ନିର୍ଣ୍ଣାୟକ ହୋଇପାରେ କୋଭିଡ୍‌ ପରିଚାଳନା

ଓ୍ବାଶିଂଟନ,୨୧ା୭(ପି.ଟି.): ନଭେମ୍ବରରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ ପୁନର୍ବାର ନିର୍ବାଚିତ ହେବା କଷ୍ଟକର ହୋଇପାରେ ବୋଲି କୁହାଯାଉଛି। କାରଣ ଆପ୍ରୁଭାଲ ରେଟିଂରେ ସେ ଡେମୋକ୍ରାଟ ପ୍ରାର୍ଥୀ ଜୋ ବିଡେନଙ୍କଠାରୁ ପଛରେ ପଡ଼ିଯାଇଛନ୍ତି। ଓ୍ବାଶିଂଟନ ପୋଷ୍ଟ ଏବଂ ଏବିସି ନ୍ୟୁଜ୍‌ ପକ୍ଷରୁ କରାଯାଇଥିବା ଜନମତ ସର୍ଭେ ଅନୁଯାୟୀ କରୋନା ମହାମାରୀ ଟ୍ରମ୍ପ୍‌ଙ୍କ ଜିତିବା ସମ୍ଭାବନାକୁ ଯଥେଷ୍ଟ ହ୍ରାସ କରିଛି। କୋଭିଡ୍‌ ପରିଚାଳନା ରାଷ୍ଟ୍ରପତି ନିିର୍ବାଚନରେ ନିର୍ଣ୍ଣାୟକ ହୋଇପାରେ ବୋଲି କୁହାଯାଉଛି। ଟ୍ରମ୍ପ୍‌ଙ୍କ ପୁନଃ ନିର୍ବାଚିତ ହେବା ଆଶା ଏବେ ତାଙ୍କ ସମର୍ଥକମାନଙ୍କ ମୁଖ୍ୟ ବେସ୍‌ରେ ସୀମିତ ରହିଛି। ଜୁଲାଇ ୧୨ରୁ ୧୫ ମଧ୍ୟରେ ହୋଇଥିବା ସର୍ଭେ ଅନୁଯାୟୀ ଟ୍ରମ୍ପ୍‌ଙ୍କୁ ୪୦ ପ୍ରତିଶତ ପଞ୍ଜୀକୃତ ଭୋଟର ସମର୍ଥନ କରିଥିବାବେଳେ ବିଡେନଙ୍କ ପ୍ରତି ୫୫ ପ୍ରତିଶତଙ୍କ ସମର୍ଥନ ରହିଛି। ମାର୍ଚ୍ଚରେ ବିଡେନ ଟ୍ରମ୍ପ୍‌ଙ୍କଠାରୁ ୨ ପଏଣ୍ଟ ଆଗରେ ଥିବାବେଳେ ମେ’ରେ ୧୦ ପଏଣ୍ଟ ଆଗୁଆ ଥିଲେ।
ସର୍ଭେ ଅନୁଯାୟୀ ପାରମ୍ପରିକ ରିପବ୍ଲିକାନ ଓ ଡେମୋକ୍ରାଟ ଭୋଟରମାନେ ନଭେମ୍ବର ନିର୍ବାଚନକୁ ଟ୍ରମ୍ପଙ୍କ ଉପରେ ଗଣଭୋଟ ଭାବେ ବିବେଚନା କରୁଛନ୍ତି, ବିଡେନ୍‌ଙ୍କୁ ଅଧିକ ଉପଯୁକ୍ତ ପ୍ରାର୍ଥୀ ବିଚାର କରି ନୁହେଁ ବୋଲି ରିପୋର୍ଟରେ କୁହାଯାଇଛି। ଟ୍ରମ୍ପ୍‌ ପୁନର୍ବାର ନିର୍ବାଚିତ ହେବା ଗୁରୁତ୍ୱପୂର୍ଣ୍ଣ ବୋଲି ତାଙ୍କର ୭୨ପ୍ରତିଶତ ସମର୍ଥକ ଭୋଟର ମତ ଦେଇଥିବାବେଳେ ତାଙ୍କୁ ହରାଇବା ଏକମାତ୍ର ଲକ୍ଷ୍ୟ ବୋଲି ବିଡେନଙ୍କ ୬୨ ପ୍ରତିଶତ ସମର୍ଥକ କହିଛନ୍ତି। କୋଭିଡ୍‌-୧୯ ସଂକ୍ରମଣକୁ ବିଡେନ୍‌ ଭଲଭାବେ ନିୟନ୍ତ୍ରଣ କରିପାରିବେ ବୋଲି ୫୪ ପ୍ରତିଶତ ଆମେରିକୀୟ ବିଶ୍ୱାସ କରୁଥିବାବେଳେ ମାତ୍ର ୩୪ ପ୍ରତିଶତ ଟ୍ରମ୍ପ୍‌ଙ୍କ ସପକ୍ଷରେ ମତ ଦେଇଛନ୍ତି। ସେହିପରି ଅର୍ଥନୀତି ପରିଚାଳନାରେ ବିଡେନ୍‌ ବେଶ୍‌ ଉନ୍ନତି କରି ଜନମତ ସର୍ଭେରେ ଟ୍ରମ୍ପ୍‌ଙ୍କ ପାଖାପାଖି ପହଞ୍ଚତ୍ଛନ୍ତି। ଅର୍ଥନୀତି ପରିଚାଳନାରେ ଟ୍ରମ୍ପ୍‌ଙ୍କ ପ୍ରତି ସକାରାତ୍ମକ ମତ ରହିଛି। ଅର୍ଥନୀତି ପରିଚାଳନାରେ ଖୁସି ଥିବା ୫୦ ପ୍ରତିଶତ କହିଥିବାବେଳେ ୪୭ ପ୍ରତିଶତ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଗତ ଦୁଇମାସ ମଧ୍ୟରେ ଆମେରିକାରେ ଶହ ଶହ ବର୍ଣ୍ଣବୈଷମ୍ୟ ବିରୋଧୀ ଆନ୍ଦୋଳନ ହୋଇଥିବାବେଳେ ଅପରାଧ ଓ ସୁରକ୍ଷା ସେଠାରେ ବଡ଼ ପ୍ରସଙ୍ଗ ରହିଆସିଛି। ଏକ୍ଷେତ୍ରରେ ମଧ୍ୟ ଡେମୋକ୍ରାଟ ପ୍ରାର୍ଥୀ ବିଡେନ୍‌ ରିପବ୍ଲିକ୍‌ ପ୍ରାର୍ଥୀ ଟ୍ରମ୍ପ୍‌ଙ୍କଠାରୁ ୯ ପଏଣ୍ଟ ଆଗରେ ଅଛନ୍ତି। ସେହିପରି ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସମ୍ପର୍କ ରଖିବାରେ ବିଡେନ୍‌ ତାଙ୍କ ରିପବ୍ଲିକାନ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ୨୫ ପଏଣ୍ଟ ଆଗରେ ରହିଛନ୍ତି। ଟ୍ରମ୍ପ୍‌ଙ୍କର ନିଯୁକ୍ତି ଅନୁମୋଦନ ରେଟିଂ ମଧ୍ୟ ଦୁଇମାସ ମଧ୍ୟରେ ଦ୍ରୁତ ହ୍ରାସ ପାଇ ୩୯ ପ୍ରତିଶତ ପଜିଟିଭ୍‌ ଓ ୫୭ ପ୍ରତିଶତ ନେଗେଟିଭ୍‌ ରହିଛି। ଟ୍ରମ୍ପ୍‌ଙ୍କ କାର୍ଯ୍ୟଧାରାକୁ ୪୮ ପ୍ରତିଶତ ନାପସନ୍ଦ କରିଛନ୍ତି। ଅନ୍ୟପକ୍ଷରେ ଉତ୍ତମ ବ୍ୟକ୍ତିତ୍ୱ ଏବଂ ସ୍ବଭାବ ପାଇଁ ବିଡେନ୍‌ ଟ୍ରମ୍ପ୍‌ଙ୍କଠାରୁ ୨୬ ପଏଣ୍ଟ ଆଗରେ ଥିବା ଓ୍ବାଶିଂଟନ ପୋଷ୍ଟ ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏ କି ସଙ୍କେତ! ରାତାରାତି ରକ୍ତ ପରି ନାଲି ହୋଇଗଲା ସମୁଦ୍ର; ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୭ା୧୨: ଇରାନର ହରମୁଜ୍ ଦ୍ୱୀପର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଅଦ୍ଭୁତ ଏବଂ ଚମତ୍କାର ପରିବର୍ତ୍ତନ ଦେଖିବାକୁ ମିଳିଛି। ସାମ୍ପ୍ରତିକ ପ୍ରବଳ ବର୍ଷା ପରେ ଦ୍ୱୀପର ବେଳାଭୂମି...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri