Posted inଖେଳ

ଧୋନୀଙ୍କ ଫାର୍ମ ହାଉସ୍‌ରେ ପାଣ୍ଡ୍ୟା ବ୍ରଦର୍ସ

ରାଞ୍ଚି, ୨୨।୭- ଭାରତୀୟ କ୍ରିକେଟ୍‌ର ସବୁଠାରୁ ସଫଳ ଅଧିନାୟକ ବିବେଚିତ ହୋଇଥିବା ମହେନ୍ଦ୍ର ସିଂ ଧୋନୀ ଗତ ଜୁଲାଇ ୭ରେ ନିଜର ୩୯ତମ ଜନ୍ମଦିବସ ପାଳନ କରିଥିଲେ। ଏହି ଅବସରରେ କ୍ରୀଡ଼ା ଜଗତରୁ ଧୋନୀଙ୍କ ନିକଟକୁ ସୋସିଆଲ ମିଡିଆରେ ଶୁଭେଚ୍ଛାର ସୁଅ ଆସିଥିଲା। କିନ୍ତୁ କରୋନା ମହାମାରୀ କଟକଣା ସତ୍ତ୍ୱେ ଭାରତୀୟ କ୍ରିକେଟ୍‌ର ଦୁଇ ଅଲ୍‌ରାଉଣ୍ଡର ତଥା ପାଣ୍ଡ୍ୟା ବ୍ରଦର୍ସ ହାର୍ଦ୍ଦିକ ଓ କ୍ରୁନାଲ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ଧୋନୀଙ୍କୁ ଘରେ ପହଞ୍ଚିଥିଲେ। ଏକ ଚାର୍ଟର ବିମାନ ଯୋଗେ ଉଭୟ ହାର୍ଦ୍ଦିକ ଓ କ୍ରୁନାଲ ରାଞ୍ଚତ୍ ବିମାନ ବନ୍ଦରରେ ପହଞ୍ଚିବା ପରେ ଏକ ଏସ୍‌ୟୁଭି କାର୍‌ ଯୋଗେ ସିଧା ରାଞ୍ଚିସ୍ଥିତ ଧୋନୀଙ୍କ ଫାର୍ମ ହାଉସ୍‌କୁ ଯାଇଥିଲେ। ସେଠାରେ ଧୋନୀଙ୍କ ସ୍ତ୍ରୀ ସାକ୍ଷୀ, ଝିଅ ଜିଭା ଓ ଅଳ୍ପ କିଛି ସଦସ୍ୟଙ୍କ ଗହଣରେ ଉଭୟ ପାଣ୍ଡ୍ୟା ବ୍ରଦର୍ସ ଧୋନୀଙ୍କ ଜନ୍ମଦିନ ପାଳନ କରିଥିଲେ। ଯାହାର ଫଟୋ ପ୍ରଥମଥର ପାଇଁ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଧୋନୀଙ୍କ ସ୍ତ୍ରୀ ସାକ୍ଷୀ ଏହାର ୧୫ ଦିନ ପରେ ନିଜ ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ଏହି ଫଟୋକୁ ପୋଷ୍ଟ କରିଛନ୍ତି। ଯେଉଁଥିରେ ଧୋନୀ, କ୍ରୁନାଲ, କ୍ରୁନାଲଙ୍କ ସ୍ତ୍ରୀ ପାଙ୍ଖୁରୀ ଶର୍ମା ଠିଆ ହୋଇଥିବାବେଳେ ଏକ ଚେୟାର ଉପରେ ହାର୍ଦ୍ଦିକ ଓ ଜିଭା ବସିଥିବାର ଦେଖବାକୁ ମିଳିଛି। ସେହିଭଳି ଧୋନୀଙ୍କ ୩ ଜଣ ବନ୍ଧୁ ମଧ୍ୟ ଏହି ଫଟୋରେ ନଜର ଆସିଛନ୍ତି। କିନ୍ତୁ ସାକ୍ଷୀ ଏହି ଫଟୋରେ ଦେଖାଯାଉ ନାହାନ୍ତି। ଏହି ଫଟୋ ତଳେ ‘ମିସିଂ ଦି ହାପି ସ୍କ୍ବାଡ୍‌’ ବୋଲି ସାକ୍ଷୀ କ୍ୟାପ୍‌ସନରେ ଉଲ୍ଲେଖ କରିଛନ୍ତି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଛି। ଏଠାରେ ଉଲ୍ଲେଖଯୋଗ୍ୟ, ଗତ ବର୍ଷ ବିଶ୍ୱକପ୍‌ ପରଠାରୁ ଧୋନୀ କୌଣସି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁନାହାନ୍ତି। ତେବେ ଆଇପିଏଲ୍‌ରେ ଧୋନୀ ଖେଳିବେ ବୋଲି ଆଶା କରାଯାଉଥିଲେ ମଧ୍ୟ କରୋନା ଲାଗି ଏହାକୁ ସ୍ଥଗିତ ରଖାଯାଇଛି।ରାଞ୍ଚି, ୨୨।୭- ଭାରତୀୟ କ୍ରିକେଟ୍‌ର ସବୁଠାରୁ ସଫଳ ଅଧିନାୟକ ବିବେଚିତ ହୋଇଥିବା ମହେନ୍ଦ୍ର ସିଂ ଧୋନୀ ଗତ ଜୁଲାଇ ୭ରେ ନିଜର ୩୯ତମ ଜନ୍ମଦିବସ ପାଳନ କରିଥିଲେ। ଏହି ଅବସରରେ କ୍ରୀଡ଼ା ଜଗତରୁ ଧୋନୀଙ୍କ ନିକଟକୁ ସୋସିଆଲ ମିଡିଆରେ ଶୁଭେଚ୍ଛାର ସୁଅ ଆସିଥିଲା। କିନ୍ତୁ କରୋନା ମହାମାରୀ କଟକଣା ସତ୍ତ୍ୱେ ଭାରତୀୟ କ୍ରିକେଟ୍‌ର ଦୁଇ ଅଲ୍‌ରାଉଣ୍ଡର ତଥା ପାଣ୍ଡ୍ୟା ବ୍ରଦର୍ସ ହାର୍ଦ୍ଦିକ ଓ କ୍ରୁନାଲ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ଧୋନୀଙ୍କୁ ଘରେ ପହଞ୍ଚିଥିଲେ। ଏକ ଚାର୍ଟର ବିମାନ ଯୋଗେ ଉଭୟ ହାର୍ଦ୍ଦିକ ଓ କ୍ରୁନାଲ ରାଞ୍ଚତ୍ ବିମାନ ବନ୍ଦରରେ ପହଞ୍ଚିବା ପରେ ଏକ ଏସ୍‌ୟୁଭି କାର୍‌ ଯୋଗେ ସିଧା ରାଞ୍ଚିସ୍ଥିତ ଧୋନୀଙ୍କ ଫାର୍ମ ହାଉସ୍‌କୁ ଯାଇଥିଲେ। ସେଠାରେ ଧୋନୀଙ୍କ ସ୍ତ୍ରୀ ସାକ୍ଷୀ, ଝିଅ ଜିଭା ଓ ଅଳ୍ପ କିଛି ସଦସ୍ୟଙ୍କ ଗହଣରେ ଉଭୟ ପାଣ୍ଡ୍ୟା ବ୍ରଦର୍ସ ଧୋନୀଙ୍କ ଜନ୍ମଦିନ ପାଳନ କରିଥିଲେ। ଯାହାର ଫଟୋ ପ୍ରଥମଥର ପାଇଁ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଧୋନୀଙ୍କ ସ୍ତ୍ରୀ ସାକ୍ଷୀ ଏହାର ୧୫ ଦିନ ପରେ ନିଜ ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ଏହି ଫଟୋକୁ ପୋଷ୍ଟ କରିଛନ୍ତି। ଯେଉଁଥିରେ ଧୋନୀ, କ୍ରୁନାଲ, କ୍ରୁନାଲଙ୍କ ସ୍ତ୍ରୀ ପାଙ୍ଖୁରୀ ଶର୍ମା ଠିଆ ହୋଇଥିବାବେଳେ ଏକ ଚେୟାର ଉପରେ ହାର୍ଦ୍ଦିକ ଓ ଜିଭା ବସିଥିବାର ଦେଖବାକୁ ମିଳିଛି। ସେହିଭଳି ଧୋନୀଙ୍କ ୩ ଜଣ ବନ୍ଧୁ ମଧ୍ୟ ଏହି ଫଟୋରେ ନଜର ଆସିଛନ୍ତି। କିନ୍ତୁ ସାକ୍ଷୀ ଏହି ଫଟୋରେ ଦେଖାଯାଉ ନାହାନ୍ତି। ଏହି ଫଟୋ ତଳେ ‘ମିସିଂ ଦି ହାପି ସ୍କ୍ବାଡ୍‌’ ବୋଲି ସାକ୍ଷୀ କ୍ୟାପ୍‌ସନରେ ଉଲ୍ଲେଖ କରିଛନ୍ତି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଛି। ଏଠାରେ ଉଲ୍ଲେଖଯୋଗ୍ୟ, ଗତ ବର୍ଷ ବିଶ୍ୱକପ୍‌ ପରଠାରୁ ଧୋନୀ କୌଣସି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁନାହାନ୍ତି। ତେବେ ଆଇପିଏଲ୍‌ରେ ଧୋନୀ ଖେଳିବେ ବୋଲି ଆଶା କରାଯାଉଥିଲେ ମଧ୍ୟ କରୋନା ଲାଗି ଏହାକୁ ସ୍ଥଗିତ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri