ସହର ପାଣି ବିପଦ ଆଣିପାରେ

ଭୁବନେଶ୍ୱର,୨।୮(ବ୍ୟୁରୋ): କରୋନା ମହାମାରୀ ଯୋଗୁ ରାଜ୍ୟବାସୀ ନିଜ ଜୀବନକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି। ରାଜ୍ୟ ସରକାର ମଧ୍ୟ ଲୋକମାନଙ୍କ ସ୍ବାସ୍ଥ୍ୟ ରକ୍ଷା ପାଇଁ ପ୍ରୟାସ ଚଳାଇଛନ୍ତି। ହେଲେ କରୋନା ଯୋଗୁ ଗତ ୪ମାସ ଧରି ଜଳର ନମୁନା ଠିକ୍‌ଭାବେ ପରୀକ୍ଷା ହୋଇପାରୁ ନ ଥିବାରୁ ବିଭିନ୍ନ ସହରାଞ୍ଚଳରେ ଯୋଗାଇ ଦିଆଯାଉଥିବା ପାନୀୟ ଜଳର ଗୁଣବତ୍ତାକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ତେଣୁ ସହର ପାଣି ଏବେ ବିପଦ ଆଣିପାରେ ବୋଲି କୁହାଯାଉଛି।

ରାଜ୍ୟର ୧୧୪ଟି ସହରାଞ୍ଚଳକୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବାକୁ ସରକାର ଓଡ଼ିଶା ପାନୀୟ ଜଳ ଯୋଗାଣ ନୀତି-୨୦୧୩ କାର୍ଯ୍ୟକାରୀ କରିଛନ୍ତି। ଲୋକେ କିଭଳି ବିଶୁଦ୍ଧ ପାଣି ପାଇପାରିବେ ସେଥିପାଇଁ ରାଜ୍ୟ ସରକାର ପ୍ରତିବର୍ଷ ବଜେଟରେ ସ୍ବତନ୍ତ୍ର ବ୍ୟୟବରାଦ ମଧ୍ୟ କରୁଛନ୍ତି। ଏପରି କି ଜଳର ମାନ ପରୀକ୍ଷା କରିବାକୁ ଦିଲ୍ଲୀସ୍ଥିତ ମେଟ୍ରୋ ଲାବ୍‌ ନାମକ ଏକ ଘରୋଇ ସଂସ୍ଥାକୁ ପ୍ରାୟ ୩ବର୍ଷ ହେବ ନିଯୁକ୍ତ କରାଯାଇଛି। ଜଳର ମାନ ଠିକ୍‌ ଅଛି କି ନାହିଁ ତାହା ପରୀକ୍ଷା କରିବା ପାଇଁ ସହରାଞ୍ଚଳର ଘର ଘର ବୁଲି ଦୈନିକ ୪୦ଟି ନମୁନା ସଂଗ୍ରହ କରିବାର ବ୍ୟବସ୍ଥା ରହିଛି। ଏହି ନମୁନା ସଂଗ୍ରହ ପରେ ସେଗୁଡ଼ିକୁ ଲାବରେଟୋରିରେ ପରୀକ୍ଷା କରାଯିବ। ଜଳରେ ଥିବା ରଙ୍ଗ, ଗନ୍ଧ, ଜିଙ୍କ୍‌, କ୍ଲୋରିନ, ପେଷ୍ଟିସାଇଡ, ନିକେଲ, ଆଇରନ, ନାଇଟ୍ରେଟ, ଆଲକାଇନିଟି, ପିଏଚ୍‌ ଭାଲ୍ୟୁ ଆଦି ୪୨ଟି ମାପଦଣ୍ଡକୁ ନେଇ ପରୀକ୍ଷା କରାଯିବା ପରେ ଏହା ପିଇବା ଉପଯୋଗୀ କି ନୁହେଁ ସେନେଇ ସ୍ପଷ୍ଟ କରାଯିବା କଥା। ହେଲେ କରୋନା ମହାମାରୀ ଯୋଗୁ ଗତ ୪ ମାସରୁ ଊର୍ଦ୍ଧ୍ୱ ହେବ ଜଳର ନମୁନା ପରୀକ୍ଷା କରାଯାଇପାରୁ ନାହିଁ।

ସୂଚନାଯୋଗ୍ୟ ଯେ, ସହରବାସୀଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବାକୁ ରାଜ୍ୟର ପ୍ରତ୍ୟେକ ଜିଲାରେ ଜଳର ମାନ ପରୀକ୍ଷା ପାଇଁ ପରୀକ୍ଷାଗାର ସ୍ଥାପନ କରାଯାଇଛି। ସରକାରଙ୍କ ଦ୍ୱାରା ନିଯୁକ୍ତ ଘରୋଇ ସଂସ୍ଥା ଜରିଆରେ ଏହାର ମାନ ପରୀକ୍ଷା କରିବା ବାବଦରେ ବର୍ଷକୁ ପ୍ରାୟ ୬କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଏଥିସହିତ ଏଥିରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ ମଧ୍ୟ ସାମିଲ କରାଯାଇଛି। ମହିଳା ଏସ୍‌ଏଚ୍‌ଜି ସଦସ୍ୟାମାନଙ୍କୁ ଜଳସାଥୀ ଭାବେ ନିଯୁକ୍ତ କରାଯାଇଛି। ସେମାନେ ଘର ଘର ବୁଲି ଜଳର ନମୁନା ସଂଗ୍ରହ କରିବା ସହ ଏହାର ମାନ ପରୀକ୍ଷା କରାଇବେ। ଏପରି କି ଲୋକଙ୍କୁ ନୂତନ ପାନୀୟ ଜଳ ସଂଯୋଗ ଦେବାରେ ସାହାଯ୍ୟ କରିବେ ଏବଂ ମାସିକ ଜଳ ଯୋଗାଣ ବାବଦ ଦେୟ ମଧ୍ୟ ଆଦାୟ କରିବେ। ଜନସାଧାରଣଙ୍କ ଅଭାବ ଓ ଅଭିଯୋଗକୁ ଜଳସାଥୀମାନେ ସରକାରଙ୍କ ନକଟରେ ପହଞ୍ଚାଇବେ। ଏହି କାର୍ଯ୍ୟକ୍ରମ ୨୦୧୯ ଡିସେମ୍ବର ୧୮ ତାରିଖରୁ ଆରମ୍ଭ କରାଯାଇଥିଲା। ଏଥିପାଇଁ ଓ୍ବାଟର କର୍ପୋରେଶନ ଅଫ୍‌ ଓଡ଼ିଶା (ଓ୍ବାଟ୍‌କୋ) ଏବଂ ମିହିଳା ସ୍ବୟଂ ସହାୟକ ମହାସଂଘ ସହ ଏକ ବୁଝାମଣାପତ୍ର ସ୍ବାକ୍ଷର ହୋଇଥିଲା। ସମଗ୍ର ରାଜ୍ୟରେ ୫ ହଜାର ଜଳସାଥୀ ନିୟୋଜିତ କରିବାକୁ ସରକାର ଲକ୍ଷ୍ୟ ରଖିଥିଲେ। ତେବେ କରୋନା ମହାମାରୀ ଯୋଗୁ ଜଳ ନମୁନା ସଂଗ୍ରହ କାର୍ଯ୍ୟ ବନ୍ଦ ରହିଛି। ଅନ୍ୟପକ୍ଷରେ ଭୁବନେଶ୍ୱର ପଳାଶୁଣୀସ୍ଥିତ ପାନୀୟ ଜଳ ବିଶୋଧନାଗାର ବରିଷ୍ଠ ଆନାଲିଷ୍ଟ(ବିଶ୍ଳେଷକ) ଅସୁସ୍ଥତା ଯୋଗୁ ପ୍ରାୟ ୪ମାସ ହେବ ଛୁଟିରେ ରହିଛନ୍ତି। ଫଳରେ ଘରୋଇ ସଂସ୍ଥା ଦ୍ୱାରା କରାଯାଉଥିବା ମାନ ଯାଞ୍ଚ କରିବାକୁ ମଧ୍ୟ କେହି ନାହାନ୍ତି।

ପଳାଶୁଣୀସ୍ଥିତ ପାନୀୟ ଜଳ ବିଶୋଧନାଗାରର ଜଣେ କର୍ମଚାରୀଙ୍କ କହିବା କଥା ହେଲା କରୋନା ମହାମାରୀ ଯୋଗୁ ଘରଘର ବୁଲି ଟ୍ୟାପରୁ ଜଳ ନମୁନା ସଂଗ୍ରହ କରାଯାଇ ପାରୁ ନାହିଁ। କେବଳ ପାଣି ଉଠାଯାଉଥିବା ସ୍ଥାନରୁ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଉଛି। ନଗର ଉନ୍ନୟନ ବିଭାଗ ଜନସ୍ବାସ୍ଥ୍ୟ ସର୍ବୋଚ୍ଚ ଯନ୍ତ୍ରୀ(ଇଆଇସି) ବସନ୍ତ ସେନାପତି କହିଛନ୍ତି ଯେ, ସହରାଞ୍ଚଳକୁ ଯୋଗାଇ ଦିଆଯାଉଥିବା ପାନୀୟ ଜଳର ନମୁନା ନିୟମିତ ପରୀକ୍ଷା କରାଯାଉଛି। ମେଟ୍ରୋ ଲାବ୍‌ ଏହି ଜଳ ପରୀକ୍ଷା କରୁଛି। କେଉଁ ମାପଦଣ୍ଡଗୁଡ଼ିକୁ ଆଧାର କରି ଯାଞ୍ଚ କରାଯାଉଛି ସେ ସଂକ୍ରାନ୍ତରେ ଉକ୍ତ ସଂସ୍ଥାକୁ ପଚାରି କହିବେ ବୋଲି କହିଛନ୍ତି। ଅପରପକ୍ଷରେ ଜଳ ନମୁନା ପରୀକ୍ଷା କରୁଥିବା ଘରୋଇ ସଂସ୍ଥାର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କୌଣସି ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…

ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri