ବିଷ ଝଡ଼ାଇବା ପାଇଁ ବୋଳା ହେଉଛି ଏସିଡ୍‌

ଭୁବନେଶ୍ୱର, ୨୦ା୮(ବ୍ୟୁରୋ): ଏବେ ବି ତନ୍ତ୍ରମନ୍ତ୍ର ଓ ଅନ୍ଧବିଶ୍ୱାସକୁ ନେଇ ଚିକିତ୍ସା ଚାଲିଛି। ଏଥିଯୋଗୁ କାହିଁ କେତେ ଜୀବନ ବିପଦ ମୁହଁକୁ ଚାଲିଯାଉଛି। ସାପ କିମ୍ବା ଅନ୍ୟକିଛି ବିଷାକ୍ତ ଜୀବଜନ୍ତୁ କାମୁଡ଼ିଲେ ରୋଗୀଙ୍କୁ ଡାକ୍ତରଖାନା ବଦଳରେ ଗୁଣିଆ ପାଖକୁ ନିଆଯାଉଛି। ବିଷ ଝାଡ଼ିବା ପାଇଁ ଗୁଣିଆ କରୁଛନ୍ତି ଅଜବ ଚିକିତ୍ସା। ଯେଉଁ ଅଙ୍ଗରେ ବିଷ ଚରିଥିବ ବୋଲି ଗୁଣିଆ ଭାବୁଛନ୍ତି ସେଥିରେ ସେ ଏସିଡ୍‌ ବୋଳି ଦେଉଛନ୍ତି। ଫଳରେ ଏସିଡ୍‌ ଜ୍ୱାଳାରେ ରୋଗୀ ଜଣକ ଛଟପଟ ହେଉଛନ୍ତି। ଚମଡ଼ା ପୋଡ଼ିଯିବାରୁ କପଡ଼ା ପିନ୍ଧିବା ଅସମ୍ଭବ ହୋଇପଡୁଥିବାବେଳେ ସାମାଜିକ କଳଙ୍କ ଭାବି ଲଜ୍ଜାରେ ଘର ଭିତରେ ରହି ମାନସିକ ଭାରସାମ୍ୟ ବି ହରାଉଛନ୍ତି। ଢେଙ୍କାନାଳ ଜିଲାରେ ଏଭଳି ସ୍ପର୍ଶକାତର ଘଟଣା ଦେଖିବାକୁ ମିଳିଛି। ନିକଟରେ ମୋଟଙ୍ଗା ଥାନା ଅନ୍ତର୍ଗତ ମୃଦଙ୍ଗାପଲ୍ଲୀ ଗ୍ରାମର ୩ଜଣଙ୍କ କ୍ଷେତ୍ରରେ ଏଭଳି ବିପଦପୂର୍ଣ୍ଣ ଚିକିତ୍ସା କରାଯାଇଥିବା ଜଣାପଡିଛି।
ମିଳିଥିବା ସୂଚନାନୁସାରେ, ସରିତା ମହାପାତ୍ର ନାମକ ଜଣେ ୨୫ବର୍ଷୀୟ ଯୁବତୀଙ୍କ ଗୋଡ଼ ଆଙ୍ଗୁଠିରେ ଗତ ୧୭ ତାରିଖରେ କ’ଣ ଗୋଟେ କାମୁଡି ଦେଇଥିଲା। ସାପ କାମୁଡ଼ି ଦେଇଥିବା ସନ୍ଦେହରେ ସେ ନିକଟ ଗାଁର ଜଣେ ଗୁଣିଆଙ୍କ ପାଖକୁ ଯାଇଥିଲେ। ଗୁଣିଆ ଜଣକ ତାଙ୍କ ଗୋଡ଼ରେ ଏସିଡ୍‌ ବୋଳି ଚିକିତ୍ସା କରିଥିଲେ। ତା’ପର ଦିନ ସରିତାଙ୍କ ଗୋଡ଼ କଳା ପଡ଼ି ଫୋଟକା ହୋଇଯାଇଥିଲା। ସେହିପରି ୪୫ ବର୍ଷୀୟ ଶୁଭଶ୍ରୀ ମହାପାତ୍ରଙ୍କ ବାମ ଗୋଡ଼ରେ ପ୍ରାୟ ୧୫ଦିନ ତଳେ ଏକ କଙ୍କଡ଼ାବିଛା କାମୁଡ଼ି ଦେଇଥିଲା। ସେ ମଧ୍ୟ ତାଙ୍କ ପାଖକୁ ଯିବାପରେ କ୍ଷତ ସ୍ଥାନରେ ଏସିଡ଼ ବୋଳି ଚିକିତ୍ସା କରିଥିଲେ। ଏହି ସମୟରେ ଶୁଭଶ୍ରୀ ମୁଣ୍ଡ ବୁଲାଉଥିବା କହିବାରୁ ଗୁଣିଆ ଜଣକ ମଧ୍ୟ ତାଙ୍କ ମୁଣ୍ଡରେ ଏସିଡ୍‌ ବୋଳିଦେଇଥିଲେ। ଫଳରେ ତାଙ୍କ ଦେହସାରା ଫୋଟକା ଆଉ ଘା’ ହୋଇଯାଇଥିଲା। ଯନ୍ତ୍ରଣା ଅସହ୍ୟ ହେବାରୁ ସେ ଡାକ୍ତରଖାନା ଯାଇ ଔଷଧ ଖାଇବା ପରେ ସୁସ୍ଥ ହୋଇଛନ୍ତି। କିନ୍ତୁ ମୁଣ୍ଡରେ କଳା ଦାଗ ରହିଥିବାରୁ ଚିନ୍ତାରେ ରହିଛନ୍ତି ଶୁଭଶ୍ରୀ। ଆଉଜଣେ ରୋଗୀ ହେଉଛନ୍ତ ନିରଞ୍ଜନ ବେହେରା। ୩୦ବର୍ଷୀୟ ଏହି ବ୍ୟକ୍ତିଜଣକ ଗତ ୧୫ ତାରିଖରେ ଘରେ ଥିବାବେଳେ ଚାଳ ଉପରୁ ତାଙ୍କ ମୁଣ୍ଡ ଉପରକୁ ଏକ ସାପ ଖସିପଡ଼ିଥିଲା। ସେ ଉକ୍ତ ସାପଟିକୁ ହାତରେ ଟାଣି ଫୋପାଡ଼ି ଦେଇଥିଲେ। ସାପ କାମୁଡ଼ି ଦେଇଥିବା ଭାବି ସେ ଉକ୍ତ କୁଣିଆଙ୍କ ପାଖକୁ ଯାଇଥିଲେ। ଗୁଣିଆ ଜଣକ ସମାନ ଢଙ୍ଗରେ ଏସିଡ୍‌ ବୋଳି ଦେଇଥିଲେ। ଏହାପରେ ନିରଞ୍ଜନ ଯନ୍ତ୍ରଣାରେ ଛଟପଟ ହେବା ସହ ତାଙ୍କ ଶରୀରର ଅବସ୍ଥା କଦାକାର ହୋଇଯାଇଥିଲା।
ଉଲ୍ଲେଖଯୋଗ୍ୟ, ଗୁଣିଆ ଜଣକ ଏସିଡ୍‌ ନୁହେଁ ଏକ ତରଳ ଔଷଧ ବୋଳାଯାଉଥିବା ରୋଗୀଙ୍କୁ କହିଥାନ୍ତି। ସେ କେବେ ବି ହାତରେ ନ ବୋଳି ଏକ ବ୍ରଶ୍‌ ବ୍ୟବହାର କରୁଥିବାରୁ ତାହାକୁ ସ୍ଥାନୀୟ ଅଞ୍ଚଳର ଶିକ୍ଷିତ ଲୋକେ ଏସିଡ୍‌ ବୋଲି କହୁଛନ୍ତି। କିନ୍ତୁ ରୋଗୀଙ୍କ କ୍ଷତକୁ ଦେଖିଲେ ମଧ୍ୟ ତାହା ଏସିଡ୍‌ ପୋଡ଼ା ଚିହ୍ନ ବୋଲି ସ୍ପଷ୍ଟ ଜଣାପଡୁଥିବା ଭୁବନେଶ୍ୱର ଏମ୍ସର ଫରେନ୍‌ସିକ୍‌ ମେଡିସିନ୍‌ ବିଭାଗର ଆଡିଶନାଲ ପ୍ରଫେସର ଡା. ସୁଦୀପ୍ତ ରଣସିଂହ କହିଛନ୍ତି। ତେବେ ଏସମ୍ପର୍କରେ ଖବର ପାଇବା ପରେ ସ୍ନେକ୍‌ ହେଲ୍ପ ଲାଇନ୍‌ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ମଙ୍ଗଳବାର ନିଜ ଟିମ୍‌ ସହ ସେଠାକୁ ଯାଇ ଘଟଣା ସମ୍ପର୍କରେ ପଚରାଉଚରା କରିଥିଲେ। ୧୯୦୦ ମସିହାରୁ ଏପରି ବିପଦପୂର୍ଣ୍ଣ ଚିକିତ୍ସା ଚାଲି ଆସିଥିବା ଜାଣିବାକୁ ପାଇଛନ୍ତି। ସେଠାରୁ ଫେରିବା ପରେ ବୁଧବାର ଶୁଭେନ୍ଦୁ ମୁଖ୍ୟମନ୍ତ୍ରୀଙ୍କୁ ତଥ୍ୟ ସମ୍ବଳିତ ଅଭିଯୋଗ କରିଛନ୍ତି। ଏଥିସହିତ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ଢେଙ୍କାନାଳ ଏସ୍‌ପି ଓ ସିଡିଏମ୍‌ଓଙ୍କୁ ଜଣାଇଛନ୍ତି। ସମ୍ପୃକ୍ତ ଗୁଣିଆରିଙ୍କୁ ତୁରନ୍ତ ଗିରଫ କରିବା ସହିତ ଏକ ସ୍ବତନ୍ତ୍ର ମେଡିକାଲ ଟିମ୍‌ ଦ୍ୱାରା ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡି, ୧୨ ଶ୍ରମିକ ଆହତ

ଗଞ୍ଜାମ,୨୮।୪: ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

୨୮ ବିଧାନସଭା ଆସନ ପାଇଁ ୨୫୬ ପ୍ରାର୍ଥତ୍ପତ୍ର କାଏମ

ଭୁବନେଶ୍ୱର,୨୮ା୪(ଅନିଲ ଦାସ)ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଯାଞ୍ଚ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୨୮ଟି ବିଧାନସଭା ଆସନ ପାଇଁ ୨୬୬ ଜଣ ପ୍ରାର୍ଥୀ...

ଅରିନ୍ଦମ୍‌ଙ୍କୁ ଗ୍ରହଣ କରିପାରୁନାହାନ୍ତି ଦଳୀୟ କର୍ମୀ

ସାଲେପୁର,୨୮।୪(ଅରବିନ୍ଦ ଭୂୟାଁ)ବହୁ କଳ୍ପନାଜଳ୍ପନା ପରେ ଶେଷରେ ସାଲେପୁର ବିଧାନସଭା ଆସନର ଭାଜପା ପ୍ରାର୍ଥୀଭାବେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା କଟକର ଯୁବନେତା ଅରିନ୍ଦମ ରାୟଙ୍କ ନାମ...

ରାସ୍ତାକଡ଼ ଜଙ୍ଗଲରେ ପଖାଳ ଖାଇଲେ ପାଣ୍ଡିଆନ

ଭୁବନେଶ୍ୱର,୨୮।୪(ଅସମାପିକା ସାହୁ)ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ତୃତୀୟ ଦିନରେ ପ୍ରଚାର ମଇଦାନରେ ଓହ୍ଲାଇ କଳାହାଣ୍ଡି ଲୋକ ସଭା କ୍ଷେତ୍ରର ବିଭିନ୍ନ...

ଏଥର ଯୋଡ଼ା ପଦ୍ମ ଫୁଟିବ: ଜଗଦ୍ଦେବ

ଖୋର୍ଦ୍ଧା,୨୮ା୪(ପ୍ରଭାତ ପାଣିଗ୍ରାହୀ)ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଶନିବାର ବିଧାନସଭା ଆସନ ପାଇଁ ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ୩ ଆସନ ମଧ୍ୟରୁ...

ମହାନଦୀକୁ ନେଇ ଭାଜପା-ବିଜେଡି ଦୋଷ ଲଦାଲଦି

ସମ୍ବଲପୁର,୨୮ା୪ (ଭବାନୀ ଶଙ୍କର ଭୋଇ/ପ୍ରମୋଦ ବହିଦାର)ଗ୍ରୀଷ୍ମଋତୁର ସୂର୍ଯ୍ୟ ତାପଠୁଁ ବଳିଗଲାଣି ସମ୍ବଲପୁରର ରାଜନୈତିକ ତାତି। ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ଭାଜପା ମଧ୍ୟରେ ଆରୋପ-ପ୍ରତ୍ୟାରୋପ...

ଆଞ୍ଚଳିକ ସମସ୍ୟା ପ୍ରତି ବିତୃଷ୍ଣାର ପ୍ରତିଫଳନ ନୋଟା

କେନ୍ଦ୍ରାପଡ଼ା,୨୮ା୪ (ଜଗନ୍ନାଥ ଧଳ)ଦେଶରେ ଭୋଟଦାନ ଚାଲିଛି। ଏଭଳି ସମୟରେ ପ୍ରାର୍ଥୀଙ୍କ ବିଷୟରେ ଯେଭଳିି ଚର୍ଚ୍ଚା ହେଉଛି ନୋଟା (ନନ୍‌ ଅଫ୍‌ ଦି ଏବଭ) ମଧ୍ୟ ଆଲୋଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri