Posted inଖେଳ

ଲିଜେଣ୍ଡ୍ସ ଅଫ୍‌ ଚେସ୍‌ ଟୁର୍ନାମେଣ୍ଟ: ଆନନ୍ଦଙ୍କ କ୍ରମାଗତ ଚତୁର୍ଥ ପରାଜୟ

ଚେନ୍ନାଇ,୨୫।୭(ପି.ଟି.): ଦେଢଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଲିଜେଣ୍ଡ୍ସ ଅଫ୍‌ ଚେସ୍‌ ଅନ୍‌ଲାଇନ୍‌ ଟୁର୍ନାମେଣ୍ଟରେ ପୂର୍ବତନ ବିଶ୍ୱ ଚାମ୍ପିୟନ ତଥା ଭାରତୀୟ ଗ୍ରାଣ୍ଡ ମାଷ୍ଟର ବିଶ୍ୱନାଥନ୍‌ ଆନନ୍ଦ କ୍ରମାଗତ ଚତୁର୍ଥ ପରାଜୟ ବରଣ କରିଛନ୍ତି। ଚତୁର୍ଥ ରାଉଣ୍ଡ ମୁକାବିଲାରେ ସେ ନେଦରଲାଣ୍ଡ୍ସର ଆନିଶ୍‌ ଗିରିଙ୍କଠାରୁ ପରାସ୍ତ ହୋଇଛନ୍ତି।
ଚତୁର୍ଥ ରାଉଣ୍ଡ ମୁକାବିଲାରେ ଦୁଇ ତାରକା ୪ଟି ଡ୍ରରେ ମୁହଁାମୁହିଁ ହୋଇଥିଲେ। ତେବେ ଶେଷରେ ଅର୍ମାଗେଡ୍ଡନ ଗେମ୍‌ ଟାଇ-ବ୍ରେକରରେ ଗିରି ବାଜି ମାରିଥିଲେ। ପରାସ୍ତ ହୋଇଥିଲେ ମଧ୍ୟ ଆନନ୍ଦ ପ୍ରଥମ ପଏଣ୍ଟ ହାସଲ କରିଛନ୍ତି ଓ ତାଲିକାର ସର୍ବନିମ୍ନ ସ୍ଥାନରେ ରହିଛନ୍ତି। ଏହାପୂର୍ବରୁ ସେ ପିଟର ସ୍ବିଡଲର, ମାଗ୍ନସ କାର୍ଲସେନ ଓ ଭ୍ଲାଡମିର କ୍ରାମନିକଙ୍କଠାରୁ ପରାସ୍ତ ହୋଇଥିଲେ। ଆନନ୍ଦ ମାଗ୍ନସ କାର୍ଲସେନ ଟୁରରେ ପ୍ରଥମଥର ପାଇଁ ଖେଳିବାର ସୁଯୋଗ ହାସଲ କରିଛନ୍ତି। ଆନନ୍ଦ ପଞ୍ଚମ ରାଉଣ୍ଡରେ ଏବେ ପିଟର ଲେକୋଙ୍କୁ ଭେଟିବେ। ପୂର୍ବରୁ ମାଗ୍ନସ କାର୍ଲସେନଙ୍କ ସହ ଯୁଗ୍ମ ଅଗ୍ରଣୀ ହାସଲ କରିଥିବା ରୁଷିଆର ସ୍ବୀଡଲର ୧.୫- ୨.୫ରେ ଚାଇନାର ଡିଙ୍ଗ ଲିରେନଙ୍କଠାରୁ ପରାସ୍ତ ହୋଇଥିଲେ। ଫଳରେ ବିଶ୍ୱର ଏକ ନମ୍ବର ଖେଳାଳି କାର୍ଲସେନ ୧୨ ପଏଣ୍ଟ ହାସଲ କରି ଏକକ ଅଗ୍ରଣୀ ହୋଇଛନ୍ତି। ଏଥିସହିତ ଲିରେନ ଟୁର୍ନାମେଣ୍ଟର ପ୍ରଥମ ବିଜୟ ହାସଲ କରିଛନ୍ତି। ଅନ୍ୟଏକ ଚତୁର୍ଥ ରାଉଣ୍ଡ ମୁକାବିଲାରେ କାର୍ଲସେନ ଅତି ସହଜରେ ଅଭିଜ୍ଞ ଇସ୍ରାଏଲ ଖେଳାଳି ବୋରିସ ଜେଲଫାଣ୍ଡଙ୍କୁ ୩-୦ରେ ପରାସ୍ତ କରିଛନ୍ତି। ସେହିପରି ଅନ୍ୟଏକ ମୁକାବିଲାରେ ଭ୍ଲାଡମିର କ୍ରାମନିକ ୨.୫- ୧.୫ରେ ପିଟର ଲେକୋଙ୍କୁ ପରାସ୍ତ କରିଥିଲେ। ଇଆନ ନେପୋମିନିମଚି ୨.୫- ୧.୫ରେ ଭାସିଲ ଇଭାନଚୁକଙ୍କୁ ପରାସ୍ତ କରିଛନ୍ତି। ସବୁ ରାଉଣ୍ଡ ରବିନ୍‌ ମ୍ୟାଚ୍‌ ବେଷ୍ଟ ଅଫ୍‌ ଗେମ୍‌ ନିୟମରେ ଖେଳାଯାଉଛି। ଏହି ଟୁର୍ନାମେଣ୍ଟ ମାଗ୍ନସ କାର୍ଲସେନ ଚେସ୍‌ ଟୁରର ଅଂଶବିଶେଷ। ଏହି ଟୁର୍ନାମେଣ୍ଟ ବିଜେତା ଖେଳାଳି ୩ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ଗ୍ରାଣ୍ଡ ଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିବେ। ଏହି ଗ୍ରାଣ୍ଡ ଫାଇନାଲ ଅଗଷ୍ଟ ୨ରୁ ୨୦ ତାରିଖ ମଧ୍ୟରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri