ରାମିଆଳରେ ଲୀନହେବ କପିଳେଶ୍ୱର

କାମାକ୍ଷାନଗର, ୨୩।୭ (ସୁଧୀର କୁମାର ପରିଡ଼ା): ଇତିହାସର ସାଉଁଟା କାହାଣୀ କୁହେ ଐତିହାସିକ କୀର୍ତ୍ତିରାଜି। ଏହାକୁ ସଂରକ୍ଷଣ କରି ପର୍ଯ୍ୟଟନର ବିକାଶ କଥା ଚିନ୍ତା କରୁଛନ୍ତି ସରକାର। ଏଥିଲାଗି ଅନେକ ଯୋଜନା। ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ହେଲେ ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକରେ ଥିବା ଗଙ୍ଗବଂଶୀୟ ଭାସ୍କର୍ଯ୍ୟକଳାର ନିଦର୍ଶନ କପିଳେଶ୍ୱର ମନ୍ଦିର ପ୍ରତି ସତେ ଯେମିତି କାହାରି ନିଘା ନାହିଁ। ରକ୍ଷଣାବେକ୍ଷଣ ଅଭାବରୁ ଏହି ପୁରାତନ ଶୈବପୀଠ ଏବେ ରାମିଆଳ ନଦୀ ଗର୍ଭରେ। ବଢ଼ିପାଣି ମାଡ଼ରେ ନିଜ ଅସ୍ତିତ୍ୱ ବଞ୍ଚାଇବାକୁ ସଂଘର୍ଷ କରୁଥିବା ଏହି ପ୍ରାଚୀନ ମନ୍ଦିରର ସୁରକ୍ଷାକୁ ହେୟଜ୍ଞାନ କଲେ ଗଙ୍ଗବଂଶୀୟ ରାଜାଙ୍କ ସନ୍ତକ କେବଳ ଇତିହାସ ପୃଷ୍ଠା ଭିତରେ ସୀମିତ ହୋଇ ରହିଯିବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ଗ୍ରାମବାସୀ।
କାମାକ୍ଷାନଗର-ଭୁବନ ୫୩ନମ୍ବର ଜାତୀୟ ରାଜପଥରେ ୭କି.ମି ଗଲେ ପଡ଼େ ବଡସୁଅଁାଳୋ ଛକ। ସେଠାରୁ ହାଟୁଆରି-ଜଗନ୍ନାଥପୁର ରାସ୍ତାରେ ୨କି.ମି ଗଲେ ରାମିଆଳ ନଦୀ ଗର୍ଭରେ ରହିଛି କପିଳେଶ୍ୱର ମହାଦେବଙ୍କ ପୀଠ। ଠାକୁରଙ୍କ ନାମରେ ପ୍ରାୟ ୬୦ଏକର ଜମି ରହିଛି। ରାଜରାଜୁଡ଼ା ଅମଳରୁ ହାଟୁଆରି ଗ୍ରାମର କେତେଜଣ ପୂଜକ ଜମି ଚାଷ କରିବା ସହ ମହାପ୍ରଭୁଙ୍କ ସେବା କରି ଆସୁଥିଲେ। ୧୯୯୪-୯୫ରେ ଦେବୋତ୍ତର ବିଭାଗ ହାତରେ ପୀଠ ପରିଚାଳନା ଭାର ନ୍ୟସ୍ତ କରାଯାଇଥିଲା। ତେବେ ପୂଜକ ଏବଂ ଦେବୋତ୍ତର ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ଜମି ସବୁ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଗଲା। ମନ୍ଦିର ପୁନରୁଦ୍ଧାର ପାଇଁ ୨୦୧୦-୧୨ରେ ଏକାଠି ହୋଇଥିଲେ ଜଗନ୍ନାଥପୁର, ବଡସୁଅଁାଳୋ, ବାଲିଗୋରଡ଼ ପଞ୍ଚାୟତ ଅଧୀନ ୧୫ ଗ୍ରାମର ବାସିନ୍ଦା। କନ୍ତାରିପାଟ ଗ୍ରାମର ଆଇନଜୀବୀ ଶେଷରଞ୍ଜନ ଦାସ ଏହାର ନେତୃତ୍ୱ ନେବା ସହ ଠାକୁରଙ୍କ ଜମିକୁ ଜବରଦଖଲ ମୁକ୍ତ କରାଇଥିଲେ। ୧୯୯୬ରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱ ନିଜ କାନ୍ଧକୁ ନେଇଥିଲା। ହେଲେ ୨୦ବର୍ଷ ଯାଏ କେବଳ ଫଳକରେ ସୀମିତ ରହିଲା ଉନ୍ନୟନମୂଳକ କାର୍ଯ୍ୟ। ନଦୀକୂଳରୁ ମନ୍ଦିର ଯାଏ ବ୍ରିଜ୍‌ ନିର୍ମାଣ, ପଶ୍ଚିମ ପାର୍ଶ୍ୱରେ ବଢ଼ି ପାଣି ମାଡ଼ରୁ ସୁରକ୍ଷା ଦେବାକୁ ଏକ ପଥର ପାଚେରି ନିର୍ମାଣ କରିବାକୁ ଯୋଜନା ହୋଇଥିଲା। ୨୦୧୫ରେ ପୀଠ ଚାରିପଟେ କିଛି ଅଂଶରେ ପଥର ପ୍ୟାକିଂ କରି ପ୍ରତ୍ନତତ୍ତ୍ୱ ବିଭାଗ ଦାୟିତ୍ୱ ସାରିଦେଇଛି। ଫଳରେ ବନ୍ୟାପାଣି ସ୍ରୋତରେ ମନ୍ଦିରର ପଶ୍ଚିମ ପାର୍ଶ୍ୱରେ ଫାଟ ସୃଷ୍ଟି ହେଲାଣି। ପାର୍ଶ୍ୱ ଦେବଦେବୀ ନଷ୍ଟ ହୋଇଯିବା ସହ କାରୁକାର୍ଯ୍ୟ ସବୁ ଉଭେଇ ଗଲାଣି।
ଗ୍ରାମବାସୀଙ୍କ କହିବା କଥା, ରାମିଆଳ ନଦୀକୂଳରେ କପିଳେଶ୍ୱର ମହାଦେବଙ୍କ ପୀଠ ଥିଲା। ଗତିପଥ ପରିବର୍ତ୍ତନ ଓ ବାରମ୍ବାର କୂଳ ଲଙ୍ଘିବା ଯୋଗୁ ନଦୀର ଚଉଡ଼ା ପାଖାପାଖି ୪୦୦ମିଟର ହୋଇଗଲାଣି। ଫଳରେ ମନ୍ଦିର ଏବେ ନଦୀଗର୍ଭରେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ବର୍ଷାଦିନେ ନଦୀରେ ପାଣି ବଢ଼ିଲେ ଦିଅଁ ଦର୍ଶନ ଅସମ୍ଭବ ହୋଇପଡ଼େ। ୩ମାସ ଧରି ନଦୀକୂଳରେ ଥିବା ରୋଷଘରେ ଠାକୁରଙ୍କ ପୂଜାର୍ଚ୍ଚନା କରିବାକୁ ପଡ଼େ। ଆଶ୍ବିନ ମାସରେ ଷୋଳପୂଜା ପୂର୍ବରୁ ମନ୍ଦିରର ପଙ୍କୋଦ୍ଧାର କରାଯାଇ ଅବଶିଷ୍ଟ ଦିନ ଯଥାନୀତି ପୂଜା କରାଯାଏ। ତଥାପି ଏହି ପ୍ରାଚୀନ ମନ୍ଦିରର କିମ୍ବଦନ୍ତୀ ପ୍ରତିବର୍ଷ ଶତାଧିକ ଶ୍ରଦ୍ଧାଳୁଙ୍କୁ ଟାଣି ଆଣିଥାଏ। କାର୍ତ୍ତିକ ପୂର୍ଣ୍ଣିମା, ଜାଗର, ଦୋଳ ପୂର୍ଣ୍ଣିମାରେ ହରିହର ଭେଟ, ଆଶ୍ବିନରେ ଷୋଳପୂଜା ଅବସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥାଏ। ଏଏସ୍‌ଆଇର ଉଦାସୀନତା ଯୋଗୁ ଏଭଳି ଐତିହ୍ୟସମ୍ପନ୍ନ ମନ୍ଦିର ସତ୍ତା ହରାଇବାକୁ ବସିଥିବାବେଳେ ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ସୁରକ୍ଷା ପାଇଁ ଉଦ୍ୟମ ଜରୁରୀ
ସମ୍ଭବତଃ ଗଙ୍ଗବଂଶର ରାଜତ୍ୱ ସମୟରେ ଦ୍ବାଦଶ ଶତାବ୍ଦୀରେ ମନ୍ଦିର କପିଳେଶ୍ୱର ମନ୍ଦିର ନିର୍ମାଣ ହୋଇଥିବା ଅନୁମାନ କରାଯାଏ। ତତ୍କାଳୀନ ସମୟରେ ରାଜାମାନେ ଶୈବ ଉପାସକ ଥିଲେ। ସେମାନଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ଅନେକ ଶୈବପୀଠ ନିର୍ମାଣ କରାଯାଇଥିଲା। କପିଳେଶ୍ୱର ପୀଠର ସୁରକ୍ଷା ପାଇଁ ସବୁସ୍ତରରେ ଉଦ୍ୟମ ହେବା ଜରୁରୀ। ସରକାରୀ ସ୍ତରରେ ସ୍ବତନ୍ତ୍ର ଦୃଷ୍ଟି ଦିଆଗଲେ ଏପରି ପ୍ରାଚୀନ ମନ୍ଦିରର ଐତିହ୍ୟ ବିଷୟରେ ସମସ୍ତେ ଜାଣିପାରିବେ।
-ତପନ କୁମାର ଶତପଥୀ,
ଗବେଷକ ତଥା ଅନୁଗୋଳ ଅତିରିକ୍ତ ଜିଲାପାଳ

ରକ୍ଷଣାବେକ୍ଷଣ ଲାଗି ଆନ୍ତରିକତା ନାହିଁ
ମନ୍ଦିର ସ୍ଥାପନ ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବେ କୌଣସି ତଥ୍ୟ ଏବଂ ସୂଚନା ନ ଥିଲେ ମଧ୍ୟ ପୀଠ ୫୦୦ରୁ ୮୦୦ ବର୍ଷ ପୁରୁଣା ବୋଲି ଅଞ୍ଚଳର ପୁରୁଖା ଲୋକମାନେ ମତବ୍ୟକ୍ତ କରନ୍ତି। ଏଠାକୁ ଆସୁଥିବା ମାନସିକଧାରୀଙ୍କୁ ମହାଦେବ ନିରାଶ କରନ୍ତି ନାହିଁ ବୋଲି ବିଶ୍ୱାସ ଅଛି। କିନ୍ତୁ ସ୍ଥାନୀୟ ପ୍ରଶାସନ, ଦେବୋତ୍ତର ବିଭାଗ ଏବଂ ଏଏସଆଇର ଅବହେଳା ଯୋଗୁଁ ମନ୍ଦିର ସ୍ଥିତି ହରାଇବାକୁ ବସିଛି। ଏପରି ପ୍ରାଚୀନ କୀର୍ତ୍ତିରାଜିର ସୁରକ୍ଷା ପାଇଁ କାହାରି ଆନ୍ତରିକତା ଥିବା ଭଳି ମନେହେଉନି।
-ଶେଷରଞ୍ଜନ ଦାସ
ଆଇନଜୀବୀ ତଥା ମନ୍ଦିର ପରିଚାଳନା କମିଟି ସଭାପତି


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri