Posted inଜାତୀୟ

ରାଜସ୍ଥାନରେ କଂଗ୍ରେସ-ଭାଜପା ଛକାପଞ୍ଝା

ଜୟପୁର,୨୬ା୭(ପି.ଟି.): ରାଜସ୍ଥାନରେ ଅଶୋକ ଗେହଲଟ ସରକାରକୁ ଭାଙ୍ଗିଦେବା ପାଇଁ ଭାଜପା ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରି କଂଗ୍ରେସ ପକ୍ଷରୁ ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜୟପୁର ସମେତ ସମସ୍ତ ଜିଲା ସଦର ମହକୁମାରେ କଂଗ୍ରେସ କର୍ମୀମାନେ ଏକାଠି ହୋଇ ଭାଜପା ବିରୋଧରେ ସ୍ଲୋଗାନ ଦେବା ସହ ରାଜ୍ୟପାଳ ତୁରନ୍ତ ବିଧାନସଭା ଅଧିବେଶନ ଡାକିବାକୁ ଦାବି କରିଥିଲେ। ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ଲାଗି ସୁଯୋଗ ଦିଆଯାଉନି। ଭାଜପାର ଏହି ଷଡ଼ଯନ୍ତ୍ର କଦାପି ସଫଳ ହେବନାହିଁ। ଆବଶ୍ୟକ ପଡ଼ିଲେ ଭାରତର ରାଷ୍ଟ୍ରପତିଙ୍କ ପାଖକୁ ଯିବା ପାଇଁ ପ୍ରସ୍ତୁତ ଥିବା ମୁଖ୍ୟମନ୍ତ୍ରୀ ଗେହଲଟ କଂଗ୍ରେସ ବିଧାୟକମାନଙ୍କୁ କହିଛନ୍ତିି। ରାଷ୍ଟ୍ରପତି ଭବନ ଏବଂ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ପିକେଟିଂ କରିବାକୁ ପଡ଼ିଲେ ମଧ୍ୟ ସେଥିପାଇଁ ପ୍ରସ୍ତୁତ ରହିବାକୁ ଗେହଲଟ ତାଙ୍କ ବିଧାୟକମାନଙ୍କୁ କହିଛନ୍ତି।
ସଚିନ ପାଇଲଟଙ୍କ ନେତୃତ୍ୱରେ ବିଦ୍ରୋହୀ କଂଗ୍ରେସ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବାରୁ ରାଜସ୍ଥାନ ହାଇକୋର୍ଟ ସାମୟିକ ସୁରକ୍ଷା ଦେବା ପରେ ସୋମବାର ବିଧାନସଭା ଅଧିବେଶନ ଡାକିବା ଦାବିରେ ଶୁକ୍ରବାର ଗେହଲଟ ଓ କଂଗ୍ରେସ ବିଧାୟକମାନେ ରାଜ୍ୟପାଳ କଲରାଜ ମିଶ୍ରଙ୍କ ବାସଭବନରେ ଦୀର୍ଘସମୟ ଧାରଣାରେ ବସିଥିଲେ। ସେ ୧୦୨ ବିଧାୟକଙ୍କ ସମର୍ଥନ ଥିବା ଏକ ପତ୍ର ରାଜ୍ୟପାଳଙ୍କୁ ଦେଇଥିଲେ। ବିଧାନସଭା ଅଧିବେଶନ ଡାକିବା ପାଇଁ ସାଧାରଣତଃ ୨୧ଦିନିଆ ନୋଟିସ ଆବଶ୍ୟକ ହୋଇଥାଏ। କ୍ୟାବିନେଟ ନୋଟ୍‌ରେ ଅଧିବେଶନ ଡାକିବା ଲାଗି ତାରିଖ ଉଲ୍ଲେଖ ନ ଥିବା ରାଜ୍ୟପାଳ କହିବା ସହ କରୋନା ସ୍ଥିତିକୁ ଧ୍ୟାନରେ ରଖିବା ପାଇଁ ସରକାରଙ୍କୁ ପରାମର୍ଶ ଦେଇଥିଲେ। ଏହା ପରେ ଗେହଲଟ କଂଗ୍ରେସ ବିଧାୟକମାନଙ୍କ ସହ ବୈଠକ କରିବା ସହ କ୍ୟାବିନେଟ ବୈଠକରେ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। ଚାପର ବଶବର୍ତ୍ତୀ ହୋଇ ରାଜ୍ୟପାଳ ଅଧିବେଶନକୁ ବିଳମ୍ବ କରାଉଥିବା ସେ ଅଭିଯୋଗ କରିଥିଲେ। ପୁନର୍ବାର ସେ ରାଜ୍ୟପାଳଙ୍କୁ ଭେଟି ସାନି ଅନୁରୋଧ ପତ୍ର ଦେବେ ବୋଲି ଜଣାପଡ଼ିଛି। ଏନେଇ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଥିଲା।
ସେପଟେ ରାଜସ୍ଥାନ ଭାଜପା ସଭାପତି ସତୀଶ ପୁନିଆ ଏବଂ ବିରୋଧୀ ଦଳ ନେତା ଗୁଲାବ ଚନ୍ଦ୍ର କଟାରିଆଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଶନିବାର ଭେଟି କୋଭିଡ୍‌-୧୯ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିବା ଜଣାପଡିଛି। ରାଜସ୍ଥାନରେ ସାମ୍ବିଧାନିକ ସଙ୍କଟ ସୃଷ୍ଟି ହୋଇଥିବା ପୁନିଆ ରାଜଭବନରୁ ଫେରିବା ପରେ ଖବରଦାତାମାନଙ୍କୁ କହିଛନ୍ତି। ମୁଖ୍ୟମନ୍ତ୍ରୀ ନାଟକବାଜି ଚଳାଇବା ସହ ରାଜ୍ୟପାଳଙ୍କୁ ସାମ୍ବିଧାନିକ ଦାୟିତ୍ୱ ନିର୍ବାହ କରିବାରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଭାଜପା ନେତା ସମାଲୋଚନା କରିଛନ୍ତି। ରାଜଭବନରେ ଧାରଣାରେ ବସିବା ଏକ ନାଟକବାଜି। ରାଜସ୍ଥାନରେ କରୋନା ମହାମାରୀ ନିୟନ୍ତ୍ରଣ ବାହାରକୁ ଯାଇଥିବାବେଳେ ଏହାକୁ ଗୁରୁତର ସହ ନିଆଯିବା ଆବଶ୍ୟକ ବୋଲି ପୁନିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri