ଚାହୁଁଛନ୍ତି କିମ୍‌

ପ୍ୟୋଙ୍ଗୟାଙ୍ଗ,୨୧।୮: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନଙ୍କ ସାନ ଭଉଣୀ କିମ୍‌ ୟୋ ଜୋଙ୍ଗ ଦେଶର ଦ୍ୱିତୀୟ ଶକ୍ତିଶାଳୀ ନେତା ପାଲଟି ଯାଇଛନ୍ତି। ଦକ୍ଷିଣ କୋରିଆର ଗୁଇନ୍ଦା ସଂସ୍ଥା ପକ୍ଷରୁ ମିଳିଥିବା ସୂଚନାରୁ ଜଣାପଡିଛି କି ଭଉଣୀ କିମ୍‌ ୟୋ ଜୋଙ୍ଗଙ୍କୁ ତାଙ୍କ ଭାଇ ଶକ୍ତିଶାଳୀ କରିବାକୁ ଚାହୁଁଛନ୍ତି। କିମଙ୍କ ଉପରେ ଏବେ ବହୁ ଗୁରୁଦାୟିତ୍ୱ ଥିବାରୁ ସେ ଏହାକୁ ହାଲ୍‌କା କରିବାକୁ ଯାଇ ଭଉଣୀଙ୍କୁ କିଛି ଦାୟିତ୍ୱ ଦେଇଦେଇଛନ୍ତି। ନ୍ୟାଶନାଲ ଆସେମ୍ଲିରେ ଏହାର ଘୋଷଣା ମଧ୍ୟ କରାଯାଇ ସାରିଛି। ଏହି ଘୋଷଣା ଅନୁଯାୟୀ ଏବେ ୟୋ ଜୋଙ୍ଗ ଉତ୍ତର କୋରିଆର ଅନ୍ତରାଷ୍ଟ୍ରୀୟ ନୀତି ଉପରେ ନଜର ରଖିବେ। ସୂଚନାଯୋଗ୍ୟ, ୨୬ ସେପ୍ଟେମ୍ବର ୧୯୮୭ରେ ଜନ୍ମ ନେଇଥିବା କିମ୍‌ ୟୋ ଜୋଙ୍ଗ କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନଙ୍କଠାରୁ ୪ ବର୍ଷ ସାନ। ସେ ଉତ୍ତର କୋରିଆର ସିନିୟର ସେକେଣ୍ଡାରୀ ସ୍କୁଲରେ ପାଠ ପଢିବା ସହ ମିଲିଟାରୀ ୟୁନିଭର୍ସିଟିରେ ମଧ୍ୟ ଅଧ୍ୟୟନ କରିଛନ୍ତି। ଉଚ୍ଚଶିକ୍ଷା ପାଇଁ ସେ ସ୍ବିଜରଲାଣ୍ଡ ବି ଗସ୍ତ କରିଥିଲେ। ସେଠାରେ ସେ ଖୁବ୍‌ କମ୍‌ ସମୟ ଅଧ୍ୟୟନ କରିବା ପରେ ଘରକୁ ଫେରି ଆସିଥିଲେ। କୁହାଯାଏ ସେହି ସମୟରେ ସେ ନାଁ ପରିବର୍ତ୍ତନ କରି ରହୁଥିଲେ। ସେତେବେଳେ ବି ସେ କଡା ସୁରକ୍ଷା ମଧ୍ୟରେ ରହୁଥିଲେ। ଯେକିତିକି କିମଙ୍କ କୌଣସି କଥା ତାଙ୍କ ଦ୍ୱାରା ପଦାକୁ ନ ଆସୁ। ରାଜନୀତି ଓ ଗଣମାଧ୍ୟମଠାରୁ ବହୁ ହୂରରେ ରଖାଯାଉଥିଲା କିମ୍‌ ୟୋଙ୍କୁ। ପ୍ରଥମେ ସେ ତାଙ୍କ ପିତାଙ୍କ ସହ ୨୦୧୦ରେ ଓ୍ବାର୍କସ ପାର୍ଟି ଅଫ୍‌ କୋରିଆର କନଭେନଶନରେ ଯୋଗ ଦେଇଥିଲେ। ବିବାହର ମାତ୍ର ୫ ବର୍ଷ ପରେ କିମ୍‌ ୟୋଙ୍କ ସ୍ବାମୀଙ୍କର ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଏହାପରେ ସେ ତାଙ୍କ ଭାଇଙ୍କ ସହ ମିଶି ସକ୍ରିୟ ରାଜନୀତିରେ ଦେଖାଦେଇଥିଲେ। କିମଙ୍କ ରାଜନୈତିକ ପରାମର୍ଶଦାତା ସହ ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଦାୟିତ୍ୱ ମଧ୍ୟ ବହନ କରିଛନ୍ତି। ତେଣୁ କିମ୍‌ ଏବେ ତାଙ୍କ ସାନ ଭଉଣୀଙ୍କୁ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିବା କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

Christmas: ଖ୍ରୀଷ୍ଟମାସ ଅବସରରେ ଚର୍ଚ୍ଚ ଗଲେ ମୋଦି, ପ୍ରାର୍ଥନା ସଭାରେ ଯୋଗଦେଇ….

ନୂଆଦିଲ୍ଲୀ,୨୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଖ୍ରୀଷ୍ଟମାସ ଅବସରରେ ଦିଲ୍ଲୀର କ୍ୟାଥେଡ୍ରାଲ୍ ଚର୍ଚ୍ଚ ପରିଦର୍ଶନ କରିଥିଲେ। ସେ ସେଠାରେ ପ୍ରାର୍ଥନା ସେବାରେ ମଧ୍ୟ ଅଂଶଗ୍ରହଣ କରିଥିଲେ।...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

କେମିତି ପାଇବେ ପ୍ରଦୂଷଣ ସାର୍ଟିଫିକେଟ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ଗାଡ଼ିରେ ଯଦି ଆପଣ ସବୁଜ ଷ୍ଟିକର ଲଗାଇ ନ ଥିବେ, ତେବେ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ବାଂଲାଦେଶ ପହଞ୍ଚିଲେ ତାରିକ ରହମାନ, ୟୁନୁସଙ୍କୁ ଲାଗିଲା ବଡ଼ ଝଟକା

ଢାକା,୨୫।୧୨: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଚାଲିଥିବା ଅଶାନ୍ତି ମଧ୍ୟରେ, ଅନ୍ତରୀଣ ସରକାରକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ...

କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

ପ୍ରାଥମିକ ସ୍ତରରେ ମାତାପିତାଙ୍କ ଶିକ୍ଷା ପିଲାଙ୍କ ପାଇଁ ଭବିଷ୍ୟତରେ ଉଜ୍ବଳମୟ ହୋଇଥାଏ

କେସିଙ୍ଗା,୨୫।୧୨,( ତୁମେଶ୍ୱର ସାହୁ): ପିଲାଙ୍କ ଜନ୍ମ ଦିନରୁ ମାତାପିତାଙ୍କର ଯେଉଁ ଭଳି ଯତ୍ନ ଓ ଶିକ୍ଷା ମିଳି ଥାଏ, ତଦନୁଯାୟୀ ପିଲା ଭବିଷ୍ୟତରେ ଏକ ସୁନାଗରିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri